କମ ଦରମା-ବିନା ପିପିଇରେ କରୋନା ସଂକ୍ରମିତଙ୍କ ଚିକିତ୍ସା କରିବାକୁ ମନା କଲେ ନର୍ସିଂ ଷ୍ଟାଫ୍‌: ୧୦୦ରୁ ଅଧିକ ଦେଲେ ଇସ୍ତଫା

ଜୟପୁର,୨୭।୪: ଭାରତରେ କରୋନା ସଂକ୍ରମଣ ଯୋଗୁ ସ୍ଥିତି ସଙ୍କଟ ଜନକ ରହିଛି। ଏପରିସ୍ଥଳେ ରାଜସ୍ଥାନରେ ୧୦୦ରୁ ଅଧିକ ନର୍ସିଂ ଷ୍ଟାଫ୍‌ କରୋନା ସଂକ୍ରମିତଙ୍କ ଚିକିତ୍ସା କରିବାକୁ ମନା କରି ଇସ୍ତଫା ଦେଇଛନ୍ତି। କମ ଦରମା ଏବଂ ବିନା ବ୍ୟକ୍ତିଗତ ସୁରକ୍ଷା ଉପକରଣ (ପିପିଇ)ରେ ସେମାନେ କାମ କରିବାକୁ ଅମଙ୍ଗ ହୋଇଛନ୍ତି। ବଂର ସେମାନେ ବିନା ଦରମାରେ ଦେଶ ପାଇଁ କାମ କରିବାକୁ ପ୍ରସ୍ତୁତ ବୋଲି କହିଛନ୍ତି। କରୋନା ସଂକ୍ରମିତଙ୍କ ଚିକିତ୍ସା କରିବା ଅତ୍ୟନ୍ତ ବିପଦ୍‌ଜନକ। ଏପରିସ୍ଥଳେ ବିନା ସୁରକ୍ଷାରେ ଚିକିତ୍ସା କରିବା କେବେ ମଧ୍ୟ ଉଚିତ୍‌ ନୁହେଁ। ନର୍ସିଂ ଷ୍ଟାଫ୍‌ଙ୍କର ଏଭଳି ସାମୁହିକ ଇସ୍ତଫା ଯୋଗୁ ରାଜ୍ୟ ସରକାର ଚିନ୍ତାରେ ପଡ଼ିଛନ୍ତି। ରାଜସ୍ଥାନରେ ସୋମବାର ସକାଳ ୯ଟା ସୁଦ୍ଧା ୩୬ ନୂଆ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି। ସେଥିମଧ୍ୟରୁ ଜୟପୁରରେ ୯, ଝାଲଓ୍ବାଡ଼ାରେ ୯, ଯୋଧପୁର ୬, ଜୈସଲମରରେ ୧, ଭୀଲଓ୍ବାଡ଼ାରେ ୧, କୋଟା ଏବଂ ଟାଙ୍କରେ ୬ଜଣ ଲେଖାଏଁ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି। ଇତିମଧ୍ୟରେ ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ୨୨୨୧ ରହିଥିବାବେଳେ ମୃତକଙ୍କ ସଂଖ୍ୟା ୪୪ ରହିଛି। ସୂଚନାଯୋଗ୍ୟ, ନିଜ ପରିବାରକୁ ପଛରେ ପକାଇ ଜୀବନକୁ ବାଜି ଲଗାଇ କରୋନା ଲଢ଼େଇରେ ଏହି କରୋନା ଯୋଦ୍ଧାମାନେ ସାମିଲ୍‌ ହୋଇଥିଲେ ମଧ୍ୟ ସେମାନଙ୍କ ସୁରକ୍ଷା ପ୍ରତି ଧ୍ୟାନ ଦିଆଯାଉ ନ ଥିବା କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପାକୁ ସୁଦୃଢ଼ କରିବା ଲକ୍ଷ୍ୟ ନେଇ ଏଲ୍‌ଜେପି ଲଢ଼ିଥିଲା ନିର୍ବାଚନ: ଚିରାଗ

ପାଟନା,୧୧।୧୧: ବିହାର ବିଧାନସଭା ନିର୍ବାଚନରେ ଭାଜପାକୁ ସୁଦୃଢ଼ କରାଇବା ଲକ୍ଷ୍ୟ ନେଇ ଏଲ୍‌ଜେପି ନିର୍ବାଚନ ଲଢ଼ିଥିଲା ବୋଲି ଅଧ୍ୟକ୍ଷ ଚିରାଗ ପାସଓ୍ବାନ ବୁଧବାର ଏକ ଗଣମାଧ୍ୟମ...

ଗହଳି ହେଲା, ସଂକ୍ରମଣ ବଢ଼ିଲା

ଭୁବନେଶ୍ୱର, ୧୦ା୭(ବ୍ୟୁରୋ): ରାଜଧାନୀରେ ପୁଣି ସକ୍ରିୟ ହୋଇଉଠିଲାଣି କରୋନା। କିଛିଦିନ ହେବ ସଂକ୍ରମଣ ଖସୁଥିବାବେଳେ ଏବେ ଉପରମୁହାଁ ହେଲାଣି ଗ୍ରାଫ୍‌। ଜୀବନଜୀବିକାକୁ ଗୁରୁତ୍ୱ ଦେଇ ରାଜ୍ୟ...

୨୦୨୪ରେ ମେଣ୍ଟର ନେତୃତ୍ୱ ନେବ କଂଗ୍ରେସ: ଖର୍ଗେ

ନୂଆଦିଲ୍ଲୀ,୨୨ ।୨: ଲୋକ ସଭା ନିର୍ବାଚନ ୨୦୨୪କୁ ଆଉ ପ୍ରାୟ ବର୍ଷେ ସମୟ ରହିଛି । ଶାସକ ଭାରତୀୟ ଜନତା ପାର୍ଟି(ଭାଜପା)ର ମୁକାବିଲା କରିବାକୁ ପ୍ରାୟ...

ପଞ୍ଜାବ ପରେ ରାଜସ୍ଥାନ ରାଜନୀତି ସରଗରମ

ଜଇପୁର,୨୫ ।୯: ପଞ୍ଜାବ କଂଗ୍ରେସ ପରେ ଏବେ ପାଳି ପଡିଛି ରାଜସ୍ଥାନ କଂଗ୍ରେସର । ରାଜସ୍ତାନ କଂଗ୍ରେସର ପ୍ରଦେଶ ଉପାଧ୍ୟକ୍ଷ ରାଜେନ୍ଦ୍ର ଚୌଧୁରୀ ସଚ୍ଚିନ ପାଇଲଟଙ୍କ...

ପଞ୍ଜାବ ବିଧାନସଭା ନିର୍ବାଚନ: ପ୍ରଥମ ପର୍ଯ୍ୟାୟରେ ୩୪ ପ୍ରାର୍ଥୀଙ୍କ ନାମ ଘୋଷଣା କଲା ଭାଜପା, ସମସ୍ତ ବର୍ଗକୁ ଖୁସି କରିବାକୁ ପ୍ରୟାସ

ଚଣ୍ଡିଗଡ଼,୨୧ ।୧: ପାଖେଇ ଆସିଲାଣି ପଞ୍ଜାବ ବିଧାନସଭା ନିର୍ବାଚନ । ଶୁକ୍ରବାର ଭାରତୀୟ ଜନତା ପାର୍ଟି(ଭାଜପା) ତା’ର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି...

ଆନ୍ଦୋଳନରୁ ଓହରିବାକୁ ପ୍ରଧାନମନ୍ତ୍ରୀଙ୍କ ଅନୁରୋଧ

ନୂଆଦିଲ୍ଲୀ, ୯।୨: କେନ୍ଦ୍ରର ୩ ନୂଆ କୃଷି ଆଇନ ବିରୋଧରେ ନଭେମ୍ବର ମାସରୁ ଆନ୍ଦୋଳନ ଚଳାଇଥିବା ଚାଷୀମାନଙ୍କୁ ଓହରିଯିବା ପାଇଁ ସୋମବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି...

ଶାହ ଫୈଜଲ ହାଇକୋର୍ଟଙ୍କ ଦ୍ୱାରସ୍ଥ

ନୂଆଦିଲ୍ଲୀ,୨୧ା୮(ପି.ଟି.): ପୂର୍ବତନ ଆଇଏଏସ୍‌ ଅଧିକାରୀ ଶାହ ଫୈଜଲଙ୍କୁ ଗତ ୧୪ ତାରିଖ ବିଳମ୍ବିତ ରାତିରେ ଦିଲ୍ଲୀ ବିମାନବନ୍ଦରରେ ଅଟକ ରଖି ଶ୍ରୀନଗର ପଠାଇଦିଆଯାଇଥିଲା। ଏହି ଘଟଣାକୁ...

କୋଭିଡ୍‌-୧୯ ନୋଡାଲ ଅଫିସରଙ୍କ ଟିଏମ୍‌ସି ପରିଦର୍ଶନ

ଚୌଦ୍ୱାର,୪।୬(ଡି.ଏନ୍‌.ଏ): କଟକ ଜିଲା ଟାଙ୍ଗି-ଚୌଦ୍ୱାର ବ୍ଲକରେ ଥିବା ବିଭିନ୍ନ ଅସ୍ଥାୟୀ ମେଡିକାଲ ସେଣ୍ଟର(ଟିଏମ୍‌ସି)କୁ ଗୁରୁବାର ବୁଲି ଦେଖିଛନ୍ତି କଟକ ଜିଲା କୋଭିଡ୍‌-୧୯ ପାଇଁ ନିଯୁକ୍ତ ନୋଡାଲ...

Advertisement
Archives

Model This Week