Posted inଖେଳ

କରୋନାଭାଇରସ ସଂକ୍ରମଣ ରୋକିବା ପାଇଁ ଏଟିପି, ଡବ୍ଲ୍ୟୁଟିଏର ଉପାୟ ଘୋଷଣା

ଲସ୍‌ ଏଞ୍ଜେଲ୍ସ,୮।୩ (ଏଏଫ୍‌ପି)- ଇଣ୍ଡିଆନ ଓ୍ବେଲ୍ସରେ ବିଏନ୍‌ପି ପାରିବାସ ଓପନ୍‌ ଟେନିସ ଟୁର୍ନାମେଣ୍ଟର ଅବ୍ୟବହିତ ପୂର୍ବରୁ ଏଟିପି ଓ ଡବ୍ଲ୍ୟୁଟିଏ କରୋନା ଭାଇରସ ସଂକ୍ରମଣ ରୋକିବା ପାଇଁ ବିଭିନ୍ନ ଉପାୟ ନେଇ ଘୋଷଣା କରିଛନ୍ତି। କରୋନା ଭାଇରସ ସଂକ୍ରମଣ ଏବେ ସାରା ବିଶ୍ୱରେ ଆତଙ୍କ ଖେଳାଇଛି। ବିଶ୍ୱ ଟେନିସର ଏହି ଦୁଇ ସର୍ବବୃହତ୍‌ ପ୍ରଶାସନିକ ସଂସ୍ଥା ବିଏନ୍‌ପି ପାରିବାସ ସହିତ ମିଆମି ଓପନ, ଚାର୍ଲଷ୍ଟୋନ ଓପନ ପ୍ରଭୃତି ଟୁର୍ନାମେଣ୍ଟ ଆୟୋଜନ ହେବାକୁଥିବା ସ୍ଥାନରେ କେତୋଟି ନିୟମ ଲାଗୁ କରିଛନ୍ତି।
ନୂଆ ନିୟମ ଅନୁସାରେ କୋର୍ଟକୁ ଯିବା ବେଳେ ଖେଳାଳି ଓ ମାସ୍କଟ ହାତ ମିଳାଇବେ ନାହିଁ। ବଲ ବୟ ବା ବଲ୍‌ କିଡ୍‌ଙ୍କୁ ଟୁର୍ନାମେଣ୍ଟ ଅବସରରେ ଗ୍ଲୋଭ୍ସ ଦିଆଯିବ। ସେମାନେ ଖେଳାଳିଙ୍କ ଟାଓ୍ବେଲ କିମ୍ବା ପାନୀୟ ବୋତଲ ଧରିବେ ନାହିଁ। ଖେଳାଳିମାନଙ୍କୁ ମଧ୍ୟ ଟାଓ୍ବେଲ, ହେଡବ୍ୟାଣ୍ଡ, ଶାର୍ଟ ଓ ସ୍ବେଟ ବ୍ୟାଣ୍ଡ ବଣ୍ଟନ କରିବାରୁ ବାରଣ କରାଯାଇଛି। ବେଳେବେଳେ ଖେଳାଳିମାନେ ପ୍ରଶଂସକଙ୍କୁ ଏଗୁଡିକ ବିତରଣ ଦେଇଥାନ୍ତି। କିନ୍ତୁ ଏବେ ଏହାକୁ ସମ୍ପୂର୍ଣ୍ଣ ରୂପେ ବାରଣ କରାଯାଇଛି। ସେହିପରି ଖେଳାଳିମାନେ ସ୍ବାକ୍ଷର କରିବା ପାଇଁ କହାଠାରୁ କଲମ, ଟେନିସ ବଲ ଓ ଅନ୍ୟ ଜିନିଷ ଗ୍ରହଣ କରିବେ ନାହିଁ ବୋଲି ଘୋଷଣା କରାଯାଇଛି।
ଖେଳାଳି, ପ୍ରଶଂସକ, ଷ୍ଟାଫ୍‌ ଓ ଟୁର୍ନାମେଣ୍ଟ ପରିଚାଳନା ପାଇଁ କାର୍ଯ୍ୟକରୁଥିବା ଲୋକଙ୍କ ସ୍ବାସ୍ଥ ଓ ନିରାପତ୍ତାକୁ ସବୁଠାରୁ ଅଧିକ ଗୁରୁତ୍ୱ ଦେଉଛୁ। ଏଥିସହିତ ସର୍ବସାଧାରଣଙ୍କ ସ୍ବାସ୍ଥ୍ୟକୁ ମଧ୍ୟ ଆମେ ଅଗ୍ରାଧିକାର ଦେଉଛୁ ବୋଲି ଏଟିପି ଓ ଡବ୍ଲ୍ୟୁଟିଏ ତରଫରୁ କୁହାଯାଇଛି। ସମ୍ପୁର୍ଣ୍ଣ ୨୦୨୦ ସେସନ ସାରା ଏହି ନିୟମ ଲାଗୁ କରାଯିବ ବୋଲି କୁହାଯାଇଛି। ପୂର୍ବରୁ ମଧ୍ୟ ଇଣ୍ଡିଆନ ଓ୍ବେଲ୍ସ ଟୁର୍ନାମେଣ୍ଟ ଉପଦେଷ୍ଟା କାରୋନାଭାଇରସ ସଂକ୍ରମଣକୁ ପାଇଁ ନିୟମ ଜାରି କରିଥିଲା। ଉଲ୍ଲେଖଥାଉ କି, ଶନିବାର ସୁଦ୍ଧା ବିଶ୍ୱର ୯୫ଟି ଦେଶର ପ୍ରାୟ ୧୫୦,୦୦୦ କରୋନାଭାଇରସରେ ସଂକ୍ରମିତ ହୋଇଛନ୍ତି ଓ ଏଥିରେ ୩, ୫୫୬ ଲୋକ ମୃତ୍ୟୁ ବରଣ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା-ଇରାନ ଶାନ୍ତି ବାର୍ତ୍ତା ପୂର୍ବରୁ ପାକିସ୍ତାନ ରାଜଧାନୀରେ ହାଇଆଲର୍ଟ: ଗଳିକନ୍ଦିରେ ପୋଲିସ ଛାଉଣି,୧୦ ହଜାର ଯବାନ… 

ଇସଲାମାବାଦ,୧୦।୪: ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ହେବାକୁ ଥିବା ଗୁରୁତ୍ୱପୂର୍ଣ୍ଣ ଶାନ୍ତି ବାର୍ତ୍ତା ପୂର୍ବରୁ ସୁରକ୍ଷା ବ୍ୟବସ୍ଥାକୁ ବହୁତ କଡ଼ାକଡ଼ି କରାଯାଇଛି। ସହରରେ…

ଲୋକକଳା ପାଇଁ ଦିନଟିଏ

ଖଜୁରିପଡ଼ା,୧୦ା୪ (ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ପକ୍ଷରୁ ସ୍ଥାନୀୟ ହାଇସ୍କୁଲ ପଡ଼ିଆଠାରେ ଶୁକ୍ରବାର ସାରେ ଲୋକକଳା ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏଥିରେ ବିଡିଓ ଶୁଭ…

ହାତୀ ଆକ୍ରମଣରେ ଜଣେ ଗୁରୁତର

ରୁପ୍ରାରୋଡ୍‌,୧୦ା୪(ସଞ୍ଜୀବ ଦାସ): ହାତୀ ଆକ୍ରମଣରେ କଳାହାଣ୍ଡି ଜିଲା ନର୍ଲା ବ୍ଲକ୍‌ର ଜଣେ ବ୍ୟକ୍ତି ଗୁରୁତର ହୋଇଛନ୍ତି। ସେ ହେଲେ କୁରମେଲ ପଞ୍ଚାୟତ ବୁଦେଲଗୁମା ଗ୍ରାମର ସୀମାଞ୍ଚଳ ନାଏକ…

ମୁଖ୍ୟମନ୍ତ୍ରୀ ବସ୍‌କୁ ଅଟକାଇ କର୍ମଚାରୀଙ୍କୁ ମାଡ଼ ମାରିଲେ ଯୁବକ,ପରେ…

ଆନନ୍ଦପୁର,୧୦।୪(ସୁଶାନ୍ତ କୁମାର ସାହୁ ): କେନ୍ଦୁଝର ଜିଲା ଘସିପୁରା ବ୍ଲକ କେଶଦୁରାପାଳଠାରୁ ଘସିପୁରା ଯାଉଥିବା ମୁଖ୍ୟମନ୍ତ୍ରୀ ବସ୍‌କୁ ଦେଓଗାଁ ଚିକିତ୍ସାଳୟ ସମ୍ମୁଖରେ ଜଣେ ଯୁବକ ଶୁକ୍ରବାର ଅଚାନକ…

୪ଟି ଶ୍ରେଣୀଗୃହରେ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢ଼ା

ଗଞ୍ଜାମ,୧୦ା୪(ବିଦ୍ୟାଧର ସାହୁ): ଗଞ୍ଜାମ ଏନ୍‌ଏସି ଅନ୍ତର୍ଗତ ଦାମୋଦରପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପାଠପଢ଼ାରେ ବ୍ୟଘାତ ସୃଷ୍ଟି ହେଉଛି। ୧୯୭୫ ମସିହାରେ ପ୍ରତିଷ୍ଠିତ ଏହି ବିଦ୍ୟାଳୟରେ ଶିଶୁ ବାଟିକା…

ଯମୁନାରେ ବୁଡ଼ିଲା ଡଙ୍ଗା: ୧୦ ଭକ୍ତଙ୍କ ଚାଲିଗଲା ଜୀବନ, ଉଦ୍ଧାର କାର୍ଯ୍ୟ ଜାରି

ଲକ୍ଷ୍ନୌ,୧୦।୪: ମଥୁରା ଜିଲାର ବୃନ୍ଦାବନରେ ଶୁକ୍ରବାର ଏକ ବଡ଼ ଦୁର୍ଘଟଣା ଘଟିଛି। ଶ୍ରୀନଗର ଘାଟ ନିକଟରେ ଏକ ଡଙ୍ଗା ବୁଡ଼ିଯିବା ପରେ ଅନେକ ଭକ୍ତ ନିଖୋଜ ହୋଇଯାଇଛନ୍ତି।…

ଥଲାପତି ବିଜୟଙ୍କୁ ବଡ଼ ଝଟ୍‌କା: ଅନୁରୋଧ କରି କହିଲେ…

ଦକ୍ଷିଣ ଭାରତୀୟ ସୁପରଷ୍ଟାର ଥଲାପତି ବିଜୟଙ୍କ ଫିଲ୍ମ ‘ଜନ ନାୟାଗନ’ ମୁକ୍ତିଲାଭ ଅପେକ୍ଷାରେ ଅଛି। ପ୍ରଥମେ ଜାନୁଆରୀ ୨୦୨୬ରେ ରିଲିଜ ହେବାର ଯୋଜନା ଥିଲା, କିନ୍ତୁ ବିଭିନ୍ନ…

ସ୍କୁଲରେ ଆଡମିଶନ ପାଇଁ ରାତି ଅନିଦ୍ରା

ଖଇରା,୧୦।୪(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ୱର ଜିଲା ଖଇରା ବ୍ଲକ ଅଡା ହାଇସ୍କୁଲରେ ନବମ ଶ୍ରେଣୀରେ ଆଡମିଶନ ପାଇଁ ଅଭିଭାବକ ଓ ଛାତ୍ରୀଛାତ୍ରମାନଙ୍କୁ ରାତି ଅନିଦ୍ରା ହୋଇ ଅପେକ୍ଷା କରୁଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri