କପିଲଙ୍କ ଶୋ’ରେ ଦୀପିକା, ଭାଇରାଲ ହେଉଛି ଶୁଟିଂ ବେଳର ଫଟୋ

ବମ୍ବେ: କମେଡି କିଙ୍ଗ କପିଲ ଶର୍ମା ଅଭିନେତ୍ରୀ ଦୀପିକା ପାଦୁକୋନଙ୍କ ବଡ଼ ପ୍ରଶଂସକ। ଏପରିକି କପିଲ ଦୀପିକାଙ୍କୁ ପସନ୍ଦ କରୁଥିବା କଥା ସମସ୍ତେ ଜାଣନ୍ତି। ରଣବୀର ସିଂହ ବିବାହ କରିବା ପରେ ଏକଦା କପିଲଙ୍କ ଶୋ’କୁ ଫିଲ୍ମ ପ୍ରମୋଶନ ପାଇଁ ଆସିଥିବା ବେଳେ କପୁ.. ତୁମ ଦିପୁ ଏବେ ମୋର ବୋଲି କହି ଚିଡ଼ାଇଥିଲେ। ଯାହାକୁ ଦର୍ଶକେ ବହୁତ ପସନ୍ଦ କରିଥିଲେ। ଏବେ ପୁଣି କପିଲ-ଦୀପିକା ଚର୍ଚ୍ଚାର ପରିସରକୁ ଆସିଛନ୍ତି।

ଫିଲ୍ମ ‘ଛପାକ୍‌’ର ପ୍ରମୋଶନରେ ବ୍ୟସ୍ତ ଥିବା ଦୀପିକା କପିଲଙ୍କ ଶୋ’କୁ ଆସିଥିଲେ। ଏହାର ଶୁଟିଂ ସମୟର କିଛି ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଦୀପିକା ଗୋଲାପୀ ରଙ୍ଗର ଡ୍ରେସ୍‌ ପିନ୍ଧିଥିବା ଦେଖିବାକୁ ମିଳୁଛି। ତାଙ୍କ ସହ ନିର୍ଦ୍ଦେଶିକା ମେଘନା ଗୁଲଜାର ମଧ୍ୟ ରହିଛନ୍ତି। ଏହି ସମୟରେ କପିଲଙ୍କ ସହ ତାଙ୍କର ଥଟ୍ଟାମଜା ଦର୍ଶକଙ୍କୁ ବେଶ୍‌ ହସାଇଥିବା କୁହାଯାଉଛି।

ଫିଲ୍ମରେ ଜଣେ ଏସିଡ୍‌ ଆଟାକ୍‌ ସର୍ଭାଇଭର୍‌ର ଭୂମିକାରେ ନଜର ଆସିବେ ଦୀପିକା। ତାଙ୍କ ନାୟକ ହୋିଛନ୍ତି ବିକ୍ରାନ୍ତ ମୈସୀ। ବାସ୍ତବିକ କାହାଣୀ ଉପରେ ଫିଲ୍ମଟି ପର୍ଯ୍ୟବେଶିତ ରହିଛି। ତେବେ ନିକଟରେ ଏହାର ଟ୍ରେଲର ରିଲିଜ କରାଯାଇଛି। ଦର୍ଶକେ ଏହାକୁ ପସନ୍ଦ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମୁହଁ ଖୋଲିଲେ ମଲ୍ଲିକା: ହାତରୁ କାହିଁକି ଚାଲିଗଲା ୨୦-୩୦ ଫିଲ୍ମ କହିଲେ

ଅଭିନେତ୍ରୀ ମଳ୍ଲିକା ଶେରାଓ୍ବତ୍‌ ବୋଲ୍ଡ ଦୃଶ୍ୟ ପାଇଁ ବଲିଉଡ୍‌ରେ ବେସ୍‌ ପରିଚିତ। ଅନେକ ଫିଲ୍ମରେ କାମକରି ସେ ନିଜର ଏକ ସ୍ବତନ୍ତ୍ର ପରିଚୟ ମଧ୍ୟ ସୃଷ୍ଟି...

‘ଲାଲ କପ୍ତାନ’ର ପୋଷ୍ଟର ରିଲିଜ୍‌: ଦଶାନନ ଅବତାରରେ ସୈଫ୍‌

ସୈଫ୍‌ ଅଲ୍ଲୀ ଖାନ୍‌ଙ୍କ ଅଭିନୀତ ଫିଲ୍ମ ‘ଲାଲ କପ୍ତାନ’ର ଏକ ନୂଆ ପୋଷ୍ଟର ରିଲିଜ୍‌ ହୋଇଯାଇଛି। ଦଶହରାର ଗୋଟିଏ ଦିନ ପୂର୍ବରୁ ରିଲିଜ୍‌ ହୋଇଥିବା ଏହି...

ଅନ୍‌ଲାଇନ୍‌ କ୍ଲାସ୍‌ରେ ହିନ୍ଦୀ ଶିଖୁଛନ୍ତି ଏହି ଷ୍ଟାର୍‌ କିଡ୍‌

ମୁମ୍ବାଇ: ଅଭିଷେକ ବଚ୍ଚନ ଏବଂ ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କ ଝିଅ ଆରାଧ୍ୟାଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଏବେ ଭାଇରାଲ ହେବାରେ ଲାଗିଛି। ଏଥିରେ ସେ...

ମେଘନାଦଙ୍କ ସହିତ ଯୁଦ୍ଧ ସମୟରେ ଲକ୍ଷ୍ମଣଙ୍କୁ ହୋଇଥିଲା ସଂକ୍ରମଣ

ଅଭିନେତା ସୁନୀଲ ଲାହିରି ପ୍ରସିଦ୍ଧ ନିର୍ମାତା-ନିର୍ଦ୍ଦେଶକ ରାମାନନ୍ଦ ସାଗରଙ୍କ ଟିଭି ସିରିଏଲ ‘ରାମାୟଣ’ ବିଷୟରେ ଅନେକ ରୋଚକ କାହାଣୀ କହିଛନ୍ତି। ଏହି ସିରିଏଲରେ ସେ ଲକ୍ଷ୍ମଣଙ୍କ...

ବଳାତ୍କାର ଅଭିଯୋଗ ଆଣିଲେ ଅଭିନେତ୍ରୀ

ବଲିଉଡ୍‌ର ଜଣେ କାଷ୍ଟିଂ ନିର୍ଦ୍ଦେଶକ ଛୋଟ ପରଦାର ଜନୈକା ଅଭିନେତ୍ରୀଙ୍କୁ ବଳାତ୍କାର କରିଥିବା ଅଭିଯୋଗ ହୋଇଛି। ଓ୍ବେବ୍‌ ସିରିଜ୍‌ରେ କାମ କରୁଥିବା ଅଭିନେତ୍ରୀ କାଷ୍ଟିଂ ନିର୍ଦ୍ଦେଶକ...

ଭୁଲ ଭୁଲେୟା-୨ର ପ୍ରଥମ ପୋଷ୍ଟର ରିଲିଜ୍‌

ଅକ୍ଷୟ କୁମାର ଏବଂ ଅଭିନେତ୍ରୀ ବିଦ୍ୟା ବାଲାନଙ୍କ ସୁପରହିଟ ଫିଲ୍ମ ‘ଭୁଲ ଭୁଲେୟା’ର ୧୨ ବର୍ଷ ପରେ ରିମେକ ନିର୍ମାଣ ହେବାକୁ ଯାଉଛି। ଫିଲ୍ମର ପ୍ରଥମ...

ରୋମାନ୍ସ, ସସ୍‌ପେନ୍ସରେ ଭରପୂର ରହିବ ଭାଲେଣ୍ଟାଇନ୍‌ ସପ୍ତାହ: ପରଦାକୁ ଆସୁଛି ଏସବୁ ଫିଲ୍ମ

ବମ୍ବେ: ଆଗକୁ ଆସୁଛି ଭାଲେଣ୍ଟାଇନ୍‌ ଡେ। ଚଳଚ୍ଚିତ୍ର ନିର୍ମାତାମାନେ ଏହାକୁ ଦୃଷ୍ଟିରେ ରଖି ରୋମାନ୍ସ ଏବଂ ସସ୍‌ପେନ୍ସ ଉପରେ ଆଧାରିତ ଏକାଧିକ ଫିଲ୍ମ ଭେଟିଦେବାକୁ ଯାଉଛନ୍ତି।...

‘ଭୁଲ ଭୁଲେୟା ୨’ରେ ଏକାଠି ନଜର ଆସିବେ ଅକ୍ଷୟ-କାର୍ତ୍ତିକ!

ମୁମ୍ବାଇ: ଏବେ ରିମେକ୍‌ ଓ ସିକ୍ୟୁଏଲର ସମୟ ଚାଲିଥିବା ବେଳେ ବଲିଉଡ୍‌ ଦୁନିଆରେ ବଡ଼ ବଡ଼ ଫିଲ୍ମର ରିମେକ୍‌ ସହ ଏହାର ସିକ୍ୟୁଏଲ ମଧ୍ୟ ନିର୍ମାଣ...

Play 250+ Trending Games
Archives

Model This Week

Why Dharitri