Posted inଖେଳ

କରୋନାରେ ପୀଡ଼ିତ ଜୁଭେଣ୍ଟସ ସୁପରଷ୍ଟାର ଡିବାଲା

ରୋମ,୨୨।୩- ଜୁଭେଣ୍ଟସ ସୁପରଷ୍ଟାର ଫୁଟବଲ ଖେଳାଳି ପଲ ଡିବାଲା ମାରାତ୍ମକ ଭାଇରସ କରୋନାରେ ପୀଡ଼ିତ ଥିବା ସ୍ବୀକାର କରିଛନ୍ତି। ଇଟାଲିଆନ ଚାମ୍ପିୟନ ଜୁଭେଣ୍ଟସ ଦଳର ତୃତୀୟ ଖେଳାଳି ଭାବେ ଡିବାଲା ଆକ୍ରାନ୍ତ ହୋଇଛନ୍ତି। ସେହିଭଳି ଏସି ମିଲନ ଡିଫେଣ୍ଡର ପାଉଲୋ ମାଲଡିନି ପ୍ରକାଶ କରିଛନ୍ତି ଯେ, ମୋ ସହ ପୁଅ ମଧ୍ୟ କରୋନାରେ ପୀଡ଼ିତ। ସମସ୍ତଙ୍କୁ ଜଣାଇ ଦେବାକୁ ଚାହୁଁଛି ଆମ କୋଭିଡ୍‌-୧୯ ଟେଷ୍ଟର ରିପୋର୍ଟ ଆସିଛି। ସାବାଷ୍ଟିଆନ, ତାଙ୍କ ମହିଳା ବନ୍ଧୁ ଓ ମୋର ପଜେଟିଭ ଆସିଛି। ଭାଗ୍ୟବଶତଃ ଆମେ ପୂରା ଠିକ୍‌ ଅଛୁ ବୋଲି ଡିବାଲା ଟୁଇଟ୍‌ କରିଛନ୍ତି। ସେ ବୁଧବାରଠାରୁ ସେଲ୍‌ଫ ଆଇସୋଲେଶନରେ ରହିଛନ୍ତି। ତାଙ୍କୁ ଡାକ୍ତରଙ୍କ ତତ୍ତ୍ୱାବଧାନରେ ରଖାଯାଇଛି। ତାଙ୍କ ନିକଟରେ ଲକ୍ଷଣ ଦେଖାଯାଉ ନାହିଁ ବୋଲି କ୍ଲବ ପକ୍ଷରୁ ବିବୃତିରେ କୁହାଯାଇଛି। ମିଲନ ଟେକନିକାଲ ଡିରେକ୍ଟର ମାଲଡିନି ଓ ୧୮ ବର୍ଷର ପୁଅ ତଥା ଯୁବ ଦଳର ଖେଳାଳି ଡାନିଏଲ ମାରାତ୍ମକ ଭାଇରସ ସହ ସଂଘର୍ଷ କରୁଛନ୍ତି। ଦୁହେଁ ଘରେ ଦୁଇ ସପ୍ତାହ ହେଲା ସେଲ୍‌ଫ ଆଇସୋଲେଶନ ଶେଷ କରିସାରିଛନ୍ତି। କିନ୍ତୁ ମେଡିକାଲ ପକ୍ଷରୁ ଫିଟ୍‌ ଘୋଷଣା କରାଯିବା ପୂର୍ବରୁ ସେମାନେ ଆହୁରି କ୍ୱାରାଣ୍ଟାଇନରେ ରହିବେ ବୋଲି ଏସି ମିଲନ ପକ୍ଷରୁ କୁହାଯାଇଛି। ଦଳର ଅନ୍ୟତମ ଶ୍ରେଷ୍ଠ ଡିଫଣ୍ଡେର ଥିଲେ ୫୧ ବର୍ଷୀୟ ମାଲଡିନି। ସେ ଦଳ ପାଇଁ ୬୪୭ ମ୍ୟାଚ୍‌ ଖେଳିଥିଲେ। ତାଙ୍କ ପ୍ରତିନିଧିତ୍ୱରେ ଦଳ ୫ ଚାମ୍ପିୟନ୍ସ ଟ୍ରଫି ହାସଲ କରିଥିଲା। ଜୁଭେଣ୍ଟସ ଦଳୀୟ ସାଥୀ ଡାନିଏଲ ରୁଗାନି ଓ ବ୍ଲାଇସେ ମାଟୁଡିଙ୍କ କୋଭିଡ୍‌-୧୯ ଟେଷ୍ଟ ରିପୋର୍ଟ ପଜେଟିଭ ଆସିଛି। ଇଟାଲିରେ କରୋନା ଭାଇରସ ଆତଙ୍କ ଖେଳାଇ ରଖିଛି। ଦେଶର କରୋନା ଜନିତ ମୃତ୍ୟୁ ସଂଖ୍ୟା ଚାଇନାକୁ ଅତିକ୍ରମ କରିସାରିଛି।


Enter your email to get our daily news in your inbox.

All Right Reserved By Dharitri.Com

‘ଭାଜପା ସରକାର ଅଢ଼େଇ ବର୍ଷରେ ଓଡ଼ିଶା ଛବିକୁ ମଳିନ କରିସାରିଲେଣି’

ଭୁବନେଶ୍ୱର, ୯।୧୦(ସୁନିତ୍‌ ମିଶ୍ର): ବିଜେଡି ସବୁବେଳେ ସେବା ଓ ବିକାଶରେ ବିଶ୍ୱାସ କରେ। ବିଜେଡି ସରକାର ସମୟରେ ଦ୍ରୁତ ବିକାଶ ପାଇଁ ଓଡ଼ିଶା ସାରା ଦେଶରେ ଏକ…

ଆସନ୍ତା ୧୨ ତାରିଖରେ ଗୁଡ଼ାରୀ ବ୍ଲକର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ ରହିବ

ଗୁଡ଼ାରୀ, ୯/୧୦ (ପ୍ରମୋଦ କୁମାର ପତି): ଆସନ୍ତା ୧୨ ତାରିଖରେ ଗୁଡ଼ାରୀ ବ୍ଲକର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ ରହିବ। ଏହି ଦିନ ସମସ୍ତ ଅଙ୍ଗନବାଡ଼ି କର୍ମୀ…

ଘୂର୍ଣ୍ଣିବଳୟ ସକ୍ରିୟ, ୧୩ ବେଳକୁ ଲଘୁଚାପ: ଫେରନ୍ତା ମୌସୁମୀ ପ୍ରଭାବରେ ବର୍ଷା ଆରମ୍ଭ; ୟେଲୋ ଓ୍ବାର୍ନିଂ ଜାରି…

ଭୁବନେଶ୍ୱର, ୯ା୧୦(ବନ୍ଦନା ସେଠୀ) – ବଙ୍ଗୋପସାଗରରେ ପୁଣି ଏକ ଲଘୁଚାପ ସୃଷ୍ଟି ହେବାକୁ ଯାଉଛି। ଇତିମଧ୍ୟରେ ଥାଇଲାଣ୍ଡ ଉପସାଗର ଓ ଆଖପାଖ ଅଞ୍ଚଳରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ…

ସରପଞ୍ଚଙ୍କ ସ୍ବାମୀଙ୍କୁ ହତ୍ୟା ଉଦ୍ୟମ : ମାମଲା ରୁଜୁ କଲା ପୋଲିସ                     

ଦିଗପହଣ୍ଡି,୯|୧୦(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ବନ୍ଥପଲ୍ଲୀ ପଞ୍ଚାୟତ ସରପଞ୍ଚ ଚାନ୍ଦିନୀ ନାୟକ ଙ୍କ ସ୍ବାମୀ ଟୁନା ନାୟକ ଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା…

ଦିଗପହଣ୍ଡିରେ ପ୍ରକଳ୍ପ ସ୍ତରୀୟ ପୋଷଣ ମାସ: ଶ୍ରେଷ୍ଠ ଅଙ୍ଗନୱାଡ଼ି କର୍ମୀ ମାନଙ୍କୁ କରାଗଲା ସମ୍ମାନିତ

ଦିଗପହଣ୍ଡି,୯|୧୦(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ମିଶନ ଶକ୍ତି ଭବନ ପରିସରରେ ଶୁକ୍ରବାର ମହିଳା ଓ ଶିଶୁ ବିକାଶ ସମନ୍ୱିତ ପ୍ରକଳ୍ପ ସ୍ତରୀୟ ପୋଷଣ…

କେସିଙ୍ଗା ମହାବିଦ୍ୟାଳୟରେ ସଭାପତି ପଦ ପାଇଁ ୩ ପ୍ରାର୍ଥୀଙ୍କ ନାମାଙ୍କନ ଦାଖଲ

କେସିଙ୍ଗା, ୯/୧୦ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲ୍ଲା କେସିଙ୍ଗା ମହାବିଦ୍ୟାଳୟରେ ଦୀର୍ଘ ୮ ବର୍ଷ ପରେ ଛାତ୍ର ସଂସଦ ନିର୍ବାଚନ ହେବାକୁ ଯାଉଛି। ନିର୍ବାଚନ ନେଇ ବିଜ୍ଞପ୍ତି…

ପ୍ରଥମ ଥର ପାଇଁ ଋଷିମାଳ ସ୍ନାତକ ମହାବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ

ବ୍ରାହ୍ମଣୀଗାଁ, ୯।୧୦(ମନୋରଞ୍ଜନ ରଣା): ଦୀର୍ଘ ୮ ବର୍ଷର ବ୍ୟବଧାନ ପରେ ଓଡ଼ିଶାର କଲେଜ ଓ ବିଶ୍ୱବିଦ୍ୟାଳୟଗୁଡ଼ିକରେ ପୁଣିଥରେ ଛାତ୍ର ସଂସଦ ନିର୍ବାଚନ ଅନୁଷ୍ଠିତ ହେଉଛି। ଏହି କ୍ରମରେ…

ଆମେରିକା କାର୍ଯ୍ୟାନୁଷ୍ଠାନ ଉପରେ ସ୍ପଷ୍ଟୀକରଣ ରଖିଲା ଭାରତ, H-1B ଭିସା ଉପରେ …

ନୂଆଦିଲ୍ଲୀ,୯।୧୦: ଆମେରିକା ସରକାରଙ୍କ ଦ୍ୱାରା କେତେକ ପ୍ରମୁଖ ଟେକ୍ କମ୍ପାନୀକୁ ନିଯୁକ୍ତି-ଭିତ୍ତିକ ଗ୍ରୀନ୍ କାର୍ଡ କାର୍ଯ୍ୟକ୍ରମରୁ ନିଲମ୍ବିତ କରାଯିବା ନିଷ୍ପତ୍ତି ଉପରେ ଭାରତର ବୈଦେଶିକ ମନ୍ତ୍ରାଳୟ (MEA)…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?