କର୍ନାଟକରେ ଗଞ୍ଜାମ ଶ୍ରମିକ ନିର୍ଯାତିତ

ଦିଗପହଣ୍ଡି,୨୭ା୧୧(ଡି.ଏନ.ଏ.) -କର୍ନାଟକର ଏକ କମ୍ପାନୀରେ ଗଞ୍ଜାମ ଜିଲାର ଶ୍ରମିକଙ୍କୁ ନିର୍ଯାତନା ଦିଆଯାଉଥିବା ଅଭିଯୋଗ ହୋଇଛି। ସେମାନଙ୍କୁ ସୋମବାରଠାରୁ ଖାଇବାକୁ ନ ଦେଇ ରହିଥିବା ଘର ତୁରନ୍ତ ଛାଡ଼ିବାକୁ କମ୍ପାନୀ କର୍ତ୍ତୃପକ୍ଷ ଚେତାବନୀ ଦେଇଛନ୍ତି। ଗଞ୍ଜାମ ଜିଲାପାଳ, ଜିଲା ଶ୍ରମ ଅଧିକାରୀ ଏଥିରେ ହସ୍ତକ୍ଷେପ କରିବାକୁ ବିଭିନ୍ନ ସାମାଜିକ ସଙ୍ଗଠନ ପକ୍ଷରୁ ସ୍ମାରକପତ୍ର ପ୍ରଦାନ କରାଯାଇଛି। କର୍ନାଟକର ୱାଡି ସହର ନିକଟରେ ଥିବା ଏକ ଘରୋଇ କମ୍ପାନୀରେ କାମ କରିବାକୁ ଦିଗପହଣ୍ଡି, ସାନଖେମୁଣ୍ଡି ଓ କୁକୁଡ଼ାଖଣ୍ଡି ବ୍ଲକ ଅଧୀନ ବିଭିନ୍ନ ଗାଁର ପ୍ରାୟ ୫୦ରୁ ଊର୍ଦ୍ଧ୍ୱ ଶ୍ରମିକ ଗତ ସେପ୍ଟେମ୍ବର ୨ ତାରିଖରେ ଯାଇଥିଲେ। କମ୍ପାନୀର ମ୍ୟାନେଜର ଶ୍ରମିକଙ୍କୁ ଦୈନିକ ୪ ଶହ ଟଙ୍କା ସହ ଖାଇବା, ରହିବା ଓ ପାନୀୟଜଳ ଯୋଗାଇଦେବା ପାଇଁ ଚୁକ୍ତି କରିଥିଲେ। ହେଲେ ଗତ ଅକ୍ଟୋବରରୁ ସେମାନଙ୍କୁ ମଜୁରି ମିଳିନାହିଁ ବୋଲି ଶ୍ରମିକ ମାନେ କହିଛନ୍ତି। ସୋମବାରରୁ କାମ ବନ୍ଦ ଥିବାରୁ କମ୍ପାନୀ କର୍ତ୍ତୃପକ୍ଷ ଖାଇବାକୁ ଦେଇ ନ ଥିବା ନିଲାଞ୍ଚଳ ସ୍ବାଇଁ, ସୁଦାମ ସେଠୀ, ରିଙ୍କୁ ସ୍ବାଇଁ, ଟୁଲୁ ବରାଡ, ରାଜା ବରାଡ଼, ଇ.ତୋଫାନ, ଟୁନା ପରିଡ଼ା, ଅଭି ନାହାକ, ନିରଞ୍ଜନ ବେହେରା, ମୋହନ ପଲେଇ, କଂଗ୍ରେସ ଜେନା, ରବି ଗମାଙ୍ଗ, ଜିତୁ ଭୋଳ, ସନ୍ତୋଷ ସେଠୀ ପ୍ରମୁଖ କହିଛନ୍ତି। ଏଥିସହ ବକେୟା ମଜୁରି ଟଙ୍କା ଦିଆଯିିବ ନାହିଁ ବୋଲି ମ୍ୟାନେଜର ଓ କ୍ୟାସିୟର କହିଛନ୍ତି। ମଙ୍ଗଳବାର ବକେୟା ମଜୁରୀ ପ୍ରଦାନ ଦାବିରେ ଶ୍ରମିକମାନେ କମ୍ପାନୀ ସମ୍ମୁଖରେ ଧାରଣାରେ ବସିଥିଲେ। କମ୍ପାନୀର ପଦସ୍ଥ କର୍ମଚାରୀମାନେ ପହଞ୍ଚି ଶୀଘ୍ର ମଜୁରି ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ଉତ୍ତେଜନା ଲାଗି ରହିଛି। କମ୍ପାନୀର କିଛି ଗୁଣ୍ଡା ଶ୍ରମିକଙ୍କୁ ଧମକ ଦେଇଥିବା ଅଭିଯୋଗ ହୋଇଛି। ଶ୍ରମିକଙ୍କ ପାଖରେ ପଇସା ନ ଥିବାରୁ ସେଠାରୁ ଆସିପାରୁନାହାନ୍ତିି। ବେଙ୍ଗାଲୁରସ୍ଥିତ କମ୍ପାନୀର ମୁଖ୍ୟ ଶାଖା କର୍ତ୍ତୃପକ୍ଷ ଶ୍ରମିକଙ୍କୁ ମଜୁରି ପ୍ରଦାନ କରୁ ନ ଥିବାରୁ ଏଭଳି ହେଉଥ୍‌ତ୍ବା ସ୍ଥାନୀୟ କମ୍ପାନୀ କର୍ତ୍ତୃପକ୍ଷ ଶ୍ରମିକଙ୍କୁ କହୁଛନ୍ତି। ଜିଲା ପ୍ରଶାସନ ଓ ଶ୍ରମ କାର୍ଯ୍ୟାଳୟ କର୍ତ୍ତୃପକ୍ଷ ଏଥିପ୍ରତି ଦୃଷ୍ଟି ଦେଇ ଶୀଘ୍ର ପଦକ୍ଷେପ ନେବାକୁ ଶ୍ରମିକଙ୍କ ପରିବାର ଲୋକେ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚା’ ପିଇ କଲେଜକୁ ଫେରୁଥିଲେ, ଧକ୍କା ଦେଲା ସ୍ପିଡ ବାଇକ୍‌; ଡାକ୍ତରୀ ଛାତ୍ରୀ ଗୁରୁତର

ବଲାଙ୍ଗୀର,୧୪।୨ -( ସୁନିଲ କୁମାର ମହାନ୍ତି) ବଲାଙ୍ଗୀର ସହର ଭିଆଇପି ରାସ୍ତା ତଥା ଭାଗିରଥି ଛକରୁ ସର୍କିଟ ହାଉସ୍ ରାସ୍ତାରେ ଜଣେ ସ୍ପିଡ ବାଇକ ଆରୋହୀଙ୍କ ଧକ୍କାରେ…

ପ୍ରେମ ବିବାହ କରିଥିବା ଯୁବକଙ୍କୁ ଅପହରଣ, ବାପାଙ୍କ ନାଁରେ ଥାନାରେ ଏତଲା ଦେଲେ ଝିଅ

ତୁମୁଡିବନ୍ଧ,୧୪ା୨(ଦୀପକ କୁମାର ପରାସେଠ)- ଭଲପାଇ ପ୍ରେମ ବିବାହ କରିଥିବା ଜଣେ ଯୁବକଙ୍କୁ ଅପହରଣ କରାଯାଇଛି। କନ୍ଧମାଳ ଜିଲାର ଏହି ଯୁବକ ପୁରୀ ଜିଲାର ଏକ ଗ୍ରାମରେ ଡାକ…

ଏପିଓଙ୍କୁ ତାଗିଦ କରିବାରୁ ବିଡିଓଙ୍କ ନାମରେ ଏତଲା, ତଦନ୍ତ ନିର୍ଦ୍ଦେଶ ଦେଲେ ଗଞ୍ଜାମ ଜିଲାପାଳ

ଦିଗପହଣ୍ଡି,୧୪।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କାର୍ଯ୍ୟାଳୟ ଅତିରିକ୍ତ କାର୍ଯ୍ୟକ୍ରମ ଅଧିକାରୀ (ଏପିଓ) ଅରୁଣ କୁମାର ସ୍ବାଇଁ ଦୀର୍ଘଦିନ ହେଲା କାର୍ଯ୍ୟରେ ଅବହେଳା କରିଆସୁଛନ୍ତି।ନିଶାସକ୍ତ…

୩ ଦିନ ବ୍ୟବଧାନରେ ପୁଣି ବୁଲିଲା ଖଣ୍ଡା, ଫୁଟିଲା ଗୁଳି; ବୈଶିଙ୍ଗାରେ ବଢୁଛି ଅସମାଜିକ ବ୍ୟକ୍ତିଙ୍କ ଦୌରାତ୍ମ୍ୟ 

ବୈଶିଙ୍ଗା,୧୦।୨(ରତନ ଦାଶ): ମୟୂରଭଞ୍ଜ ଜିଲ୍ଲାର ବୈଶିଙ୍ଗା ଥାନା ଅଞ୍ଚଳ ଅଶାନ୍ତ ହୋଇଉଠିଛି। ଶୁକ୍ରବାର ୮  ଜଣ କୁଖ୍ୟାତ ଆନ୍ତଃରାଜ୍ୟ ଡ଼କାୟତଙ୍କୁ ବିଭିନ୍ନ ମାରଣାସ୍ତ୍ର ସହ ଧରି କୋର୍ଟ…

ନାଇକସାହିରେ ବ୍ୟାପୁଛି ଜଣ୍ଡିସ: ୯ ବର୍ଷୀୟ ଶିଶୁ ମୃତ,ଗ୍ରାମବାସୀଙ୍କ ମଧ୍ୟରେ ଆତଙ୍କ…

ବଞ୍ଚୋ, ୧୪ା୨(ପ୍ରଦୋଷ କୁମାର ବିଶ୍ୱାଳ): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ବଞ୍ଚୋ ପଞ୍ଚାୟତର ନାଇକସାହିରେ ଜଣ୍ଡିସ ରୋଗ ବ୍ୟାପିବାରୁ ଗ୍ରାମବାସୀଙ୍କ ମଧ୍ୟରେ ଆତଙ୍କ ଦେଖାଦେଇଛି। ଶୁକ୍ରବାର ୯ବର୍ଷୀୟ…

୮୦ ଲକ୍ଷ ବ୍ୟୟରେ ନିର୍ମିତ ପାନୀୟଜଳ ପ୍ରକଳ୍ପ ଅଚଳ, ଆନ୍ଦୋଳନ କରିବାକୁ ଚେତାବନୀ ଦେଲେ…

ଦିଗପହଣ୍ଡି,୧୪।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ସହଦେବ ଟିକରପଡ଼ା ପଞ୍ଚାୟତ ଫାସିବନ୍ଧ ଗ୍ରାମରେ ଗତ ୨୦୧୯-୨୦ ଆର୍ଥିକ ବର୍ଷରେ ବସୁଧା ଯୋଜନାରେ ପ୍ରାୟ ୮୦…

ଓଡ଼ିଶା ସୀମାନ୍ତ ଗ୍ରାମରେ ଆନ୍ଧ୍ର ପକ୍ଷରୁ କିଷାନ କାର୍ଡ ଲାଗି ଚାଲିଛି ସର୍ଭେ, ହାତ ବାନ୍ଧି ବସିଛି ପଟ୍ଟାଙ୍ଗି ବ୍ଲକ ପ୍ରଶାସନ  

ପଟ୍ଟାଙ୍ଗି,୧୪।୨(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ତଥା ଓଡିଶା ଅଧୀନରେ ରହିଥିବା କୋଟିଆ ପଞ୍ଚାୟତର ସୀମାନ୍ତ ମାଡକାର ଗ୍ରାମରେ ପଡୋଶୀ ଆନ୍ଧ୍ର କରୁଛି ପିଏମ୍…

କେନ୍ଦୁଝର ଜିଲାରେ ବ୍ୟାପୁଛି ଜଣ୍ଡିସ

ବଞ୍ଚୋ,୧୪।୨(ପ୍ରଦୋଷ କୁମାର ବିଶ୍ୱାଳ): କେନ୍ଦୁଝର ଜିଲା ହାଟଡିହି ବ୍ଲକ ଅଧୀନ ବଞ୍ଚୋ ପଞ୍ଚାୟତ ନାଇକସାହିରେ ଜଣ୍ଡିସ ରୋଗ ବ୍ୟାପିବାରେ ଲାଗିଛି। ଏନେଇ ଗ୍ରାମବାସୀ ଭୟଭିତ ହୋଇପଡିଛନ୍ତି। ଅନ୍ୟପକ୍ଷେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri