କରୋନା ସକାଶେ ଆଜି ସବୁ ପୌରାଞ୍ଚଳ ଓ୍ବାର୍ଡରେ ବୈଠକ

ଭୁବନେଶ୍ୱର,୨୧ା୩(ବ୍ୟୁରୋ): ସହରାଞ୍ଚଳ ଲୋକଙ୍କୁ କରୋନା ସଂକ୍ରାନ୍ତରେ ସଚେତନ କରିବା ପାଇଁ ଶନିବାର ସବୁ ପୌରାଞ୍ଚଳର ପ୍ରତ୍ୟେକ ଓ୍ବାର୍ଡରେ ବୈଠକ ଅନୁଷ୍ଠିତ ହେବ। ଏ ସଂକ୍ରାନ୍ତରେ ରାଜ୍ୟ ସରକାର ସମସ୍ତ ମହାନଗର ନିଗମ ଏବଂ ପୌରସଂସ୍ଥାଗୁଡିକୁ ଶୁକ୍ରବାର ଚିଠି ଲେଖିଛନ୍ତି। ଏ ବାବଦରେ ଗୃହ ଓ ନଗର ଉନ୍ନୟନ ବିଭାଗ ତରଫରୁ ପଠାଯାଇଥିବା ନିର୍ଦ୍ଦେଶନାମା ଅନୁଯାୟୀ, ଶନିବାର ପୂର୍ବାହ୍ନ ୧୦ଟାରେ ଓ୍ବାର୍ଡ ଅଫିସରମାନେ ନିଜ ଅଞ୍ଚଳରେ ବୈଠକ ଡାକିବେ। ବୈଠକରେ ପୂର୍ବତନ ଏବଂ ବର୍ତ୍ତମାନର କର୍ପୋରେଟର ଏବଂ କାଉନ୍ସିଲରମାନେ ଯୋଗଦେବା ସହିତ ସାଧାରଣ ଲୋକମାନେ ସାମିଲ ହୋଇ ନିଜ ନିଜର ମତାମତ ରଖିପାରିବେ। ଯଦି ଲୋକ ସଂଖ୍ୟା ଅଧିକ ହୁଏ, ତେବେ ସେମାନଙ୍କୁ ବିଭିନ୍ନ ଦଳରେ ବିଭକ୍ତ କରାଯାଇ ଆଲୋଚନା କରିବାକୁ କୁହାଯାଇଛି। ରାଜ୍ୟ ସରକାର ଜାରି କରିଥିବା ନିର୍ଦ୍ଦେଶାବଳୀକୁ ଓ୍ବାର୍ଡ ଅଫିସରମାନେ ସମସ୍ତଙ୍କୁ ଜଣାଇବେ। କରୋନା ସଚେତନତା ନେଇ ପୌରସଂସ୍ଥା ସହିତ ସାଧାରଣ ଲୋକମାନଙ୍କୁ ଯେପରି ଜଡିତ କରାଯାଇପାରିବ ସେନେଇ ମଧ୍ୟ ବୈଠକରେ ସୂଚନା ଦିଆଯିବ। ସୁରୁଖୁରୁରେ ବୈଠକ କରିବାକୁ ପୌରସଂସ୍ଥା କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ଏ ସମ୍ପର୍କିତ ଏକ ମାର୍ଗଦର୍ଶିକା ପଠାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ଫଣ୍ଡକୁ ୨୫ ଲକ୍ଷ ଟଙ୍କା ଦାନ କଲେ ଲତା

ମୁମ୍ବାଇ,୩୧।୩: କରୋନା ଯୁଦ୍ଧରେ ଜିତିବାକୁ ସମସ୍ତଙ୍କର ଚେଷ୍ଟା ଜାରି ରହିଛି। କରୋନା ମୁକାବିଲା ପାଇଁ ବଳିଉଡ୍‌ର ବହୁ ସେଲିବ୍ରିଟି ସହଯୋଗର ହାତ ବଢାଇଥିବା ବେଳେ ମଙ୍ଗଳବାର...

ଚାନ୍ଦବାଲି ଗାଁକୁ ପଶିଲା ଜୁଆର ପାଣି: ନଦୀକୂଳବାସୀ ଆତଙ୍କିତ, ଖରିଫ ଫସଲ ବାଧାପ୍ରାପ୍ତ ହେବା ଆଶଙ୍କା

ଆରଡି, ୨ା୭(ଡି.ଏନ.ଏ.)-ବଙ୍ଗୋପସାଗରରେ ଲଘୁଚାପ ଅବପାତ ରୂପ ନେବା ପରେ ଚାନ୍ଦବାଲି ଜିଲାରେ ଲଗାଣବର୍ଷା ଲାଗି ରହିଛି। ଚାନ୍ଦବାଲି ବ୍ଲକରେ ସର୍ବାଧିକ ବର୍ଷା ହୋଇଛି। ମଙ୍ଗଳବାର ଅମାବାସ୍ୟା...

ଖଣିରେ ଚଢ଼ାଉ ବେଳେ ଚଢ଼ିଗଲା ଟ୍ରକ୍‌: ଶ୍ରମିକ ମୃତ, ୧୫ ପାୱାରଟିଲର, ୧ ଜେସିବି ଜବତ

ଖୋର୍ଦ୍ଧା ଅଫିସ,୧।୨: ଖୋର୍ଦ୍ଧା ପୋଲିସ ଜିଲା ଜଙ୍କିଆ ଥାନାର ଅଁଳାଯୋଡି ମାଙ୍କଡାପଥର ଖଣି ଉପରେ ଶୁକ୍ରବାର ଚଢ଼ାଉ ସମୟରେ ଟ୍ରକ ଚଢ଼ି ଯିବାରୁ ଜଣଙ୍କର ମୃତ୍ୟୁ...

ପ୍ରଦର୍ଶନୀ ପଡ଼ିଆରେ ପତାକା ଉତ୍ତୋଳନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୫।୮(ବ୍ୟୁରୋ): କରୋନା କଟକଣା ମଧ୍ୟରେ ସମଗ୍ର ଦେଶ ୭୪ତମ ସ୍ବାଧୀନତା ଦିବସ ପାଳନ କରୁଛି। ଶନିବାର ସକାଳେ କରୋନା କଟକଣା ମଧ୍ୟରେ ଭୁବନେଶ୍ୱର ୟୁନିଟ୍‌-୩ ପ୍ରଦର୍ଶନୀ...

CORONAVIRUS UPDATE: ରାଜ୍ୟରେ ସୁସ୍ଥ ହେଲେ ଆଉ ୧୮୬ ଆକ୍ରାନ୍ତ, ମୋଟ ସୁସ୍ଥଙ୍କ ସଂଖ୍ୟା ୩ ,୭୨୦ରେ ପହଞ୍ଚିଲା

ଭୁବନେଶ୍ୱର,୨୧।୬(ବ୍ୟୁରୋ): ରାଜ୍ୟରେ ଆଉ ୧୮୬ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଫଳରେ ମୋଟ ସୁସ୍ଥଙ୍କ ସଂଖ୍ୟା ୩ ହଜାର ୭୨୦ରେ ପହଞ୍ଚିଛି। ଏନେଇ ରାଜ୍ୟ...

କୋର୍ଟ, ସରକାରଙ୍କ ନିର୍ଦ୍ଦେଶ ମାନୁନାହାନ୍ତି ଘରୋଇ ହସ୍ପିଟାଲ

ଭୁବନେଶ୍ୱର,୨୦।୭(ବ୍ୟୁରୋ): ଘରୋଇ ହସ୍ପିଟାଲରେ ରୋଗୀଙ୍କୁ ଲୁଟ କରାଯାଉଛି। ଏପରି କି ମୃତ୍ୟୁ ପରେ ମଧ୍ୟ ଟଙ୍କା ନ ଦେଲେ ମୃତଦେହ ଛଡ଼ା ଯାଉନାହିଁ। ଦୀର୍ଘ ସମୟ...

ଶ୍ରୀମନ୍ଦିରରେ ଏଏସ୍‌ଆଇ ଡିଜି: ମରାମତି କାର୍ଯ୍ୟର ତଦାରଖ କଲେ

ପୁରୀ ଅଫିସ, ୨୪ା୧୨: ଭାରତୀୟ ପ୍ରତ୍ନତାତ୍ତ୍ବିକ ସର୍ବେକ୍ଷଣ ସଂସ୍ଥା (ଏଏସ୍‌ଆଇ) ମହାନିର୍ଦ୍ଦେଶକ (ଡିଜି) ଉଷା ଶର୍ମା ସୋମବାର ଶ୍ରୀମନ୍ଦିର ପରିଦର୍ଶନ କରିଛନ୍ତି। ଅପରାହ୍ନରେ ଶର୍ମା ସିଂହଦ୍ୱାରରେ...

ଭିଡ଼ିଓ ମାଧ୍ୟମରେ କରୋନା ସଚେତନତା ବାର୍ତ୍ତା ଦେଉଛନ୍ତି ଶାହାରୁଖ, ଅକ୍ଷୟ

ମୁମ୍ବାଇ: ବଲିଉଡ୍‌ ବାଦଶାହା ଶାହାରୁଖ ଖାଁ କରୋନା ଭାଇରସ ସଂକ୍ରମଣକୁ ନେଇ ସଚେତନତା ବାର୍ତ୍ତା ଦେଇଛନ୍ତି। କରୋନା ଭାଇରସ ଏବେ ମହାମାରୀରେ ପରିଣତ ହୋଇଥିବା ବେଳେ...

Coronavirus Update


Archives

Model This Week

Why Dharitri