କର୍ନାଟକରେ ଶ୍ରମିକ ଦମ୍ପତି ମୃତ

ଭବାନୀପାଟଣା,୧୧।୮(ଡି.ଏନ୍‌.ଏ.): କର୍ନାଟକକୁ ଦାଦନ ଖଟିବାକୁ ଯାଇଥିବା କଳାହାଣ୍ଡି ଜିଲା ମହୁଲପାଟଣା ଗ୍ରାମର ଶଙ୍କର ସାହୁ (୩୫) ଓ ତାଙ୍କ ସ୍ତ୍ରୀ ରଶ୍ମିତା ସାହୁ (୩୦)ଙ୍କ ସେଠାରେ ମୃତ୍ୟୁ ଘଟିଛି। ଏହି ଘଟଣାକୁ ନେଇ ପରିବାର ଲୋକେ ହତ୍ୟା ଅଭିଯୋଗ ଆଣିଛନ୍ତି। ଅଭିଯୋଗ ଅନୁଯାୟୀ, ଥୁ. ରାମପୁର ବ୍ଲକ ମହୁଲପାଟଣା ଗାଁର ଶଙ୍କର ଓ ରଶ୍ମିତା ୭ ବର୍ଷ ତଳେ କର୍ନାଟକକୁ ଦାଦନ ଖଟିବାକୁ ଯାଇଥିଲେ । ସେଠାକାର ନାଗାମାନଗାଲା ତାଲୁକର ଭେଙ୍କଟେଶ୍ୱର ହେଚେରୀ ପ୍ରାଇଭେଟ ଲିମିଟେଡରେ ଉଭୟେ ଶ୍ରମିକ ଭାବେ କାର୍ଯ୍ୟ କାରୁଥିବାବେଳେ ବର୍ଷକର ଝିଅ ବନ୍ଦନାକୁ ଗାଁରେ ଛାଡ଼ି ଯାଇଥିଲେ । ଗତ ଅଗଷ୍ଟ ୩ ତାରିଖ ଦିନ ସେଠାରେ ରଶ୍ମିତାଙ୍କ ମୃତ୍ୟୁ ଘଟିଥିଲା ତେବେ ତାଙ୍କ ମୃତ୍ୟୁର କାରଣ ଜଣା ପଡ଼ି ନ ଥିବା ବେଳେ ଶୁକ୍ରବାର ଶଙ୍କରଙ୍କ ମଧ୍ୟ ସେଭଳି ମୃତ୍ୟୁ ଘଟିଥିଲା । ତେବେ ଏହି ଦୁଇଜଣଙ୍କୁ ବିଷ ଦେଇ ହତ୍ୟା କରାଯାଇଛି ବୋଲି ପରିବାର ଲୋକେ ଅଭିଯୋଗ କରିଛନ୍ତି । ବର୍ତ୍ତମାନ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ କରୁଛି । ଶଙ୍କରଙ୍କ ମୃତଦେହ ବ୍ୟବଚ୍ଛେଦ ପରେ ପୋଲିସ ଗାଁକୁ ପଠାଇଛି । ଏହି ଘଟଣାର ନିରପେକ୍ଷ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବାକୁ ଗ୍ରାମବାସୀ ଦାବି କରିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଶିଶୁ ଉଦ୍ୟାନ ହେଲାଣି ନିଶାଡ଼ିଙ୍କ ଆଡ୍ଡା: ଖୋଲାଖୋଲି ଚାଲିଛି ସିରପ୍‌ ନିଶା କାରବାର

ଅନୁଗୋଳ ଅଫିସ, ୧୦।୧ – ଅନୁଗୋଳ ସହରରେ ସିରପ୍‌ ନିଶା କାରବାର ବେଶ୍‌ ବଢ଼ିଯାଇଛି। ସହରରେ ଥିବା ବିଭିନ୍ନ ପାର୍କରେ ଦୈନିକ ପୁଳା ପୁଳା ସିରପ୍‌ ବୋତଲ...

ଚାକିରି ଦେବା ନାଁରେ ଦେଢ଼ଲକ୍ଷ ଠକେଇ

ଭୁବନେଶ୍ୱର,୭।୯(ବ୍ୟୁରୋ): ଏମ୍‌ସରେ ଚାକିରି ପାଇଁ ଘର ବନ୍ଧା ପକାଇ ଦେଢ଼ ଲକ୍ଷ ଟଙ୍କା ଋଣ କରିଥିଲେ ଖୋର୍ଦ୍ଧା ଜିଲା ଜଙ୍କିଆ ଅଚ୍ୟୁତପୁର ଗ୍ରାମର କାର୍ତ୍ତିକ କୁମାର...

ଯୁବତୀଙ୍କୁ ଗଣ ବଳାତ୍କାର: ସାମାଜିକ ଗଣମାଧ୍ୟମରେ ଭିଡିଓ ଭାଇରାଲ୍‌

ଝାରସୁଗୁଡ଼ା ଅଫିସ,୮।୫: ଝାରସୁଗୁଡ଼ା ବସ୍‌ଷ୍ଟାଣ୍ଡ ଆଖପାଖ ଅଞ୍ଚଳ ରେଲଓ୍ବେ ପୋଲିସ ଓ ଓଡ଼ିଶା ପୋଲିସ ଅଧୀନରେ ରହିଛି। ଅନେକ ସମୟରେ ଉଭୟ ପୋଲିସ ମଧ୍ୟରେ ସମନ୍ବୟ...

ଶ୍ବଶୁର ଘର ଗାଁରେ ଜ୍ବାଇଁର ମୃତ୍ୟୁ

କେସିଙ୍ଗା,୨୦।୫(ଡିଏନଏ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଶିରୋଲ ଗ୍ରାମ ପଞ୍ଚାୟତର ପୋଢ଼ଖମ୍ବ ଗ୍ରାମର ପିଡବ୍ଲୁଡି ମୁଖ୍ୟ ରାସ୍ତା ପାଶ୍ୱରେ କୈଳାଶ ମାଝି(୩୫) ନାମକ ଜଣେ ଟ୍ରାକ୍ଟର...

ବାର୍‌ହା ମାଂସ ଧରି ଆସୁଥିଲେ, ବାଟରେ ଘେରିଲା ବନ ବିଭାଗ

ଠାକୁରମୁଣ୍ଡା,୨୫ା୧୧(ଡି.ଏନ୍‌.ଏ.): ମୟୂରଭଞ୍ଜ ଜିଲା କରଞ୍ଜିଆ ବନଖଣ୍ଡ ସାତକୋଶିଆ ବନାଞ୍ଚଳ ଗୋଡ଼ଭଙ୍ଗା ଫରେଷ୍ଟ ସେକ୍ସନ ଅଧୀନ ଶିମିଳିପାଳ ସଂଲଗ୍ନ ଜଙ୍ଗଲର ତରଡିହା ନାଳବନ୍ଧ ନିକଟରୁ ଶିକାର କରି...

ଏହି ଜିଲାବାସୀଙ୍କୁ ଗଣେଶ ପୂଜା ମନା

ଛତ୍ରପୁର,୧୮।୮(ଡି.ଏନ.ଏ): ଆସନ୍ତା ଶନିବାର ପଡ଼ୁଛି ଗଣେଶ ପୂଜା। ଏହାକୁ ଆନନ୍ଦ, ଉଲ୍ଲାସର ସହ ପାଳନ କରିବାକୁ ଶ୍ରଦ୍ଧାଳୁମାନେ ଅନାଇ ବସିଛନ୍ତି। କିନ୍ତୁ ଚଳିତବର୍ଷ କରୋନା ମହାମାରୀ...

କନ୍ଧମାଳରେ ପ୍ରବଳରୁ ଅତିପ୍ରବଳ ବର୍ଷା: ଧୋଇଗଲା ଡାଇଭର୍ସନ, ଦାରିଙ୍ଗବାଡ଼ି-ଭବାନୀପାଟଣା-ତୁମୁଡ଼ିବନ୍ଧ ଯାତାୟାତ ଠପ୍‌

ଦାରିଙ୍ଗବାଡ଼ି/କୋଟଗଡ଼,୧୨।୮(ଡି.ଏନ୍‌.ଏ.): କନ୍ଧମାଳ ଜିଲାରେ ରବିବାର ସନ୍ଧ୍ୟାରୁ ପ୍ରବଳରୁ ଅତିପ୍ରବଳ ବର୍ଷା ହେଉଛି । ଫଳରେ ଜିଲାର ବିଭିନ୍ନ ଅଞ୍ଚଳ ଜଳମଗ୍ନ ସହ ରାସ୍ତା ଧୋଇଯିବା କାରଣରୁ...

ନାଉଗଁ। ବ୍ଲକରେ ଜିଲାପାଳଙ୍କ ଜନଶୁଣାଣି ଶିବିର

ନାଉଗଁ।,୧୨ା୧୧(ସ୍ବ.ପ୍ର.): ନାଉଗଁା ବ୍ଲକ ସମ୍ମିଳନୀ କକ୍ଷରେ ସୋମବାର ଜିଲାପାଳଙ୍କ ଯୁଗ୍ମ ଜନଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲାପାଳ ସଂଗ୍ରାମକେଶରୀ ମହାପାତ୍ର ଯୋଗଦେଇ ଅଭିଯୋଗ...

Advertisement
Archives

Model This Week