କରୋନାରେ ଟ୍ରମ୍ପଙ୍କ ଘନିଷ୍ଠ ବନ୍ଧୁଙ୍କ ପରଲୋକ

ଓ୍ବାଶିଂଟନ,୧୩।୪: ରିପବ୍ଲିକାନ ପାର୍ଟିର ସବୁଠାରୁ ବଡ ସପୋର୍ଟର ତଥା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଘନିଷ୍ଠ ବନ୍ଧୁ ଷ୍ଟେନଲି ଚେରାଙ୍କର କରୋନା ସଂକ୍ରମଣରେ ରବିବାର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ସେ ନ୍ୟୁୟର୍କରେ ଜଣେ ବଡ ରିୟଲ ଇଷ୍ଟେଟ ବ୍ୟବସାୟୀ ଭାବେ ଜଣାଶୁଣା ଥିଲେ। ଟ୍ରମ୍ପଙ୍କ ନିର୍ବାଚନ ପ୍ରଚାର ଲାଗି ଷ୍ଟେନଲି ହିଁ ସବୁଠାରୁ ଅଧିକ ଅର୍ଥ ଯୋଗାଇ ଦେଇଥିଲେ ବୋଲି କୁହାଯାଏ। ସେ ସର୍ବସମ୍ମୁଖରେ ସବୁବେଳେ ଟ୍ରମ୍ପଙ୍କୁ ନିଜର ଘନିଷ୍ଠ ବନ୍ଧୁ ବୋଲି ପରିଚୟ ଦେଉଥିଲେ। ସୂଚନାଯୋଗ୍ୟ, ଆମେରିକାରେ ଏବେ କରୋନା ତା’ର କାୟା ବିସ୍ତାର କରିଥିବା ବେଳେ ସେଠାରେ ଏବେ ପ୍ରତିଦିନ ୨ହଜାର ପାଖାପାଖି ଲୋକଙ୍କର ମୃତ୍ୟୁ ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

୨୪ ଘଣ୍ଟାରେ ଦେଶରେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ୧୨ ହଜାର ପାଖାପାଖି

ନୂଆଦିଲ୍ଲୀ, ୧୪।୬: କରୋନା ମହାମାରୀ ଯୋଗୁ ଭାରତରେ ଆତଙ୍କ ସୃଷ୍ଟି ହୋଇଛି। ରବିବାର ସୁଦ୍ଧା ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୨୧ ହଜାର ୬୨୬ରେ...

ସଙ୍କଟ ବେଳେ ଆର୍ଥତ୍କ ଅସମାନତା: କେମିତି ବଢ଼ିଲା ଧନୀଙ୍କ ସମ୍ପତ୍ତି

ଓ୍ବାଶିଂଟନ,୨୮ା୧୨: ବ୍ଲୁମ୍‌ବର୍ଗ ବିଲିୟନେୟାର୍ସ ଇଣ୍ଡେକ୍ସ ଅନୁସାରେ ମହାମାରୀ ବେଳେ ୧୩୧ ବିଲିୟନେୟାର ସେମାନଙ୍କ ସମ୍ପତ୍ତିକୁ ଦୁଇଗୁଣରୁ ଅଧିକ ବୃଦ୍ଧି କରିଛନ୍ତି। ବିଶ୍ୱର ସବୁଠୁ ଧନୀ ବ୍ୟକ୍ତି...

ହୋଣ୍ଡୁରାସ ଜେଲରେ ଦଙ୍ଗା: ୪୧ ମହିଳା କଏଦୀଙ୍କ ମୃତ୍ୟୁ

ଟେଗୁସିଗାଲ୍ପା, ୨୧।୬: ହୋଣ୍ଡୁରାସର ଏକ ମହିଳା କାରାଗାରରେ ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି। ମଙ୍ଗଳବାର ଦିନ ଜେଲରେ ୪୧ ମହିଳା କଏଦୀଙ୍କ ମୃତ୍ୟୁ ଘଟିଛି।...

ପ୍ରୟାଗରାଜର ପୂର୍ବତନ ଏସ୍‌ଏସ୍‌ପିଙ୍କୁ କରୋନା

ପ୍ରୟାଗରାଜ,୧୬।୬: ଉତ୍ତରପ୍ରଦେଶ ପ୍ରୟାଗରାଜର ପୂର୍ବତନ ଏସ୍‌ଏସ୍‌ପି ସତ୍ୟାର୍ଥ ଅନିରୁଦ୍ଧ ପଙ୍କଜ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ରିପୋର୍ଟ ଆସିବା ପରେ ମଙ୍ଗଳବାର ତାଙ୍କୁ କୋଭିଡ ହସ୍ପିଟାଲରେ ଭର୍ତ୍ତି...

ଭାରତ ସହିତ ସମୁଦ୍ର ସୁରକ୍ଷା ବୁଝାମଣାରେ ଶ୍ରୀଲଙ୍କା ପାଇଁ କୌଣସି ସମସ୍ୟା ନାହିଁ…

କଲମ୍ବୋ, ୩୧।୩ : ଶ୍ରୀଲଙ୍କା ସରକାର କହିଛନ୍ତି ଯେ ନିକଟରେ ଭାରତ ସହ ସ୍ବାକ୍ଷରିତ ସାମୁଦ୍ରିକ ସୁରକ୍ଷା ଚୁକ୍ତିନାମା ଦ୍ୱାରା ଦେଶର ସୁରକ୍ଷା ପ୍ରତି କୌଣସି...

ପୁଣି ଫେରିଲା ଲକ୍‌ଡାଉନ ସ୍ଥିତି, ୧୪୪ ଧାରା ଜାରି…

ଲକ୍ଷ୍ନୌ,୮।୧୨: ଦକ୍ଷିଣ ଆଫ୍ରିକାରୁ ସମଗ୍ର ବିଶ୍ୱରେ ବ୍ୟାପିଥିବା ଓମିକ୍ରନ ଭାରିଆଣ୍ଟକୁ ନେଇ ଭୟର ବାତାବରଣ ସୃଷ୍ଟି ହେବାରେ ଲାଗିଛି। ଦକ୍ଷିଣ ଆଫ୍ରିକା ଏବଂ ବ୍ରିଟେନର ତଥ୍ୟ...

୯୨ ସ୍ବାସ୍ଥ୍ୟକର୍ମୀ କରୋନା ପଜିଟିଭ

ନୂଆଦିଲ୍ଲୀ,୧୮।୫: ଦିଲ୍ଲୀସ୍ଥିତ ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ ଅଫ୍‌ ମେଡିକାଲ ସାଇନସେସ୍‌(ଏମ୍ସ)ରେ ଗତ ୨ ମାସ ମଧ୍ୟରେ ୯୨ଜଣ ସ୍ବାସ୍ଥ୍ୟକର୍ମୀ କରୋନାରେ ସଂକ୍ରମିତ ହୋଇଥିବା ଜଣାପଡିଛି। ନିକଟରେ...

ମହାକାଶରେ ରୋଗ ପ୍ରତିରୋଧକ ଶକ୍ତି ହୋଇଥାଏ କମ…

ଓ୍ବାଶିଂଟନ,୨୮।୮ : ଅନ୍ତର୍ଜାତୀୟ ସ୍ପେସ ଷ୍ଟେଶନରେ ମହାକାଶଚାରୀଙ୍କ ରୋଗ ପ୍ରତିରୋଧକ ଶକ୍ତି ଦୁର୍ବଳ ହୋଇଯାଇଥାଏ। ତେବେ ପୃଥିବୀକୁ ଫେରିବା ପରେ ତାଙ୍କ ସ୍ବାସ୍ଥ୍ୟ ସ୍ବାଭାବିକ ଅବସ୍ଥାକୁ...

Advertisement
Archives

Model This Week