କନ୍‌ଷ୍ଟେବଳଙ୍କୁ ନିର୍ଘାତ ମାଡ଼

ଭୁବନେଶ୍ୱର, ୭ା୩(ବ୍ୟୁରୋ): ରାଜଧାନୀ ଏବେ ଅସୁରକ୍ଷିତ ହୋଇପଡ଼ିଛି। ସାଧାରଣ ଜନତାଙ୍କ କଥା ଛାଡ଼, ଅନ୍ୟକୁ ସୁରକ୍ଷା ଦେଉଥିବା ପୋଲିସ ମଧ୍ୟ ଅସୁରକ୍ଷିତ ହୋଇପଡିଛି। ଗୁରୁବାର ସିଆର୍‌ପି ଅଞ୍ଚଳରେ ଜଣେ ଛାତ୍ର ଏବଂ କଟକରୋଡରେ ଅନ୍ୟ ଜଣେ ବ୍ୟକ୍ତିଙ୍କୁ ହଣାଯାଇଥିବାବେଳେ ବୁଧବାର ଶହୀଦନଗର ଥାନାର କନଷ୍ଟେବଳ ସେକ୍‌ ରିଆଜୁଦ୍ଦିନ ମଧ୍ୟ ମରଣାନ୍ତକ ଆକ୍ରମଣର ଶିକାର ହୋଇଛନ୍ତି। ତାଙ୍କୁ ୮ରୁ ୧୦ ଜଣ ଯୁବକ ସୈନିକ ସ୍କୁଲ ନିକଟରେ ନିର୍ଘାତ ମାଡ ମାରିଛନ୍ତି। ରିଆଜୁଦ୍ଦିନ ପୋଲିସ ପୋଷାକରେ ଥିଲେ ମଧ୍ୟ ଆକ୍ରମଣକାରୀଙ୍କୁ କିଛି ଫରକ ପଡ଼ି ନ ଥିଲା। ଲହୁଲୁହାଣ ହେବା ପର୍ଯ୍ୟନ୍ତ ତାଙ୍କୁ ପିଟି ଚାଲିଥିଲେ ସେମାନେ। ରିଆଜୁଦ୍ଦିନଙ୍କ ଆଖି ଫୁଲିଯିବା ସହ ଦେହରେ ଗଭୀର କ୍ଷତ ହୋଇଥିବା ଜଣାପଡିଛି। ସେ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ଏନେଇ ଥାନାରେ ଅଭିଯୋଗ ହେବା ପରେ ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି। ହେଲେ କୌଣସି ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିବାରେ ସଫଳ ହୋଇନାହିଁ। ଶୁକ୍ରବାର ପୋଲିସ ଦୁଇଜଣଙ୍କୁ ସନ୍ଦେହରେ ଥାନାକୁ ଆଣି ପଚରାଉଚରା କରିବା ପରେ ସେମାନଙ୍କୁ ଛାଡ଼ି ଦେଇଛି।
ସୂଚନା ଅନୁଯାୟୀ, ରିଆଜୁଦ୍ଦିନ ବୁଧବାର ଶହୀଦନଗର ଥାନାରେ କାର୍ଯ୍ୟ କରୁଥିଲେ। ଅପରାହ୍ନ ପ୍ରାୟ ସାଢେ ୫ରେ ସେ ବାଇକ ପାଟ୍ରୋଲିଂରେ ସୈନିକ ସ୍କୁଲ ନିକଟକୁ ଯାଇଥିଲେ। ସେଠାରେ ଥିବା ଏକ ପାନ ଦୋକାନୀକୁ ପାନ ଭାଙ୍ଗିବାକୁ କହିଥିଲେ। ଏହି ସମୟରେ ସେଠାରେ ୩ରୁ ୪ଜଣ ଯୁବକ ମଦ ପିଇ ଉପତ୍ାତ କରୁଥିଲେ। ରିଆଜୁଦ୍ଦିନଙ୍କୁ ମଧ୍ୟ ସେମାନେ ଛାଡ଼ି ନ ଥିଲେ ତାଙ୍କୁ ଅଶ୍ଲୀଳ ଭାଷାରେ ଗାଳିଗୁଲଜ କରିଥିଲେ। ଏହାକୁ ସେ ବିରୋଧ କରିଥିଲେ। ହେଲେ ସେମାନେ ରାଗି ଯାଇ ପୋଲିସ ବୋଲି କ’ଣ ଡରିଯିବୁ ବୋଲି କହି ଯୁକ୍ତିତର୍କ କରିଥିଲେ। ସେଥିରୁ ଜଣେ ଯୁବକ ଫୋନ କରି ଆହୁରି ୫ଜଣ ଯୁବକଙ୍କୁ ଡାକିଥିଲେ। ସେମାନେ ଆସିବା ପରେ ସମସ୍ତେ ଘେରି ରିଆଜୁଦ୍ଦିନଙ୍କୁ ବାଡ଼ି ଓ ପାଇପ୍‌ରେ ପିଟିବା ସହ ପଥର ଛେଚିଥିଲେ। ରିଆଜୁଦ୍ଦିନ ପାଟିକରିଥିଲେ କେହି ଅଟକାଇବାକୁ ଆସି ନ ଥିଲେ। ଶେଷରେ ସ୍ଥାନୀୟ ଲୋକେ ଥାନାକୁ ଫୋନ୍‌ କରିବା ପରେ ପିସିଆର କର୍ମଚାରୀ ପହଞ୍ଚି ତାଙ୍କୁ ଉଦ୍ଧାର କରିଥିଲେ। ଶହୀଦନଗର ଥାନା ଅଧିକାରୀ ବିରଞ୍ଚି ନାରାୟଣ ପତି କହିଛନ୍ତି ଯେ, ମାମଲା ରୁଜୁ କରାଯାଇ ତଦନ୍ତ କରାଯାଉଛି। ଖୁବ୍‌ଶୀଘ୍ର ଅଭିଯୁକ୍ତମାନେ ଗିରଫ ହେବେ।
ଅନ୍ୟପକ୍ଷରେ ପୋଲିସକୁ ଆକ୍ରମଣ କରିବା କିଛି ନୂଆ କଥା ନୂହେଁ। ବର୍ଷେ ହେବ ଶହୀଦନଗର ଥାନାରେ ବାଣୀବିହାରର କେତେଜଣ ଯୁବକ ପଶି ଭଙ୍ଗାରୁଜା କରିବା ସହ ଏଏସ୍‌ଆଇ ଅଭୟ ରାଉତଙ୍କୁ ମାଡ ମାରି ମୁଣ୍ଡ ଫଟାଇ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଭଞ୍ଜନଗର ପାଇଁ ଗର୍ବ ଆଣିଲେ ଅଭିଲିପ୍ସା, ସଙ୍ଗୀତ ପ୍ରତିଯୋଗିତାରେ ରାଜ୍ୟରେ ପ୍ରଥମ

ଭଞ୍ଜନଗର,୨।୮(ବାବୁଲା ପ୍ରଧାନ): ରାଜ୍ୟସ୍ତରୀୟ ସଙ୍ଗୀତ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରି ଭଞ୍ଜନଗର କେନ୍ଦ୍ରୀୟ ବିଦ୍ୟାଳୟ ପାଇଁ ଗୌରବ ଆଣିଛନ୍ତି ଦଶମ ଶ୍ରେଣୀର ଛାତ୍ରୀ ଅଭିଲିପ୍ସା ତ୍ରିପାଠୀ।…

ବର୍ଷା ବିପନ୍ନଙ୍କ ପାଖରେ ପହଞ୍ଚିଲେ ହାଟଡିହି ବ୍ଲକ ଉପାଧ୍ୟକ୍ଷ, ଅଞ୍ଚଳବାସୀଙ୍କ ପ୍ରଶଂସା

ବଞ୍ଚୋ,୨।୮(ପ୍ରଦୋଷ ବିଶ୍ୱାଳ ): ଲଗାଣ ବର୍ଷା ଓ ବନ୍ୟା ପ୍ରଭାବରେ ଆନନ୍ଦପୁର ଉପଖଣ୍ଡର ଅନେକ ଅଞ୍ଚଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି । ବଞ୍ଚୋ ଗ୍ରାମପଞ୍ଚାୟତର ୧୧ ଓ…

ଦାରିଙ୍ଗବାଡିରେ ବ୍ୟବସାୟୀଙ୍କ ଘରୁ ଲୁଟ୍ ଘଟଣା, ସନ୍ଧାନୀ କୁକୁର ପହଞ୍ଚି…

ଦାରିଙ୍ଗବାଡି,୨।୮(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ଦାରିଙ୍ଗବାଡି ବଜାରର ଲୁଗା ବ୍ୟବସାୟୀ ଅଶୋକ କୁମାର ସାହୁଙ୍କ ଘରୁ ଲକ୍ଷାଧିକ ଟଙ୍କାର ସୁନା ଗହଣା ଲୁଟ୍ ଚର୍ଚ୍ଚାର…

ମଦ ଦୋକାନରୁ ଚୋରି, ଭାଇରାଲ ହେଉଛି ସିସିଟିଭି ଫୁଟେଜ୍‌

ଛତ୍ରପୁର,୨ା୮(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗଞ୍ଜାମ ଜିଲା ଛତ୍ରପୁର ଥାନା ବଉଳ ଗାଁରେ ଥିବା ବିଦେଶୀ ମଦ ଦୋକାନରୁ ଶନିବାର ବିଳମ୍ବିତ ରାତିରେ ତାଲା ଭାଙ୍ଗି ଚୋରି ହୋଇଛି।…

ସୋସିଆଲ ମିଡିଆରେ ମୁଖ୍ୟମନ୍ତ୍ରୀଙ୍କୁ ଅଶାଳୀନ ମନ୍ତବ୍ୟ, ୪୮ ଘଣ୍ଟା ନ ପୂରୁଣୁ ବନ୍ଧାହେଲେ ଯୁବକ

ହାଟଡିହୀ,୨ା୮(ଶୁଭକାନ୍ତ ନାୟକ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ସୋସିଆଲ ମିଡିଆରେ ଅଶାଳୀନ ମନ୍ତବ୍ୟ ଦେଇଥିବା ଯୁବକଙ୍କୁ କେନ୍ଦୁଝର ଜିଲା ନନ୍ଦୀପଦା ଥାନା ଅଧିକାରୀ ତଥା ତଦନ୍ତକାରୀ ଅଧିକାରୀ…

ଦେଢ଼ ବର୍ଷ ହେଲା ରାଏବୋଗା ଲ୍ୟାମ୍ପ୍‌ସରେ ଅଚଳାବସ୍ଥା, କର୍ମଚାରୀମାନେ…

କୁଆଁରମୁଣ୍ଡା,୨ା୮(ମହେନ୍ଦ୍ର କୁମାର ସାହୁ): ଏକଦା ସମଗ୍ର ସୁନ୍ଦରଗଡ଼ ଜିଲାରେ ସୁନାମ ଅର୍ଜନ କରିଥିବା କୁଆଁରମୁଣ୍ଡା ବ୍ଲକ ଅନ୍ତର୍ଗତ ରାଏବୋଗା ଲ୍ୟାମ୍ପ୍‌ସରେ ଗତ ଦେଢ଼ ବର୍ଷ ହେଲା ଅଚଳାବସ୍ଥା…

‘ଯୁବ ସମାଜକୁ ନିଶାଠାରୁ ଦୂରେଇ ରଖିବା ପାଇଁ ସକାରାତ୍ମକ ପଦକ୍ଷେପର ରହିଛି ଆବଶ୍ୟକତା’

ଭଞ୍ଜନଗର,୨ା୮(ବାବୁଲା ପ୍ରଧାନ): ସମସ୍ତଙ୍କ ସହଯୋଗ ଓ ସାମୂହିକ ପ୍ରୟାସ ରହିଲେ ଏକ ନିଶାମୁକ୍ତ ଭାରତ ଗଠନ ସମ୍ଭବ। ବିଶେଷକରି ଯୁବ ସମାଜକୁ ନିଶାଠାରୁ ଦୂରେଇ ରଖିବା ପାଇଁ…

ଲୁଗା ବ୍ୟବସାୟୀଙ୍କ ଘରୁ ଲୁଟ୍‌ ଘଟଣା: ନିଜେ ଆଇଆଇସି କଲେ ତଦନ୍ତ

ଦାରିଙ୍ଗବାଡ଼ି,୨ା୮(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ଦାରିଙ୍ଗବାଡ଼ି ବଜାରର ଲୁଗା ବ୍ୟବସାୟୀ ଅଶୋକ କୁମାର ସାହୁଙ୍କ ଘରୁ ଲକ୍ଷାଧିକ ଟଙ୍କାର ସୁନା ଗହଣା ଲୁଟ୍‌ ଘଟଣାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri