କରୋନା ଆତଙ୍କ: ଫେରିଗଲା ଭାରତୀୟଙ୍କ ମୃତଦେହ

ନୂଆଦିଲ୍ଲୀ,୨୬।୪: ନିକଟ ଅତୀତରେ ଆବୁ ଧାବିରୁ ଭାରତ ଆସିଥିବା ୩ ମୃତଦେହ ପୁଣିଥରେ ଆବୁଧାବି ଫେରିଯିବା ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ୩ ପ୍ରବାସୀ ଭାରତୀୟଙ୍କ ମୃତ୍ୟୁ ପରେ ସେମାନଙ୍କ ମୃତ ଦେହକୁ ବିମାନ ଯୋଗେ ଦିଲ୍ଲୀ ପଠାଯାଇଥିଲା। ହେଲେ କରୋନା ଯୋଗୁ ଦେଶରେ ଯେଉଁ ପ୍ରତିବନ୍ଧକ ରହିଛି ସେଥିପାଇଁ ଉକ୍ତ ମୃତଦେହ ଗୁଡିକୁ ଦିଲ୍ଲୀରେ ସେମାନଙ୍କ ପରିଜନଙ୍କୁ ହସ୍ତାନ୍ତର ନ କରି ଫେରାଇ ଦିଆଯାଇଥିଲା। ସବିଶେଷ ସୂଚନା ଅନୁଯାୟୀ ସେମାନଙ୍କ ମୃତ୍ୟୁ କରୋନା ଯୋଗୁ ହୋଇ ନ ଥିବା ସ୍ପଷ୍ଟ ହୋଇଛି। ପରିବାର ଲୋକଙ୍କ କହିବା ଅନୁସାରେ ଆବଶ୍ୟକୀୟ ମୃତ୍ୟୁ ପ୍ରମାଣ ପତ୍ର ଥିଲେ ମଧ୍ୟ ମୃତଦେହକୁ ଫେରାଇ ଦିଆଯିବା ଦୁଃଖର ବିଷୟ। ସୂଚନାଯୋଗ୍ୟ, ୟୁଏଇରେ କାମ କରୁଥିବା ସଞ୍ଜିବ କୁମାର ଓ ଜଗସିର ସିଂଙ୍କ ମୃତ୍ୟୁ ଏପ୍ରିଲ ୧୩ରେ ହୋଇଥିବା ବେଳେ କମଲେଶ ଭଟ୍ଟଙ୍କ ମୃତ୍ୟୁ ଏପ୍ରିଲ ୧୭ରେ ହୃଦଘାତ ଯୋଗୁ ହୋଇଥିଲା। ଏହାପରେ ଭଟ୍ଟଙ୍କ ମୃତଦେହ ଫେରିଯିବା ଘଟଣାକୁ ନେଇ ମାମଲା ଦିଲ୍ଲୀ ହାଇକୋର୍ଟ ପହଞ୍ଚିଛି। ଏ ସମ୍ପର୍କରେ ସରକାର ନିଜ ପକ୍ଷ ରଖି ଘଟଣାର ସମାଧାନ କରିବେ ବୋଲି କହିଛନ୍ତି। ଏହି ଘଟଣାକୁ ନେଇ ୟୁଏଇରେ ଥିବା ଭାରତୀୟ ରାଷ୍ଟ୍ରଦୂତ କ୍ଷୋଭ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆସନ୍ତା ସପ୍ତାହରେ ଦେଶବ୍ୟାପୀ ଆନ୍ଦୋଳନ କରିବେ ବ୍ୟବସାୟୀ

ନୂଆଦିଲ୍ଲୀ,୧୯ା୭:ଅତ୍ୟାବଶ୍ୟକ ସାମଗ୍ରୀଗୁଡ଼ିକର ମୂଲ୍ୟ ବୃଦ୍ଧିରେ ଦେଶବାସୀ ଘାଣ୍ଟି ହେଉଥିବାବେଳେ ସୋମବାରଠାରୁ ପୂର୍ବରୁ ପ୍ୟାକ୍‌ ହୋଇଥିବା ବିଭିନ୍ନ ଖାଦ୍ୟ ସାମଗ୍ରୀ ଯଥା କ୍ଷୀର, ଦହି, ପନିର, ମାଛ,...

ଥମୁନି ଦାଦନ ଯାତନା

ଠାଣେ/ଗାଜିଆବାଦ,୧୯ା୫: କରୋନା ମୁକାବିଲା ପାଇଁ ଲକ୍‌ଡାଉନ ଅବଧି ବଢ଼ିଚାଲିଥିବାବେଳେ ପ୍ରବାସୀ ଶ୍ରମିକମାନଙ୍କ ଯାତନାର ଅନ୍ତ ହେଉନାହିଁ। କାମଧନ୍ଦା ହରାଇ ଭୋକ ଉପାସରେ ଦୀର୍ଘଦିନ ବିତାଇବା ପରେ...

ୟୁକ୍ରେନ ଶରଣାର୍ଥୀଙ୍କୁ ଆଶ୍ରୟ ଦେଲା ପୋଲାଣ୍ଡ

ଓ୍ବାରସ,୨୫।୨: ରୁଷିଆର ଆକ୍ରମଣ ପରେ ୟୁକ୍ରେନବାସୀ ଘର ଛାଡ଼ି ସୁରକ୍ଷିତ ସ୍ଥାନକୁ ପଳାୟନ କରୁଛନ୍ତି। ରାଜଧାନୀ କ୍ୱିଭ୍‌ରୁ ଲୋକେ ୟୁକ୍ରେନର ପଶ୍ଚିମାଞ୍ଚଳ ଆଡକୁ ମୁହାଁଇଛନ୍ତି। ରେଳ...

‘ସବୁ ପରିସ୍ଥିତି ପାଇଁ ଆମେ ପ୍ରସ୍ତୁତ’

ଓ୍ବାର୍ସା,୨ା୧୧: ରୁଷିଆର କାଲିନିନ୍‌ଗ୍ରାଡ୍‌ ସହିତ ଏହାର ସୀମାରେ ତାର ବାଡ଼ ନିର୍ମାଣ କରିବ ପୋଲାଣ୍ଡ। ପ୍ରତିରକ୍ଷା ମନ୍ତ୍ରୀ ମାରିଅସ ବ୍ଲାସଜାକ୍‌ ବୁଧବାର ଏକ ଖବରଦାତା ସମ୍ମିଳନୀରେ...

ଟ୍ରାଫିକ ନିୟମ ପାଳନ ନ କଲେ ଦେଖିବାକୁ ପଡ଼ିବ ୨ ଘଣ୍ଟିଆ ଫିଲ୍ମ

ଫରିଦାବାଦ୍‌, ୬।୮: ଟ୍ରାଫିକ୍‌ ନିୟମ ପାଳନ କରୁ ନ ଥିବା ଅମାନିଆଙ୍କ ପାଇଁ ହରିୟାଣାର ଫରିଦାବାଦ ପୋଲିସ ପକ୍ଷରୁ ନୂଆ ଯୋଜନା ପ୍ରସ୍ତୁତ କରାଯାଇଛି। ଜରିମାନା...

ରାଜଧାନୀରେ ୭୨ ବର୍ଷର ରେକର୍ଡ ଭାଙ୍ଗିଲା ଗ୍ରୀଷ୍ମ

ନୂଆଦିଲ୍ଲୀ,୧୦ ।୪: ଭିଷଣ ଗରମ ଓ ଲୁ କାରଣରୁ ରାଜଧାନୀ ଦିଲ୍ଲୀର ତାପମାତ୍ରା ବେଳକୁ ବେଳ ବଢିବାରେ ଲାଗିଛି । ଏପ୍ରିଲ ପ୍ରଥମ ସପ୍ତାହରେ ଗ୍ରୀଷ୍ମର...

ଭାଜପା ଏମ୍‌ପିଙ୍କ ସନ୍ଦେହ ଜନକ ମୃତ୍ୟୁ: ଘରେ ଫାଶୀରେ ଝୁଲୁଥିଲେ

ନୂଆଦିଲ୍ଲୀ,୧୭।୩: ହିମାଚଳପ୍ରଦେଶର ମଣ୍ଡି ଲୋକ ସଭା ଆସନର ଭାଜପା ଏମ୍‌ପି ରାମସ୍ବରୂପ ଶର୍ମାଙ୍କ ମୃତ୍ୟୁ ଘଟିଛି। ଦିଲ୍ଲୀର ବାସ ଭବନରେ ରାମସ୍ବରୂପଙ୍କ ମୃତଦେହକୁ ଘର ଭିତରେ...

ଚକୋଲେଟ୍‌ ଚୋରି କରିବାର ଭିଡିଓ ଭାଇରାଲ ହେବା ପରେ ଛାତ୍ରୀ ନେଲେ ଚରମ ନିଷ୍ପତ୍ତି

କୋଲକାତା,୩୧।୧୦: ପଶ୍ଚିମବଙ୍ଗର ଅଲିପୁରଦାର ଜିଲାର ସପିଂ ମଲରେ ଚକୋଲେଟ୍‌ ଚୋରି କରିବାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଜଣେ କଲେଜ ଛାତ୍ରୀ...

Advertisement
Archives

Model This Week