କରୋନା ଯୋଦ୍ଧାଙ୍କ ପାଇଁ ଗୀତ ଗାଇଲେ ମାଧୁରୀ

ମୁମ୍ବାଇ: କରୋନା ସଂକ୍ରମଣକୁ ନେଇ ସାରା ଦେଶରେ ଲକ୍‌ଡାଉନ ଚାଲିଛି। ଏହି ସମୟରେ ଘରେଥିବା ଲୋକେ ସୁରକ୍ଷିତ ରହିଛନ୍ତି। କାରଣ କରୋନା ଯୋଦ୍ଧା ହସ୍ପିଟାଲରେ ଓ ରାସ୍ତା ଉପରେ ରହି ଆମକୁ ସୁରକ୍ଷା ଦେଉଛନ୍ତି। ଏହି କରୋନା ଯୋଦ୍ଧାଙ୍କ ଉଦ୍ଦେଶ୍ୟରେ ବଲିଉଡ୍‌ ଧକ୍‌ଧକ୍‌ ଗର୍ଲ ମାଧୁରୀ ଦିକ୍ଷିତ ତାଙ୍କର ପ୍ରଥମ ଗୀତ ସମର୍ପିତ କରିଛନ୍ତି। ମାଧୁରୀଙ୍କ ଗୀତ ‘କ୍ୟାଣ୍ଡେଲ’ ଏବେ ସୋସିଆଲ ମିଡିଆରେ ରିଲିଜ ହୋଇଛି। ମାଧୁରୀ ଜଣେ ଭଲ ଅଭିନେତ୍ରୀ ଓ ଡ୍ୟାନ୍ସର ହୋଇଥିବା ବେଳେ ସେ ଯେ ଜଣେ ଭଲ ଗାୟିକା ତାହା ଏହି ଗୀତରୁ ଜଣାପଡିଛି। କିଛିଦିନ ତଳେ ତାଙ୍କ ଜନ୍ମଦିନ ଅବସରରେ ମାଧୁରୀ ଘୋଷଣା କରିଥିଲେ କି ତାଙ୍କ ଗୀତ କ୍ୟାଣ୍ଡେଲ ଖୁବ୍‌ଶୀଘ୍ର ରିଲିଜ୍‌ ହେବ। ଯାହାକି କରୋନା ଯୋଦ୍ଧାଙ୍କୁ ସମର୍ପିତ କରାଯାଇଛି। ଆଉ ଏହା ରିଲିଜ୍‌ ହେବା ପରେ ଏବେ ଏହା ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ମାଧୁରୀ ନିଜେ ଇନଷ୍ଟାଗ୍ରାମରେ ଏହି ଗୀତକୁ ଶେୟାର କରିବା ସହ ଲେଖିଛନ୍ତି, ଖୁସି ଲାଗୁଛି, ଉତ୍ସାହିତ ବି ଅଛି କିନ୍ତୁ ସାମାନ୍ୟ ନର୍ଭସ ବି ଲାଗୁଛି। ଏହା ମୋର ପ୍ରଥମ ଗୀତ ଆଶା କରୁଛି ଆପଣମାନଙ୍କୁ ପସନ୍ଦ ଆସିବ। ଫେସବୁକ ଓ ଇନଷ୍ଟାଗ୍ରାମରେ ଏହା ରିଲିଜ କରାଯାଇଛି, ଭାବୁଛି ଆପଣମାନଙ୍କୁ ଏହା ଭଲ ଲାଗିବ।


ଏହାକୁ ନେଇ ବଲିଉଡ୍‌ ନିର୍ଦ୍ଦେଶକ ତଥା ମାଧୁରୀଙ୍କ ଜଣେ ଭଲ ବନ୍ଧୁ କରନ ଜୋହର ଏଥିପାଇଁ ଧକ୍‌ଧକ୍‌ ଗର୍ଲଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସେ କହିଛନ୍ତି ମାଧୁରୀଙ୍କ ଭଳି ଜଣେ ଟ୍ୟାଲେଣ୍ଟେଡ ବନ୍ଧୁ କ’ଣ ନ କରିପାରିବେ। କରନ ଆହୁରି ମଧ୍ୟ ଲେଖିଛନ୍ତି, ‘ଦ ଓ୍ବାର୍ଲଡ ଅଫ୍‌ ମ୍ୟୁଜିକ ଓ୍ବେଲକମ୍ସ ୟୁ ମାଧୁରୀ!’କ୍ରିସ୍‌ ଆକ୍ଟର ହ୍ରିତିକ ରୋଶନ ମଧ୍ୟ ଏହି ଗୀତ ଶୁଣିବା ପରେ ମାଧୁରୀଙ୍କର ଖୁବ୍‌ ପ୍ରଶଂସା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘ଗୋଲମାଲ’ ଭଳି ଫିଲ୍ମ ପସନ୍ଦ କରନ୍ତି ୟାମି

ମୁମ୍ବାଇ: ବଲିଉଡ୍‌ ନାୟିକା ୟାମି ଗୌତମ ଖୁବ୍‌ଶୀଘ୍ର ବଡ ପରଦାରେ ନଜର ଆସିବେ। ଅପ୍‌କମିଙ୍ଗ ଫିଲ୍ମ ‘ବାଲା’କୁ ନେଇ ସେ ଖୁବ୍‌ ଉତ୍ସାହିତ ଅଛନ୍ତି। ହେଲେ...

ଜୟ ଜଗନ୍ନାଥ, ରସଗୋଲା ଆମର…

ଭୁବନେଶ୍ୱର,୨୬।୧୦(ବ୍ୟୁରୋ): ରସଗୋଲା କାହାର? ଓଡ଼ିଶାର ନା ପଶ୍ଚିମବଙ୍ଗର? ଏହାକୁ ନେଇ ପୂର୍ବରୁ ଅନେକ ବିତର୍କ ହୋଇଆସୁଛି। ଗୋଟିଏ ପଟେ ଓଡ଼ିଶାବାସୀ ରସଗୋଲା ଆମର ବୋଲି କହୁଥିବା...

ଏନ୍‌ସିବିରେ ହାଜର ହେଲେ ସାରା

ମୁମ୍ବାଇ,୨୬ା୯: ‌ ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରେ ପଚରାଉଚରା  ପାଇଁ ଅଭିନେତ୍ରୀ ସାରା ଅଲ୍ଲୀ ଖାନ୍ ନାର୍କୋଟିକ୍ସ ସେଣ୍ଟ୍ରାଲ ବ୍ୟୁରୋ (ଏନ୍‌ସିବି)ରେ ହାଜର ହୋଇଛନ୍ତି।...

ଏଠାରେ ରହିଛି ନେହା କକ୍କରଙ୍କ ବିଳାସପୂର୍ଣ୍ଣ ବଙ୍ଗଳା, ଫଟୋ ଭାଇରାଲ

ମୁମ୍ବାଇ: ବଲିଉଡ୍‌ ଗାୟିକା ନେହା କକ୍କର ଏବଂ ତାଙ୍କ ସ୍ବାମୀ ରୋହନପ୍ରୀତ୍‌ ସିଂହଙ୍କ ଯୋଡ଼ି ମ୍ୟୁଜିକ୍‌ ଇଣ୍ଡଷ୍ଟ୍ରିରେ ବେଶ୍‌ ପ୍ରସିଦ୍ଧ। ଦୁଇଜଣଙ୍କର ଅନେକ ଫ୍ୟାନ୍‌ ଫଲୋଅର୍ସ...

ଚର୍ଚ୍ଚାରେ ତାରାଙ୍କ ଫଟୋ ଶୁଟ୍‌

ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ ତାରା ସୁତାରିଆଙ୍କ ଫ୍ୟାଶନ ସେନ୍ସ ୟଙ୍ଗଷ୍ଟରଙ୍କୁ ବେଶ ପସନ୍ଦ । ସେ ସବୁବେଳେ ନୂଆ ନୂଆ ଲୁକ୍ସ ନିଜ ଉପରେ ଟ୍ରାଏ...

ସଜେଇ ହେଇଛି ବରୁଣ-ନତାଶାଙ୍କ ବିବାହ ମଣ୍ଡପ, କିଛି ସମୟ ପରେ ନେବେ ସାତଫେରା

ମୁମ୍ବାଇ: ଅଭିନେତା ବରୁଣ ଧାଓ୍ବନ ଏବଂ ନତାତା ଦଲାଲଙ୍କ ବିବାହ ଆଜି ଅର୍ଥାତ୍‌ ରବିବାର ଅନୁଷ୍ଠିତ ହେବ। ଏନେଇ ସଜେଇ ହୋଇଛି ବିବାହ ମଣ୍ଡପ। ପଣ୍ଡିତ...

ଏହି ପ୍ରସିଦ୍ଧ ଅଭିନେତାଙ୍କ ନାଁରେ ସ୍ତ୍ରୀ ଆଣିଲେ ପ୍ରତାରଣା ଅଭିଯୋଗ

ଅଭିନେତା ନୱାଜୁଦ୍ଦିନ ସିଦ୍ଦିକିଙ୍କ ନାଁରେ ତାଙ୍କ ସ୍ତ୍ରୀ ଆଲିଆ ବଳାତ୍କାର ଓ ପ୍ରତାରଣା ଅଭିଯୋଗ ଆଣିଛନ୍ତି। ମୁମ୍ବାଇର ଭର୍ସୋଭା ପୋଲିସ ଷ୍ଟେଶନରେ ସେ ଲିଖିତ ଅଭିଯୋଗ...

କବିତା ଲେଖୁଛନ୍ତି ଜାହ୍ନବୀ

ଏବେ ତ କରୋନା ଆତଙ୍କରେ ସମଗ୍ର ବିଶ୍ୱ ଆତଙ୍କିତ। ତେଣୁ ଲକ୍‌ଡାଉନ୍‌ ସମୟରେ କେବଳ ସାଧାରଣ ଜନତା ନୁହନ୍ତି, କଳାକାର ମଧ୍ୟ ନିଜକୁ ଘର ଭିତରେ...

Advertisement
Archives

Model This Week