କପିଳାସ ପୀଠରେ ଶ୍ରାବଣ ଜଳଲାଗି ପ୍ରସ୍ତୁତି: ପ୍ଲାଷ୍ଟିକ, ପଲିଥିନ ସମ୍ପୂର୍ଣ୍ଣ ବାରଣ

ଢେଙ୍କାନାଳ ଅଫିସ, ୧୦।୭-ଢେଙ୍କାନାଳର ପ୍ରସିଦ୍ଧ ଶୈବପୀଠ କପିଳାସ ସମେତ ଜିଲାର ଅନ୍ୟ ୧୨ ପ୍ରମୁଖ ଶିବାଳୟରେ ଶ୍ରାବଣ ଜଳଲାଗି ପାଇଁ ଆରମ୍ଭ ହୋଇଛି ପ୍ରଶାସନିକ ପ୍ରସ୍ତୁତି। କାଉଡ଼ି ଯାତ୍ରାକୁ ଶୃଙ୍ଖଳିତ କରିବାକୁ ମଙ୍ଗଳବାର ଜିଲା କାର୍ଯ୍ୟାଳୟ ସଦ୍‌ଭାବନା ଗୃହରେ ଜିଲା ପ୍ରଶାସନ ଓ ଦେବୋତ୍ତର ବିଭାଗ ପକ୍ଷରୁ ମିଳିତ ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲାପାଳ ଭୂମେଶ ଚନ୍ଦ୍ର ବେହେରା ଏଥିରେ ଅଧ୍ୟକ୍ଷତା କରିଥିଲେ।
ଚଳିତ ୨୨ ତାରିଖ (ପ୍ରଥମ ପାଳି ସୋମବାର)ଠାରୁ ଶ୍ରାବଣ ଜଳ ଲାଗି ଆରମ୍ଭ ହେଉଛି। ସୁରକ୍ଷା ଦୃଷ୍ଟିରୁ ବ୍ରାହ୍ମଣୀ ନଦୀର ବିଭିନ୍ନ ସ୍ଥାନରେ ପଞ୍ଜୀକୃତ ହୋଇ ନ ଥିବା ଡଙ୍ଗା ଚଳାଚଳ ବନ୍ଦ ରଖିବାକୁ ନିଷ୍ପତ୍ତି ହୋଇଛି। ଶ୍ରାବଣ ସୋମବାର ଉପଲକ୍ଷେ କପିଳାସ କ୍ଷେତ୍ରାଧିପତି ଶ୍ରୀଚନ୍ଦ୍ରଶେଖରଜୀଉଙ୍କ ପୀଠରେ ଲକ୍ଷାଧିକ କାଉଡ଼ିଆଙ୍କ ସମାଗମ ହେବ। ସମନ୍ବୟ ରକ୍ଷା କରି ସମସ୍ତେ କାର୍ଯ୍ୟକଲେ ଶ୍ରଦ୍ଧାଳୁମାନେ ଶୃଙ୍ଖଳିତ ଭାବେ ଦେବଦର୍ଶନ କରିପାରିବେ ବୋଲି ଜିଲାପାଳ ଉପସ୍ଥିତ ଅଧିକାରୀଙ୍କୁ ପରାମର୍ଶ ଦେଇଥିଲେ।
ପୀଠ ପରିସରକୁ ପ୍ଲାଷ୍ଟିକ, ପଲିଥିନ ସାମଗ୍ରୀକୁ ବ୍ୟାନ୍‌ କରାଯାଇଛି। କେବଳ ମନ୍ଦିର ପରିଚାଳନା କମିଟିକୁ ପ୍ରସାଦ ବଣ୍ଟନ ଅନୁମତି ଦିଆଯାଇଛି। ଏଥିରେ ଖିଲାପ ହେଲେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ବ୍ରାହ୍ମଣୀ ନଦୀର ମନ୍ଦାର, କରମୂଳ, ଗେଙ୍ଗୁଟିଆ ଘାଟରୁ କାଉଡ଼ିଆମାନେ ପାଣି ଉଠାଇଥାନ୍ତି। ସେଠାରେ ସମସ୍ତ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯିବ। କାଉଡ଼ିଆଙ୍କଠାରୁ କୌଣସି ପ୍ରକାର ମାହାସୁଲ ଆଦାୟ କରାଯିବ ନାହିଁ। ଶ୍ରଦ୍ଧାଳୁମାନେ ସ୍ବଇଚ୍ଛାରେ ହୁଣ୍ଡିରେ ଦାନ କରିପାରିବେ। ପ୍ରତିବର୍ଷ ଯାତ୍ରୀମାନଙ୍କଠାରୁ ଅଟୋରିକ୍ସା, ବସ୍‌ ମାଲିକମାନେ ମାତ୍ରାଧିକ ଭଡ଼ା ଆଦାୟ କରୁଥିବା ଅଭିଯୋଗ ହେଉଥିବାବେଳେ ଚଳିତବର୍ଷ ଏଥିପ୍ରତି ସତର୍କ ଦୃଷ୍ଟି ରଖାଯାଇଛି। ଗାଡ଼ି ମାଲିକଙ୍କ ମନମାନିରେ ଅଙ୍କୁଶ ଲଗାଇବାକୁ କପିଳାସ ଯାଉଥିବା ଯାତ୍ରୀବାହୀ ଯାନବାହନରେ ନିର୍ଦ୍ଧାରିତ ମୂଲ୍ୟ ଉଲ୍ଲେଖ କରାଯିବ। ଭକ୍ତଙ୍କ ଆଗମନକୁ ଦୃଷ୍ଟିରେ ରଖି ଢେଙ୍କାନାଳ ରେଳଷ୍ଟେଶନକୁ ପରିଚ୍ଛନ୍ନ ରଖିବାକୁ ବିଭାଗୀୟ ଅଧିକାରୀଙ୍କୁ ଲିଖିତ ଭାବେ ଅବଗତ କରାଯିବ। ଟ୍ରାଫିକ୍‌ ନିୟନ୍ତ୍ରଣ, ଶାନ୍ତିଶୃଙ୍ଖଳାର ରକ୍ଷାରେ ପୋଲିସ, ଏନ୍‌ସିସି, ସ୍କାଉଟ୍ସ, ଗାଇଡ୍ସ ସ୍ବେଚ୍ଛାସେବୀ ମୁତୟନ ହେବେ। ଶ୍ରଦ୍ଧାଳୁଙ୍କ ପାଇଁ ବିଶୁଦ୍ଧ ପାନୀୟ ଜଳ ବ୍ୟବସ୍ଥା, ଜରୁରିକାଳୀନ ସମୟରେ ସେବା ଯୋଗାଇ ଦେବାକୁ ପୀଠ ତଳେ ଏବଂ ଉପରେ ୨ଟି ଭ୍ରାମ୍ୟମାଣ ସ୍ବାସ୍ଥ୍ୟକେନ୍ଦ୍ର ଖୋଲାଯିବ। ଏଥିସହ ସେଠାରେ ୨ଟି ଆମ୍ବୁଲାନ୍ସ ରଖାଯିବ। ପୀଠକୁ ଯାଇଥିବା ଉଭୟ ପାହାଚ ଏବଂ ଘାଟି ରାସ୍ତାରେ ପର୍ଯ୍ୟାପ୍ତ ଆଲୋକୀକରଣ ବ୍ୟବସ୍ଥା ହେବ। ବର୍ଷାରୁ ରକ୍ଷା ପାଇଁ ଅସ୍ଥାୟୀ ଶେଡ୍‌ ପ୍ରସ୍ତୁତ କରାଯିବ। ପ୍ରମୁଖ ସ୍ଥାନରେ ଅସ୍ଥାୟୀ ଶୌଚାଳୟ, ଭ୍ରାମ୍ୟମାଣ ଶୌଚାଳୟ, ଡଷ୍ଟବିନ୍‌ ରହିବ। କାଉଡ଼ିଆମାନେ ବ୍ୟବହାର କରୁଥିବା ପୋଖରୀ ତୁଠଗୁଡ଼ିକୁ ପରିଷ୍କାର ରଖିବାକୁ ସରପଞ୍ଚମାନଙ୍କୁ ଦାୟିତ୍ୱ ଦିଆଯାଇଛି। କାଉଡ଼ିଆଙ୍କ ସୁରକ୍ଷା ଦୃଷ୍ଟିରୁ ଭାରିଯାନ ଚଳାଚଳକୁ ସମ୍ପୂର୍ଣ୍ଣ ନିଷିଦ୍ଧ କରାଯାଇଛି। କପିଳାସ ଅଭୟାରଣ୍ୟର ବନ୍ୟଜନ୍ତୁଙ୍କ ସୁରକ୍ଷା ଦୃଷ୍ଟିରୁ ଉଚ୍ଚ ଶବ୍ଦଯୁକ୍ତ ମାଇକ୍‌, ଡିଜେ ଶବ୍ଦ ନିୟନ୍ତ୍ରଣ କରାଯିବ। ହାତୀ ଯାତାୟାତ ସମ୍ପର୍କରେ ଆଗୁଆ ସୂଚନା ଦିଆଯିବ। ଜିଲାର ସମସ୍ତ ଶୈବପୀଠରେ ଯେପରି କାଉଡ଼ିଆମାନେ କୌଣସି ସମସ୍ୟା ନ ଭୋଗନ୍ତି ସେଥିପ୍ରତି ଯତ୍ନବାନ ହେବା ପ୍ରଥମ ଦାୟିତ୍ୱ ବୋଲି ଜିଲାପାଳ ଗୁରୁତ୍ୱାରୋପ କରିଛନ୍ତି।
ଉପଜିଲାପାଳ ତଥା ଜିଲା ଦେବୋତ୍ତର ଅଧିକାରୀ ସାଫଲ୍ୟ ମଣ୍ଡିତ ପ୍ରଧାନ ଜଳଲାଗ ି ସମ୍ପର୍କିତ ବିବରଣୀ ପାଠ କରିଥିଲେ। ଏସ୍‌ପି ଅନୁପମା ଜେମ୍‌ସ, ଅତିରିକ୍ତ ଜିଲାପାଳ ପୂର୍ଣ୍ଣଚନ୍ଦ୍ର ମିଶ୍ର, ପିଡି ଡିଆର୍‌ଡିଏ ନରୋତ୍ତମ ବେହେରା, କାମାକ୍ଷାନଗର ଉପଜିଲାପାଳ ବିଷ୍ଣୁ ପ୍ରସାଦ ଆଚାର୍ଯ୍ୟ, ଏସଡିପିଓ ଶ୍ରୀହର୍ଷ ମିଶ୍ରଙ୍କ ସମେତ ବିଭିନ୍ନ ବିଭାଗର ପଦାଧିକାରୀମାନେ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଇରାନକୁ ଟ୍ରମ୍ପଙ୍କ ଚରମ ଚେତାବନୀ: ‘ଶାନ୍ତି ଆଲୋଚନା ବିଫଳ ହେଲେ ଆକ୍ରମଣ ପାଇଁ ଆମେରିକା ପ୍ରସ୍ତୁତ’

ୱାଶିଂଟନ,୧୦।୭: ଇରାନ ଏବଂ ଆମେରିକା ମଧ୍ୟରେ ଶାନ୍ତିବାର୍ତ୍ତା ନେଇ ଆଲୋଚନା ହେବାକୁ ଥିବା ବେଳେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବଡ଼ ଧମକ ଦେଇଛନ୍ତି। ଇସଲାମାବାଦରେ…

ଆମେରିକା-ଇରାନ ଶାନ୍ତି ବାର୍ତ୍ତା ପୂର୍ବରୁ ପାକିସ୍ତାନ ରାଜଧାନୀରେ ହାଇଆଲର୍ଟ: ଗଳିକନ୍ଦିରେ ପୋଲିସ ଛାଉଣି,୧୦ ହଜାର ଯବାନ… 

ଇସଲାମାବାଦ,୧୦।୪: ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ହେବାକୁ ଥିବା ଗୁରୁତ୍ୱପୂର୍ଣ୍ଣ ଶାନ୍ତି ବାର୍ତ୍ତା ପୂର୍ବରୁ ସୁରକ୍ଷା ବ୍ୟବସ୍ଥାକୁ ବହୁତ କଡ଼ାକଡ଼ି କରାଯାଇଛି। ସହରରେ…

ଯମୁନାରେ ବୁଡ଼ିଲା ଡଙ୍ଗା: ୧୦ ଭକ୍ତଙ୍କ ଚାଲିଗଲା ଜୀବନ, ଉଦ୍ଧାର କାର୍ଯ୍ୟ ଜାରି

ଲକ୍ଷ୍ନୌ,୧୦।୪: ମଥୁରା ଜିଲାର ବୃନ୍ଦାବନରେ ଶୁକ୍ରବାର ଏକ ବଡ଼ ଦୁର୍ଘଟଣା ଘଟିଛି। ଶ୍ରୀନଗର ଘାଟ ନିକଟରେ ଏକ ଡଙ୍ଗା ବୁଡ଼ିଯିବା ପରେ ଅନେକ ଭକ୍ତ ନିଖୋଜ ହୋଇଯାଇଛନ୍ତି।…

ଥଲାପତି ବିଜୟଙ୍କୁ ବଡ଼ ଝଟ୍‌କା: ଅନୁରୋଧ କରି କହିଲେ…

ଦକ୍ଷିଣ ଭାରତୀୟ ସୁପରଷ୍ଟାର ଥଲାପତି ବିଜୟଙ୍କ ଫିଲ୍ମ ‘ଜନ ନାୟାଗନ’ ମୁକ୍ତିଲାଭ ଅପେକ୍ଷାରେ ଅଛି। ପ୍ରଥମେ ଜାନୁଆରୀ ୨୦୨୬ରେ ରିଲିଜ ହେବାର ଯୋଜନା ଥିଲା, କିନ୍ତୁ ବିଭିନ୍ନ…

ହର୍ମୁଜରୁ ଭାରତୀୟ ଜାହାଜ ପାର୍‌ କଲେ ଇରାନ ମାଗିବ କେତେଟଙ୍କା? ଦିନକ ଭିତରେ କମାଇବ…

ନୂଆଦିଲ୍ଲୀ,୧୦।୪: ମଧ୍ୟପ୍ରାଚ୍ୟରେ ଶତ୍ରୁତା ବନ୍ଦ ହେବା ପରେ ମଧ୍ୟ, ହର୍ମୁଜ ପ୍ରଣାଳୀ ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ସ୍ୱାଭାବିକତାକୁ ଫେରିନାହିଁ। ଏହା ତୈଳ ପାଇଁ ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପଥ…

ଚାଇନାକୁ ପାନେ ଦେବ ଭାରତ: ଇରାନ ମଡେଲ୍‌କୁ ଆପଣାଇ…

ନୂଆଦିଲ୍ଲୀ,୧୦।୪: ସୀମିତ ସମ୍ବଳ ସତ୍ତ୍ୱେ ଏକ ସଂକୀର୍ଣ୍ଣ ସମୁଦ୍ର କରିଡର (ଚୋକପଏଣ୍ଟ)କୁ କିପରି ଏକ ରଣନୈତିକ ଅସ୍ତ୍ରରେ ପରିଣତ କରାଯାଇପାରିବ ତାହା ଇରାନ ବିଶ୍ୱକୁ ଦେଖାଇଛି। ଏବେ…

ଆନନ୍ଦପୁରରେ ବଡ଼ ରାଜନୈତିକ ହଲଚଲ: ବିଜେଡିରୁ ଇସ୍ତଫା ଦେଲେ ଏହି କାଉନସିଲର

ବଞ୍ଚୋ,୧୦ା୪(ପ୍ରଦୋଷ କୁମାର ବିଶ୍ୱାଳ): ଆନନ୍ଦପୁର ନଗରପାଳିକାର ଓ୍ବାର୍ଡ-୭ କାଉନସିଲର କୃଷ୍ଣ ରଣା ଶୁକ୍ରବାର ବିଜୁ ଜନତା ଦଳରୁ ପଦତ୍ୟାଗ କରିଥିବା ସୂଚନା ମିଳିଛି। ଏହି ପଦକ୍ଷେପ ପରେ…

ଭାରସାମ୍ୟ ହରାଇ ଓଲଟିଲା ମାନସିକଧାରୀ ଦଣ୍ଡୁଆଙ୍କ ଅଟୋ, ଦଶରୁ ଉର୍ଦ୍ଧ୍ଵ…

ନୟାଗଡ଼/ଭାପୁର,୧୦।୪ (ଲୋକନାଥ ମିଶ୍ର/ପ୍ରଭାତ ବରାଡ): ଭାରସାମ୍ୟ ହରାଇ ଓଲଟିଲା ଅଟୋ । ଫତେଗଡ ଥାନା ବଡସହରା ପଞ୍ଚାୟତର ମାନସିକଧାରୀ ଦଣ୍ଡୁଆଙ୍କ ଅଟୋ ଗାଡି ଓଲଟି ପଡିବାରୁ ଦଶରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri