କରୋନା ବେଳେ ସାହାସ ଦେଖାଇଲେ, ରକ୍ତଦାନ କଲେ

ବଲାଙ୍ଗୀର ଅଫିସ, ୨ା୪: କରୋନା ମହାମାରୀ ଏବେ ସମଗ୍ର ବିଶ୍ୱକୁ ଆତଙ୍କିତ କରି ରଖିଛି। ଏହାକୁ ନେଇ ସମଗ୍ର ଦେଶରେ ୨୧ଦିନିଆ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି। ଅତ୍ୟାବଶ୍ୟକ କାମ ନଥିଲେ ଘରୁ ନ ବାହାରିବାକୁ ପରାମର୍ଶ ଦିଆଯାଇଛି। ଏଭଳି ସନ୍ଦିକ୍ଷଣରେ ବହୁ ରୋଗୀ, ଗରିବ ଲୋକ, ଅସହାୟ ବୃଦ୍ଧାବୃଦ୍ଧ ଓ ଛୋଟ ଶିଶୁମାନେ ଘୋର ଅସୁବିଧାରେ ପଡିଛନ୍ତି। ବିଶେଷକରି ବିଭିନ୍ନ ରୋଗରେ ପୀଡିତ ରୋଗୀମାନେ ନାହିଁ ନ ଥିବା କଷ୍ଟ ଭୋଗୁଛନ୍ତି। ରକ୍ତଭଣ୍ଡାରରେ ରକ୍ତ ଅଭାବ ଯୋଗୁଁ କେତେକ ରୋଗୀଙ୍କ ସ୍ଥିତି ଗମ୍ଭୀର ହୋଇପଡିଛି। କରୋନାକୁ ନେଇ ସମସ୍ତେ ଆତଙ୍କିତ ଥିବାବେଳେ ବଲାଙ୍ଗୀରର କେତେକ ସ୍ବେଚ୍ଛାସେବୀ ସଙ୍ଗଠନର ଯୁବ ସ୍ବେଚ୍ଛାସେବୀ ସେମାନଙ୍କ ଉତ୍ସର୍ଗୀକୃତ ସେବାରେ ଲୋକଙ୍କ ହୃଦୟ ଜିଣି ନେଇଛନ୍ତି। ବିଙ୍ଗ୍‌ ହ୍ୟୁମାନ୍‌ ଫାଉଣ୍ଡେସନ୍‌ର ସଦସ୍ୟ ବଲାଙ୍ଗୀର ରକ୍ତଭଣ୍ଡାରରେ ରକ୍ତ ନ ଥିବା ଜାଣିବା ପରେ ସ୍ବେଚ୍ଛାକୃତ ରକ୍ତଦାନ କରିଛନ୍ତି। ଏଥିରେ ଯୁବତୀମାନେ ମଧ୍ୟ ବେଶ୍‌ ଉତ୍ସାହ ଦେଖାଇଛନ୍ତି। ଫାଉଣ୍ଡେସନ୍‌ ସଦସ୍ୟା ରୂପା ଦାସ, ରୋଜାଲିନ୍‌ ମିଶ୍ର, ସୁପ୍ତାଞ୍ଜଳି ରଣା, ଯୁବ ସ୍ବେଚ୍ଛାସେବୀ ସ୍ବାଧୀନ ମୁନି, ଅଭିଜିତ୍‌ ମିଶ୍ର, ସୁନୀଲ ସାହୁ ରକ୍ତଭଣ୍ଡାରକୁ ଯାଇ ରକ୍ତଦାନ କରଛନ୍ତି। କରୋନା ସଂକ୍ରମଣ କାଳରେ ଏହି ଯୁବତୀ, ଯୁବକମାନେ ରକ୍ତଦାନ କରି ଆଦର୍ଶ ପ୍ରତିଷ୍ଠା କରିଛନ୍ତି। ଏହି ଅନୁଷ୍ଠାନର ୫ ଜଣ ସଦସ୍ୟ ଲଗାତାର ୩ ଦିନ ହେଲାଣି ସ୍ବେଚ୍ଛାକୃତ ରକ୍ତଦାନ କରୁଛନ୍ତି। ଠିକ୍‌ ସେହିପରି ବଲାଙ୍ଗୀର ୟୁଥ୍‌ ଆକ୍ସନ କମିଟି ସଦସ୍ୟମାନେ ମଧ୍ୟ ରକ୍ତ ଅଭାବ ଦୂର କରିବାକୁ ଯାଇ ସ୍ବେଚ୍ଛାକୃତ ରକ୍ତଦାନ କରିଛନ୍ତି । କମିଟି ସଭାପତି ବିନୋଦ କୁମାର କାଲସାଲଙ୍କ ନେତୃତ୍ୱରେ ଅଜୟ କୁମାର ନାଗ, ଅରୁଣ ଦୋରା, ରାଜେଶ ମିଶ୍ର, ହେମ ସାଗର ବଗର୍ତ୍ତର ରକ୍ତଦାନ କରିଛନ୍ତି। ଏଭଳି କଠିନ ସମୟରେ ରକ୍ତଦାନ କରି ରୋଗୀଙ୍କ ଜୀବନ ବଞ୍ଚାଇବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଉଥିବା ଯୁବ ସ୍ବେଚ୍ଛାସେବୀଙ୍କୁ ସବୁ ବର୍ଗରୁ ପ୍ରଶଂସା କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଚା’ ପିଇ କଲେଜକୁ ଫେରୁଥିଲେ, ଧକ୍କା ଦେଲା ସ୍ପିଡ ବାଇକ୍‌; ଡାକ୍ତରୀ ଛାତ୍ରୀ ଗୁରୁତର

ବଲାଙ୍ଗୀର,୧୪।୨ -( ସୁନିଲ କୁମାର ମହାନ୍ତି) ବଲାଙ୍ଗୀର ସହର ଭିଆଇପି ରାସ୍ତା ତଥା ଭାଗିରଥି ଛକରୁ ସର୍କିଟ ହାଉସ୍ ରାସ୍ତାରେ ଜଣେ ସ୍ପିଡ ବାଇକ ଆରୋହୀଙ୍କ ଧକ୍କାରେ…

ପ୍ରେମ ବିବାହ କରିଥିବା ଯୁବକଙ୍କୁ ଅପହରଣ, ବାପାଙ୍କ ନାଁରେ ଥାନାରେ ଏତଲା ଦେଲେ ଝିଅ

ତୁମୁଡିବନ୍ଧ,୧୪ା୨(ଦୀପକ କୁମାର ପରାସେଠ)- ଭଲପାଇ ପ୍ରେମ ବିବାହ କରିଥିବା ଜଣେ ଯୁବକଙ୍କୁ ଅପହରଣ କରାଯାଇଛି। କନ୍ଧମାଳ ଜିଲାର ଏହି ଯୁବକ ପୁରୀ ଜିଲାର ଏକ ଗ୍ରାମରେ ଡାକ…

ଏପିଓଙ୍କୁ ତାଗିଦ କରିବାରୁ ବିଡିଓଙ୍କ ନାମରେ ଏତଲା, ତଦନ୍ତ ନିର୍ଦ୍ଦେଶ ଦେଲେ ଗଞ୍ଜାମ ଜିଲାପାଳ

ଦିଗପହଣ୍ଡି,୧୪।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କାର୍ଯ୍ୟାଳୟ ଅତିରିକ୍ତ କାର୍ଯ୍ୟକ୍ରମ ଅଧିକାରୀ (ଏପିଓ) ଅରୁଣ କୁମାର ସ୍ବାଇଁ ଦୀର୍ଘଦିନ ହେଲା କାର୍ଯ୍ୟରେ ଅବହେଳା କରିଆସୁଛନ୍ତି।ନିଶାସକ୍ତ…

୩ ଦିନ ବ୍ୟବଧାନରେ ପୁଣି ବୁଲିଲା ଖଣ୍ଡା, ଫୁଟିଲା ଗୁଳି; ବୈଶିଙ୍ଗାରେ ବଢୁଛି ଅସମାଜିକ ବ୍ୟକ୍ତିଙ୍କ ଦୌରାତ୍ମ୍ୟ 

ବୈଶିଙ୍ଗା,୧୦।୨(ରତନ ଦାଶ): ମୟୂରଭଞ୍ଜ ଜିଲ୍ଲାର ବୈଶିଙ୍ଗା ଥାନା ଅଞ୍ଚଳ ଅଶାନ୍ତ ହୋଇଉଠିଛି। ଶୁକ୍ରବାର ୮  ଜଣ କୁଖ୍ୟାତ ଆନ୍ତଃରାଜ୍ୟ ଡ଼କାୟତଙ୍କୁ ବିଭିନ୍ନ ମାରଣାସ୍ତ୍ର ସହ ଧରି କୋର୍ଟ…

ନାଇକସାହିରେ ବ୍ୟାପୁଛି ଜଣ୍ଡିସ: ୯ ବର୍ଷୀୟ ଶିଶୁ ମୃତ,ଗ୍ରାମବାସୀଙ୍କ ମଧ୍ୟରେ ଆତଙ୍କ…

ବଞ୍ଚୋ, ୧୪ା୨(ପ୍ରଦୋଷ କୁମାର ବିଶ୍ୱାଳ): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ବଞ୍ଚୋ ପଞ୍ଚାୟତର ନାଇକସାହିରେ ଜଣ୍ଡିସ ରୋଗ ବ୍ୟାପିବାରୁ ଗ୍ରାମବାସୀଙ୍କ ମଧ୍ୟରେ ଆତଙ୍କ ଦେଖାଦେଇଛି। ଶୁକ୍ରବାର ୯ବର୍ଷୀୟ…

୮୦ ଲକ୍ଷ ବ୍ୟୟରେ ନିର୍ମିତ ପାନୀୟଜଳ ପ୍ରକଳ୍ପ ଅଚଳ, ଆନ୍ଦୋଳନ କରିବାକୁ ଚେତାବନୀ ଦେଲେ…

ଦିଗପହଣ୍ଡି,୧୪।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ସହଦେବ ଟିକରପଡ଼ା ପଞ୍ଚାୟତ ଫାସିବନ୍ଧ ଗ୍ରାମରେ ଗତ ୨୦୧୯-୨୦ ଆର୍ଥିକ ବର୍ଷରେ ବସୁଧା ଯୋଜନାରେ ପ୍ରାୟ ୮୦…

ଓଡ଼ିଶା ସୀମାନ୍ତ ଗ୍ରାମରେ ଆନ୍ଧ୍ର ପକ୍ଷରୁ କିଷାନ କାର୍ଡ ଲାଗି ଚାଲିଛି ସର୍ଭେ, ହାତ ବାନ୍ଧି ବସିଛି ପଟ୍ଟାଙ୍ଗି ବ୍ଲକ ପ୍ରଶାସନ  

ପଟ୍ଟାଙ୍ଗି,୧୪।୨(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ତଥା ଓଡିଶା ଅଧୀନରେ ରହିଥିବା କୋଟିଆ ପଞ୍ଚାୟତର ସୀମାନ୍ତ ମାଡକାର ଗ୍ରାମରେ ପଡୋଶୀ ଆନ୍ଧ୍ର କରୁଛି ପିଏମ୍…

କେନ୍ଦୁଝର ଜିଲାରେ ବ୍ୟାପୁଛି ଜଣ୍ଡିସ

ବଞ୍ଚୋ,୧୪।୨(ପ୍ରଦୋଷ କୁମାର ବିଶ୍ୱାଳ): କେନ୍ଦୁଝର ଜିଲା ହାଟଡିହି ବ୍ଲକ ଅଧୀନ ବଞ୍ଚୋ ପଞ୍ଚାୟତ ନାଇକସାହିରେ ଜଣ୍ଡିସ ରୋଗ ବ୍ୟାପିବାରେ ଲାଗିଛି। ଏନେଇ ଗ୍ରାମବାସୀ ଭୟଭିତ ହୋଇପଡିଛନ୍ତି। ଅନ୍ୟପକ୍ଷେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri