କରୋନା ଭାଇରସ ପାଇଁ ଟିକା ନୁହେଁ ଯଥେଷ୍ଟ: ସାର୍ସ-ମର୍ସଠାରୁ ଅଧିକ ବେଗରେ ହେଉଛି ସଂକ୍ରମଣ!

ନୂଆଦିଲ୍ଲୀ,୨୫।୪: କରୋନା ଭାଇରସର ଚିକିତ୍ସା ପାଇଁ ଏବେ ସାରା ବିଶ୍ୱର ବିକାଶଶୀଳ ଦେଶ ଗବେଷଣାରେ ଲାଗି ପଡିଛନ୍ତି। ଏହାର ଭ୍ୟାକସିନ୍‌ ଓ ଔଷଧ ପ୍ରସ୍ତୁତି ଯେତେଶୀଘ୍ର ସମ୍ଭବ ହେବ ସେତେ ଶୀଘ୍ର କରୋନା କବଳରୁ ମୁକ୍ତି ମିଳିବ ବୋଲି କୁହାଯାଉଛି। ଏହିକ୍ରମରେ ଏବେ କିଛି ଦେଶ କରୋନା ଭାଇରସ ପାଇଁ ଭ୍ୟାକସିନ୍‌ ବା ଟିକା ପ୍ରସ୍ତୁତ କରୁଥିବା ନଜର ଆସିଛି। ହେଲେ ଏହାକୁ ନେଇ ଏବେ କେତେଜଣ ଗବେଷକ କହିଛନ୍ତି କରୋନା ପାଇଁ ଭ୍ୟାକସିନ ବା ଟିକା ଯଥେଷ୍ଟ ନୁହେଁ। କାରଣ ଏହାର ସଂକ୍ରମଣ ଏତେ ଦ୍ରୁତ ଗତିରେ ହେଉଛି ଯେ ଏହାକୁ ଟିକା ଦ୍ୱାରା ଆୟତ୍ତ କରିବା କଷ୍ଟକର ବ୍ୟାପାର। ଏବେ ଚାଲିଥିବା ଗବେଷଣାକୁ ଦେଖିଲେ ୭୫ ପ୍ରତିଶତ ଗବେଷକ ଏହାର କ୍ଲିନିକାଲ ଟ୍ରାଏଲ କରିବା ଲକ୍ଷ୍ୟରେ ଅଛନ୍ତି। ଯେଉଁଠି ଅକ୍ସଫୋର୍ଡ ୟୁନିଭର୍ସିଟି ଏମିତି କିଛି ଟିକା ମଣିଷ ଉପରେ ମଧ୍ୟ ପରୀକ୍ଷା ଆରମ୍ଭ କରିଥିବା କହିଛି। ଏଥିରେ ଭାରତୀୟ ବିଶେଷଜ୍ଞମାନେ ବି ସାମିଲ ଅଛନ୍ତି। ଏହି ଗବେଷଣାରେ ସାମିଲ ଥିବା ପୁଣେ ସ୍ଥିତ ନ୍ୟାଶନାଲ ଇନଷ୍ଟିଚ୍ୟୁଟ ଅଫ୍‌ ଭିରୋଲୋଜି(ଏନ୍‌ଆଇଭି)ର ଜଣେ ବିଶେଷଜ୍ଞ କହିଛନ୍ତି, ଗତ ୧୭ ବର୍ଷ ମଧ୍ୟରେ ଆଉ ଦୁଇଟି କରୋନା ଭାଇରସ ସାର୍ସ ଓ ମର୍ସକୁ ବି ଆମେ ଦେଖିଛୁ। ହେଲେ କରୋନା ଭାଇରସ ଏହାଠାରୁ ବେଶ୍‌ ଅଧିକ ଗୁଣ ସଂକ୍ରମଣ ହେବାର କ୍ଷମତା ରଖିଛି। ତେଣୁ ଭ୍ୟାକସିନ ବା ଟିକା ଦ୍ୱାରା ଏହାକୁ ମୂଳପୋଛ କରିବା ଅସମ୍ଭବ ହୋଇପାରେ ବୋଲି ସେ ମତ ଦେଇଛନ୍ତି। ସେ କହିଛନ୍ତି କରୋନା ସଂକ୍ରମଣକୁ ରୋକିବାକୁ ହେଲେ ଆମକୁ ଅଧିକ ଆଣ୍ଟିଭାଇରାଲ ଔଷଧ ସହ ଦୀର୍ଘଦିନ ପର୍ଯ୍ୟନ୍ତ ସାମାଜିକ ଦୂରତ୍ୱକୁ ପାଳନ କରିବାକୁ ପଡିବ।


Enter your email to get our daily news in your inbox.

All Right Reserved By Dharitri.Com

କାନ୍ଦାହାର ବିମାନ ଅପହରଣ ଘଟଣାକୁ ୨୧ ବର୍ଷ: ମାସୁଦ -ଓମର-ଅହମ୍ମଦ ଏବେ ବି ଅପହଞ୍ଚ

ନୂଆଦିଲ୍ଲୀ,୨୪।୧୨: କାନ୍ଦାହାର ବିମାନ ଅପହରଣ ଘଟଣାକୁ ଇତିମଧ୍ୟରେ ୨୧ ବର୍ଷ ପୂରଣ ହୋଇଛି। ୧୯୯୯ ଡିସେମ୍ବର ୨୪ରେ କାଠମାଣ୍ଡୁରୁ ଦିଲ୍ଲୀ ଉଡ଼ାଣ କରୁଥିବା ଇଣ୍ଡିଆନ୍‌ ଏୟାରଲାଇନ୍ସ୍‌ର...

ବିଦେଶୀ ଛାତ୍ରୀଛାତ୍ରଙ୍କ ପାଇଁ ଆସିଲା ୟୁଜିସିର ନୂଆ ଗାଇଡ୍‌ଲାଇନ

ନୂଆଦିଲ୍ଲୀ,୧।୧୦: ବିଦେଶୀ ଛାତ୍ରୀଛାତ୍ରଙ୍କ ପାଇଁ ଦେଶର ଉଚ୍ଚ ଶିକ୍ଷାନୁଷ୍ଠାନଗୁଡ଼ିକ ୨୫ ପ୍ରତିଶତ ପର୍ଯ୍ୟନ୍ତ ଅତିରିକ୍ତ ସିଟ୍‌ ସୃଷ୍ଟି କରିବାକୁ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ଅନୁମତି...

ମଣିପୁରର ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ଘରେ ସିବିଆଇ: ମିଳିଲା ୨୬ ଲକ୍ଷର ଅଚଳ ନୋଟ

ନୂଆଦିଲ୍ଲୀ,୨୩ା୧୧(ପି.ଟି.): ମଣିପୁରର ପୂର୍ବତନ ମୁଖ୍ୟମନ୍ତ୍ରୀ ଓ. ଇବୋବି ସିଂଙ୍କର ତିନୋଟି ସହରର ୯ଟି ସ୍ଥାନରେ ଥିବା ଘର ଉପରେ ସିବିଆଇ ଚଢ଼ାଉ କରି ନଗଦ ୧୧.୪୭...

ଦିଲ୍ଲୀ ହାଇକୋର୍ଟରୁ ଜାମିନ ଖାରଜ ପରେ ସୁପ୍ରିମକୋର୍ଟ ଯିବେ ସିସୋଡିଆ

ନୂଆଦିଲ୍ଲୀ,୩୦।୫: ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଜେଲରେ ଥିବା ଆମ ଆଦମୀ ପାର୍ଟି (ଏଏପି)ନେତା ମନୀଷ ସିସୋଡିଆଙ୍କ ଜାମିନ ଆବେଦନକୁ ମଙ୍ଗଳବାର ଦିଲ୍ଲୀ ହାଇକୋର୍ଟ ଖାରଜ...

ଜ୍ଞାନବ୍ୟାପି ମସଜିଦ୍‌ ସର୍ଭେ ପଛରେ ୫ ମହିଳା…

ବାରାଣସୀ, ୧୪।୫ : ଉତ୍ତରପ୍ରଦେଶ ବାରାଣସୀର ଜ୍ଞାନବ୍ୟାପି ମସଜିଦ୍‌ର ପରିସରରେ ପ୍ରଥମ ଦିନର ସର୍ଭେ ଶନିବାର ଦିନ ଶେଷ ହୋଇଛି। ଆଡଭୋକେଟ କମିଶନରଙ୍କ ଉପସ୍ଥିତିରେ ସର୍ଭେ...

ବାଇକ୍‌ ସହ ଚାଳକଙ୍କୁ କ୍ରେନରେ ଉଠାଇ ନେଲେ

ପୁଣେ,୨୧।୮ : ନୋ ପାର୍କିଂ ଜୋନରେ ବାଇକ୍‌ ରଖିବା କାରଣରୁ ଗାଡ଼ି ସହ ଚାଳକଙ୍କୁ କ୍ରେନ ଯୋଗେ ଉଠାଇ ନେଇଛି ପୁଣେ ଟ୍ରାଫିକ ପୋଲିସ। କିନ୍ତୁ...

ମୂର୍ତ୍ତି ଭାଙ୍ଗିଲେ ୨ ବୁର୍ଖା ପରିହିତା ମହିଳା

ହାଇଦ୍ରାବାଦ,୨୮।୯: ହାଇଦ୍ରାବାଦର ଚିନ୍ତଳବସ୍ତିରେ ଥିବା ପୂଜା ମଣ୍ଡପରେ ମଙ୍ଗଳବାର ଦୁଇ ବୁର୍ଖାପିନ୍ଧା ମହିଳା ଦୁର୍ଗାମୂର୍ତ୍ତି ଭାଙ୍ଗିଦେଇଛନ୍ତି। ସ୍ଥାନୀୟ ଲୋକେ ସେମାନଙ୍କୁ ପିଛା କରି ଧରିବା ସହ...

୧୫ ସରକାରୀ ଦସ୍ତାବିଜ୍‌ ବି ପ୍ରମାଣ କରିପାରିଲାନି ମହିଳାଙ୍କ ଭାରତୀୟ ନାଗରିକତ୍ୱ

ଗୁଆହାଟି,୧୯।୨: ଆସାମର ଜଣେ ୫୦ ବର୍ଷ ବୟସ୍କା ମହିଳା ୧୫ଟି ସରକାରୀ ଦସ୍ତାବିଜ୍‌ ଦାଖଲ କରିବା ପରେ ମଧ୍ୟ ନିଜର ଭାରତୀୟ ନାଗରିକତ୍ୱ ପ୍ରମାଣ କରି...

Advertisement
Archives

Model This Week