କରୋନା ସହ ଲଢିବାକୁ ୪୧ ଆଫ୍ରିକୀୟ ଦେଶରେ ରହିଛି ୨ ହଜାରରୁ କମ୍‌ ଭେଣ୍ଟିଲେଟର!

ଓ୍ବାକାଣ୍ଡା,୧୯।୪: କରୋନା ଭାଇରସ ଏବେ ଆଫ୍ରିକା ମହାଦେଶରେ ପ୍ରବେଶ କରିବା ଆରମ୍ଭ କରିଛି। ହେଲେ ସବୁଠାରୁ ଚିନ୍ତାର ବିଷୟ ଏହାର ଅନେକ ଦେଶରେ କରୋନା ସହ ଲଢିବାକୁ ଚିକିତ୍ସା ସୁବିଧା ନାହିଁ। ଏମିତିକି ପାଖାପାଖି ୪୧ ଆଫ୍ରିକୀୟ ଦେଶରେ ୨ ହଜାରରୁ କମ୍‌ ଭେଣ୍ଟିଲେଟର ରହିଥିବା କୁହାଯାଉଛି। ଆଉ ପ୍ରାାୟ ୧୦ ଦେଶରେ ଆଦୌ ଭେଣ୍ଟିଲେଟର ନାହିଁ। ଦକ୍ଷିଣ ସୁଦାନରେ ଯେତିକି ରାଷ୍ଟ୍ରପତି ରହିଛନ୍ତି ତାଠାରୁ କମ୍‌ ସଂଖ୍ୟାରେ ଭେଣ୍ଟିଲେଟର ରହିଛି ବୋଲି କୁହାଯାଉଛି। ୧କୋଟି ୧୦ଲକ୍ଷ ଜନସଂଖ୍ୟା ବିଶିଷ୍ଟ ସୁଦାନରେ ୫ ରାଷ୍ଟ୍ରପତି ରହିଛନ୍ତି ହେଲେ ଏଠାରେ ଭେଣ୍ଟିଲେଟର ସଂଖ୍ୟା ୪। ସେହିପରି ସେଣ୍ଟ୍ରାଲ ଆଫ୍ରିକାନ ରିପବ୍ଲିକର ୫୦ ଲକ୍ଷ ଜନସଂଖ୍ୟାରେ ରହିଛି ୩ ଭେଣ୍ଟିଲେଟର। ତେଣୁ ଏହି ସଂଖ୍ୟାକୁ ଦେଖି ଆଫ୍ରିକୀୟ ଦେଶରେ କରୋନା ଚିକିତ୍ସାକୁ ନେଇ ଚିନ୍ତା ବଢି ଯାଇଛି। କେବଳ ସେତିକି ନୁହେଁ ଆଫ୍ରିକାର ଅଧିକାଂଶ ସ୍ଥାନରେ ସ୍ବଚ୍ଛ ପାନୀୟ ଜଳ ମିଳିବା ମଧ୍ୟ କଷ୍ଟକର ବ୍ୟାପାର। ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନର ରିପୋର୍ଟ ଅନୁଯାୟୀ, ୪୧ ଆଫ୍ରିକୀୟ ଦେଶରେ ଆଇସିୟୁ ବେଡ୍‌ ସଂଖ୍ୟା ମଧ୍ୟ ୫ ହଜାରରୁ କମ୍‌ ରହିଛି। ୟୁରୋପୀୟ ଦେଶରେ ୧୦ ଲକ୍ଷ ଲୋକଙ୍କ ପାଇଁ ୪ ହଜାର ବେଡ୍‌ ଥିବା ବେଳେ ଆଫ୍ରିକୀୟ ଦେଶରେ ୧୦ ହଜାର ଲୋକଙ୍କ ପାଇଁ କେବଳ ୫ଟି ବେଡ୍‌ ରହିଥିବା କହିଛି ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ। ଯଦି ଆଫ୍ରିକୀୟ ଦେଶରେ କରୋନା ପ୍ରବଶେ କରିବ ତେବେ ସେଠାରେ ଅତିକମରେ ୩ ଲକ୍ଷ ଲୋକଙ୍କ ମୃତ୍ୟୁ ହେବ ବୋଲି ଅନୁମାନ କରାଯାଇଛି। ଯଦି ସଂକ୍ରମଣକୁ ରୋକାଯାଇ ନ ପାରିଲା ତେବେ ପାଖାପାଖି ୩୩ ଲକ୍ଷ ଲୋକଙ୍କ ମୃତ୍ୟୁ ଆଶଙ୍କା କରାଯାଉଛି। ମିଳିଥିବା ସୂଚନାରୁ ଜଣାପଡିଛି କି ଏପର୍ଯ୍ୟନ୍ତ ଆଫ୍ରିକାର କିଛି ଦେଶକୁ ଲକ୍‌ ଡାଉନ କରି ଦିଆଯାଇଥିବାରୁ ସେଠାରେ ଏପର୍ଯ୍ୟନ୍ତ କରୋନା ସଂକ୍ରମଣ ହୋଇପାରିନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

Ananya Raj Death: ୩୫ ବର୍ଷରେ ଅଭିନେତ୍ରୀ ଅନନ୍ୟା ରାଜଙ୍କ ପରଲୋକ, ମାସେ ପରେ ସାମ୍ନାକୁ ଆସିଲା ଖବର

ମୁମ୍ବାଇ,୧୬।୮: ଅଭିନେତ୍ରୀ ତଥା ସୋସିଆଲ ମିଡିଆ ଷ୍ଟାର ଅନନ୍ୟା ରାଜଙ୍କ ୩୫ ବର୍ଷ ବୟସରେ ଦେହାନ୍ତ ହୋଇଛି । ତାଙ୍କ ମୃତ୍ୟୁର ପ୍ରାୟ ଏକ ମାସ ପରେ…

ଛକରେ କଫସିରପ ବିକ୍ରି ବେଳେ ମାଡିବସିଲା ସୋହେଲା ପୋଲିସ, ୩ ଗିରଫ

ସୋହେଲା,୧୬।୮(ଅଶ୍ୱିନୀ ପାତ୍ର): ବରଗଡ଼ ଜିଲା ସୋହେଲା ପୋଲିସ ଆଜି ବାଉଁସେନମୁରା ଗ୍ରାମ ପଂଚାୟତ ଅନ୍ତର୍ଗତ କେନ୍ଦବାହାଲ ରାସ୍ତାରେ ପେଟ୍ରୋଲିଂ ସମୟରେ ତିନିଜଣ କଫସିରପ ବ୍ୟବସାୟୀଙ୍କୁ ଗିରଫ କରି…

ଅନ୍ଧାରିଆ ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ; ମାଡ଼ିବସିଲା ଝରିଗାଁ ପୋଲିସ, ଜବତ କଲା…

ଝରିଗାଁ,୧୬।୮(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ନିକଟସ୍ଥ ହୁଣ୍ଡାରଧଡକି ଜଙ୍ଗଲ ନିକଟରେ ଜୁଆ ଖେଳ ଚାଲିଥିବା ବେଳେ ରବିବାର ସନ୍ଧ୍ୟାରେ ଝରିଗାଁ ପୋଲିସ ତରଫରୁ ଅତର୍କିତ…

ଖେମୁଣ୍ଡି ଫୁଟବଲ ଟୁର୍ନାମେଣ୍ଟ: ବ୍ରହ୍ମପୁରର ନଟରାଜ ଟିମ୍‌ ଚାମ୍ପିୟନ

ଦିଗପହଣ୍ଡି,୧୬।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି ସ୍ପୋର୍ଟିଂ କ୍ଲବ ଏବଂ ଏନଏସି କାର୍ଯ୍ୟାଳୟର ମିଳିତ ଆନୁକୁଲ୍ୟରେ ପବିତ୍ର ସ୍ବାଧୀନତା ଦିବସ ଅବସରରେ ସ୍ଥାନୀୟ…

BJPକୁ ବଡ଼ ଝଟକା! ଦଳ ଛାଡିଲେ ଏହି ଅଭିନେତା, ମଞ୍ଚ ଉପରୁ ଘୋଷଣା କରି ଚମକାଇଦେଲେ

ତିରୁଭାନନ୍ତପୁରମ୍‌,୧୬।୮: କେରଳରେ ଭାଜପାକୁ ବଡ଼ ଝଟକା ଲାଗିଛି । ଅଭିନେତା ତଥା କେରଳ ଭାଜପାର ଉପାଧ୍ୟକ୍ଷ ଏସ୍‌. ଦେବନ ଦଳର ଉପାଧ୍ୟକ୍ଷ ପଦ ସହ ପ୍ରାଥମିକ ସଦସ୍ୟତାରୁ…

ଜଳପ୍ରପାତରେ ଗାଧୋଉଥିବା ବେଳେ ଖସିପଡ଼ିଲେ ଶିକ୍ଷକ, ତାପରେ….

ବରଗଡ଼,୧୬।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ଥାନା ଅଞ୍ଚଳରେ ଥିବା ପର୍ଯ୍ୟଟନସ୍ଥଳୀ ବାରବଖରା ଜଳପ୍ରପାତରେ ରବିବାର ଏକ ଅଭାବନୀୟ ଘଟଣା ଘଟିଛି । ଏହି ଜଳପ୍ରପାତରେ ଗାଧୋଉଥିବା…

ବର୍ଷାରେ ଧସିଲା ଗାର୍ଡ଼ ୱାଲ୍‌, ନଦୀକୂଳ ବାସୀ ଭୟଭିତ

ଆଳି,୧୬।୮(ବନମାଳୀ ସେନାପତି): କେନ୍ଦ୍ରାପଡ଼ା ଜିଲା ଆଳି ରିଙ୍ଗ ବନ୍ଧର ବଉଳଯୋଡି ନିକଟରେ ଥିବା ସଲୁଇସ୍‌ ଗେଟର ଗାର୍ଡ ୱାଲ୍‌ ବର୍ଷା ଯୋଗୁ ଧସି ଯାଇଛି। ଗାର୍ଡୱାଲ ଧସିବା…

ଦିନ ଦ୍ବିପ୍ରହରରେ ଆତଙ୍କ ମଚାଇଲେ ଦୁର୍ବୃତ୍ତ, ଦିବ୍ୟାଙ୍ଗଙ୍କ ଘର କବାଟ ଭାଙ୍ଗି ଲୁଟିନେଲେ…

ଦାରିଙ୍ଗବାଡି,୧୬।୮(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ସିମନବାଡି ପଞ୍ଚାୟତ କାରିପାଙ୍ଗା ସାହିରେ ରବିବାର ଦିନ ଦ୍ବିପ୍ରହରରେ ଏକ ଲୁଟ୍ ଘଟଣା ସମଗ୍ର ଅଞ୍ଚଳରେ ଆତଙ୍କ ସୃଷ୍ଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri