କରୋନା ଭୟରେ ପୋଷା ଜନ୍ତୁଙ୍କୁ ପରିତ୍ୟାଗ ନ କରିବାକୁ ପରାମର୍ଶ

ଭୁବନେଶ୍ୱର, ୧୯।୩ (ବ୍ୟୁରୋ): କରୋନା ସଂକ୍ରମଣ ଭୟରେ ରାଜ୍ୟରେ କିଛି ଲୋକ ନିଜ ପୋଷା ତଥା ଗୃହପାଳିତ ଜୀବଜନ୍ତୁଙ୍କୁ ଘରୁ ବାହାର କରିଦେଉଛନ୍ତି। ଏହି ନିରୀହ ପଶୁମାନେ ଖାଦ୍ୟ, ପାନୀୟ ଓ ଆଶ୍ରୟ ଠିକ୍‌ ଭାବରେ ପାଉନାହାନ୍ତି। ଏପରିସ୍ଥଳେ ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ ପକ୍ଷରୁ ସ୍ପଷ୍ଟୀକରଣ ଦିଆଯାଇ କୁହାଯାଇଛି ଯେ, କରୋନା ଭୂତାଣୁ ସଂକ୍ରମଣରେ କୁକୁର ଓ ବିରାଡ଼ିଙ୍କ ପରି ପୋଷା ଜନ୍ତୁଙ୍କର କୌଣସି ଭୂମିକା ନାହିଁ। ତେଣୁ ଗୃହପାଳିତ ତଥା ପୋଷା ଜୀବଜନ୍ତୁଙ୍କୁ ପରିତ୍ୟାଗ ନ କରିବା ପାଇଁ ରାଜ୍ୟ ସରକାର ଗୃହ ମାଲିକଙ୍କୁ ପରାମର୍ଶ ଦେଇଛନ୍ତି। ଏ ସମ୍ପର୍କରେ ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିଭାଗର କମିଶନର ତଥା ଶାସନ ସଚିବ ଆର୍‌. ରଘୁପ୍ରସାଦ ରାଜ୍ୟର ସମସ୍ତ ଜିଲା ମୁଖ୍ୟ ପ୍ରାଣୀଚିକିତ୍ସା ଅଧିକାରୀଙ୍କୁ ପତ୍ର ଲେଖିଛନ୍ତି। ସେ ତାଙ୍କ ପତ୍ରରେ ଉଲ୍ଲେଖ କରିଛନ୍ତି ଯେ, କୋଭିଡ୍‌-୧୯ କେବଳ ମନୁଷ୍ୟ ଦ୍ୱାରା ସଂକ୍ରମିତ ହେଉଥିବା ଭୂତାଣୁ। ପୋଷା ଜୀବଜନ୍ତୁଙ୍କ ଦ୍ୱାରା କରୋନା ଭୂତାଣୁ ସଂକ୍ରମିତ ହେବାର ଏପର୍ଯ୍ୟନ୍ତ କୌଣସି ପ୍ରମାଣ ନାହିଁ। ତେଣୁ ପୋଷା ଜୀବଜନ୍ତୁ ତଥା ଗୃହପାଳିତ ପ୍ରାଣୀମାନଙ୍କୁ କରୋନା ଭୟରେ ପରିତ୍ୟାଗ କରିବାର କୌଣସି ଯଥାର୍ଥତା ନାହିଁ। ଏହା ବ୍ୟତୀତ ଏପରି କାର୍ଯ୍ୟ ପ୍ରାଣୀମଙ୍ଗଳର ବିରୁଦ୍ଧାଚରଣ କରୁଛି। ତେଣୁ କରୋନା ପାଇଁ ପୋଷା ଓ ଗୃହପାଳିତ ଜୀବଜନ୍ତୁଙ୍କ ପ୍ରତି ନିଷ୍ଠୁରତା ପ୍ରଦର୍ଶନ ନ କରିବା ପାଇଁ କୁହାଯାଇଛି। ପୋଷା ଜୀବଜନ୍ତୁଙ୍କ ପ୍ରତି ସର୍ବଦା ଅନୁକୂଳ ବ୍ୟବହାର ପ୍ରଦର୍ଶନ କରିବା, ଠିକ୍‌ ସମୟରେ ଖାଦ୍ୟପାନୀୟ ଦେବା, ସେମାନଙ୍କ ମଳମୂତ୍ର ପରିଷ୍କାର କରିବା ପରେ ସମ୍ପୃକ୍ତ ବ୍ୟକ୍ତି ସଂକ୍ରମଣ ପ୍ରତିରୋଧକ ଭାବରେ ହାତ ଧୋଇବା ଉପରେ ଗୁରୁତ୍ୱାରୋପ କରାଯାଇଛି। ପୋଷା ଜୀବଜନ୍ତୁଙ୍କ ସୁରକ୍ଷାର ଗୁରୁତ୍ୱ ବଜାୟ ରଖିବା ପାଇଁ ଏହି ପତ୍ରରେ ପରାମର୍ଶ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

କଂଗ୍ରେସ ଦୁଃସ୍ଥ ରାଜନୀତିକୁ ଓହ୍ଲାଇଛି: ମୋଦି

ନୂଆଦିଲ୍ଲୀ,୨୩ା୨: ଭାରତ ଏଆଇ ଇମ୍ପାକ୍ଟ ସମିଟ୍‌ରେ ଯୁବ କଂଗ୍ରେସ କର୍ମୀଙ୍କ ଅର୍ଦ୍ଧନଗ୍ନ ଶରୀରରେ ବିକ୍ଷୋଭ କରିବା ବିଷୟକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କଂଗ୍ରେସ ଉପରେ ବର୍ଷିଛନ୍ତି।…

ଆତଙ୍କବାଦୀଙ୍କ ‘ଆଧାର’ ଅସ୍ତ୍ର

ନୂଆଦିଲ୍ଲୀ,୨୩ା୨: ଗତବର୍ଷ ନଭେମ୍ବର ୧୦ରେ ଦିଲ୍ଲୀର ଲାଲ୍‌କିଲ୍ଲା ନିକଟରେ ଆତଙ୍କବାଦୀ କାର୍‌ବୋମା ବିସ୍ଫୋରଣ ଘଟାଇବାରୁ ଅନୂ୍ୟନ ୧୫ ଜଣଙ୍କ ମୃତ୍ୟୁ ଘଟିବା ସହ ୨୦ରୁ ଊର୍ଦ୍ଧ୍ୱ ଆହତ ହୋଇଥିଲେ।…

ଟ୍ରମ୍ପ୍‌ଙ୍କ ଟାରିଫ୍‌ : ୬୦% ଆମେରିକୀୟ ଅସନ୍ତୁଷ୍ଟ

ଓ୍ବାଶିଂଟନ୍‌,୨୩ା୨: ଡୋନାଲ୍ଡ ଟ୍ରମ୍ପ୍‌ ଦ୍ୱିତୀୟଥର ଆମେରିକାର ରାଷ୍ଟ୍ରପତି ଭାବେ ଦାୟିତ୍ୱ ନେବା ପରେ ‘ମାଗା’(ମେକ୍‌ ଆମେରିକା ଗ୍ରେଟ୍‌ ଏଗେନ୍‌) ସଙ୍କଳ୍ପକୁ ଅଗ୍ରାଧିକାର ଦେଇ ଦେଶର ଅର୍ଥନୀତିକୁ ସୁଦୃଢ଼…

ଡାଟା ସେଣ୍ଟର ନୁହେଁ ଏଆଇ

ନୂଆଦିଲ୍ଲୀରେ ୬ ଦିନ ଧରି ଚାଲିଥିବା ଏଆଇ ଇମ୍ପାକ୍ଟ ସମିଟ୍‌ ୨୦୨୬ ଉଦ୍‌ଯାପିତ ହୋଇଯାଇଛି। ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ବା କୃତ୍ରିମ ବୁଦ୍ଧିମତ୍ତାର ପ୍ରଭାବ ଉପରେ ଦିଲ୍ଲୀ…

ବଙ୍ଗୋପସାଗରରେ ଲଘୁଚାପ: ଆଜିଠୁ ବର୍ଷା, ୪୮ଘଣ୍ଟା ମଧ୍ୟରେ…

ଭୁବନେଶ୍ୱର, ୨୩ା୨(ବନ୍ଦନା ସେଠୀ):ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗର ଉପରେ ଲଘୁଚାପ କ୍ଷେତ୍ର ସକ୍ରିୟ ରହିଛି। ଏହାସହ ଜଡିତ ଘୂର୍ଣ୍ଣିବଳୟ ସମୁଦ୍ର ପତ୍ତନଠାରୁ ୫.୮ କିଲୋମିଟର ପର୍ଯ୍ୟନ୍ତ ବ୍ୟାପିଛି। ଏହା ପ୍ରଥମେ…

ଭାରତ-ଆମେରିକା ଟ୍ରେଡ୍‌ ଡିଲ୍‌: ଟାରିଫ୍‌ ଦ୍ୱନ୍ଦ୍ୱ, ଆଲୋଚନା ସ୍ଥଗିତ

ନୂଆଦିଲ୍ଲୀ/ ଓ୍ବାଶିଂଟନ୍‌, ୨୩ା୨ (ରଏଟର୍ସ/ଏଜେନ୍ସି):ଭାରତ ଓ ଆମେରିକା ମଧ୍ୟରେ ଓ୍ବାଶିଂଟନ୍‌ରେ ସୋମବାରଠାରୁ ୩ ଦିନ ଧରି ଅନ୍ତରୀଣ ଦ୍ୱିପାକ୍ଷିକ ବାଣିଜ୍ୟ ଚୁକ୍ତି ସମ୍ପର୍କରେ ଆଲୋଚନା କରାଯିବା ନେଇ…

ଫ୍ରାଞ୍ଚାଇଜର ବଡ଼ ଘୋଷଣା: ଆଇପିଏଲ୍‌ରେ ଉପଲବ୍ଧ ରହିବେ ଧୋନୀ

ଅହମଦାବାଦ,୨୨ା୨: ପ୍ରତ୍ୟେକ ଥର ଭଳି ଏଥର ମଧ୍ୟ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ) ପୂର୍ବରୁ ଭାରତର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଖେଳିବେ କି ନାହିଁ,…

ବିବାହ ଦିନ ଜୀବନ ହାରିଲେ ୨ ଭଉଣୀ

ଯୋଧପୁର,୨୨ା୨: ରାଜସ୍ଥାନର ଯୋଧପୁର ଅନ୍ତର୍ଗତ ମନାଇ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଏକ ପରିବାର ୨ ଝିଅଙ୍କ ବିବାହ ଉତ୍ସବ ପାଇଁ ପ୍ରସ୍ତୁତି ଚଳାଇଥିବା ବେଳେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri