କରୋନା ଭୟ: ଗାଁ ଜଗିଛନ୍ତି ଚାନ୍ଦିପୋଷର ଚାନ୍ଦମଣି

ରାଉରକେଲା ଅଫିସ, ୧ା ୪ – ଆଦିବାସୀ ବହୁଳ ସୁନ୍ଦରଗଡ ଜିଲା ଚାନ୍ଦିପୋଷ ଥାନା ଅନ୍ତର୍ଗତ ଏରଗେଡା ବାସିନ୍ଦା ଚାନ୍ଦମଣି ସାଣ୍ଡିଲ। ଚାଷୀ ପରିବାରର ଏହି ଉଚ୍ଚ ଶିକ୍ଷିତ ଝିଅ ବେଶ ସ୍ବାସ୍ଥ୍ୟ ସଚେତନ। ଗ୍ରାମାଞ୍ଚଳରେ ଯେମିତି କରୋନା ଭୂତାଣୁ ନ ପଶେ ସେଥିପାଇଁ ସେ ଅଣ୍ଟା ଭିଡିଛନ୍ତି । ଆଦିବାସୀ ଗଁାର ଅନେକ ସୀମାନ୍ତ ଅଞ୍ଚଳ ତଥା ଜଙ୍ଗଲ ମୁଲକରୁ ରାଜ୍ୟ ବାହାରେ କାମ କରୁଥିବା ଯୁବତୀଯୁବକଙ୍କ ସଂଖ୍ୟା କିଛି କମ୍‌ ନୁହେଁ। ଏବେ ଏମାନଙ୍କ ମଧ୍ୟରୁ କରୋନା ଭୟରେ ଅନେକେ ଗଁାକୁ ଫେରି ଆସିଛନ୍ତି। ଯେଉଁମାନଙ୍କ ମଧ୍ୟରୁ ଅନେକ ନାମ ପଞ୍ଜୀକରଣ କରୁ ନାହାନ୍ତି, କିମ୍ବା ସ୍ବାସ୍ଥ୍ୟ ପରୀକ୍ଷା ପାଇଁ ଯାଉ ନାହାନ୍ତି ଏମାନଙ୍କ ଠିକଣା ସଂଗ୍ରହ କରୁଛନ୍ତି ଚାନ୍ଦମଣି। ଡାକ୍ତର ଡାକି ପରୀକ୍ଷା କରାଉଛନ୍ତି। ଗଁା ଲୋକଙ୍କ ମନରୁ ଭୟ ଦୂର କରୁଛନ୍ତି। ଆବଶ୍ୟକ ପଡିଲେ ଡାକ୍ତରଙ୍କ ପରାମର୍ଶ କ୍ରମେ ଘରେ କ୍ୱାରାଣ୍ଟାଇନରେ ରହିବାକୁ କହୁଛନ୍ତି। ନିକଟରେ ଚେନ୍ନାଇରୁ ଫେରିଥିବା ଜଣେ ଯୁବତୀ ଓ ଯୁବକଙ୍କୁ ନେଇ ସମ୍ପୃକ୍ତ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଥିଲା। ଯୁବତୀଙ୍କୁ ଡାକ୍ତରୀ ପରୀକ୍ଷା ପରେ ୧୪ଦିନ ଘରୁ ନ ବାହାରିବାକୁ ପରାମର୍ଶ ଦିଆଯାଇଛି। ଅନୁରୂପଭାବେ ସେହି ଅଞ୍ଚଳର ଅନ୍ୟ ଜଣେ ଯୁବକଙ୍କୁ ଘରେ ରହିବାକୁ ପରାମର୍ଶ ସତ୍ତ୍ୱେ ସେ ଏହାକୁ ପାଳନ ନ କରି ଗଁାରେ ଖୋଲା ବିଚରଣ କରିଥିଲେ, ଯାହାକୁ ନେଇ ଗଁାରେ ଭୟର ବାତାବରଣ ସୃଷ୍ଟି ହୋଇଥିଲା। ଖବର ପାଇ ଚାନ୍ଦମଣି ଡାକ୍ତରୀ ଟିମ୍‌ ଡାକି ସମ୍ପୃକ୍ତ ଯୁବକଙ୍କୁ ଆଇସୋଲେଶନ ସେଣ୍ଟରକୁ ପଠାଇଥିଲେ। ଜଙ୍ଗଲ ମୁଲକରେ ବସବାସ କରୁଥିବା ଲୋକେ କରୋନା ନେଇ ସେତେଟା ସଚେତନ ନୁହନ୍ତି। ଏମିତି ଅବସ୍ଥାରେ ଚାନ୍ଦମଣି ଏହା ଉପରେ ସମ୍ପୂର୍ଣ୍ଣ ନଜର ରଖିଛନ୍ତି। ଏହା କେବଳ ମୋର ଦାୟିତ୍ୱ ନୁହେଁ, ଏନେଇ ସମସ୍ତଙ୍କୁ ସଚେତନ ହେବାକୁ ପଡିବ। ସରକାରଙ୍କ ନୀତି ନିୟମ ମାନିବାକୁ ପଡିବ। ତେବେ ଯାଇ ଆମେ କରୋନା ଭଳି ଭୟାବହ ସଂକ୍ରମଣକୁ ପ୍ରତିରୋଧ କରି ପାରିବା ବୋଲି କହିଛନ୍ତି ଚାନ୍ଦମଣି।


Enter your email to get our daily news in your inbox.

All Right Reserved By Dharitri.Com

ଡିଜିଟାଲ ଯୁଗରେ ମନ୍ଦିରରେ ବସିଛନ୍ତି କ୍ୟାସଲେସ ଭିକାରୀ, କ୍ୟୁଆର କୋଡ୍ ସ୍କାନ କରି ପେମେଣ୍ଟ….

ପାରଳାଖେମୁଣ୍ଡି,୧୫।୨(ଗିରିଧାରୀ ପରିଛା): ଡିଜିଟାଲ ଯୁଗରେ ବର୍ତ୍ତମାନ ଭିକାରୀମାନେ ମଧ୍ୟ କ୍ୟାସଲେସ ବିଧି ଆପଣାଇଲେଣି । ଏପରି କିଛି ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହୋଇଥାଏ ।…

ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ ଉଦଯାପିତ, ଆଧ୍ୟାତ୍ମିକ ଜ୍ଞାନ ସଂପର୍କରେ ଜନ ସମାଜକୁ…

ଭଞ୍ଜନଗର,୧୫।୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ରହ୍ମକୁମାରୀ ଇଶ୍ୱରୀୟ ବିଶ୍ଵବିଦ୍ୟାଳୟ ଶାଖା ପକ୍ଷରୁ ଗତ ୨ ତାରିଖରୁ ବାହାରିଥିବା ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ କାର୍ଯ୍ୟକ୍ରମ…

ନୂଆ ଦାୟିତ୍ବ ଦେଲେ ନବୀନ, ଗଜପତି ଜିଲା ବିଜେଡି ମହିଳା ସଭାପତି ହେଲେ ସଂଯୁକ୍ତା ବେହେରା

ଗଜପତି,୧୫।୨(ଗିରିଧାରୀ ପରିଛା): ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଜପତି ଜିଲା ମହିଳା ବିଜେଡି ସଭାପତି ଭାବେ ସଂଯୁକ୍ତା ବେହେରାଙ୍କୁ ମନୋୟନ କରିଛନ୍ତି ।…

ନକଲି ମାଓବାଦୀ ପୋଷ୍ଟର ମାମଲାରେ ଦୁଇ ଗିରଫ, ସ୍କାନରରେ ଅଛନ୍ତି….

ରାୟଗଡ଼ା,୧୫/୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡାରୁ ଦୁଇ ନକଲି ମାଓବାଦୀଙ୍କୁ ଗିରଫ କରିଛି ରାୟଗଡ଼ା ପୋଲିସ । ଏହି ଦୁଇଜଣଙ୍କ ମଧ୍ୟରୁ ଜଣେ ସାମ୍ବାଦିକ ଓ ଅନ୍ୟଜଣେ ବଳୀ…

ଜୟଦୂର୍ଗା ଫାଉଣ୍ଡେସନ ଟ୍ରଷ୍ଟ ଅଧ୍ୟକ୍ଷା ଗିରଫ ମାମଲା; ଖୋଲୁଛି ଗୁମର, ଚାକିରି ଦେବା ନାଁରେ ଠକେଇ…

ହାଟଡିହୀ,୧୫।୨(ଶୁଭକାନ୍ତ ନାୟକ): ଜୟଦୂର୍ଗା ଫାଉଣ୍ଡେସନ ଟ୍ରଷ୍ଟ ଅଧ୍ୟକ୍ଷା ସୁରେଶ୍ୱରୀ ସାଗରୀକା ଜେନା ଏକ ଠକେଇ ମାମଲାରେ ଗତ ଶନିବାର ଗିରଫ ହେବା ପରେ ତାଙ୍କର ଠକେଇ ଗୁମର…

ଥୁଆମୂଳ ରାମପୁର ପୋଲିସର କାର୍ଯ୍ୟାନୁଷ୍ଠାନ, ୩ଟି ବାଲି ବୋଝେଇ ହାଇୱା ଜବତ

ଥୁଆମୂଳ ରାମପୁର, ୧୫ା୨ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ପୋଲିସ ପକ୍ଷରୁ ବେଆଇନ ବାଲି ଚୋରା ଚାଲାଣ ବିରୋଧରେ ଏକ ବଡ଼ ଧରଣର…

ଜାତୀୟ ସମ୍ମିଳନୀରେ ଯୋଗ ଦେବେ ଆଇନଜୀବୀ ହରପ୍ରସାଦ

ଦିଗପହଣ୍ଡି,୧୫ା୨(ଅଶେଷ ନାଥ ମିଶ୍ର): ଭାରତୀୟ ସାଂସ୍କୃତିକ ସହଯୋଗ ଓ ମୈତ୍ରୀ ସମିତି (ଇସକଫ)ର ଜାତୀୟ ସମ୍ମିଳନୀରେ ଯୋଗଦେବାକୁ ଆଇନଜୀବୀ ହରପ୍ରସାଦ ରଥ ତାମିଲନାଡୁ ଗସ୍ତ କରିବେ ବୋଲି…

ଜାଗରରେ ବିଭତ୍ସ ହତ୍ୟା, ବଡ଼ ଭାଇକୁ କଟୁରୀରେ ହାଣିଲେ ସାନ ଭାଇ

ପାଲଲହଡା,୧୫ା୨(ଦିବ୍ୟଜ୍ୟୋତି ଦାଶ): ବଡ଼ ଭାଇକୁ ହତ୍ୟା କଲେ ସାନ ଭାଇ । କଟୁରୀରେ ବେକ କାଟି ହତ୍ୟା କଲେ ସାନ ଭାଇ। ମୃତକ ଜଣକ ହେଲେ ଲିପୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri