କରୋନା ଭାଙ୍ଗିନି ଦମ୍ଭ: ଛାଇରେ ଚାଲିଛି ଛତୁଚାଷ

କାମାକ୍ଷାନଗର, ୧୩।୫ – କରୋନା ପାଇଁ ବୃତ୍ତି ହରାଇଲେଣି ଅନେକେ। ଜୀବନ ବଞ୍ଚାଇବା ଲାଗି କାମଧନ୍ଦା ଛାଡ଼ି ଗଣପଳାୟନ କରୁଛନ୍ତି ପ୍ରବାସୀ। ହେଲେ ଭିଟାମାଟିରେ ନିଜ ଉଦ୍ୟମରେ ଚାଷକୁ ଆଦରି ସ୍ବାବଲମ୍ବୀ ହୋଇଥିବା ମଣିଷମାନଙ୍କ ଦମ୍ଭ ଭାଙ୍ଗିପାରିନି କୋଭିଡ୍‌। ଯଦିଓ ଆଗଭଳି ଲାଭ ହେଉନାହିଁ, ତଥାପି ପରିବାର ଚଳାଇବାରେ କୌଣସି ସମସ୍ୟା ନାହିଁ। କରୋନା ସଙ୍କଟ ସମୟରେ ଖୋଲା ଆକାଶ ତଳେ ଛାଇ ଜାଗାରେ ପାଳ ଛତୁ ଚାଷ କରି ଅନ୍ୟମାନଙ୍କ ପାଇଁ ଉଦାହରଣ ସାଜିଛନ୍ତି କାମାକ୍ଷାନଗର ଏବଂ ପରଜଙ୍ଗ ଅଞ୍ଚଳର ବହୁ ଛତୁ ଚାଷୀ।
ଛତୁ ଉତ୍ପାଦନ ପାଇଁ ସୁନାମ ଅର୍ଜନ କରିଛି ଢେଙ୍କାନାଳ ଜିଲା କାମାକ୍ଷାନଗର ବ୍ଲକର ଚୁଳିଆ ମୁଣ୍ଡାସାହି, ସିବୁଳାପଶି, ଆଲୁଅଝରଣ, ମହୁଲି, ପରଜଙ୍ଗ ବ୍ଲକର ପଥରଖମ୍ବ, ସିଆରିମାଳିଆ। ଅଳ୍ପ ପୁଞ୍ଜି ଖଟାଇ ଅଧିକ ଲାଭ ମିଳୁଥିବାର ଗ୍ରାମାଞ୍ଚଳରେ ଛତୁ ଚାଷ ପ୍ରତି ଆଗ୍ରହ ବଢୁଛି। ହେଲେ ସମ୍ପୃକ୍ତ ଅଞ୍ଚଳ ଛତୁ ଚାଷର ପଦ୍ଧତି ନିଆରା। ଏଥିଲାଗି ସ୍ବତନ୍ତ୍ର ଘର କି ଅତ୍ୟାଧୁନିକ ବୈଜ୍ଞାନିକ ପଦ୍ଧତିର ଆବଶ୍ୟକ ପଡୁନି। ଖୋଲା ଆକାଶ ତଳେ ଛାଇ ଜାଗାରେ ହେଉଛି ଛତୁ ଚାଷ। ଏଥିଲାଗି ସବୁଠୁ ବଡ଼ ଆବଶ୍ୟକତା ନଡ଼ା ଆଉ ଛତୁ ମଞ୍ଜି। ସାଧାରଣତଃ ଫେବୃୟାରୀରୁ ଅକ୍ଟୋବର ଯାଏ ଛତୁ ଉତ୍ପାଦନ କରାଯାଏ। ଶୀତ ଦିନେ ଅନୁକୂଳ ପାଣିପାଗ ନ ଥିବାରୁ ଛତୁ ଚାଷ ବନ୍ଦ ଥାଏ। ଛତୁ ଚାଷ ଲାଗି ଅଞ୍ଚଳର ଆଗ୍ରହୀ ଚାଷୀ ଉଦ୍ୟାନ ବିଭାଗ ତରଫରୁ ପ୍ରଶିକ୍ଷଣ ନେଇଛନ୍ତି। ପ୍ରଶିକ୍ଷିତ ଚାଷୀମାନେ ଅନ୍ୟମାନଙ୍କୁ ପ୍ରଶିକ୍ଷଣ ଦେଉଛନ୍ତି। ସବୁଠାରୁ ବଡ଼ କଥା ହେଲା, କୋଭିଡ୍‌-୧୯ ଭୟ ସମୟରେ ମଧ୍ୟ ଛତୁ ଉତ୍ପାଦନ ଜାରି ରହିଛି। ଏହାଦ୍ୱାରା କେବଳ ମାଲିକ ଲାଭବାନ ହେଉନାହାନ୍ତି, ବରଂ ଫାର୍ମରେ ନିୟୋଜିତ ଶ୍ରମିକମାନେ ମଧ୍ୟ ବେଶ୍‌ ଦୁଇ ପଇସା ରୋଜଗାର କରୁଛନ୍ତି। ପାଳ ଛତୁ ସ୍ଥାନୀୟ ଅଞ୍ଚଳର ଆବଶ୍ୟକତା ପୂରଣ କରିବା ସହ ପଡ଼ୋଶୀ ଜିଲାକୁ ମଧ୍ୟ ରପ୍ତାନୀ ହେଉଛି।
ଏ ନେଇ ଚୁଳିଆ ମୁଣ୍ଡାସାହିର ଅଗ୍ରଣୀ ଚାଷୀ ଆର୍ତ୍ତତ୍ରାଣ ବିଶ୍ୱାଳ (୫୫) କୁହନ୍ତି, ସେ ଦୀର୍ଘ ୧୦ ବର୍ଷ ହେଲା ପାଳ ଛତୁ ଚାଷ କରି ଆସୁଛନ୍ତି। ଏଥିଲାଗି ଆବଶ୍ୟକ ନଡ଼ା ସଂଗ୍ରହ ଲାଗି ସଜାଗ ରହିବାକୁ ପଡ଼େ। ଧାନ ଅମଳ ସମୟରେ ୪ ଲକ୍ଷ ଟଙ୍କା ଯାଏ ନଡ଼ା ସଂଗ୍ରହ କରାଯାଇଥାଏ। ତାଙ୍କ ଫାର୍ମରେ ଆଗରୁ ୨୦ରୁ ୩୦ ଜଣ ଶ୍ରମିକ କାମ କରୁଥିଲେ। ଏବେ କରୋନା ଲାଗି ଯାନବାହନ ଚଳାଚଳ ବାଧାପ୍ରାପ୍ତ କାରଣରୁ ଉତ୍ପାଦନ କମାଇବାକୁ ପଡିଛି। ଫାର୍ମରେ ଏବେ ୪ ଜଣ ଶ୍ରମିକ କାମ କରୁଥିବାବେଳେ ଦୈନିକ ୧୫୦ କେଜି ଛତୁ ବିକ୍ରି ହେଉଛି। ବ୍ୟବସାୟୀମାନେ ଆସି ସିଧାସଳଖ ଛତୁ କିଣି ନେଉଛନ୍ତି। ପୂର୍ବରୁ ଢେଙ୍କାନାଳ, ତାଳଚେର ଅଞ୍ଚଳରୁ ଛତୁ ମଞ୍ଜି ଆଣୁଥିଲୁ। ଏବେ କଟକଣା ଯୋଗୁ ଲୋକାଲ ମଞ୍ଜିରେ କାମ ଚଳାଇବାକୁ ପଡୁଛି। ବିଦେଶରେ ଯାଇ ଖଟିବା ଅପେକ୍ଷା ଏପରି ଚାଷ ଦ୍ୱାରା ନିଯୁକ୍ତିର ପର୍ଯ୍ୟାପ୍ତ ସୁଯୋଗ ସୃଷ୍ଟି ହେବ। ବେକାର ଯୁବତୀଯୁବକ ରୋଜଗାରକ୍ଷମ ହୋଇପାରିବେ ବୋଲି ସେ କହିଛନ୍ତି।

