କର୍କଟ ରୋଗରେ ପୀଡ଼ିତ କାଞ୍ଚନ: ଅର୍ଥାଭାବରୁ ହୋଇପାରୁନି ଚିକିତ୍ସା

ବିଞ୍ଝାରପୁର,୨୩ା୫(ଡି.ଏନ.ଏ.): ବିଞ୍ଝାରପୁର ବ୍ଲକ  ଘଣ୍ଟିଆଳି ଗ୍ରାମର ୬୩ ବର୍ଷିୟା ବୃଦ୍ଧା କାଞ୍ଚନ ଦେଈଙ୍କ ପାଇଁ ସରକାରୀ ଯୋଜନା ଅପହଞ୍ଚ ହୋଇଛି। ତାଙ୍କ ସ୍ବାମୀ ନଟବର ପ୍ରଧାନ (୭୦) ବର୍ଷରେ ମଜୁରି ଲାଗି ପରିବାର ଚଳାଉଛନ୍ତି। କାଞ୍ଚନ ଏକ ବର୍ଷ ହେବ କର୍କଟ ରୋଗରେ ପୀଡିତ ହୋଇଛନ୍ତି। ମାତ୍ର ଟଙ୍କା ନ ଥିବାରୁ ତାଙ୍କ ଚିକିତ୍ସା ହୋଇ ପାରୁନାହିଁ। କାଞ୍ଚନ କର୍କଟ ରୋଗରେ ପୀଡିତ ଥିବା ଜାଣି ଗ୍ରାମର କେତେଜଣ ବ୍ୟକ୍ତି ସହାୟତା କରିଥିଲେ। ସେହି ଅର୍ଥରେ ସେ କଟକରେ ଯାଇ ଚିକିତ୍ସିତ ହେଉଥିଲେ। ହେଲେ ଅର୍ଥ ସରିଯିବାରୁ ଏବେ ଘରକୁ ଫେରି ଆସିଛନ୍ତି। କାଞ୍ଚନ କିମ୍ବା ତାଙ୍କ ପରିବାର ବିଜୁ ସ୍ବାସ୍ଥ୍ୟ ବୀମାରେ ଅନ୍ତର୍ଭୁକ୍ତ ହୋଇ ନ ଥିବାରୁ ଏବେ କର୍କଟ ଭଳି ରୋଗର ଚିକିତ୍ସା କରାଇ ପାରୁନାହାନ୍ତି। ବଡ଼ କଥା ହେଉଛି କାଞ୍ଚନଙ୍କ ବୟସ ୬୦ ଟପି ସାରିଥିଲେ ବି ତାଙ୍କୁ ବାର୍ଦ୍ଧକ୍ୟ ଭତ୍ତା ମିଳିନାହିଁ। ସେହିପରି ପ୍ରଧାନମନ୍ତ୍ରୀ ଆବାସ ଓ ବିଜୁ ପକ୍କାଘର ଖଣ୍ଡେ ମଧ୍ୟ ପାଇ ପାରି ନାହାନ୍ତି। କାଞ୍ଚନଙ୍କ ଚିକିତ୍ସା ପାଇଁ ଗ୍ରାମବାସୀ ମୁଖ୍ୟମନ୍ତ୍ରୀ, ସ୍ଥାନୀୟ ବିଧାୟିକା ପ୍ରମିଳା ମଲ୍ଲିକ ଓ ଜିଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ସରକାରୀ ସହାୟତା ନ ମିଳିଲେ କାଞ୍ଚନଙ୍କ ଚିକିତ୍ସା କରାଇବା ଅସମ୍ଭବ ବୋଲି ତାଙ୍କ ସ୍ବାମୀ ନଟବର ପ୍ରକାଶ କରିଛନ୍ତି। ଏ ଦିଗରେ ଜିଲା ପ୍ରଶାସନ ଦୃଷ୍ଟି ଦେବାକୁ ଗ୍ରାମବାସୀ ନିବେଦନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସ୍ତ୍ରୀଙ୍କୁ ବାଡ଼େଇ ହତ୍ୟା ଘଟଣା: ଅଭିଯୁକ୍ତ ସ୍ବାମୀଙ୍କୁ ୧୦ବର୍ଷ ଜେଲ

ଯାଜପୁର ରୋଡ, ୨।୮(ନି.ପ୍ର.): ୨୦୧୫ ମସିହାରେ ଯାଜପୁର ରୋଡ ଥାନା ଅନ୍ତର୍ଗତ ଦାନଗଦି ନୂଆଗାଁ ଗ୍ରାମର କୁନା ସିଂ ସ୍ତ୍ରୀ ରଜନୀ ମୁଣ୍ଡାଙ୍କୁ ବାଡେଇ ହତ୍ୟା...

ସେଦିନର ବିଭୀଷିକାକୁ ଭୁଲିନାହାନ୍ତି ବରୀବାସୀ

ବରୀ,୨୯ା୮(ଡି.ଏନ.ଏ.): ୨୦୨୦ ଅଗଷ୍ଟ ମହାବନ୍ୟାର କରାଳ ରୂପକୁ ବର୍ଷେ ପରେ ବି ବରୀବାସୀ ଭୁଲି ପାରିନାହାନ୍ତି। ବ୍ରାହ୍ମଣୀ ଓ ଖରସ୍ରୋତା ନଦୀରେ ୧୦ରୁ ଊର୍ଦ୍ଧ୍ୱ ଘାଇ...

ମିଳିଲା ନାହିଁ ଜଳ ନମୁନା ପରୀକ୍ଷା ରିପୋର୍ଟ

ଯାଜପୁର ଅଫିସ,୧୯ା୧୦: ରାଜ୍ୟର ସହରାଞ୍ଚଳ ଏବଂ ଗ୍ରାମାଞ୍ଚଳରେ ଥିବା ୧୦ ହେକ୍ଟରରୁ ଊର୍ଦ୍ଧ୍ୱ ଜଳାଶୟକୁ ପ୍ରଦୂଷଣମୁକ୍ତ କରିବାକୁ ସରକାର ପଦକ୍ଷେପ ନେଇଛନ୍ତି। ନ୍ୟାଶନାଲ ଗ୍ରୀନ ଟ୍ରିବ୍ୟୁନାଲ(ଏନ୍‌ଜିଟି)ରେ...

ଯଥାର୍ଥତା ରିପୋର୍ଟକୁ ନେଇ ଦ୍ୱନ୍ଦ୍ୱ

ଯାଜପୁର ଅଫିସ,୧।୬: ହାୱାଡା-ଚେନ୍ନାଇ ମୁଖ୍ୟ ରେଳଲାଇନରେ ଥିବା ଯାଜପୁର-କେନ୍ଦୁଝର ରୋଡ ଷ୍ଟେଶନର ନାମ ପରିବର୍ତ୍ତନ ପ୍ରସ୍ତାବ ଚୂଡ଼ାନ୍ତ ହୋଇ ପାରିନାହିଁ। ଯାଜପୁର ଜିଲା ପ୍ରଶାସନ ପକ୍ଷରୁ...

ଭଦ୍ରକ କରୋନା ସଂକ୍ରମିତଙ୍କ ସମ୍ପର୍କୀୟ ଜିନ୍ଦଲ କାରଖାନାର ଶ୍ରମିକ: ୫ ଜଣଙ୍କୁ ସଙ୍ଗରୋଧରେ ରଖିଛି କମ୍ପାନୀ

ଯାଜପୁର ଅଫିସ,୨୨ା୪: କଳିଙ୍ଗନଗର ଜିନ୍ଦଲ ଷ୍ଟେନଲେସ ଲିମିଟେଡ କାରଖାନାରେ ଜଣେ କାର୍ଯ୍ୟରତ ଶ୍ରମିକ ଭଦ୍ରକ ଜିଲା ଭଣ୍ଡାରିପୋଖରୀ ଅଞ୍ଚଳରେ ଚିହ୍ନଟ ହୋଇଥିବା କରୋନା ଆକ୍ରାନ୍ତଙ୍କ ନିକଟ...

କର୍ତ୍ତବ୍ୟରତ ଜିଆରଏସ୍‌ଙ୍କୁ ପୋଲିସର ଲାଠିମାଡ଼

ଯାଜପୁର ଅଫିସ/ବରୀ(ସ୍ବ.ପ୍ର.),୨୭ା୪:  ଯାଜପୁର ଜିଲା ବରୀ ବ୍ଲକ କଳାମାଟିଆ ବ୍ୟାଙ୍କ ଛକ ନିକଟରେ ସୋମବାର ବରୀ ଥାନାର ଜଣେ କନଷ୍ଟେବଳ ବରୀ ବ୍ଲକ କାର୍ଯ୍ୟାଳୟର ଜଣେ...

ହାସ୍ୟ ଅଭିନେତା ଶିବୁ ଦାଦାଙ୍କ ପରଲୋକ

ଯାଜପୁର ଟାଉନ,୬ା୧ (ଡି.ଏନ.ଏ.): ଯାଜପୁର ଜିଲାର ଜଣେ ଜଣାଶୁଣା ହାସ୍ୟ ଅଭିନେତା ଦେବାଶିଷ ବୋଷ ଓରଫ ଶିବୁଦାଦାଙ୍କ ମଙ୍ଗଳବାର ପରଲୋକ ହୋଇଯାଇଛି ା ତାଙ୍କୁ ୪୨...

ଶିଳ୍ପ ଗଡ଼ରେ ଭୋକ

ଯାଜପୁର ଜିଲାର କଳିଙ୍ଗନଗର ଶିଳ୍ପାଞ୍ଚଳ ତଥା ଦାନଗଦି ଓ ସୁକିନ୍ଦା ବ୍ଲକରେ ଶିଳ୍ପ ଗଢ଼ିଉଠିଲେ ବିକାଶର ନୂତନ ଧାରା ସୃଷ୍ଟି ହେବ। ଲୋକଙ୍କ ମୌଳିକ ସମସ୍ୟାର...

Advertisement
Archives

Model This Week