କରୋନା ସଚେତନତା ଲାଗି ବୌଦ୍ଧ ଜିଲା ପ୍ରଶାସନର ଅଭିନବ ଉଦ୍ୟମ

ବୌଦ୍ଧ, ୧୯ା୪(ସ୍ବ.ପ୍ର.): କରୋନା ସଂକ୍ରମଣ ସମ୍ପର୍କରେ ସଚେତନତା ଓ ଲକଡାଉନ ନିୟମ ପାଳନ କରିବା ପାଇଁ ଜିଲା ପ୍ରଶାସନ ପକ୍ଷରୁ ଅଭିନବ ଉଦ୍ୟମ ଆରମ୍ଭ ହୋଇଛି। ବୌଦ୍ଧ ଗଙ୍ଗାଧର ସ୍ବେଛାସେବୀ ସମିତିର ସଦସ୍ୟମାନଙ୍କ ଦ୍ୱାରା ପ୍ରସ୍ତୁତ ସଚେତନତା ଧର୍ମୀ କ୍ଷୁଦ୍ର ପଥପ୍ରାନ୍ତ ନାଟକ ଜରିଆରେ ଲୋକଙ୍କୁ ସଚେତନ କରାଯାଉଛି। ଏଥିସହିତ ଯମରାଜଙ୍କ ଦ୍ୱାରା ଆଇନ ଉଲ୍ଲଂଘନକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି। ଗଙ୍ଗାଧର ସ୍ବେଛାସେବୀ ସମିତିର ପ୍ରତିଷ୍ଠାତା ଇନ୍ଦ୍ରମଣି ମେହେରଙ୍କ ଦ୍ୱାରା ରଚିତ ଓ ନିର୍ଦ୍ଦେଶିତ କ୍ଷୁଦ୍ର ପଥପ୍ରାନ୍ତ ନାଟକକୁ ବାଉଁଶୁଣୀ ଥାନା ଅଞ୍ଚଳର ବିଭିନ୍ନ ଛକରେ ପ୍ରଦର୍ଶନ କରାଯାଇ ମାସ୍କ ବ୍ୟବହାର, ସାମାଜିକ ଦୂରତା ରକ୍ଷା, ହାତଧୋଇବା ସମ୍ପର୍କରେ ସଚେତନତା ସୃଷ୍ଟି କରାଯାଇଛି। ଏହି ନାଟକରେ ଇନ୍ଦ୍ରମଣି ମେହେର ଯମରାଜ ଭୂମିକାରେ ଅଭିନୟ କରିଥିବାବେଳେ ଗୋପାଳ ମେହେର, ମିନୁ ପ୍ରସାଦ ମିଶ୍ର ଓ ସୁଦର୍ଶନ ହୋତା ବିଭିନ୍ନ ଚରିତ୍ରରେ ଅଭିନୟ କରିଛନ୍ତି। ଏହି ଅବସରରେ ମାସ୍କ ବ୍ୟବହାର କରୁ ନ ଥିବା ଓ ସାମାଜିକ ଦୂରତା ରକ୍ଷା କରୁ ନ ଥିବା ଲୋକଙ୍କୁ ଯମରାଜ ଅର୍ଥଦଣ୍ଡରେ ଦଣ୍ଡିତ କରିଥିଲେ। ଏଥିସହିତ ପୋଲିସ କର୍ମଚାରୀମାନେ ରସିଦ ଦେଇ ଜିଲା ରେଡକ୍ରସ ପାଣ୍ଠି ପାଇଁ ଅର୍ଥ ସଂଗ୍ରହ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଓପିଜିସି କାର୍ଯ୍ୟାଳୟ ସମ୍ମୁଖରେ ମହିଳାଙ୍କ ଧାରଣା: ପ୍ରତିଶ୍ରୁତି ପରେ ଆନ୍ଦୋଳନ ପ୍ରତ୍ୟାହୃତ

  ଲଖନପୁର,୧୪ା୯(ଡି.ଏନ୍‌.ଏ.): ଓପିଜିସିର ଇବ୍‌ଥର୍ମାଲ ପ୍ରକଳ୍ପ ଦ୍ୱାରା ବିସ୍ଥାପିତ ବନହରପାଲି ଗ୍ରାମବାସୀ ବିଭିନ୍ନ ସମସ୍ୟାକୁ ନେଇ ବାରମ୍ବାର କମ୍ପାନୀ କର୍ର୍ତ୍ତୃୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିଆସୁଛନ୍ତି। ହେଲେ...

କୋର୍ଟରୁ ଫାଇଲ୍‌ ଚୋରି: ଅଭିଯୁକ୍ତ ଅଟକ, ତଦନ୍ତ ଆରମ୍ଭ

ବାଲେଶ୍ୱର ଅଫିସ,୨୧।୧୨: ବାଲେଶ୍ୱର ସିଭିଲ ଜଜ୍‌ ଜୁନିୟର ଡିଭିଜନ୍‌ (ମୁନସିଫ୍‌) କୋର୍ଟର ନିର୍ବାଚନ ମିସ୍‌ କେସ୍‌ (ନଂ. ୧୬/୧୭)ର ଫାଇଲ୍‌ ଚୋରି ହୋଇଯାଇଥିବା ଶନିବାର ଜଣାପଡ଼ିଥିଲା।...

କୋଇଡ଼ା ଗୁଳିକାଣ୍ଡର ତଦନ୍ତ

ଟେନ୍‌ସା, ୨୮।୨(ଡି.ଏନ୍‌.ଏ.): ସୁନ୍ଦରଗଡ଼ ଜିଲା କୋଇଡ଼ା ଥାନା ଅନ୍ତର୍ଗତ ମାଲଦାରେ ରବିବାର ରାତିରେ ଘଟିଥିବା ଗୁଳିକାଣ୍ଡ ଘଟଣାର ତଦନ୍ତ ଜାରି ରହିଛି। ସୋମବାର ରାଉରକେଲାରୁ ସାଇଣ୍ଟିଫିକ୍‌...

ହାତୀ ନେଲା ଚାଷୀଙ୍କ ଜୀବନ

ଢେଙ୍କାନାଳ ଅଫିସ,୩୦।୪: ଢେଙ୍କାନାଳ ଜିଲା ସଦର ଥାନା ଅନ୍ତର୍ଗତ ଗୋବିନ୍ଦପୁର ଫାଣ୍ଡି ବଳଦିଆବନ୍ଧ ପଞ୍ଚାୟତ କୁରମଟାଙ୍ଗର ଗ୍ରାମରେ ରବିବାର ହାତୀ ଆତଙ୍କ ଦେଖାଦେଇଛି। ଦନ୍ତା ଆକ୍ରମଣରେ...

ବ୍ୟାରିକେଡ୍‌ ଡେଉଁଛନ୍ତି ଅମାନିଆ: ତାଗିଦ୍‌ କରିବାରୁ ବିଡିଓଙ୍କୁ ଦୁର୍ବ୍ୟବହାର

ଆର.ଉଦୟଗିରି,୧୫ା୭(ଡି.ଏନ୍‌.ଏ.)-ଗଜପତି ଜିଲା ଆର୍‌.ଉଦୟଗିରି ପଞ୍ଚାୟତର ଜଣେ ଆୟୁଷ ଡ଼ାକ୍ତର, ସ୍ବାସ୍ଥ୍ୟକର୍ମୀ ଓ ହୋମ୍‌ଗାର୍ଡ କରୋନା ସଂକ୍ରମିତ ହେବାପରେ ସେମାନେ ରହୁଥିବା ପଞ୍ଚାୟତର ୩ ସାହିକୁ ୭ଦିନ...

ଲକ୍‌ଡାଉନ ପରେ ବୋଲରମାନେ ଲୟକୁ ଫେରିବା କଷ୍ଟକର: ଲି

ମୁମ୍ବାଇ,୨୭।୫(ପି.ଟି.): ଲକ୍‌ଡାଉନ ଉଠିବା ପରେ ବୋଲରମାନେ ସେମାନଙ୍କ ଲୟ ଫେରିପାଇବା ପାଇଁ ସଂଘର୍ଷ କରିବେ ଓ ଏହା କଷ୍ଟକର ବୋଲି ପୂର୍ବତନ ଅଷ୍ଟ୍ରେଲିଆ ଦ୍ରୁତ ବୋଲର...

ଭୁବନେଶ୍ୱରରେ ପୁଣି କଟକଣା

ଭୁବନେଶ୍ୱର, ୫।୫(ବ୍ୟୁରୋ): ତୃତୀୟ ପର୍ଯ୍ୟାୟ ଲକ୍‌ଡାଉନ୍‌ ଜାରି ରହିଛି। ଖୋର୍ଦ୍ଧା ଜିଲାକୁ ରବିବାର ଅରେଞ୍ଜ ଜୋନ୍‌ ଭାବେ ଘୋଷଣା କରାଯାଇଥିଲେ ମଧ୍ୟ ରାଜଧାନୀ ଭୁବନେଶ୍ୱରକୁ ରେଡ୍‌...

ଦୁଇ ଯୁବକଙ୍କୁ ଅପହରଣ: ଜଣେ ଉଦ୍ଧାର, ଅନ୍ୟଜଣଙ୍କ ପତ୍ତା ମିଳୁନି

ପାଟପୁର,୨୭ା୫- ପାଟପୁର ଥାନା ଟି.ଗୋବିନ୍ଦପୁର ପଞ୍ଚାୟତ ଶ୍ରୀରାମନଗର ଗ୍ରାମରୁ ୨ ଜଣ ଯୁବକକୁ ଶନିବାର ଅପରାହ୍ନରେ ଅପହରଣ କରାଯାଇଥିଲା। ଜଣଙ୍କୁ ହାତଗୋଡ ବନ୍ଧାବେଳେ ଗ୍ରାମବାସୀ ରବିବାର...

Advertisement
Archives

Model This Week