(ସୁଧୀର କୁମାର ପରିଡ଼ା)


Enter your email to get our daily news in your inbox.

All Right Reserved By Dharitri.Com

ରାଜ୍ୟସ୍ତରୀୟ ଧନୁଯାତ୍ରା କୁଇଜ୍‌ ପ୍ରତିଯୋଗିତା: ପ୍ରଥମ ସ୍ଥାନରେ…

ମଥୁରାନଗରୀ,୨।୧(ପ୍ରେମାନନ୍ଦ ଖମାରୀ): ବରଗଡ଼ର ବିଶ୍ୱପ୍ରସିଦ୍ଧ ଧନୁଯାତ୍ରା ଐତିହ୍ୟ ଓ ପରମ୍ପରାକୁ ବର୍ତ୍ତମାନର ଛାତ୍ରୀଛାତ୍ରମାନଙ୍କୁ ଅବଗତ କରାଇବା ପାଇଁ ସ୍ଥାନୀୟ ଲେଙ୍ଗୁମିଶ୍ର ଷ୍ଟାଡିୟମରେ ଆୟୋଜିତ ହସ୍ତତନ୍ତ ମେଳା...

ପୁରୀ ବଳଗଣ୍ଡି ଛକରେ ସ୍କୁଟିକୁ ଧକ୍କା ଦେଲା ବୋଲେରୋ, ନାବାଳକ ମୃତ

ପୁରୀ, ୨/୧( ଅଜିତ୍ କୁମାର ମହାନ୍ତି ): ସକାଳୁ ସକାଳୁ ବଡ଼ଦାଣ୍ଡରେ ଦୁର୍ଘଟଣା । ଶୁକ୍ରବାର ପୂର୍ବାହ୍ନରେ ପୁରୀ ବଡ଼ଦାଣ୍ଡରେ ଏକ ଅଭାବନୀୟ ଘଟଣା ଦେଖିବାକୁ...

ପର୍ଯ୍ୟଟନସ୍ଥଳୀରେ ଜମୁଛି ଲୋକଙ୍କ ଭିଡ଼, ୧୧୦ ଫୁଟ ଉଚ୍ଚର ବତିଘର ଉପରୁ ସେଲ୍‌ଫି ନେଇ…

ମହାକାଳପଡ଼ା,୨ା୧ (ପ୍ରତାପ ଚନ୍ଦ୍ର ସ୍ବାଇଁ): ନୂଆବର୍ଷରେ ବିଭିନ୍ନ ଧାର୍ମିକ ପୀଠ ଓ ପର୍ଯ୍ୟଟନ ସ୍ଥଳରେ  ଶ୍ରଦ୍ଧାଳୁମାନଙ୍କ ଭିଡ଼ ପରିଲକ୍ଷିତ ହୋଇଥିଲା। କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ...

ଶ୍ରୀମନ୍ଦିର ନୀତିକ୍ରାନ୍ତିରେ ବିଭ୍ରାଟ, ସକାଳ ୯ଟା ୪୫ରେ ହେଲା ପତିତପାବନଙ୍କ ଆଳତି

ପୁରୀ ୨/୨( ଅଜିତ୍ କୁମାର ମହାନ୍ତି ):  ପୁରୀ ଶ୍ରୀମନ୍ଦିର ନୀତିକ୍ରାନ୍ତିରେ ପୁଣି ବିଭ୍ରାଟ ଦେଖିବାକୁ ମିଳିଛି। ଶ୍ରୀମନ୍ଦିର ପ୍ରଶାସନ ମହାପ୍ରଭୁଙ୍କ ନୀତିକୁ ଗୁରୁତ୍ଵ ଦେଇ...

ଶୋଇଥିଲେ ବି ବିକାଶ କଥା ଚିନ୍ତା କରେ: ଭାବବିହ୍ବଳ କଲେ ନରସିଂହ

ଲୋଇସିଂହା,୨।୧(ସୁଶାନ୍ତ ବାରିକ): ବଲାଙ୍ଗୀର ଜିଲା ଲୋଇସିଂହା ଜନକଲ୍ୟାଣ ଯୁବ ସାମ୍ମୁଖ୍ୟ କ୍ଲବ ପକ୍ଷରୁ ଅଭିନନ୍ଦନ-୨୦୨୬ ଉତ୍ସବ ପାଳିତ ହୋଇଯାଇଛି। ଉତ୍ସବକୁ ପୂର୍ବତନ ମନ୍ତ୍ରୀ ନରସିଂହ ମିଶ୍ର...

ଗଜପତି ଜିଲାର ନୂଆ ଜିଲାପାଳ ହେଲେ ଅକ୍ଷୟ ସୁନିଲ ଅଗ୍ରୱାଲ

ଗଜପତି(ଗିରିଧାରୀ ପରିଛା):୦୨/୦୧- ଗଜପତି ଜିଲ୍ଲାର ନୂଆ ଜିଲ୍ଲାପାଳ ହେଲେ ଅକ୍ଷୟ ସୁନିଲ ଅଗ୍ରୱାଲ । ନୂଆବର୍ଷରେ ନିଯୁକ୍ତି ଦେଇଛନ୍ତି ସରକାର । ଗତ କିଛି ଦିନ...

ଅସହାୟଙ୍କୁ ସାହା ‘ୟୁସେ ସଂଗଠନ’: ବୁଦ୍ଧିଜୀବୀଙ୍କ ପ୍ରଶଂସା

ପରଜଙ୍ଗ,୨।୨(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକର ବିଭିନ୍ନ ବସ୍ତି,ସାହି ମାନଙ୍କରେ ନୂତନ ବର୍ଷର ପ୍ରଥମ ଦିବସରେ ୟୁଥ ୟୁନାଇଟେଡ଼ ଫୋର୍‌ ସଷ୍ଟେନେବ୍ଲ୍ୟୁ ଏନଭର୍ଣ୍ଣମେଣ୍ଟ ଟ୍ରଷ୍ଟ...

ବଡ଼ ଧରଣର ATM ଲୁଟ୍, ଟଙ୍କା ସହ ମେସିନ ତାଡ଼ି ନେଇଗଲେ ଦୁର୍ବୃତ୍ତ

ବିଞ୍ଝାରପୁର,୨।୧ (ରାମକୃଷ୍ଣ ଦାସ ): ବିଞ୍ଝାରପୁର ବ୍ଲକ ଅନ୍ତର୍ଗତ ମଇଁନ୍ଦା ଛକରେ ଅଭାବନୀୟ ଘଟଣା । ଏଚଡିଏଫସି ବ୍ୟାଙ୍କର ଏଟିଏମ ମେସିନକୁ ଗୁରୁବାର ବିଳମ୍ବିତ ରାତିରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri