କର୍ପୋରେଟ ଇଣ୍ଡିଆ ପାଇଁ ସବୁଠୁ ଖରାପ ସମୟ ଥିଲା ଗତ ୫ବର୍ଷ

ନୂଆଦିଲ୍ଲୀ,୨୬-୮: କର୍ପୋରେଟ ଇଣ୍ଡିଆ ପାଇଁ ଗତ ୫ ବର୍ଷ(ଆର୍ଥିକ ବର୍ଷ ୨୦୧୩-୧୪ରୁ ୨୦୧୭-୧୮) ସବୁଠୁ ଖରାପ ସମୟ ଥିଲା। ଦୀର୍ଘ ୨୫ ବର୍ଷ ଭିତରେ ଏଭଳି ଖରାପ ସମୟ ଦେଖାଯାଇ ନ ଥିଲା। କମ୍ପାନୀଗୁଡ଼ିକର ବିକ୍ରି ଅଭିବୃଦ୍ଧି ତଥା ଟିକସ ପ୍ରଦାନ ପରେ ଲାଭ ଉପରେ ଦୃଷ୍ଟି ଦେଲେ ଏହି ଧାରଣା ସୃଷ୍ଟି ହୋଇଛି। ସବୁଠୁ ଆଶ୍ଚର୍ଯ୍ୟର ଏହା ଯେ, ଏହି ସମୟରେ କର୍ମଚାରୀଙ୍କୁ ମିଳୁଥିବା ଦରମା ମଧ୍ୟ ଅନେକାଂଶରେ କମିଯାଇଛି। ଉଭୟ ରାଷ୍ଟ୍ରାୟତ୍ତ ଓ ଘରୋଇ କମ୍ପାନୀଗୁଡ଼ିକରେ ଏଭଳି ସମାନ ସ୍ଥିତି ଦେଖିବାକୁ ମିଳିଛି। ତେବେ ବିଦେଶୀ କମ୍ପାନୀଗୁଡ଼ିକ କ୍ଷେତ୍ରରେ ଏଥିରେ ସାମାନ୍ୟ ଉନ୍ନତି ପରିଲକ୍ଷିତ ହୋଇଛି।
ଇକୋନୋମିକ ଏବଂ ବିଜନେସ ଡାଟା ଉପରେ ନଜର ରଖୁଥିବା ଏଜେନ୍ସି ସେଣ୍ଟର ଫର୍‌ ମନିଟରିଂ ଇଣ୍ଡିଆନ ଇକୋନୋମୀ(ସିଏମ୍‌ଆଇଇ)ର ତଥ୍ୟ ବିଶ୍ଲେଷଣ କଲେ ଜଣାପଡୁଛି ଯେ, ଆର୍ଥିକ ବର୍ଷ ୨୦୧୭-୧୮ରେ ଶେଷ ହୋଇଥିବା ଗତ ୫ ବର୍ଷରେ ବିକ୍ରି ଜନିତ ରାଜସ୍ବ ହାରାହାରି ୬% ହାରରେ ବଢ଼ିଥିଲା। ଏହା ୧୯୯୩-୯୪ ପରେ କୌଣସି ୫ ବର୍ଷର ସମୟାବଧିରେ ସବୁଠାରୁ କମ୍‌ ରହିଛି। ତେବେ ୨୦୦୨-୦୩ ଏବଂ ୨୦୦୭-୦୮ ମଧ୍ୟରେ ୫ ବର୍ଷରେ କର୍ପୋରେଟ ବିକ୍ରି ୨୧.୨%ର ହାରାହାରି ବାର୍ଷିକ ଅଭିବୃଦ୍ଧି ଦେଖାଯାଇଥିଲା, ଯାହା ଏହି ଅବଧିରେ ସର୍ବାଧିକ ରହିଥିଲା। ଗତ ୫ ବର୍ଷର ଅବଧିରେ ରାଷ୍ଟ୍ରାୟତ୍ତ କମ୍ପାନୀଗୁଡ଼ିକର ବାର୍ଷିକ ଅଭିବୃଦ୍ଧି ହାରାହାରି ୨.୬% ରହିଥିଲା, ଯାହା ଅତ୍ୟନ୍ତ କମ୍‌। ଏହି ଅବଧିରେ ଘରୋଇ ସେକ୍ଟରରେ ବିକ୍ରି ରାଜସ୍ବ ବାର୍ଷିକ ୬.୫% ହାରରେ ଅଭିବୃଦ୍ଧି ହାସଲ କରିଛି। ତେବେ ଏହି ସମୟରେ ବିଦେଶୀ କମ୍ପାନୀଗୁଡ଼ିକର ଅଭିବୃଦ୍ଧି ୧୩.୬ ପ୍ରତିଶତ ରହିଥିଲା। ଗତ ୫ ବର୍ଷରେ ଆର୍ଥିକ ବର୍ଷ ୨୦୧୭-୧୮ ସୁଦ୍ଧା କମ୍ପାନୀଗୁଡ଼ିକର ପ୍ରତିବର୍ଷ ଲାଭ ହାର ୪.୭%(ଟିକସ ପରେ) ରହିଛି। ୨୦୦୭-୦୮ ଓ ୨୦୧୨-୧୩ ଅବଧିର ପ୍ରାରମ୍ଭିକ ବର୍ଷରେ ବିଶ୍ୱ ମାନ୍ଦାବସ୍ଥା ଦ୍ୱାରା ପ୍ରଭାବିତ ହେବା ସତ୍ତ୍ୱେ କମ୍ପାନୀଗୁଡ଼ିକର ଟିକସ ବାଦ୍‌ ଲାଭ ପ୍ରତିବର୍ଷ ହାରାହାରି ୧.୧% ହାର ବଢ଼ୁଥିଲା। ଗତ ୫ ବର୍ଷର ଅବଧି କର୍ପୋରେଟ ଜଗତ ପାଇଁ କେତେ ଖରାପ ଥିଲା ଏହି ପରିସଂଖ୍ୟାନରୁ ସ୍ପଷ୍ଟ ହେଉଛି। ସେହିପରି ଏହି ଅବଧିରେ ବିଦେଶୀ ଘରୋଇ ସେକ୍ଟର କମ୍ପାନୀଗୁଡ଼ିକର ବାର୍ଷିକ ଅଭିବୃଦ୍ଧି ୧୨.୨% ରହିଥିବା ଦେଖାଯାଇଛି। ତେବେ ସରକାରୀ କମ୍ପାନୀଗୁଡ଼ିକ ଏଥିଯୋଗୁ ସର୍ବାଧିକ ପୀଡ଼ିତ ରହିଥିବା ସ୍ପଷ୍ଟ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

DA Hike: କର୍ମଚାରୀଙ୍କ ପାଇଁ ଖୁସି ଖବର, ହୋଲି ପୂର୍ବରୁ ଆସିବ ଅଧିକ ଦରମା!

ନୂଆଦିଲ୍ଲୀ,୨୦।୨: ଖୁବଶୀଘ୍ର ଖୁସି ଖବର ଦେବାକୁ ଯାଉଛନ୍ତି ମୋଦି ସରକାର । ୧ କୋଟିରୁ ଅଧିକ କର୍ମଚାରୀ ଓ ପେନସନଭୋଗୀଙ୍କ ପାଇଁ ଖୁସି ଖବର ରହିଛି ।…

Railways fare Alert: ରେଲେଓ଼୍ବ ଏହି ୧୦ଟି ଟ୍ରେନର ଭଡାରେ କଲା ପରିବର୍ତ୍ତନ, ଯାତ୍ରା କରିବା ପୂର୍ୱରୁ ଜାଣି ନିଅନ୍ତୁ ଜରୁରୀ ଖବର…

ନୂଆଦିଲ୍‌ଲୀ,୨୦।୨:ଭାରତରେ ପ୍ରତିଦିନ ଲକ୍ଷ ଲକ୍ଷ ଲୋକ ଟ୍ରେନରେ ଯାତ୍ରା କରନ୍ତି। ତେଣୁ, ଏହି ଖବର ଲକ୍ଷ ଲକ୍ଷ ଲୋକଙ୍କ ପାଇଁ ପ୍ରାସଙ୍ଗିକ। ରେଳବାଇ 10ଟି ଟ୍ରେନରେ ଭଡା…

ଦେଶର ଖଣିଜ ଉତ୍ପାଦନକୁ ଓଡ଼ିଶାର ଯୋଗଦାନ ୪୩.୭

ଭୁବନେଶ୍ୱର,୨୦ା୨: ଦେଶର ଅର୍ଥନୀତିର ଚକକୁ ଗତିଶୀଳ କରିବାରେ ଓଡ଼ିଶାର ଖଣି ସମ୍ପଦ ସବୁଠାରୁ ବଡ଼ ଭୂମିକା ଗ୍ରହଣ କରିଛି। ଦେଶର ମୋଟ ଖଣିଜ ଉତ୍ପାଦନରେ ଓଡ଼ିଶାର ଅବଦାନ…

୧୦ ଗ୍ରାମ ସୁନା ବନ୍ଧକ ରଖିଲେ କେଉଁ ବ୍ୟାଙ୍କ ଦେବ ଅଧିକ ଲୋନ? ଜାଣନ୍ତୁ…

ନୂଆଦିଲ୍ଲୀ,୧୯ା୨: ୨୨ କ୍ୟାରେଟ୍ ସୁନାର ବର୍ତ୍ତମାନର ମୂଲ୍ୟ ପ୍ରତି ୧୦ ଗ୍ରାମ ୧,୪୩,୩୪୦ ଟଙ୍କା। ଏହି ମୂଲ୍ୟରେ ଆପଣ ସୁନା ଜମା କରି ଋଣ ନେଇପାରିବେ। ତଥାପି,…

ବିଶେଷଜ୍ଞଙ୍କ ବଡ଼ ପୂର୍ବାନୁମାନ, ଖସିବ ସୁନା ଦର! ବିକିଲେ କେତେ ଲାଭ?

ନୂଆଦିଲ୍ଲୀ,୧୯ା୨: ଗତ କିଛି ମାସ ମଧ୍ୟରେ ସୁନା ଓ ରୂପା ମୂଲ୍ୟ ଦ୍ରୁତ ଗତିରେ ବୃଦ୍ଧି ପାଇଛି ଓ ଏବେ ସାମାନ୍ୟ ହ୍ରାସ ପାଉଛି। ତେଣୁ ଏଥିରେ…

ଭାରତ ପାଇଁ ଗୁଗୁଲର ମେଗା ପ୍ଲାନ୍: ସମୁଦ୍ର ତଳେ ଆମେରିକା ଯାଏଁ ବିଛାଯିବ କେବୁଲ୍, ନିବେଶ ହେବ ୧.୩୬ ଲକ୍ଷ କୋଟି

ନୂଆଦିଲ୍ଲୀ,୧୮।୨: ଭାରତରେ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ବା AI କ୍ଷେତ୍ରରେ ଏକ ବଡ଼ ବିପ୍ଳବ ଆସିବାକୁ ଯାଉଛି। ଟେକ୍ ଜଗତର କମ୍ପାନୀ ‘ଗୁଗୁଲ’ ଭାରତରେ ବ୍ୟାପକ ପୁଞ୍ଜି ନିବେଶ…

ଡିଜିଟାଲ୍ ଯୁଗରେ ବି କ୍ୟାଶ୍‌ର କମାଲ୍: ବଜାରରେ ୪୦ ଲକ୍ଷ କୋଟି ଅତିକ୍ରମ କଲା ନଗଦ ଟଙ୍କା

ନୂଆଦିଲ୍ଲୀ,୧୭।୨: ଦେଶରେ ଡିଜିଟାଲ୍ ପେମେଣ୍ଟ ବା UPI କାରବାରରେ ବ୍ୟାପକ ବୃଦ୍ଧି ପାଇବାରେ ଲାଗିଛି। ଏହାରି ମଧ୍ୟରେ ଭାରତୀୟ ଅର୍ଥନୀତିରେ ନଗଦ ଟଙ୍କାର ପ୍ରଚଳନ ଏକ ନୂଆ…

ଭାରତରେ ଶିଶୁଙ୍କ ପାଇଁ ବ୍ୟାନ୍ ହେବ ସୋସିଆଲ ମିଡିଆ: କେନ୍ଦ୍ର ସରକାରଙ୍କ ବଡ଼ ପଦକ୍ଷେପ

ନୂଆଦିଲ୍ଲୀ,୧୭।୨: ଭାରତରେ ଶିଶୁ ଏବଂ କିଶୋରମାନଙ୍କ ପାଇଁ ସୋସିଆଲ ମିଡିଆ ବ୍ୟବହାର ଉପରେ ଏକ ବଡ଼ କଟକଣା ଆସିବାକୁ ଯାଉଛି। କୋମଳମତି ପିଲାଙ୍କ ମାନସିକ ସ୍ୱାସ୍ଥ୍ୟ ଏବଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri