କରତକଳ ଉପରେ ଚଢ଼ାଉ: ଯନ୍ତ୍ରାଂଶ ଓପାଡ଼ି ଫିଙ୍ଗିଲା ବନବିଭାଗ

ବସ୍ତା, ୨୦।୪(ସ୍ବ.ପ୍ର.)-ବାଲେଶ୍ୱର ଜିଲା ବସ୍ତା ଥାନା ଅନ୍ତର୍ଗତ ବଇଞ୍ଚା ଗ୍ରାମରେ ଚାଲିଥିବା ବେଆଇନ କରତକଳ ଉପରେ ବନ ବିଭାଗ ଚଢାଉ କରି ଜେସିବି ଲଗାଇ ଯନ୍ତ୍ରାଂଶକୁ ଓପାଡ଼ି ଫିଙ୍ଗିଛି।
ମୟୂରଭଞ୍ଜ ଜିଲା ପାଞ୍ଚମାଣିଆ ଗ୍ରାମର ବରେନ୍ଦ୍ର ବେହେରା ଏକ କରତକଳ ବଇଞ୍ଚା ଗ୍ରାମରେ କରି ଆସୁଥିଲେ। ବାରମ୍ବାର ଏହି କରତକଳ ଉପରେ ବନବିଭାଗ ଚଢାଉ କରୁଥିଲେ ମଧ୍ୟ ପରେ ସେ ପୁଣି ସେ ପୁନର୍ବାର ଚାଲୁ କରିଆସୁଥିଲେ। ଗତ କିଛିଦିନ ପୂର୍ବରୁ ସେ କରତକଳକୁ ପୁର୍ନବାର ଚାଲୁ କରିବା ପାଇଁ ସଜବାଜ ହେଉଥିବା ବେଳେ ବିଶ୍ୱସ୍ତ ସୂତ୍ରରୁ ଖବରପାଇ ରେଞ୍ଜ ଅଫିସର ଦେବେନ୍ଦ୍ର ନାଥ ପାତ୍ର, ଫରେଷ୍ଟର ପ୍ରହ୍ଲାଦ ଚନ୍ଦ୍ର ନାୟକ, ଶଶିଧର ମହାନ୍ତି, ମୀନାରାଣୀ ବେହେରା ସଦଳବଳେ ସେଠାରେ ପହଞ୍ଚତ୍ବା ବେଳକୁ କରତକଳର ମାଲିକ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ଶେଷରେ ବନବିଭାଗ ଅଧିକାରୀ ଜେସିବି ଲଗାଇ ପୁନଃ ସ୍ଥାପିତ ହେଉଥିବା କରତକଳକୁ ଓପାଡି ଫିଙ୍ଗି ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଔପଦାରେ ଅଭାବନୀୟ କାଣ୍ଡ: ଏକତରଫା ପ୍ରେମରୁ ଶିକ୍ଷୟତ୍ରୀଙ୍କ ସହ ପରିବାର ସଦସ୍ୟଙ୍କୁ ଗୋଡ଼ାଇ ହାଣିଲେ ପ୍ରେମିକ

ଔପଦା, ୧୮।୮(ଧରିତ୍ରୀ ପଣ୍ଡା): ବାଲେଶ୍ୱର ଜିଲା ଔପଦା ଥାନା ଅଞ୍ଚଳରେ ଏକ ଅଭାବନୀୟ ଏବଂ ସମ୍ବେଦନଶୀଳ ଘଟଣା ସାମ୍ନାକୁ ଆସିଛି। ଜଣେ ଶିକ୍ଷୟତ୍ରୀଙ୍କୁ ଏକତରଫା ପ୍ରେମ କରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri