Posted inଜାତୀୟ

କମ୍ୟୁନିଟି ରେଡିଓରେ ବିଜ୍ଞାପନ ସମୟ ବଢ଼ିବ

ନୂଆଦିଲ୍ଲୀ,୨୩ା୫: ଟେଲିଭିଜନ ଚ୍ୟାନେଲ ଭଳି କମ୍ୟୁନିଟି ରେଡିଓରେ ବିଜ୍ଞାପନ ପ୍ରସାରଣ ସମୟ ଘଣ୍ଟାପ୍ରତି ୭ ମିନିଟରୁ ୧୨ ମିନିଟକୁ ବଢ଼ାଇବା ପାଇଁ ସରକାର ଆଗ୍ରହୀ ଥିବା କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭଡେକର ଶୁକ୍ରବାର କହିଛନ୍ତି। ସମସ୍ତ କମ୍ୟୁନିଟି ରେଡିଓ ଷ୍ଟେଶନର ଶ୍ରୋତାଙ୍କୁ ଉଦ୍‌ବୋଧନ ଦେଇ ଜାଭଡେକର କହିଥିଲେ, ଏଥିପାଇଁ ପାଣ୍ଠିର ଆବଶ୍ୟକ ନାହିଁ। କମ୍ୟୁନିଟି ରେଡିଓଗୁଡ଼ିକ ସ୍ଥାନୀୟ ବିଜ୍ଞାପନକୁ ଅଧିକ ରିଲେ କରିପାରିବେ। ରେଡିଓ ଷ୍ଟେଶନ ସ୍ଥାପନର ୭୫ ପ୍ରତିଶତ ଖର୍ଚ୍ଚ ମନ୍ତ୍ରଣାଳୟ ବହନ କରୁଥିବାବେଳେ ଦୈନନ୍ଦିନ ଖର୍ଚ୍ଚକୁ ସମ୍ପୃକ୍ତ ଷ୍ଟେଶନ ଭରଣା କରିଥାନ୍ତି। କମ୍ୟୁନିଟି ରେଡିଓ ପରିବର୍ତ୍ତନର ଏଜେଣ୍ଟ। ଏହା ପ୍ରତିଦିନ ଲକ୍ଷ ଲକ୍ଷ ଲୋକଙ୍କ ପାଖରେ ପହଞ୍ଚତ୍ଥାଏ। ଖୁବ୍‌ଶୀଘ୍ର ଏଭଳି ରେଡିଓ ଷ୍ଟେଶନ ସଂଖ୍ୟା ବଢ଼ାଯିବ ବୋଲି ଜାଭଡେକର କହିଥିଲେ।
ଏଫ୍‌ଏମ୍‌ ଚ୍ୟାନେଲ ଭଳି କମ୍ୟୁନିଟି ରେଡିଓ ଚ୍ୟାନେଲ ମାଧ୍ୟମରେ ଖବର ପ୍ରସାରଣ ପାଇଁ ହେଉଥିବା ଦାବି ସମ୍ପର୍କରେ ଜାଭଡେକର ଆଲୋଚନା କରିଥିଲେ। ଏଥିପାଇଁ ସରକାର ବିଚାର କରୁଛନ୍ତି। ମିଛ ଖବର ପ୍ରଚାର ବିରୋଧରେ ଏହି ଷ୍ଟେଶନଗୁଡ଼ିକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେବା ଲାଗି ସୂଚନା ପ୍ରସାରଣ ମନ୍ତ୍ରୀ ପ୍ରୋତ୍ସାହିତ କରିଥିଲେ। ଏଥିପାଇଁ ନିର୍ଦ୍ଦିଷ୍ଟ ଖବରକୁ ପ୍ରସାରଣ କରିବା ପୂର୍ବରୁ ଏହାକୁ ଭଲ ଭାବେ ଯାଞ୍ଚ କରାଯିବା ଆବଶ୍ୟକ। ଉକ୍ତ ଖବରଗୁଡ଼ିକୁ ଅଲ୍‌ ଇଣ୍ଡିଆ ରେଡିଓ ସହ ଶେୟାର କରିବାକୁ ମଧ୍ୟ ସେ ଷ୍ଟେଶନଗୁଡ଼ିକୁ ଆହ୍ବାନ ଦେଇଥିଲେ। ମନ୍ତ୍ରଣାଳୟ ପକ୍ଷରୁ ପିଆଇବି ଅଧୀନରେ ଏକ ଫ୍ୟାକ୍ଟ ଚେକ୍‌ ସେଲ୍‌ ଗଠନ କରାଯାଇଛି। କମ୍ୟୁନିଟି ରେଡିଓ ଖବରଗୁଡ଼ିକର ମାନବୃଦ୍ଧିରେ ସହାୟକ ହୋଇପାରିବ ବୋଲି ଜାଭଡେକର ମତ ଦେଇଥିଲେ। କରୋନା ମହାମାରୀ ବିରୋଧରେ ଲଢ଼େଇ ଜାରି ରଖିବା ନିମନ୍ତେ ଆହ୍ବାନ ଦେଇ ସେ କହିଥିଲେ, ଅନ୍ୟ ରୋଗକୁ ପରାସ୍ତ କରିବା ଭଳି ଆମେ ଏହି ରୋଗକୁ ମଧ୍ୟ ହରାଇଦେବା। ଏଥିପାଇଁ ଆମକୁ ୪ଟି ନିୟମ ଯଥା ଘରେ ରହିବା, ସାମାଜିକ ଦୂରତ୍ୱ ରଖିବା, ହାତ ଧୋଇବା ଏବଂ ମାସ୍କ ବ୍ୟବହାର କରିବାକୁ ହେବ ବୋଲି ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଗାଡି ଧକ୍କାରେ ଚାଲିଗଲା ମହିଳାଙ୍କ, କ୍ଷତିପୂରଣ ଦାବିରେ ରାସ୍ତାରୋକୋ

ଲାଞ୍ଜିଗଡ଼, ୧ା୧(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ଥାନା ଆଶ୍ରମପଡା ନିକଟରେ ଗୁରୁବାର ଏକ ଅଜଣା ଗାଡି ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି।...

ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣ: ଚାଲିଗଲା ୨୪ ଜୀବନ

କିଭ୍‌,୧ା୧ରୁଷିଆ ଅଧିକୃତ ଖେର୍‌ସନ ଅଞ୍ଚଳର ଏକ ଗ୍ରାମରେ ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣରେ ୨୪ ଜଣଙ୍କ ମୃତ୍ୟୁ ଘଟିବା ସହ ଅନୂ୍ୟନ ୫୦ ଜଣ ଆହତ ହୋଇଛନ୍ତି।...

Self Care Routine:୨୦୨୬ରେ ନିଜର ଯତ୍ନ ନେବାକୁ କରିଛନ୍ତି କି ପ୍ରତିଜ୍ଞା? ଜାଣି ରଖନ୍ତୁ କିଛି ଟିପ୍ସ

ଆଜିର ବ୍ୟସ୍ତବହୁଳ ଜୀବନଚର୍ଯ୍ୟା ମଧ୍ୟରେ ନିଜର ଯତ୍ନ(ସେଲ୍ଫ କେୟାର) ଅତ୍ୟନ୍ତ ଜରୁରୀ। କାରଣ ଯେତେବେଳେ ଆମେ ନିଜର ଯତ୍ନ ନେଉନା, ସେତେବେଳେ ଧୀରେ ଧୀରେ ଥକାପଣ,...

ନୂଆବର୍ଷରେ ସ୍ତ୍ରୀଙ୍କୁ ହତ୍ୟା କଲା ସ୍ୱାମୀ

ସୁନ୍ଦରଗଡ଼,୧।୧(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ହେମଗିର ଥାନା ଅଧୀନ ଖୁଟିପାନି ଗ୍ରାମରେ ଗୁରୁବାର ନୁଆବର୍ଷ ଅବସରରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସ୍ୱାମୀଙ୍କ...

ହୋଇପାରେ ସାମୀଙ୍କ ପ୍ରତ୍ୟାବର୍ତ୍ତନ, ସଙ୍କଟରେ ଏହି ଖେଳାଳିଙ୍କ ସ୍ଥାନ

ନୂଆଦିଲ୍ଲୀ,୧।୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଆସନ୍ତା ଜାନୁଆରୀ ୧୧ ତାରିଖରୁ ଆରମ୍ଭ ହେବ। ଏହି ତିନି ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍ ପାଇଁ ଭାରତୀୟ...

ଜାନୁଆରୀ ୨୦୨୬ରେ କ’ଣ କରିବେ ଏବଂ କ’ଣ ନ କରିବେ; ରାଶି ଅନୁସାରେ ଜାଣନ୍ତୁ…

ନୂଆବର୍ଷ ୨୦୨୬ ଆରମ୍ଭ ହୋଇସାରିଛି ଏବଂ ଜାନୁଆରି ମାସ ସବୁ ରାଶି ପାଇଁ ଗୁରୁତ୍ୱପୂର୍ଣ୍ଣ ସନ୍ଦେଶ ଆଣିଛି। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଏହି ମାସରେ ଗ୍ରହମାନଙ୍କ...

ନାତୁଣୀଙ୍କୁ ଦୁର୍ବ୍ୟବହାର, ପ୍ରତିବାଦ କରିବାରୁ ଗାଁ ଦାଣ୍ଡରେ ବୃଦ୍ଧଙ୍କୁ ପିଟି ପିଟି ହତ୍ୟା; ମୃତଦେହ…

ଦିଗପହଣ୍ଡି,୧।୧(ଅଶେଷ ନାଥ ମିଶ୍ର): ନୂଆବର୍ଷରେ ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚଷା ନିମଖଣ୍ଡି ପଞ୍ଚାୟତ ସିନ୍ଧବା ଗ୍ରାମରେ ଜଣେ ବୃଦ୍ଧ ସନିଆ ଗୌଡ଼(୮୫)ଙ୍କୁ ଗୁରୁବାର ସକାଳ...

ଫେବୃଆରୀ ୧ରୁ FASTag ନିୟମରେ ହେବ ବଡ଼ ପରିବର୍ତ୍ତନ

ନୂଆଦିଲ୍ଲୀ,୧।୧: କେନ୍ଦ୍ର ସରକାର FASTag ନିୟମରେ ବଡ଼ ପରିବର୍ତ୍ତନ କରିବାକୁ ଯାଉଛନ୍ତି। ଏହା ଅଧୀନରେ, ଗାଡ଼ି ମାଲିକଙ୍କୁ FASTag ପାଇବା ପାଇଁ ଆଉ KYC ପୂରଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri