କରୋନାଠାରୁ ଗ୍ୟାସ୍‌ ନିର୍ଗତ ଥିଲା ବେଶି ଭୟଙ୍କର

ଜୟପୁର,୧୦ା୫(ଡି.ଏନ୍‌.ଏ.)- କାରୋନା ଭୂତାଣୁ ଯେତେ ଭୟ ସୃଷ୍ଟି କରି ନ ଥିଲା ନିର୍ଗତ ବିଷାକ୍ତ ଗ୍ୟାସ୍‌ ତା’ଠାରୁ ଅଧିକ ଭୟଙ୍କର ଥିଲା। ଚାରିଆଡ଼େ ଲୋକଙ୍କ ମୃତ୍ୟୁ ଏବଂ ଅଚେତ ଶରୀର ପଡ଼ିରହିଥିଲା। ଜୀବନ ରକ୍ଷା କରିବାକୁ ଚାଲିଚାଲି ଆସିଛନ୍ତି କେତେଜଣ ଶ୍ରମିକ। ସେମାନେ ଛତିଶଗଡ଼ ଯିବେ। ଆନ୍ଧ୍ରପ୍ରଦେଶର ବିଶାଖାପାଟଣା ନିକଟସ୍ଥ ଗୋପାଳପାଟଣାଠାରେ ଥିବା ଏକ କାରଖାନାରୁ ୨ଦିନ ତଳେ ବିଷାକ୍ତ ଗ୍ୟାସ୍‌ ନିର୍ଗତ ହୋଇଥିଲା। ଫଳରେ କାରଖାନାର ଆଖପାଖ ଅଞ୍ଚଳରେ ରହୁଥିବା ଲୋକଙ୍କୁ ତୁରନ୍ତ ଅଞ୍ଚଳ ଛାଡ଼ି ଚାଲିଯିବାକୁ ବିଶାଖାପାଟଣା ଜିଲା ପ୍ରଶାସନ ନିର୍ଦ୍ଦେଶ ଦେଇଥିଲା। ଏଥିଯୋଗୁ ଛତିଶଗଡ଼ର ବସ୍ତର ଜିଲା ଦରଭା ଥାନା ଅନ୍ତର୍ଗତ ଟାପରା ଗ୍ରାମ ଏବଂ ଆଖପାଖ ଗ୍ରାମର ସେଠାରେ କାର୍ଯ୍ୟ କରୁଥିବା ୨୦ ଜଣ ଶ୍ରମିକ ଚାଲିଚାଲି ନିଜ ଗ୍ରାମ ଅଭିମୁଖେ ବାହାରିଛନ୍ତି। ଏମାନେ ନଳକୂପ ଖନନ କମ୍ପାନୀରେ ଗୋପାଳପାଟଣା ଅଞ୍ଚଳରେ କାର୍ଯ୍ୟରତ ଥିଲେ। ଗ୍ୟାସ୍‌ ନିର୍ଗତ ପରେ ପ୍ରଶାସନର ନିର୍ଦ୍ଦେଶ ମୁତାବକ ଶ୍ରମିକମାନେ ଜୀବନ ବଞ୍ଚାଇବାକୁ ନିଜର ଅଳ୍ପ କିଛି ସାମଗ୍ରୀ ଧରି ଚାଲିଚାଲି ନିଜ ଗ୍ରାମକୁ ଫେରୁଛନ୍ତି। ଗତ ୪ଦିନ ମଧ୍ୟରେ ୨୫୦କି.ମି.ରୁ ଊର୍ଦ୍ଧ୍ୱ ଚାଲିଚାଲି ଆସି ରବିବାର ଶ୍ରମିକମାନେ ଜୟପୁରଠାରେ ପହଞ୍ଚତ୍ଥିଲେ। ଜୟପୁର ସହର ଦାୟିତ୍ୱରେ ଥିବା ମାଜିଷ୍ଟ୍ରେଟ ଏବଂ ପୋଲିସ ସେମାନଙ୍କୁ ଅଟକାଇ ସହର ଭିତିରେ ପ୍ରବେଶ ନ କରିବାକୁ ତାଗିଦ କରିଥିଲେ। ଜୟନଗର ରାସ୍ତା ଦେଇ ସେମାନଙ୍କୁ ଚାଲିଯିବାକୁ ନିର୍ଦ୍ଦେଶ ଦିଆଯାଇଥିଲା ା ଏହି ଶ୍ରମିକମାନଙ୍କୁ ଲମତାପୁଟଠାରେ କେତେଜଣ ଯୁବକ ବିସ୍କୁଟ ଖାଇବାକୁ ଦେଇଥିଲେ। ସ୍ଥାନୀୟ ଅଞ୍ଚଳର ଜଣେ ବ୍ୟକ୍ତି ଏବଂ ପୌରସଂସ୍ଥା ପକ୍ଷରୁ ସେମାନଙ୍କୁ ଜଳଖିଆ ପ୍ରଦାନ କରାଯାଇଥିଲା। ଜଳଖିଆ ପରେ କିଛି ସମୟ ବିଶ୍ରାମ ନେଇ ସେମାନେ ପୁଣି ନିଜ ଗ୍ରାମ ଅଭିମୁଖେ ବାହାରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଅଜଣା ରୋଗ ନେଲା ଶିଶୁର ଜୀବନ

କୋରାପୁଟ: କୋରାପୁଟ ଜିଲା ନାରାୟଣପାଟଣା ବିଚଳଚୁଆଁ ଗାଁରେ ମଙ୍ଗଳବାର ପୁଣି ଅଜଣା ରୋଗରେ ଜଣେ ୩ ବର୍ଷୀୟା ଝିଅର ମୃତ୍ୟୁ ଘଟିଛି। ଏହାକୁ ନେଇ ଅଞ୍ଚଳରେ...

ଉପର ମୁଣ୍ଡରେ ଲଗାଣ ବର୍ଷା: ମାଛକୁଣ୍ଡ ଡି.ଡ୍ୟାମର ଖୋଲିଲା ୨ଗେଟ୍‌

ଲମତାପୁଟ,୨୩ା୭(ଭକ୍ତରମ ବାଙ୍କିଆ): ଉପର ମୁଣ୍ଡରେ ଲଗାଣ ବର୍ଷା ଜାରି ରହିଛି। ଫଳରେ ଜଳଭଣ୍ଡାରରେ ଜଳସ୍ତର ଏବେ ବଢିବାରେ ଲାଗିଛି । ଜଲାପୁଟ ମୁଖ୍ୟ ଜଳଭଣ୍ଡାରରେ ୬ଫୁଟ...

କୋରାପୁଟରେ ପ୍ରବଳ ବର୍ଷା: ୩ ଦିନରେ ଭାଙ୍ଗିଲାଣି ୪୦ ଘର

କୋରାପୁଟ,୨୨।୭(ଅମିତାଭ ବେହେରା): କୋରାପୁଟ ଜିଲାରେ ଗତ କିଛି ଦିନ ହେଲା ପ୍ରବଳ ବର୍ଷା ଜାରି ରହିଥିବା ଯୋଗୁ ବହୁ ଗଛ ଓ ଘର ଭାଙ୍ଗି ଥିବା...

କମାରଙ୍କୁ ଆଦିବାସୀ ମାନ୍ୟତା ପ୍ରଦାନ ଦାବି ନେଇ ଆନ୍ଦୋଳନ ପାଇଁ ସଜବାଜ

କୋରାପୁଟ,୨୧ା୭(ଅମିତାଭ ବେହେରା): କମାରଙ୍କୁ ଆଦିବାସୀ ମାନ୍ୟତା ପ୍ରଦାନ ନେଇ କୋରାପୁଟ ଜିଲା କମାର ସମାଜ ପକ୍ଷରୁ ଦୀର୍ଘ ୧୫ ବର୍ଷ ଧରି ଆନ୍ଦୋଳନ କରି ଆସୁଥିବା...

ପଞ୍ଚଭୂତରେ ବିଲୀନ ହେଲେ କମଳା ପୂଜାରୀ

ଜୟପୁର,୨୧।୭: ବିଶିଷ୍ଟ ଜୈବିକ କୃଷିବିତ୍‌ ପଦ୍ମଶ୍ରୀ କମଳା ପୂଜାରୀଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି। ଜନ୍ମମାଟି ପାତ୍ରପୁର ଗାଁ ଶ୍ମଶାନରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ତାଙ୍କର ଶେଷକୃତ୍ୟ...

ଡ୍ରାଇଭରଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ଟଳିଗଲା ବଡ଼ ଦୁର୍ଘଟଣା

ପଟ୍ଟାଙ୍ଗି ,୨୧।୭(ଶରତ ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଦେଇ ଦୁଇ ରାଜ୍ୟ ଯଥା ଛତିଶଗଡ଼ ଆନ୍ଧ୍ରକୁ ସଂଯୋଗ କରୁଥିବା ଜାତୀୟ ରାଜପଥର କାଉଗୁଣ୍ଠା ଘାଟିରେ...

କୋରାପୁଟରେ ୯୪୩.୧ ମିଲିଲିଟର ବର୍ଷା, କୋଟପାଡ଼ ବ୍ଲକରେ ରେକର୍ଡ ସର୍ବାଧିକ

କୋରାପୁଟ,୨୦ା୭(ଅମିତାଭ ବେହେରା): ଶନିବାର କୋରାପୁଟ ଜିଲାରେ ୯୪୩.୧ ମିଲିମିଟର ବର୍ଷା ହୋଇଥିବା ବେଳେ ଜିଲାର କୋଟପାଡ଼ ବ୍ଲକରେ ସର୍ବାଧିକ ୧୫୮ ମିମି ବର୍ଷା ହୋଇଥିବା ଜିଲା...

ଜାତୀୟ ରାଜପଥରେ ଜଳିଗଲା କାର୍‌

କୋରାପୁଟ,୨୦ା୭(ଅମିତାଭ ବେହେରା): କୋରାପୁଟ ଜିଲା ଦେଇ ଯାଇଥିବା ୨୬ ନଂ ଜାତୀୟ ରାଜପଥ ମିସିଂଗୁଡ଼ା ଛକରେ ଶନିବାର ଏକ କାର୍‌ ହୁତୁହୁତୁ ହୋଇ ଜଳିଯାଇଛି। ସୂଚନାଯୋଗ୍ୟ,...

Advertisement
Mettle Meet 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri