କମ୍ପ୍ୟୁଟର ସାମ୍ନାରେ ଅଧିକ ସମୟ ବସୁଥିଲେ ହୋଇପାରେ ଏହି ସମସ୍ୟା

ଆଜିକାଲି ଅଧିକାଂଶ ଲୋକ ଅଫିସରେ ଅଧିକ ସମୟ କମ୍ପ୍ୟୁଟର ସାମ୍ନାରେ ବସି କାର୍ଯ୍ୟ କରିଥା’ନ୍ତି। ମାତ୍ର ଏହା ଦ୍ୱାରା ଚକ୍ଷୁ ଉପରେ କୁପ୍ରଭାବ ପଡ଼ିଥାଏ। ତେଣୁ କାର୍ଯ୍ୟର ଆବଶ୍ୟକତା ସହ ନିଜ ଚକ୍ଷୁ ପ୍ରତି ଧ୍ୟାନ ଦେବା ଜରୁରୀ। ଆସନ୍ତୁ ଜାଣିବା ଏ ସମ୍ପର୍କରେ…

– କମ୍ପ୍ୟୁଟର ସମ୍ମୁଖରେ କାର୍ଯ୍ୟ କରିବା ବେଳେ ଅଧିକ ସମୟ ପର୍ଯ୍ୟନ୍ତ ଆଦୌ ବସନ୍ତୁ ନାହିଁ। ପ୍ରତି ୧ ଘଣ୍ଟା ଅନ୍ତରରେ ସିଟ୍‌ରୁ ଉଠି ବାହାରେ ଟିକେ ବୁଲି ଆସନ୍ତୁ।

– କମ୍ପ୍ୟୁଟରକୁ ଆଖି ଠାରୁ କିଛି ଦୂରରେ ରଖନ୍ତୁ। ଅତି ନିକଟରେ ରଖନ୍ତୁ ନାହିଁ। କିଛି ସମୟ କାମ କରିବା ପରେ ସିଟ୍‌ରୁ ଉଠିଯାଇ ଆଖିରେ ଥଣ୍ଡା ପାଣି ଛାଟନ୍ତୁ। ଏପରି କଲେ ଆରାମ ଲାଗିବ।

– କାର୍ଯ୍ୟ କରିବାର କିଛି ସମୟ ପରେ ୫-୧୦ ମିନିଟ୍‌ ଆଖିକୁ ବନ୍ଦ କରନ୍ତୁ । ସିଟ୍‌ରୁ ଉଠି ବାହାରେ ସବୁଜ ଗଛପତ୍ରକୁ କିଛି ସମୟ ଚାହିଁ ରୁହନ୍ତୁ।

– ରାତିରେ ସ୍ମାର୍ଟ ଫୋନ୍‌କୁ ଅଧିକ ସମୟ ଚାହିଁ ରୁହନ୍ତୁ ନାହିଁ। ଏହା ଦ୍ୱାରା ଆଖି ବିନ୍ଧିବା ସହ ମୁଣ୍ଡବିନ୍ଧା ହୋଇଥାଏ।

– ଆଖି ଦରଜ ହେଉଥିଲେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ କରନ୍ତୁ। ଆବଶ୍ୟକ ପଡ଼ିଲେ ଚଷମା ବ୍ୟବହାର କରନ୍ତୁ।


Enter your email to get our daily news in your inbox.

All Right Reserved By Dharitri.Com

ଧନ ବୃଦ୍ଧି କରୁଥିବା ଫୁଲ

ଅପରାଜିତା, ଯିଏ କେବେ ବି ହାରେ ନାହିଁ ବା ଯାହାର କେବେ ବି ପରାଜୟ ନାହିଁ। ସେଥିପାଇଁ ଅପରାଜିତା ଫୁଲ ପ୍ରତି ଲୋକଙ୍କର ଥାଏ ଖୁବ୍‌...

ତମାଖୁର ଭୟାବହତା

ଧୂମପାନ ହେଉ କି ତମାଖୁ ସେବନର ଭୟାବହତା ବିଷୟରେ ଆମକୁ ଚେତେଇ ଚାଲିବାରେ ଚିକିତ୍ସକମାନେ କୌଣସି ଊଣା କରିନାହାନ୍ତି। ଅଥଚ ଆମ୍ଭମାନଙ୍କ ମଧ୍ୟରୁ ଅନେକେ ଏହି...

ସୁଖୀ ଦାମ୍ପତ୍ୟ ଜୀବନ ପାଇଁ କରନ୍ତୁ ଏଭଳି …

ଜଣେ ନାରୀ ଏକ ପୁରୁଷର ଜୀବନକୁ ସୁନ୍ଦର ଭାବେ ଗଢ଼ିପାରେ ଆଉ ଭାଙ୍ଗି ଧୂଳିଶାତ୍‌ ମଧ୍ୟ କରିପାରେ। ତେବେ ଏହି ଭାଙ୍ଗିବା ଗଢ଼ିବା ସମ୍ପୂର୍ଣ୍ଣ ନିର୍ଭର...

ଆଇନ୍‌ଷ୍ଟାଇନ୍‌ଙ୍କ ସହ ବାର୍ତ୍ତାଳାପ

ଯୁଗସ୍ରଷ୍ଟା ବୈଜ୍ଞାନିକ ଆଇନ୍‌ଷ୍ଟାଇନ୍‌ଙ୍କ ମୃତ୍ୟୁ ଘଟି ସାରିଲାଣି ଆଜକୁ ପ୍ରାୟ ୬୬ବର୍ଷ ପୂର୍ବେ। ତା’ହେଲେ ତାଙ୍କ ସହିତ ବାର୍ତ୍ତାଳାପ କରିବା କିପରି? ତେବେ, ତାହା ହୋଇପାରନ୍ତା...

ଭଲ ନୁହେଁ ବେଶି ଲାଜ

କଥାରେ ଅଛି ଲାଜ ନାରୀର ଭୂଷଣ। ଲାଜ କେତେବେଳେ ପ୍ରେମ ତ କେତେବେଳେ ଶ୍ରଦ୍ଧା ଆଉ ସମ୍ମାନ। ଲାଜ ପୁଣି ବେଳେବେଳେ ପାଲଟେ ଅନୁଶାସନ। ନାରୀ...

ଗୃହିଣୀ ଓ ସ୍ବାସ୍ଥ୍ୟ

ଗୃହିଣୀଟିଏ ହେଉଛି ପରିବାରର ମୂଳଦୁଆ। ଯିଏ ସାରା ପରିବାରର ସମସ୍ତ ସଦସ୍ୟମାନଙ୍କୁ ସ୍ନେହ ଓ ମମତାର ଏକ ରେଶମୀ ସୂତାରେ ଏକତ୍ର କରି ରଖିବାର କ୍ଷମତା...

ବିଟ୍‌ରୁଟ୍‌ ମୋଦକ

ବିଟ୍‌ରୁଟ୍‌ ମୋଦକ ଆବଶ୍ୟକ ସାମଗ୍ରୀ: ୨ କପ୍‌ ବେସନ, ୨ ଟେବଲ୍‌ ସ୍ପୁନ୍‌ ରାଓ୍ବା/ସୁଜି, ୨ଟି ସିଝା ବିଟ୍‌ରୁଟ ପେଷ୍ଟ କିମ୍ବା ୧/୪ ଟିସ୍ପୁନ୍‌ ବିଟ୍‌ରୁଟ୍‌...

ଅନେକ ସମସ୍ୟାର ସମାଧାନ କରେ ଗୁଜୁରାତି

ପ୍ରାୟ ସମସ୍ତଙ୍କ ଘରେ ଗୁଜୁରାତିର ବ୍ୟବହାର କରାଯାଉଥିବା ଦେଖାଯାଏ । କିନ୍ତୁ ଏହାର ଔଷଧୀୟ ଗୁଣ ସମ୍ପର୍କରେ ସମସ୍ତଙ୍କୁ ଜଣା ନ ଥାଏ । ଏହା...

Advertisement
Archives

Model This Week