କରୋନା ପାଇଁ ବଦଳିଲା ଅଭିନେତ୍ରୀମାନଙ୍କ ଏୟାରପୋର୍ଟ ଲୁକ୍‌; ମେମେ ଶେୟାର କରି ମନକଥା କହିଲେ ମଲାଇକା

ବମ୍ବେ: ବିଶ୍ୱବାସୀଙ୍କ ନିଦ ହଜାଇ ସାରିଲାଣି କରୋନା। ଚାଇନାରୁ ଆରମ୍ଭ ହୋଇ ଗୋଟିଏ ପରେ ଗୋଟିଏ ଦେଶକୁ ମାଡ଼ି ଚାଲିଛି ଏହି ସଂକ୍ରମଣ। ଭାରତରେ ତିନିଜଣ କରୋନା ରୋଗୀ ଚିହ୍ନଟ ପରେ ଏବେ ବିମାନବନ୍ଦରରେ ଗ୍ରହଣ କରାଯାଇଛି ସତର୍କତା। ଏଥିସହ ବିଦେଶ ଗସ୍ତ ଉପରେ ଲାଗିଛି କଟକଣା। ଫଳରେ ଅଭିନେତାମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସେଭଳି ଜଣେ ହେଲେ ମଲାଇକା ଅରୋରା।

ନିଜ ସୋସିଆଲ ପୃଷ୍ଠାରେ ଏକ ମେମେ ଶେୟାର କରିଛନ୍ତି ମଲାଇକା। ୨୦୧୯ରେ କରୋନା ଆସିବା ପୂର୍ବର ବିମାନବନ୍ଦର ଲୁକ୍‌ ଆଉ ୨୦୨୦ର ବିମାନବନ୍ଦର ଲୁକ୍‌ ମଧ୍ୟରେ ଯଥେଷ୍ଟ ପାର୍ଥକ୍ୟ ଆସିଯାଇଥିବା ସେ ମେମେ ଜରିଆରେ କହିଛନ୍ତି। ପୂର୍ବରୁ ହଟ୍‌ ଲୁକ୍‌ରେ ଅଭିନେତ୍ରୀମାନେ ଏୟାରପୋର୍ଟରେ ନଜରକୁ ଆସୁଥିଲେ। ହେଲେ ଏବେ ସମ୍ପୂର୍ଣ୍ଣ ଦେହକୁ ଘୋଡ଼ାଇ ଯିବାକୁ ପଡ଼ୁଛି। ମଲାଇକାଙ୍କ ପୋଷ୍ଟରୁ ଯାହା ଜଣାପଡ଼ୁଛି, ଅଭିନେତାମାନେ କରୋନାକୁ ନେଇ ସତର୍କ ହୋଇଗଲେଣି।


Enter your email to get our daily news in your inbox.

All Right Reserved By Dharitri.Com

ଅବନୀତଙ୍କ ଗ୍ଲାମରସ୍‌ ଲୁକ୍‌କୁ ନେଇ ଉଠିଲା ପ୍ରଶ୍ନ

ଅଭିନେତ୍ରୀ ଅବନୀତ କୌର ଯେତିକି ଗ୍ଲାମରସ୍‌ ସେତିକି ଚର୍ଚ୍ଚିତ ମଧ୍ୟ। ନିଜ ଚମକଦାର ଲୁକ ପାଇଁ ପ୍ରାୟତଃ ପ୍ରଶଂସା ସାଉଁଟନ୍ତି। ନିକଟରେ ସେ ତାହା ତ୍ୱଚାରେ ବୋଟକ୍ସ…

କିଏ ହେବ ଆଶା ଭୋସଲେଙ୍କ ସମ୍ପତ୍ତିର ଉତ୍ତରଧିକାରୀ? ୟାଙ୍କୁ ମିଳିବ କୋଟି କୋଟି ଟଙ୍କାର ସମ୍ପତ୍ତି…

ମୁମ୍ୱାଇ: ବଲିଉଡର ପ୍ରସିଦ୍ଧ ଗାୟିକା ଆଶା ଭୋସଲେ ଆଉ ଆମ ମଧ୍ୟରେ ନାହାନ୍ତି। ଆଠ ଦଶନ୍ଧି ଧରି ହିନ୍ଦୀ ସିନେମାକୁ ତାଙ୍କର ସୁମଧୁର କଣ୍ଠସୱରରେ ସୁନ୍ଦର କରିଥିବା…

ଲତା-ଆଶାଙ୍କ ସ୍ମୃତିରେ ନିର୍ମାଣ ହେବ ଏସିଆର ସର୍ବବୃହତ ହସ୍ପିଟାଲ; ଘୋଷଣା କଲେ ଭାଇ ହୃଦୟନାଥ

ମୁମ୍ବାଇ,୧୪।୪: ମଙ୍ଗେସକର ପରିବାରର ସଙ୍ଗୀତ ଐତିହ୍ୟ ଏବେ ସମାଜ ସେବା କ୍ଷେତ୍ରରେ ଏକ ନୂତନ ଅଧ୍ୟାୟ ସୃଷ୍ଟି କରିବାକୁ ପ୍ରସ୍ତୁତ। ‘ସ୍ବର କୋକିଳ’ ଲତା ମଙ୍ଗେସକର ଏବଂ…

ପଞ୍ଚଭୂତରେ ବିଲୀନ ହେଲେ କିମ୍ବଦନ୍ତୀ ଗାୟିକା ଆଶା ଭୋସଲେ; ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ, ପୁଅ ଦେଲେ ମୁଖାଗ୍ନି

ମୁମ୍ବାଇ,୧୩।୪: ବଲିଉଡରେ ଶୋକର ଲହରୀ ଖେଳିଯାଇଛି । ସିନେମା ଏବଂ ସଙ୍ଗୀତ ଜଗତ ଜଣେ କିମ୍ବଦନ୍ତୀ ଗାୟିକାଙ୍କୁ ହରାଇଛି । ଆଶା ଭୋସଲେ ଦଶନ୍ଧି ଧରି ଚଳଚ୍ଚିତ୍ର…

‘ଆଶାଙ୍କ କଣ୍ଠରେ ‘ଳ’ ଉଚ୍ଚାରଣ ନ ହେବାରୁ କାଳିଆ ସ୍ଥାନରେ କରାଗଲା ମଣିମା’

ଭୁବନେଶ୍ୱର,୧୩ା୪: ଆଶା ଭୋସ୍‌ଲେ, ଭାରତୀୟ ସଙ୍ଗୀତ ଜଗତର ଅନ୍ୟତମ ଲୋକପ୍ରିୟ କଣ୍ଠଶିଳ୍ପୀ। ସଂଗୀତ ପ୍ରତି ସମର୍ପିତ ଏହି ଗାୟିକା ଭଜନ, ଗଜଲ, ଶାସ୍ତ୍ରୀୟ ସଙ୍ଗୀତ, ପପ୍‌ ମ୍ୟୁଜିକ୍‌…

ଆଶା ଭୋସ୍‌ଲେଙ୍କ ପରଲୋକରେ ଭାବପ୍ରବଣ ହୋଇପଡ଼ିଲେ ନରେନ୍ଦ୍ର ମୋଦି

ମୁମ୍ବାଇ,୧୨।୪: ପ୍ରଖ୍ୟାତ ଗାୟିକା ଆଶା ଭୋସ୍‌ଲେଙ୍କ ପରଲୋକ ପରେ ସମଗ୍ର ଦେଶରେ ଶୋକର ଲହରୀ ଖେଳିଯାଇଛି। ରାଜନୈତିକ କ୍ଷେତ୍ରର ପ୍ରମୁଖ ବ୍ୟକ୍ତିବିଶେଷ ମଧ୍ୟ ତାଙ୍କ ବିୟୋଗରେ ଶୋକ…

୧୬ ବର୍ଷ ବୟସରେ ବିବାହ, ଶାଶୁଘରେ ଘରୋଇ ହିଂସାର ଶିକାର…ପୁଅଙ୍କ ମୃତ୍ୟୁ-ଝିଅଙ୍କ ଆତ୍ମହତ୍ୟା; ବେଶ ସଂଘର୍ଷମୟ ଥିଲା ଆଶାଙ୍କ ଜୀବନ

ମୁମ୍ବାଇ:ସଙ୍ଗୀତ ଜଗତର ଆଶା ଭୋସଲେ ୯୨ ବର୍ଷ ବୟସରେ ଦୁନିଆରୁ ବିଦାୟ ନେିଇଛନ୍ତି। ଶନିବାର ମୁମ୍ବାଇର ଏକ ଘରୋଇ ହସ୍ପିଟାଲରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି।…

କେତେ ଟଙ୍କାର ସମ୍ପତ୍ତି ଛାଡ଼ିଗଲେ ଆଶା ଭୋସଲେ, ଜାଣିଲେ…

ମୁମ୍ବାଇ,୧୨ା୪: ପ୍ରସିଦ୍ଧ ଭାରତୀୟ ଗାୟିକା ଆଶା ଭୋସଲେଙ୍କ ରବିବାର  ଦେହାନ୍ତ ହୋଇଛି। ସେ ୯୨ ବର୍ଷ ବୟସରେ ମୁମ୍ବାଇର ବ୍ରିଚ୍‌ କାଣ୍ଡି ହସ୍ପିଟାଲରେ ଶେଷ ନିଃଶ୍ୱାସ ତ୍ୟାଗ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri