Posted inଖେଳ

କରୋନା ଭାଇରସ ଡର: ଖେଳାଳିଙ୍କ ଲାଗି ନିୟମ

ନୂଆଦିଲ୍ଲୀ,୧୨।୩- ବିଶ୍ୱବ୍ୟାପୀ ଦେଖା ଦେଇଥିବା କରୋନା ଭାଇରସନ ଆତଙ୍କ କ୍ରୀଡ଼ା ଉପରେ ବ୍ୟାପକ ଭାବେ ପ୍ରଭାବ ପକାଇଛି। କେତେକ ବଡ଼ ଇଭେଣ୍ଟ ବାତିଲ ହୋଇଥିବା ବେଳେ ଆଉ କେତେକ କ୍ରୀଡ଼ା ପ୍ରଭାବିତ ହୋଇଛି। ଭାରତ- ଦକ୍ଷିଣ ଆଫ୍ରିକା ସିରିଜ ମଧ୍ୟ ଏଥିରୁ ବାଦ୍‌ ପଡିନାହିଁ। ଗୁରୁବାର ଧର୍ମଶାଳାଠାରେ ଭାରତ ଓ ଦକ୍ଷିଣ ଆଫ୍ରିକା ଦିନିକିଆ ସିରିଜ୍‌ର ପ୍ରଥମ ମ୍ୟାଚ୍‌ ଆରମ୍ଭ ହେବା ପୂର୍ବରୁ କରୋନା ଭାଇରସ ସଂକ୍ରମଣ ରୋକିବା ପାଇଁ ଖେଳାଳିଙ୍କ ପାଇଁ କେତେକ ନିୟମ ଧାର୍ଯ୍ୟ କରାଯାଇଛି।
ଏହି ସିରିଜ୍‌ ଲାଗି ଭାରତ ଗସ୍ତରେ ଥିବା ଦକ୍ଷିଣ ଆଫ୍ରିକା ଦଳ ପ୍ରଶଂସକଙ୍କଠାରୁ ଦୂରେଇ ରହିବ। ଏଣୁ କୌଣସି ପ୍ରଶଂସକ କିମ୍ବା ହୋଟେଲ କର୍ମକର୍ତ୍ତା କିମ୍ବା ଅନ୍ୟ କେହି ଖେଳାଳିଙ୍କ ସହ ସେଲ୍‌ଫି ନେବେନାହିଁ କିମ୍ବା ହାତ ମିଳାଇବେ ନାହିଁ। ଦକ୍ଷିଣ ଆଫ୍ରିକା ଦଳର ଖେଳାଳିଙ୍କୁ ସଭିଙ୍କଠୁ ଦୂରେଇ ରହିବାକୁ ପରାମର୍ଶ ଦିଆଯାଇଛି। ଖେଳାଳିମାନେ ବାହାର ଖାଦ୍ୟ ନ ଖାଇବାକୁ କୁହାଯାଇଛି। କୌଣସି ଅଜଣା ଲୋକଙ୍କ ମୋବାଇଲ ନ ଧରିବାକୁ ମଧ୍ୟ କୁହାଯାଇଛି। ସବୁ ଖେଳାଳି, ଟିମ୍‌ ଷ୍ଟାଫ୍‌, ରାଜ୍ୟ ସଂଘକୁ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ଓ ଭାରତ ସରକାରଙ୍କ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଜାରି କରିଥିବା ସବୁ ନିର୍ଦ୍ଦେଶ ତଥା ନିୟମାବଳୀ ସଂକ୍ରାନ୍ତରେ ଅବଗତ କରାଯାଇଛି ବୋଲି ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ତରଫରୁ କୁହାଯାଇଛି। ବଲ୍‌କୁ ଚମ୍‌କାଇବା ପାଇଁ ସେଥିରେ ଖେଳାଳିମାନେ ଲାଳ କିମ୍ବା ଛେପ ଲାଗାଇଥାନ୍ତି। ତେବେ ଭାରତୀୟ ଖେଳାଳିମାନେ ଏଭଳି କିଛି କରିବେ ନାହିଁ ବୋଲି ଦ୍ରୁତ ବୋଲର ଭୁବନେଶ୍ୱର କୁମାର କହିଛନ୍ତି। ଫଳରେ ଦ୍ରୁତ ବୋଲରମାନେ ସମସ୍ୟାରେ ପଡିବେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଦକ୍ଷିଣ ଆଫ୍ରିକାକୁ ଫେରୁଛି କ୍ରିକେଟ

ଜୋହାନ୍ସବର୍ଗ, ୧୮।୬(ପି.ଟି.)-  କରୋନା ଭାଇରସ ସଂକ୍ରମଣ ଜନିତ ଲକ୍‌ଡାଉନ ଯୋଗୁ ଗତ ମାର୍ଚ୍ଚରୁ ବନ୍ଦ ରହିଥିବା କ୍ରିକେଟ ଏବେ ଦକ୍ଷିଣ ଆଫ୍ରିକାରେ ଆରମ୍ଭ ହେବାକୁ ଯାଉଛି।...

ଟି-୨୦ରେ ଏହି ଭାରତୀୟ ବୋଲରଙ୍କ ନାଁରେ ଲଜ୍ଜାଜନକ ରେକର୍ଡ ରହିଛି

କ୍ରିକେଟରେ ତ ଅନେକ ରେକର୍ଡ ସୃଷ୍ଟି ହୁଏ ଏବଂ ଅନେକ ରେକର୍ଡ ଭାଙ୍ଗେ, ହେଲେ ଏମିତି କଛି ରେକର୍ଡ ଅଛି ଯାହାକୁ କୌଣସି ଖେଳାଳି କିମ୍ବା...

ପ୍ରାଗ୍‌ ଓପନ୍‌ରେ ଭାରତୀୟ ଅଭିଯାନ ଶେଷ

ପ୍ରାଗ୍‌,୨୧।୮(ପି.ଟି.): ଏଠାରେ ଚାଲିଥିବା ଏଟିପି ଚ୍ୟାଲେଞ୍ଜର ପ୍ରାଗ୍‌ ଓପନ୍‌ରେ ଭାରତୀୟ ଅଭିଯାନ ଶେଷ ହୋଇଛି। ଡବଲ୍ସ ଇଭେଣ୍ଟରେ ସବୁ ୩ ଭାରତୀୟ ଖେଳାଳି ପରାଜୟ ବରଣ...

ସିଏସ୍‌କେର ପ୍ଲେ-ଅଫ୍‌ ବାଟ ବନ୍ଦ

ମୁମ୍ବାଇ,୧୨।୫: ସ୍ଥାନୀୟ ଓ୍ବାଙ୍ଖଡେ ଷ୍ଟାଡିୟମରେ ଗୁରୁବାର ଖେଳାଯାଇଥିବା ଏକ ଲୋ ସ୍କୋରିଂ ମ୍ୟାଚ୍‌ରେ ମୁମ୍ବାଇ ଇଣ୍ଡିଆନ୍ସ ୫.୧ ଓଭର ପୂର୍ବରୁ ୫ ଉଇକେଟରେ ଚେନ୍ନାଇ ସୁପର...

ଜୋକୋଭିଚ୍‌ଙ୍କୁ ଆଡିଲେଡ୍‌ ଇଣ୍ଟରନ୍ୟାଶନାଲ ଟାଇଟଲ୍‌

ଆଡିଲେଡ୍‌, ୯ା୧(ପି.ଟି.): ସର୍ବିଆର ନୋଭାକ୍‌ ଜୋକୋଭିଚ୍‌ ରବିବାର ଆଡିଲେଡ୍‌ ଇଣ୍ଟରନ୍ୟାଶନାଲ ଟେନିସ ଟାଇଟଲ ବିଜୟୀ ହୋଇଛନ୍ତି। ଅଷ୍ଟ୍ରେଲିଆନ୍‌ ଓପନ୍‌ ପ୍ରସ୍ତୁତି ପାଇଁ ଏହି ଟୁର୍ନାମେଣ୍ଟ ଖେଳିଥିବା...

ଘରେ ତ୍ରିରଙ୍ଗା ଉଡାଇଲେ ଇରଫାନ୍‌, କହିଲେ ଅଭିଯାନରେ ସାମିଲ ହୁଅ

ନୂଆଦିଲ୍ଲୀ,୧୨।୮: ସ୍ବାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ଅମୃତ ମହୋତ୍ସବ ପାଳନ କରୁଛି ଭାରତ। ଏହି ଅବସରରେ କେନ୍ଦ୍ର ସରକାରଙ୍କ ଦ୍ୱାରା ‘ହର୍‌ ଘର୍‌ ତ୍ରିରଙ୍ଗା’...

ତ୍ରି-ରାଷ୍ଟ୍ରୀୟ ଟି୨୦: ଆଫଗାନିସ୍ତାନକୁ ଜିତାଇଲେ ନବି

ଢାକା, ୧୫।୯- ସ୍ଥାନୀୟ ଶେର୍‌ ଇ ବାଂଲା ନ୍ୟାଶନାଲ ଷ୍ଟାଡିୟମରେ ରବିବାର ଅନୁଷ୍ଠିତ ତ୍ରି-ରାଷ୍ଟ୍ରୀୟ ଟି୨୦ ସିରିଜର ଏକ ମ୍ୟାଚ୍‌ରେ ଆଫଗାନିସ୍ତାନ ୨୫ ରନରେ ଘରୋଇ...

ଏମିତି କାମ କରି ସ୍ତ୍ରୀଙ୍କୁ ଡରାଇଲେ ରୋହିତ ଶର୍ମା

ଦୁବାଇ,୫।୧୦: ଆଇପିଏଲ ୨୦୨୧ରେ ଟାଇଟଲ ବିଜୟରେ ହ୍ୟାଟ୍ରିକ କରିବା ଠାରୁ ବହୁ ଦୂରରେ ଅଛି ମୁମ୍ବାଇ ଇଣ୍ଡିଆନ୍ସ। କିନ୍ତୁ ଅଧିନାୟକ ରୋହିତ ଶର୍ମା ତାଙ୍କ ସାଥୀ...

Advertisement
Archives

Model This Week