ଖୋଲାମେଲା ରେଳ ଷ୍ଟେଶନ: କରୋନା ଧରିବ କ୍ୟାମେରା

ଭୁବନେଶ୍ୱର,୧୮ା୩ (ବ୍ୟୁରୋ): କରୋନା ଭାଇରସ୍‌କୁ ନେଇ ସବୁଠି ଭୟ ଓ ଆଶଙ୍କାର ବାତାବରଣ। ସଂକ୍ରମଣ ରୋକିବାକୁ କଡ଼ା ନିର୍ଦ୍ଦେଶ ଜାରି ପରେ ସବୁଠି କଟକଣା ଲଗାଯାଇଛି। ହେଲେ ଓଡ଼ିଶାର ଅନ୍ୟତମ ପ୍ରମୁଖ ପ୍ରବେଶ ପଥ ଭୁବନେଶ୍ୱର ରେଳ ଷ୍ଟେଶନରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି। ରେଳ ଷ୍ଟେଶନ ଖୋଲାମେଲା ରହିଥିବାବେଳେ ନିର୍ଦ୍ଦେଶକୁ ଖୋଲାଖୋଲି ଉଲ୍ଲଂଘନ କରାଯାଉଥିବାରୁ ସଂକ୍ରମଣ ଆଶଙ୍କା ଦେଖାଦେଇଛି। ଟିକେଟ କାଉଣ୍ଟର, ପ୍ରବେଶ ପଥ, ବସିବା ସ୍ଥାନ ଆଦି ବିଭିନ୍ନ ସ୍ଥାନରେ ଘଣ୍ଟା ଘଣ୍ଟା ଧରି ସମାଗମ ଦେଖିବାକୁ ମିଳୁଛି। ଟିକେଟ ଓ ଟଙ୍କା ଦେଣନେଣବେଳେ ସଂକ୍ରମଣ ସମ୍ଭାବନା ରହୁଛି। ପ୍ରତିଦିନ ରାଜ୍ୟ ତଥା ଦେଶର ବିଭିନ୍ନ ରାଜ୍ୟରୁ ହଜାର ହଜାର ଲୋକ ଏହି ରେଳ ଷ୍ଟେଶନ ଦେଇ ଯାତାୟାତ କରୁଥିଲେ ମଧ୍ୟ କୌଣସି ଯାଞ୍ଚ କରାଯାଉନାହିଁ। ବିମାନ ବନ୍ଦର ଭଳି ଏଠାରେ ସ୍କ୍ରିନିଂ ବ୍ୟବସ୍ଥା ନାହିଁ। ଫଳରେ ଅନ୍ୟ ରାଜ୍ୟରୁ ଖସି ଆସୁଥିବା ସନ୍ଦିଗ୍ଧ କରୋନା ଆକ୍ରାନ୍ତ ଟ୍ରେନ୍‌ ଯୋଗେ ଭୁବନେଶ୍ୱର ଚାଲି ଆସିବାର ସମ୍ଭାବନାକୁ ଏଡାଇ ଦେଇ ହେଉନି। ଏହାକୁ ନେଇ ଷ୍ଟେଶନରେ କାର୍ଯ୍ୟରତ କର୍ମଚାରୀ ଓ ଯାତାୟାତ କରୁଥିବା ଲୋକେ ଆତଙ୍କିତ ଅବସ୍ଥାରେ ରହୁଛନ୍ତି। ଅନ୍ୟପକ୍ଷରେ ଷ୍ଟେଶନ ଦେଇ ଅଧିକ ସଂଖ୍ୟକ ଲୋକ ଯାତାୟାତ କରୁଥିବାରୁ ସମସ୍ତଙ୍କୁ ଗୋଟିଗୋଟି କରି ସ୍କ୍ରିନିଂ କରିବା ସମ୍ଭବ ନୁହେଁ। ଏହାସହ ଯାଞ୍ଚବେଳେ କର୍ମଚାରୀଙ୍କୁ ମଧ୍ୟ ସଂକ୍ରମଣ ଭୟ ରହୁଛି। ଏପରିସ୍ଥଳେ ଷ୍ଟେଶନରେ କିଭଳି କରୋନା ସଂକ୍ରମଣ ରୋଗୀଙ୍କୁ ଚିହ୍ନଟ କରିହେବ ସେନେଇ ରେଳପଥ କର୍ତ୍ତୃପକ୍ଷଙ୍କ ଚିନ୍ତା ବଢ଼ିଛି। ତେଣୁ ଷ୍ଟେଶନରେ ଥର୍ମାଲ ଇମେଜିଂ କ୍ୟାମେରା ଲଗାଇବା ପାଇଁ ଷ୍ଟେଶନ ଡାଇରେକ୍ଟର ଚିତ୍ତରଞ୍ଜନ ନାୟକ ଉଚ୍ଚ ଅଧିକାରୀଙ୍କୁ ଚିଠି ଲେଖି ଜଣାଇଥିବା କହିଛନ୍ତି। ମଙ୍ଗଳବାର ବିଭାଗୀୟ ଅଧିକାରୀ ଭୁବନେଶ୍ୱର ଷ୍ଟେଶନ ପରିଦର୍ଶନ କରିବା ସହ ସ୍ଥିତି ଅନୁଧ୍ୟାନ କରିଥିବା ଜଣାପଡିଛି। ଖୁବ୍‌ଶୀଘ୍ର ଷ୍ଟେଶନରେ ଥର୍ମାଲ ଇମେଜିଂ କ୍ୟାମେରା ଲଗାଯିବ ବୋଲି ଚିତ୍ତରଞ୍ଜନ କହିଛନ୍ତି। ଗୋଟିଏ ଏକ ନମ୍ବର ପ୍ଲାଟ ଫର୍ମର ପ୍ରବେଶ ପଥ ଓ ଅନ୍ୟଟି ୬ ନମ୍ବର ପ୍ଲାଟ ଫର୍ମରେ ଲାଗିବ। ଷ୍ଟେଶନରେ ଥିବା ଅନ୍ୟସବୁ ବାଟକୁ ବନ୍ଦ କରି ଏହି ଦୁଇଟି ବାଟରେ ଯାତ୍ରୀ ଯିବା ଆସିବା କରିବେ। କୌଣସି କରୋନା ରୋଗୀ ଆସିଲେ କ୍ୟାମେରା ଚିହ୍ନଟ କରିନେବ। ୩୦ ମିଟର ରେଡିଏଶନରେ ଯେଉଁ ଯାତ୍ରୀ ଯିବେ ସେମାନଙ୍କ ଶରୀରର ତାପମାତ୍ରା ମାପିଦେବ ଏହି କ୍ୟାମେରା। କରୋନା ରୋଗୀ ଷ୍ଟେଶନ ଦେଇ ଆସିଲେ ତାପମାତ୍ରାରୁ ତୁରନ୍ତ ଚିହ୍ନଟ କରି ସୂଚନା ପ୍ରଦାନ ସହ ସତର୍କ କରାଇଦେବ। ଏହି କ୍ୟାମେରାର ଦାମ୍‌ ୯ ଲକ୍ଷ ୫୦ ହଜାର ଲେଖାଏ ପଡ଼ିବ ବୋଲି ସେ ସୂଚନା ଦେଇଛନ୍ତି।
ଅନ୍ୟପକ୍ଷରେ କରୋନା ପ୍ରଭାବ ରେଳ ଯାତ୍ରୀ ଉପରେ ପଡିଛି। କରୋନାକୁ ଦେଖି ଲୋକମାନେ ଯାତ୍ରା କରିବାକୁ ରାଜି ହେଉନାହାନ୍ତି। ଯେଉଁମାନେ ବାହାରକୁ ଯିବା ପାଇଁ ଆଗୁଆ ଟିକେଟ କରିଥିଲେ ସେମାନେ ଟିକେଟ ବାତିଲ କରୁଛନ୍ତି। ମଙ୍ଗଳବାର ଭୁବନେଶ୍ୱର ରେଳ ଷ୍ଟେଶନରେ ଟିକେଟ କରୁଥିବା ବ୍ୟକ୍ତିଙ୍କଠାରୁ ବାତିଲ କରୁଥିବା ଯାତ୍ରୀଙ୍କ ସଂଖ୍ୟା ୩ ଗୁଣା ଅଧିକ ଥିଲା। ଆଗାମୀ ଦିନରେ ଏକାଧିକ ଟ୍ରେନ ବାତିଲ ହେବ ବୋଲି ରେଲ୍‌ଓ୍ବେ କର୍ତ୍ତୃପକ୍ଷ କହିଛନ୍ତି।
ସେପଟେ ସଚେତନତା ପଦକ୍ଷେପ ସ୍ବରୂପ ସାନିଟାଇଜର ବ୍ୟବହାରକୁ ଗୁରୁତ୍ୱ ଦିଆଯାଉଥିବାବେଳେ ଏସି ବଗିରେ ଲାଗିଥିବା ଡୋର ସ୍କିନ୍‌ କାଢି ନିଆଯାଇଛି। ଏହାସହ ଶୌଚାଳୟର ହ୍ୟାଣ୍ଡେଲ ଓ ଏକାଧିକ ଯାତ୍ରୀ ସମାଗମ ହେଉଥିବା ସ୍ଥାନକୁ କେମିକାଲ ପାଣି ଦ୍ୱାରା ସଫା କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

ମୁହାଁମୁହିଁ ଧକ୍କା ହେଲା ବୋଲେରୋ-କାର୍, ରାସ୍ତାରେ ଦେଖାଗଲା…

ବଲାଙ୍ଗିର,୨୧/୧୨ (ସୁନିଲ ମହାନ୍ତି): ବଲାଙ୍ଗିର ସହର ସଦର ବ୍ଳକ ଛକ ନିକଟରେ ଏକ ବୋଲେରୋ ଓ କାର୍ ମୁହାଁ ମୁହଁ ଧକ୍କା ହୋଇଥଲା । ଦୁଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri