କରୋନା ଆତଙ୍କ : ବଢ଼ିଲା ଖୁଚୁରା ସାମଗ୍ରୀ ଦର

ଖୋର୍ଦ୍ଧା ଅଫିସ,୨୪ା୩ : କରୋନା ଆତଙ୍କ ଯୋଗୁ ଖୋର୍ଦ୍ଧା ସହରରେ ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀ ଚଢା ଦରରେ ବିକ୍ରି ହେଉଥିବା ସାଧାରଣରେ ଅଭିଯୋଗ ହୋଇଛି। ପୂର୍ବଦର ଅପେକ୍ଷା, ଦ୍ୱିଗୁଣ ଦରରେ ବିକ୍ରି ହେଉଥିବା ମଙ୍ଗଳବାର ନଜରକୁ ଆସିଛି। କରୋନା ଆତଙ୍କକୁ ନେଇ କେତେଜଣ ଅସାଧୁ ବ୍ୟବସାୟୀ ଚଢାଦରରେ ଜିନିଷପତ୍ର ବିକ୍ରି କରୁଥିବାରୁ ଏହାକୁ ବୁଦ୍ଧିଜୀବୀ ମହଲରେ ନାପସନ୍ଦ କରାଯାଇଛି। ପରିବା ଦର ଗତ ୪ଦିନ ତଳେ ଯାହା ଥିଲା ସେଥିରେ ବୃଦ୍ଧି ପାଇଛି ବାଇଗଣ ୪୦ରୁ ୫୦, ଟମାଟୋ ୫୦ରୁ ୬୦, କଲରା ୪୦ରୁ ୫୦, ଝୁଡଙ୍ଗ ୫୦, ଭେଣ୍ଡି ୪୦, କୋବି ଗୋଟିଏ ୩୦ରୁ ୪୦ ଟଙ୍କାରେ ବିକ୍ରି କରାଯାଉଛି। ସେହିପରି ପାଉଁରୁଟି ୧୦ଟଙ୍କା ଜାଗାରେ ୨୦ ଟଙ୍କା ବିକ୍ରି କରାଯାଉଛି। ସେହିପରି ଆଳୁ ଓ ପିଆଜ ଦର ୨୫ରୁ ୩୦ ଟଙ୍କା ବିକ୍ରି ହେଉଛି। ଏ ନେଇ ଭୁବନେଶ୍ୱର ପାତ୍ରପଡାସ୍ଥିତ କୁବେରପୁରୀ ବ୍ୟବସାୟୀ ସଂଘ ସମ୍ପାଦକ ଶକ୍ତି ଶଙ୍କର ମିଶ୍ର କୁହନ୍ତି, ଦୈନିକ ୩୫୦ଟନ ଆଳୁ ଓ ୨୫୦ ଟନ ପିଆଜ ଆସିଥାଏ। ବର୍ତ୍ତମାନ ସୁଦ୍ଧା ୫୦୦ ଟନ ଆଳୁ ଆମଦାନୀ କରାଯାଇଛି। ଏହା ସତ୍ତ୍ୱେ ଖୁଚୁରା ବଜାରରେ ଆଳୁ ଓ ପିଆଜ ଦର ବୃଦ୍ଧି ଘଟୁଥିବା ଅଭିଯୋଗ ଆସିଛି। ଖୁଚୁରା ଦର ନିୟନ୍ତ୍ରଣ ଉପରେ ପ୍ରଶାସନିକ ଅବହେଳା ଦାୟୀ ଏ ନେଇ ଜିଲାପାଳ ସିତାଂଶୁ ରାଉତଙ୍କୁ ପଚାରିବାରେ ଏ ନେଇ ପ୍ରଶାସନ ପାଖରେ ଖବର ପହଂଚିଛି ଧାର୍ଯ୍ୟ ଦରଠାରୁ କେହି ବ୍ୟବସାୟୀ ଚଡା ଦରରେ କୌଣସି ଜିନିଷ ବିକ୍ରି କଲେ କାଯର୍ୟାନୁଷ୍ଠାନ ଗ୍ରହଣ କରାଯିବ ବଜାର ଦର ଉପରେ ନିୟନ୍ତ୍ରଣ ଲାଗି ଯୋଗାଣ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି। ବଜାରରେ ସମସ୍ତ ବିକ୍ରି ସାମଗ୍ରୀର ଦର ଲଗାଯିବା ନେଇ ବ୍ୟବସ୍ଥା କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ମାଡ଼ି ଆସିଲା କାଳବୈଶାଖୀ: କେଇ ମିନିଟରରେ ଛାରଖାର ହୋଇଗଲା ଜନତା ମଇଦାନ

ଭୁବନେଶ୍ବର,୬।୬: ରାଜଧାନୀ ଭୁବନେଶ୍ବରରେ ମାଡ଼ି ଆସିଲା କାଳବୈଶାଖୀ। କେଇ ମିନିଟର ଝଡତୋଫାନ ବର୍ଷାରେ ଛାରଖାର ହୋଇଗଲା ଜନତା ମଇଦାନ। ଜନତା ମଇଦାନରେ ଅନ୍ତର୍ଜାତୀୟ ଟ୍ରେଡ ଫେୟାର ପାଇଁ…

ବିଜେଡିର ବିଶାଳ ମହିଳା ସମାବେଶ: ଏହାଠି ହେଲେ ହଜାର ହଜାର ମହିଳା

ଖୋର୍ଦ୍ଧା,୫।୬: ଖୋର୍ଦ୍ଧାରେ ବିଜେଡିର ବିଶାଳ ମହିଳା ସମାବେଶ। ଜିଲା ବିଜେଡି ସଭାପତି ରାଜେନ୍ଦ୍ର ସାହୁଙ୍କ ନେତୃତ୍ୱରେ ଏହାଠି ହେଲେ ହଜାର ହଜାର ମହିଳା ଓ ରାଜ୍ୟର ବରିଷ୍ଠ…

ଚାଲିଥିଲା ବୈଠକ, ପେଟ୍ରୋଲ ଢାଳି ଆତ୍ମାହୁତି ଉଦ୍ୟମ କଲେ ଜିଲାପରିଷଦ ସଭ୍ୟ

ଖୋର୍ଦ୍ଧା,୩ା୬(ପ୍ରଭାତ ପାଣିଗ୍ରାହୀ): ଜିଲା ପରିଷଦ ବୈଠକରେ ଏକ ଅଭବାନୀୟ ଘଟଣା ଦେଖିବାକୁ ମିଳିଛି। ଜନପ୍ରତିନିଧିଙ୍କୁ ବୋଲଗଡ ବିଡିଓଙ୍କ ଅଣଦେଖା, ଦୁର୍ବ୍ୟବହାର ଏବଂ ଅସହଯୋଗ ମନୋଭାବ ପ୍ରତିବାଦରେ ୨୭…

ବାଲିଅନ୍ତା ସୌମ୍ୟ ହତ୍ୟା ମାମଲାରେ ଆସିଲା ସାଂଘାତିକ ତଥ୍ୟ: କଲ୍‌ କରି ଆମ୍ବୁଲାନ୍ସ ଫେରାଇ ଦେଇଥିଲେ ଜଣେ ବ୍ୟକ୍ତି

ଭୁବନେଶ୍ୱର,୩ା୬: ବାଲିଅନ୍ତା ସୌମ୍ୟ ରଞ୍ଜନ ସ୍ବାଇଁ ହତ୍ୟା ମାମଲାରେ ସାମ୍ନାକୁ ଆସିଛି ଏକ ସାଂଘାତିକ ତଥ୍ୟ। ମେ’ ୭ରେ ଅଡ଼ଶପୁର ମେଡିକାଲର ଆମ୍ବୁଲାନ୍ସକୁ ଜଣେ ବ୍ୟକ୍ତି କଲ୍‌…

ଅର୍ଥ ବିଭାଗର ବଡ଼ ନିର୍ଦ୍ଦେଶ: ସରକାରୀ କାର୍ଯ୍ୟରେ EV ବାଧ୍ୟତାମୂଳକ

ଭୁବନେଶ୍ୱର,୧।୬: ଅର୍ଥ ବିଭାଗ ପକ୍ଷରୁ ସୋମବାର ଏକ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶାବଳି ଜାରି କରାଯାଇଛି। ସରକାରୀ କାର୍ଯ୍ୟରେ ଇଲେକ୍ଟ୍ରିକ ଯାନବାହନ (EV) ବ୍ୟବହାର ପାଇଁ ଅର୍ଥ ବିଭାଗ ପକ୍ଷରୁ…

ରାଜ୍ୟ ସଭା ଉପ-ନିର୍ବାଚନ ବିଜ୍ଞପ୍ତି ପ୍ରକାଶ, ନିଯୁକ୍ତ ହେଲେ ରିଟର୍ଣ୍ଣିଂ ଅଫିସର

ଭୁବନେଶ୍ୱର,୧।୬: ରାଜ୍ୟ ସଭା ଉପ-ନିର୍ବାଚନ ପାଇଁ ବିଧାନସଭା ସଚ୍ଚିବାଳୟ ପକ୍ଷରୁ ସୋମବାର ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି। ବିଜ୍ଞପ୍ତିରେ ଉପନିର୍ବାଚନ ପାଇଁ ରିଟର୍ଣ୍ଣିଂ ଅଫିସର ନିଯୁକ୍ତ କରାଯାଇଛି।…

ଯୁବକଙ୍କୁ ଥାର୍ଡ ଡିଗ୍ରୀ: ବଦଳିଲେ ବାରଙ୍ଗ IIC: ଜାଣନ୍ତୁ କିଏ ହେଲେ ନୂଆ

ବାରଙ୍ଗ, ୩୧।୫(ଲିଙ୍ଗରାଜ ରାଉତ) : ବାରଙ୍ଗ ଥାନାରେ ଯୁବକଙ୍କୁ ଥାର୍ଡ ଡିଗ୍ରୀ ଦେବା ଅଭିଯୋଗ ପରେ ପୋଲିସ ବିଭାଗ ତତ୍କାଳ କାର୍ଯ୍ୟନୁଷ୍ଠାନ ନେଇଛି। ବାରଙ୍ଗ ଥାନାର IIC…

ଯୁବକଙ୍କୁ ଥାର୍ଡ ଡିଗ୍ରୀ ପ୍ରତିବାଦରେ ତାତିଲେ ଲୋକେ

ବାରଙ୍ଗ,୨୯।୫(ଲିଙ୍ଗରାଜ ରାଉତ): ବାରଙ୍ଗ ଥାନାରେ ଥାର୍ଡ଼ ଡିଗ୍ରୀ ଘଟଣାରେ ଗୁରୁତର ଆହତ ହୋଇଥିବା ରାକେଶ ବେହେରା ଓରଫ ମୁନା କଟକ ବଡ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ। ଏହାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri