ବଜାରରେ ସରିଯିବ ପିଆଜ! ଦର ବଢ଼ିବା ମଧ୍ୟରେ ସରକାର କହିଲେ…

ନୂଆଦିଲ୍ଲୀ,୨୪।୮: ପିଆଜ ଦର ବଢ଼ୁଥିବା ମଧ୍ୟରେ ଏହାର ଯୋଗାଣ ବଢ଼ାଇବା ପାଇଁ ସରକାର ପଦକ୍ଷେପ ତ୍ୱରାନୱିତ କରିଛନ୍ତି। ସରକାର କହିଛନ୍ତି ଯେ, ଦେଶରେ ବର୍ତ୍ତମାନ ପିଆଜର ପର୍ଯ୍ୟାପ୍ତ ଉପଲବ୍ଧତା ରହିଛି ଏବଂ ଆଗାମୀ ମାସଗୁଡ଼ିକରେ ମଧ୍ୟ ଯୋଗାଣରେ କୌଣସି ଅଭାବ ହେବାକୁ ଦିଆଯିବ ନାହିଁ। ସରକାରଙ୍କ ଆକଳନ ଅନୁସାରେ, ୨୦୨୫-୨୬ରେ ଦେଶରେ ପ୍ରାୟ ୩୦୭.୩୭ ଲକ୍ଷ ଟନ ପିଆଜ ଉତ୍ପାଦନ ହେବାର ଆଶା ରହିଛି। ଏହା ସହ ସରକାରଙ୍କ ପାଖରେ ପିଆଜର ବଫର ଷ୍ଟକ ମଧ୍ୟ ରହିଛି, ଯାହା ଆବଶ୍ୟକତା ଅନୁସାରେ ବଜାରକୁ ଛଡ଼ାଯାଉଛି।

ସରକାରଙ୍କ କହିବା ଅନୁସାରେ, ପ୍ରତିବର୍ଷ ଅଗଷ୍ଟ-ସେପ୍ଟେମ୍ବର ସମୟରେ ପିଆଜ ଦରରେ ଉତ୍ଥାନ-ପତନ ଦେଖିବାକୁ ମିଳେ। ଏହା ପଛରେ ପର୍ବପର୍ବାଣୀ ସମୟରେ ବଢ଼ୁଥିବା ଚାହିଦା, ପାଣିପାଗ, ମଣ୍ଡିକୁ ପିଆଜ ଆଗମନ ଏବଂ ଯୋଗାଣ ଶୃଙ୍ଖଳା ଭଳି ଅନେକ କାରଣ ରହିଛି। ପିଆଜ ଦରକୁ ନିୟନ୍ତ୍ରଣରେ ରଖିବା ପାଇଁ ସରକାର ବଫର ଷ୍ଟକ୍‌କୁ ପିଆଜ ବାହାର କରି ମଣ୍ଡି ଏବଂ ବଡ଼ ସହରଗୁଡ଼ିକରେ ବିକ୍ରି କରୁଛନ୍ତି।

ପିଆଜକୁ ଶୀଘ୍ର ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ପହଞ୍ଚାଇବା ପାଇଁ ସରକାର ‘କାନ୍ଦା ଏକ୍ସପ୍ରେସ’ ଚଳାଉଛନ୍ତି। ଏହା ମାଧ୍ୟମରେ ରେଳପଥରେ ବିପୁଳ ପରିମାଣର ପିଆଜ ଦେଶର ବିଭିନ୍ନ ଅଞ୍ଚଳକୁ ପଠାଯାଉଛି। ୨୦୨୪-୨୫ରେ ୧୪ଟି ରେଳ ର଼୍ୟାକ ମାଧ୍ୟମରେ ପ୍ରାୟ ୧୨ ହଜାର ଟନ ପିଆଜ ୫ଟି ସହରକୁ ପଠାଯାଇଥିଲା। ୨୦୨୫-୨୬ରେ ଏହାକୁ ବଢ଼ାଇ ୮୬ଟି ରେଳ ର଼୍ୟାକ ଏବଂ ପ୍ରାୟ ୮୮ ହଜାର ଟନ ପିଆଜ କରାଯାଇଛି।

ଏବେ ୨୪ ଅଗଷ୍ଟ ୨୦୨୬ରୁ ନାସିକରୁ ପିଆଜ ଯୋଗାଣ ଆରମ୍ଭ କରାଯାଉଛି। ପ୍ରଥମ ପର୍ଯ୍ୟାୟରେ ଦିଲ୍ଲୀ, ଚେନ୍ନାଇ, ମଦୁରାଇ, କୋଚି ଏବଂ ଗୁଆହାଟୀ ଭଳି ୫ଟି ବଡ଼ ସହରକୁ ପିଆଜ ପଠାଯିବ। ଆବଶ୍ୟକତା ଅନୁସାରେ ପରେ ଅନ୍ୟ ସହରଗୁଡ଼ିକୁ ମଧ୍ୟ ଏହି ବ୍ୟବସ୍ଥାରେ ସାମିଲ କରାଯିବ। ସରକାର କହିଛନ୍ତି ଯେ, ପିଆଜର ଦର, ମଣ୍ଡିରେ ଆଗମନ ଏବଂ ଉପଲବ୍ଧତା ଉପରେ ନିରନ୍ତର ନଜର ରଖାଯାଉଛି।

Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?