Posted inଫୁରସତ

କମିଂ ଅଫ୍‌ ଏଜ୍‌ ଡେ’: ୧୨.୨ ଲକ୍ଷ ଯୁବପିଢ଼ିଙ୍କୁ ସ୍ବତନ୍ତ୍ର ଅଧିକାର

ଟୋକିଓ: ସ୍ବାଧୀନତା ମନୁଷ୍ୟର ଜନ୍ମସିଦ୍ଧ ଅଧିକାର। ସ୍ବାଧୀନତାର ସ୍ବାଦ ଟିକେ ପାଇବାକୁ ବିଶ୍ୱ ଦେଖିଛି ଅନେକ ଯୁଦ୍ଧ, ରକ୍ତପାତ, ନରସଂହାର। ଠିକ୍‌ ସେମିତି ମନର ଭାବନା ପରିପ୍ରକାଶ କରିବାକୁ ସମସ୍ତେ ଖୋଜବସନ୍ତି ଅବସର। ଏହା ନ ମିଳିଲେ ମଣିଷ ନିଜ ଭିତରେ ହୋଇପଡ଼େ ଅଣନିଃଶ୍ୱାସୀ। ହେଲେ ବ୍ୟକ୍ତିଗତ ସ୍ବାଧୀନତାର ଅର୍ଥ ନୁହେଁ ଅନୁଶାସନରୁ ଏବଂ କର୍ତ୍ତବ୍ୟରୁ ଓହରିଯିବା। ଏହା ହୃଦୟଙ୍ଗମ କରିଛନ୍ତି ଜାପାନବାସୀ। ଏହାକୁ ପରିପ୍ରକାଶ କରିବାକୁ ସୋମବାର ଦେଶବ୍ୟାପୀ ପାଳିତ ହୋଇଛି କମିଂ ଅଫ୍‌ ଏଜ୍‌ ଡେ’, ଯାହାକୁ ଉତ୍ସର୍ଗୀକୃତ କରାଯାଇଛି ଐତିହାସିକ ପରମ୍ପରା ଏବଂ ଯୁବପିଢ଼ିଙ୍କ ନାମରେ।
ଚଳିତବର୍ଷ କମିଂ ଅଫ୍‌ ଏଜ୍‌ ଡେ’ରେ ନୂତନ ଭାବେ ସାମିଲ ହୋଇଛନ୍ତି ୧୨.୨ ଲକ୍ଷ ଯୁବତୀଯୁବକ। ଅର୍ଥାତ୍‌ ସେମାନେ ଏବେ ପାଇଛନ୍ତି ସାବାଳକ ମାନ୍ୟତା। ଏବେ ସେମାନଙ୍କୁ ଅନୁଶାସନ ଭିତରେ ଦାୟିତ୍ୱ ମୁଣ୍ଡାଇବାକୁ ପଡ଼ିବ। ତେବେ ଟିକେ ହାଲ୍‌କା ହୋଇ ବଞ୍ଚତ୍ବାକୁ ସେମାନଙ୍କ ବ୍ୟକ୍ତିଗତ ଜୀବନର ଧରାବନ୍ଧା ନୀତିନିୟମରେ କରାଯାଇଛି କୋହଳ। ‘କମିଂ ଅଫ୍‌ ଏଜ୍‌ ଡେ’ରେ ସାମିଲ ହୋଇଥିବା ଯୁବତୀଯୁବକମାନେ ଏଣିକି ନିଜ ଇଚ୍ଛାରେ ଜୀବନସାଥୀ ବାଛିପାରିବେ। ଋଣ ଉଠାଣ, ଡେବିଟ୍‌ କାର୍ଡ ବ୍ୟବହାରରେ ସେମାନଙ୍କୁ ଏବେ ସ୍ବୟଂସମ୍ପୂର୍ଣ୍ଣ ବୋଲି ବିବେଚନା କରାଯିବ।
ପ୍ରତିବର୍ଷ ଜାନୁୟାରୀରେ ଜାପାନ ପାଳିଥାଏ କମିଂ ଅଫ୍‌ ଏଜ୍‌ ଡେ’। ନିକଟରେ ସାବାଳକ ମାନ୍ୟତା ହାସଲ କରିବାର ବୟସ ସୀମା ୨୦ରୁ ୧୮ ବର୍ଷକୁ କମାଇ ଦିଆଯାଇଛି। ହେଲେ ଏହା ୨୦୨୨ରୁ ଲାଗୁ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ଫାଇନାଲ ପରୀକ୍ଷା ଦେବାକୁ ଯାଇ ଯୁକ୍ତ ୨ ଛାତ୍ରୀ ନିଖୋଜ, ଜଣେ ଯୁବକ ଅପହରଣ କରିନେଇଥିବା ନେଇ…

ଗଜପତି,୧୦।୨ (ଗିରିଧାରୀ ପରିଛା)-ଗଜପତି ଜିଲା ସଦରମହକୁମା ପାରଳାଖେମୁଣ୍ଡି ସହରର ଆଦର୍ଶ ଥାନା ସମ୍ମୁଖ ମାଧିକା ସାହିର ଜଣେ ଯୁକ୍ତ ଦୁଇ ଛାତ୍ରୀ ନିଖୋଜ ଥିବା ବେଳେ ତାଙ୍କୁ…

ଝଡାଫୁଙ୍କା ବାହାନାରେ ନାବାଳିକାଙ୍କୁ ବଳାତ୍କାର, ସୋନପୁର ଜେଲକୁ ଗଲେ…

ଡୁଙ୍ଗୁରିପାଲି, ୧୦ା୨(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ରାମପୁର ଥାନା ଅଞ୍ଚଳରେ ଝଡାଫୁଙ୍କା ବାହାନା କରି ଜଣେ ମାନସିକ ବିକାରଗ୍ରସ୍ତ ନାବାଳିକାଙ୍କୁ ବଳାତ୍କାର ଅଭିଯୋଗ ହୋଇଛି। ପୀଡିତା…

ଖୁଣ୍ଟାପୁର ଗ୍ରାମରେ ଡକାୟତି: ଫେରାର ହେବାକୁ ଉଦ୍ୟମ ବେଳେ ଜଣଙ୍କୁ ମାଡ଼ି ବସି ନିର୍ଧୁମ ଛେଚିଲେ ଗ୍ରାମବାସୀ, ପୋଲିସ…

ବୈଶିଙ୍ଗା,୧୦।୨(ରତନ ଦାଶ): ମୟୂରଭଞ୍ଜ ଜିଲାର ବୈଶିଙ୍ଗା ଥାନା ଅର୍ନ୍ତଗତ ଖୁଣ୍ଟାପୁର ଗ୍ରାମରେ ମଙ୍ଗଳବାର ସା ୭.୩୦ ସମୟରେ ୬ ଜଣ ଦୁର୍ବୃତ୍ତ ଡକାୟତି ଉଦ୍ଦେଶ୍ୟରେ ଚିନ୍ମୟ ମିଶ୍ରଙ୍କ…

ଯାଜପୁରରେ କୃମି ଔଷଧ ଖାଇ ୩୮ ଛାତ୍ରୀଛାତ୍ର ଅସୁସ୍ଥ

କଳିଙ୍ଗନଗର,୧୦।୨(ଶୁଭାଶିଷ ରାଉତ): ଯାଜପୁର ଜିଲା କୋରେଇ ବ୍ଲକ ଅନ୍ତର୍ଗତ ପଥରପଦା ପଞ୍ଚାୟତର ଓଚିନ୍ଦା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଜାତୀୟ କୃମି ନାଶକ ଦିବସ ଅବସରରେ…

ଅପରାହ୍ନରେ ସଚେତନତା, ସନ୍ଧ୍ୟାରେ ନିଆଁ; ହୁତୁହୁତୁ ହୋଇ ଜଳୁଛି ସୋରଦେବି ଜଙ୍ଗଲ…

ଭଞ୍ଜନଗର,୧୦।୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ସ୍ଥିତ ଘୁମୁସର ଉତ୍ତର ବନଖଣ୍ଡର ଲାଲସିଂ ନର୍ସରୀ ପରିସରରେ ମଙ୍ଗଳବାର ସକାଳୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ବନଖଣ୍ଡସ୍ତରୀୟ ବନାଗ୍ନୀ ପ୍ରଶମନ ସଚେତନତା…

Rare Solar Eclipse: ୧୦୦ବର୍ଷ ପରେ ଅତି ବିରଳ ସୂର୍ଯ୍ୟ ପରାଗ, ଦିନ ୧୨ଟାରେ ଭାରତରେ ଘୋଟିଯିବ କିଟକିଟ ଅନ୍ଧାର! ପକ୍ଷୀମାନେ କରିବେ…

ଆଗକୁ ଏକ ଏମିତି ସୂର୍ଯ୍ୟପରାଗ ଆସୁଛି ଯାହା ସମସ୍ତଙ୍କୁ ଚମକାଇ ଦେବ । ଦିନ ୧୨ଟାରେ ସବୁକିଛି ଅନ୍ଧାର ହୋଇଯିବ । ଦିନ ହଠାତ୍ ରାତିରେ ପରିଣତ…

୧୦ ଉଇକେଟରେ ଜିତିଲା ନ୍ୟୁଜିଲାଣ୍ଡ

ଚେନ୍ନାଇ,୧୦ା୨- ଟି୨୦ ବିଶ୍ୱକପ୍‌ରେ ମଙ୍ଗଳବାର ଖେଳାଯାଇଥିବା ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡ ୧୦ ଉଇକେଟରେ ୟୁଏଇକୁ ପରାସ୍ତ କରିଛି। ୟୁଏଇ ଦ୍ୱାରା ଧାର୍ଯ୍ୟ ୧୭୪ ରନ୍‌ର ଟାର୍ଗେଟ୍‌କୁ ଟିମ୍‌ ସିଫର୍ଟ…

ବଲିଉଡରେ ହଇଚଇ: ରଣବୀର ସିଂଙ୍କୁୁ ମିଳିଲା ଧମକ, କୋଟି କୋଟି ଟଙ୍କା ଦାବି; ସୁରକ୍ଷା ବଢ଼ାଇଲା… 

ମୁମ୍ବାଇ: ଅଭିନେତା ରଣବୀର ସିଂଙ୍କୁ ଧମକ। ଘର ବାହାରେ ବଢ଼ାଗଲା ସୁରକ୍ଷା। କିଛି ଏଭଳି ଖବରକୁ ନେଇ ବଲିଉଡରେ ହଇଚଇ ସୃଷ୍ଟି ହୋଇଛି। ସୂଚନା ପ୍ରକାରେ ଅଭିନେତାଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri