କରୋନା ସଂକ୍ରମଣ ରୋକିବାକୁ ରାସାୟନିକ ପଦାର୍ଥ ଚିହ୍ନଟ, ଔଷଧ ପ୍ରସ୍ତୁତିରେ ହୋଇପାରେ ସହାୟକ

ଟେନିସି: କରୋନା ଭାଇରସ୍‌ କ୍ଷୀପ୍ର ବେଗରେ ବଢ଼ିଚାଲିଥିବାରୁ ଏହାକୁ କେମିତି ରୋକାଯାଇପାରିବ ସେନେଇ ବୈଜ୍ଞାନିକମାନେ ରାତିଦିନ ଲାଗିଛନ୍ତି। ଏଥିପାଇଁ ବୈଜ୍ଞାନିକମାନେ ବିଶ୍ୱର ଦ୍ରୁତତମ ସୁପର କମ୍ପ୍ୟୁଟର ଶିଖର ସମ୍ମିଳନୀର ସାହାଯ୍ୟ ନେଇଛନ୍ତି। ଏହା ୭୭ଟି ରାସାୟନିକ ପଦାର୍ଥକୁ ଚିହ୍ନଟ କରିଛି। ଯାହା କରୋନା ଭୂତାଣୁ ସଂକ୍ରମଣକୁ ରୋକିବାରେ ସକ୍ଷମ ହେବ। ଏଥିରୁ ଭ୍ୟାକ୍ସିନ୍‌ ବା ଟିକା ତିଆରି କରିବାରେ ସହାୟକ ହୋଇପାରେ। ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ବେସ୍‌ ସୁପର କମ୍ପ୍ୟୁଟର ୭୭ ରାସାୟନିକ ପଦାର୍ଥକୁ ଚିହ୍ନଟ କରିଛି। ଯାହା କରୋନା ଭାଇରସ୍‌ ଶରୀରର ଅନ୍ୟ କୋଷକୁ ବିସ୍ତାର କରିବାରେ ରୋକିଥାଏ। ଓକ୍‌ ରିଜ୍‌ ନ୍ୟାଶନାଲ ଲାବୋରେଟୋରି ପକ୍ଷରୁ କୁହାଯାଇଛି ଏହା ତୁରନ୍ତ ଯନ୍ତ୍ରଣା ମୁକ୍ତ କରୁଥିବା ଔଷଧ ପ୍ରସ୍ତୁତି କରିବାରେ ସାହାଯ୍ୟ କରିବ।
ଟେନିସି ସ୍ଥିତ ଓକ୍‌ ନ୍ୟାଶନାଲ ଲାବୋରେଟୋରି ଅନୁଯାୟୀ, ଏହି ଭାଇରସ୍‌ ବା ଭୂତାଣୁ ଶରୀରର ବାହାର କୋଷିକାକୁ ପ୍ରଭାବିତ କରିଥାଏ। ଏହି ଟିକା ଏହାକୁ ଚିହ୍ନଟ କରିବ। ଗବେଷକ ମିକୋଲସ୍‌ ସ୍ମିଥ୍‌ କୁହନ୍ତି, କରୋନା ଭାଇରସ୍‌ ଚିହ୍ନିବା ପାଇଁ ମଡେଲ ପ୍ରସ୍ତୁତ କରାଯାଉଛି। ସୁପର କମ୍ପ୍ୟୁଟର ୮୦୦୦ରୁ ଅଧିକ ଯୌଗିକ ଚିହ୍ନଟ କରିଛି। ଏହି ପ୍ରୋଟିନ୍‌ ଜୀବାଣୁକୁ ପ୍ରତିରୋଧ କରିଥାଏ। ଏହା ସଂକ୍ରମିତ କୋଷଗୁଡ଼ିକୁ ବନ୍ଦ କରିବାରେ ସକ୍ଷମ ଅଟେ। ସୁପର କମ୍ପ୍ୟୁଟର ସମ୍ମିଳନୀ ବିଶ୍ୱର ସମସ୍ୟା ସମାଧାନ ପାଇଁ ଡିଜାଇନ କରାଯାଇଛି । ଆମେରିକାର ଶକ୍ତି ବିଭାଗ ୨୦୧୪ରେ ଶିଖର ସମ୍ମିଳନୀରେ କାମ ଆରମ୍ଭ କରିଥିଲା। ଏହି ସୁପର କମ୍ପ୍ୟୁଟର ଦ୍ରୁତତମ ଲାପ୍‌ଟପ ଅପେକ୍ଷା ୧୦ ମିଲିୟନ ଗୁଣ ଅଧିକ ଶକ୍ତିଶାଳୀ। ବର୍ତ୍ତମାନ ଅନୁସନ୍ଧାନକାରୀ ଦଳ ଏହି ୭୭ଟି ରାସାୟନିକ ପଦାର୍ଥକୁ ଶିଖର ସମ୍ମିଳନୀରେ ପରୀକ୍ଷା କରିବେ ଏବଂ କରୋନା ବିଲୋପ ପାଇଁ ସର୍ବୋତ୍ତମ ମଡେଲ ସୃଷ୍ଟି କରିବେ ବୋଲି ଗବେଷକ ସ୍ମିଥ୍‌ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

ଭୂକମ୍ପ ଝଟ୍‌କାରେ ଥରିଲା ଜମ୍ମୁ-କଶ୍ମୀରରୁ ନେଇ ଦିଲ୍ଲୀ, ଭୟରେ ଘରୁ ବାହାରକୁ ଦୌଡ଼ିଲେ ଲୋକେ…

ନୂଆଦିଲ୍ଲୀ,୩।୪: ଭାରତର ରାଜଧାନୀ ଦିଲ୍ଲୀ-ଏନ୍‌ସିଆର (Delhi-NCR), ଜମ୍ମୁ-କାଶ୍ମୀର ଏବଂ ଚଣ୍ଡିଗଡ଼ ସମେତ ଉତ୍ତର ଭାରତର ବିଭିନ୍ନ ସ୍ଥାନରେ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଜମ୍ମୁ-କାଶ୍ମୀରରେ ପରସ୍ପର…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

ଆଦେଶ ପାଳନ କଲେ ଜିଲାପାଳ, ପିଛିଲା ତାରିଖ ପକାଇ ୨୧ ଦିନ ପରେ ଅର୍ଡର ପ୍ରେରଣ

କେନ୍ଦୁଝର/ହାଟଡିହୀ,୩l୪(ନରେଶ ଚନ୍ଦ୍ର ପଟ୍ଟନାୟକ/ଶୁଭକାନ୍ତ ନାୟକ):ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ଧାର୍ଯ୍ୟ ସମୟରେ ପାଳନ ନ କରିବା ଫଳରେ ଅଦାଲତ ଅବମାନନା ମାମଲା ଦାୟର ହେବା ଏବଂ ଏ ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri