କରୋନା ଭାଇରସ: ଯେ କୌଣସି ଅଙ୍ଗକୁ କରିପାରେ ଆକ୍ରାନ୍ତ, ହୃଦରୋଗୀଙ୍କ ପାଇଁ ଅଧିକ ବିପଦ

ଜୁରିଚ୍‌,୨୩।୪: କରୋନା ଭାଇରସ କେବଳ ଫୁସ୍‌ପୁସ୍‌କୁ ନୁହେଁ ରକ୍ତ ମାଧ୍ୟମରେ ଖୁବ୍‌ଶୀଘ୍ର ଅନ୍ୟ ଅଙ୍ଗକୁ ମଧ୍ୟ ସଂକ୍ରମଣ କରିପାରେ ବୋଲି ବିଶେଷଜ୍ଞମାନେ କହୁଛନ୍ତି। ସ୍ବିଜରଲାଣ୍ଡର ଜୁରିଚ୍‌ ବିଶ୍ୱବିଦ୍ୟାଳୟର ଗବେଷକମାନେ ଏହି ମତ ଦେଇଛନ୍ତି। କରୋନା ଭାଇରସ ଶରୀରର ଯେ କୌଣସି ଅଙ୍ଗରେ ରକ୍ତ ପହଞ୍ଚାଉଥିବା ରକ୍ତବାହୀ ଉପରେ ସିଧାସଳଖ ଆକ୍ରମଣ କରିପାରେ ବୋଲି କୁହାଯାଉଛି। ଫଳରେ ଏହା ଶରୀରର ଯେ କୌଣସି ଅଙ୍ଗକୁ କ୍ଷତି ପହଞ୍ଚାଇପାରେ ଏବଂ ଏହା ଉଚ୍ଚ ରକ୍ତଚାପ, ଡାଇବେଟିସ, ମେଦବହୁଳତା, ହୃଦ୍‌ରୋଗ ଥିବା ବ୍ୟକ୍ତିଙ୍କ ପାଇଁ ବିପଦ ସୃଷ୍ଟି କରିପାରେ। କରୋନା ସଂକ୍ରମିତ ବ୍ୟକ୍ତିଙ୍କ ରକ୍ତବାହୀକୁ ଦେଖିବା ପରେ ଏହା କ୍ଷତିଗ୍ରସ୍ତ ଥିବା ଜଣାପଡିଛି। ଏହାର କାରଣ ହେଉଛି ACE2 ରିସେପ୍ଟର ଏନଜାଇମ। ଏହି ଏନଜାଇମ ଫୁସଫୁସ, ଧମନୀ, କିଡ୍‌ନୀ ଓ ହୃତପିଣ୍ଡରେ ମିଳିଥିବାରୁ ଏହା ଖୁବ୍‌ଶୀଘ୍ର ସଂକ୍ରମିତ ହୁଏ ବୋଲି କୁହାଯାଉଛି। ଅଟୋପ୍ସସି ରିପୋର୍ଟ କହିଛି ପ୍ରଥମରୁ ଯେଉଁମାନେ ଉଚ୍ଚ ରକ୍ତଚାପ, ଡାଇବେଟିସ, ମେଦବହୁଳତା, ହୃଦ୍‌ରୋଗରେ ପୀଡିତ ଥିବେ ସେମାନଙ୍କ ରକ୍ତବାହୀ ଦୁର୍ବଳ ଥିବାରୁ ସେମାନଙ୍କ ନିକଟରେ କରୋନା ସହଜରେ ସଂକ୍ରମିତ ହୋଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

୨୦୨୦ ଶେଷ ସୁଦ୍ଧା ଆର୍ଥିକ ସମସ୍ୟା ଯୋଗୁ ୮ କୋଟି ୬୦ ଲକ୍ଷ ଶିଶୁଙ୍କୁ ମିଳିବନି ଖାଦ୍ୟ

ଜେନେଭା,୨୮।୫: କରୋନା ମହାମାରୀ ଯୋଗୁ ପୃଥିବୀରେ ଆଗାମୀ ଦିନରେ ଖାଦ୍ୟ ସଙ୍କଟ ଦେଖାଯିବ। ଫଳରେ ୮ କୋଟି ୬୦ ଲକ୍ଷ ଶିଶୁ ଆର୍ଥିକ ସମସ୍ୟା ଯୋଗୁ...

‘ମୋ ସ୍ତ୍ରୀଙ୍କୁ ମାରନାହିଁ, ସେ ଗର୍ଭବତୀ’

ତେହରାନ,୧୦ା୧୦: ଇରାନର ରଫସାନଜାନ୍‌ ସହରରେ ଜଣେ ବ୍ୟକ୍ତି ପୋଲିସ ବର୍ବରତାରୁ ନିଜ ସ୍ତ୍ରୀଙ୍କୁ ରକ୍ଷା କରିବାକୁ ଯାଇ ଚିତ୍କାର କରୁଛନ୍ତି, ମୋ ସ୍ତ୍ରୀଙ୍କୁ ମାରନାହିଁ, ସେ...

କାଗଜ ଦବାଇଲେ ଚାର୍ଜ ହେବ ମୋବାଇଲ

ଆମେରିକୀୟ ବୈଜ୍ଞାନିକମାନେ ଏପରି ଏକ ଉପକରଣ ତିଆରି କରିଛନ୍ତି ଯାହା ସମ୍ପୂର୍ଣ୍ଣ ରୂପେ କାଗଜରେ ତିଆରି ହୋଇଛି। ଏହାକୁ ଦବାଇବା ଦ୍ୱାରା ବିଦ୍ୟୁତ ବାହାରୁଛି। ବୈଜ୍ଞାନିକମାନେ...

ଇମ୍ରାନଙ୍କୁ ଠକ କହିଲେ ପ୍ରଧାନମନ୍ତ୍ରୀ

ଇସଲମାବାଦ,୨୯ା୩: ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ପାକିସ୍ତାନର ନ୍ୟାଶନାଲ ସଂସଦରେ କହିଛନ୍ତି ଯେ, ସରକାର ଏବଂ ତାଙ୍କ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ଙ୍କ ମଧ୍ୟରେ ହୋଇଥିବା ଆଲୋଚନା...

ହ୍ରଦ ଉପରେ ରହିଛି ୨୦ ହଜାର ଜନସଂଖ୍ୟା ବିଶିଷ୍ଟ ଗାଁ

ପଶ୍ଚିମ ଆଫ୍ରିକାର ବୋନିନ୍‌ କ୍ଷେତ୍ରରେ ଏଭଳି ଏକ ଗାଁ ରହିଛି, ଯାହା ସମ୍ପୂର୍ଣ୍ଣ ଭାବେ ହ୍ରଦ ଉପରେ ବସିଛି। ୨୦ ହଜାର ଜନସଂଖ୍ୟା ବିଶିଷ୍ଟ ଏହି...

ଭାରତ-ଆମେରିକା ସହଭାଗିତାକୁ ଆହୁରି ଆଗକୁ ନେବାକୁ ମୁଁ ପ୍ରତିଶ୍ରୁତିବଦ୍ଧ: ବାଇଡେନ୍‌

ଟୋକିଓ,୨୪।୫: : ଜାପାନରେ ବିଶ୍ୱର ୪ ପ୍ରମୁଖ ରାଷ୍ଟ୍ରଙ୍କୁ ନେଇ କ୍ୱାଡ ସମ୍ମିଳନୀ ଅନୁଷ୍ଠିତ ହୋଇଛି। ଭାରତ ସମେତ ଆମେରିକା, ଜାପାନ ଓ ଅଷ୍ଟ୍ରେଲିଆର ରାଷ୍ଟ୍ର...

ଭାରତ ଡରରେ ନାଭିଗେଶନ ସିଷ୍ଟମ ବନ୍ଦ କଲା ଚାଇନା…

ବେଜିଂ,୩୦।୧୦: ଭାରତ ଡରରେ ଚାଇନା ଏହାର ନାଭିଗେଶନ ସିଷ୍ଟମ୍‌କୁ ବନ୍ଦ କରି ଦେଇଛି। ଚାଇନା ପିପୁଲ୍ସ ଲିବରେସନ ଆର୍ମି (ପିଏଲ୍‌ଏ) ହଠାତ୍‌ ଏହାର ନାଭିଗେଶନ ସିଷ୍ଟମ...

ରୁଷିଆ ସମ୍ପତ୍ତି ଜବତ କରିବାକୁ ବିଶ୍ୱବ୍ୟାଙ୍କକୁ ଅନୁରୋଧ କଲେ ଜେଲେନସ୍କି…

କିଭ,୧୩।୪ : ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ଆଇଏମଏଫ ଏବଂ ବିଶ୍ୱବ୍ୟାଙ୍କର ମୁଖ୍ୟମାନଙ୍କୁ ୟୁକ୍ରେନକୁ ସାହାଯ୍ୟ କରିବାକୁ ନିବେଦନ କରିଛନ୍ତି। ସେ କହିଛନ୍ତି ଯେ ସାରା...

Advertisement
Archives

Model This Week