କନ୍‌ଭେୟର ବେଲ୍ଟରେ କଞ୍ଚାମାଲ ପରିବହନ କରିବ ଟାଟା ଷ୍ଟିଲ୍‌: ଶେଷ ମୁହୁର୍ତ୍ତରେ ଜନଶୁଣାଣି ସ୍ଥଗିତ

ଯୋଡ଼ା, ୨୭।୯ (ଡି.ଏନ.ଏ.)- କେନ୍ଦୁଝର ଜିଲା ଯୋଡ଼ା ଖଣି ମଣ୍ଡଳରେ ଥିବା ଟାଟା ଷ୍ଟିଲ କମ୍ପାନୀ କନ୍‌ଭେୟର ବେଲ୍ଟରେ କଞ୍ଚାମାଲ୍‌ ପରିବହନ କରିବ। ଖଣ୍ଡବନ୍ଧ ଲୌହ ଓ ମାଙ୍ଗାନିଜ୍‌ ଖଣିଠାରୁ ପୂର୍ବ ଯୋଡ଼ା ଲୌହ ଖଣି ସାଇଡିଂ ପର୍ଯ୍ୟନ୍ତ ଲୁହାପଥର କଞ୍ଚାମାଲ ପରିବହନ ପାଇଁ କନଭେୟର ବେଲ୍ଟ ନିର୍ମାଣ ନିମନ୍ତେ ୩.୯୮୦ ପରିମିତ ବେସରକାରୀ ଜମି ଅଧିଗ୍ରହଣ ପାଇଁ ୨୭ ତାରିଖ ଶୁକ୍ରବାର ଜନଶୁଣାଣି କରାଯିବାକୁ ଦିନ ଧାର୍ଯ୍ୟ ହୋଇଥିଲା। ଏଥିପାଇଁ ଯୋଡ଼ା ପୌରପାଳିକା ପକ୍ଷରୁ ପତ୍ର ସଂଖ୍ୟା ୭୦୩୨/୧୦।୯।୨୦୧୯ ରିଖରେ ନୋଟିସ ଜାରି କରାଯାଇଥିଲା। ଏପରିକି ଜନଶୁଣାଣିରେ ଏହି ପ୍ରକଳ୍ପ ପ୍ରଭାବିତ ୧୧, ୧୨, ୧୩ ନଂ ଓ୍ବାର୍ଡବାସୀ ଉପସ୍ଥିତ ରହି ଜମି ଅଧିଗ୍ରହଣ ଏବଂ ତତ୍‌ଜନିତ ସାମାଜିକ ପ୍ରଭାବ ଉପରେ ନିଜ ନିଜର ମତାମତ ରଖିବା ପାଇଁ ମଧ୍ୟ ନୋଟିସ ଜାରି କରାଯାଇଥିଲା। ମାତ୍ର ବିଶେଷ କାରଣରୁ ଶେଷ ମୂହୁର୍ତ୍ତରେ ଉକ୍ତ ଜନଶୁଣାଣିକୁ ସ୍ଥଗିତ ରଖାଯାଇଥିବା କମ୍ପାନୀ ପକ୍ଷରୁ କୁହାଯାଇଛି। ଅପରପକ୍ଷରେ ଏହି ପ୍ରକଳ୍ପ ଦ୍ୱାରା ବିଶେଷ ଭାବେ କ୍ଷତିଗ୍ରସ୍ତ ହେଉଥିବା ମାଇନିଂ ଏରିଆ ଟ୍ରକ୍‌ ଓନର ଆସୋସିଏଶନ(ମାଟୋଆ) ପକ୍ଷରୁ ପ୍ରକଳ୍ପ ଓ ଜନଶୁଣାଣି ଉଭୟକୁ ବିରୋଧ କରିବାକୁ ସଜବାଜ ହୋଇଥିବା ଜଣାପଡ଼ିଛି।
ଗୁରୁବାର ପୂର୍ବାହ୍ନ ୧୧ଟା ବେଳେ ବାଂଶପାଣିସ୍ଥିତ ମାଟୋଆ କାର୍ଯ୍ୟାଳୟଠାରେ ସଂଘର ଶତାଧିକ ଗାଡ଼ି ମାଲିକ ଏକତ୍ରିତ ହୋଇ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ କରିଥିଲେ। ଉକ୍ତ ବୈଠକରେ ଟାଟା ଷ୍ଟିଲ୍‌ କମ୍ପାନୀ ଖଣ୍ଡବନ୍ଧ ଲୌହ ମାଙ୍ଗାନିଜ୍‌ ଖଣିଠାରୁ ପୂର୍ବ ଯୋଡ଼ା ଲୌହ ଖଣି ସାଇଡିଂ ପର୍ଯ୍ୟନ୍ତ କନ୍‌ଭେୟର ବେଲ୍ଟ ଯୋଗେ କଞ୍ଚାମାଲ ପରିବହନ କଲେ ଯେଉଁ ସମସ୍ୟା ଉପୁଜିବ ସେ ବିଷୟରେ ଆଲୋଚନା କରାଯାଇଥିଲା। ଗାଡ଼ିମାଲିକ ସଂଘରେ ପ୍ରାୟ ୪ ହଜାରରୁ ଊର୍ଦ୍ଧ୍ୱ ଡମ୍ପର ରେଜିଷ୍ଟ୍ରି ଭୁକ୍ତ ଅଛନ୍ତି। କନଭେୟର ବେଲ୍ଟ ଯୋଗେ କଞ୍ଚାମାଲ ପରିବହନ ହେଲେ ଦୈନିକ କାର୍ଯ୍ୟ ପାଉଥିବା ଉକ୍ତ ଗାଡ଼ିଗୁଡିକ ସମ୍ପୂର୍ଣ୍ଣ ଭାବେ ପରିବହନ କାର୍ଯ୍ୟରୁ ବଞ୍ଚିତ ହେବେ। ଟାଟା ଷ୍ଟିଲ କମ୍ପାନୀର ଏହି ବେଲ୍ଟ ପ୍ରୋଜେକ୍ଟ କାର୍ଯ୍ୟକାରୀ ହେଲେ ସର୍ବାଧିକ ଗାଡିମାଲିକ ପ୍ରଭାବିତ ହେବେ ବୋଲି ବୈଠକରେ ପ୍ରତିକ୍ରିୟା ପ୍ରକାଶ ପାଇବା ସହ ଉକ୍ତ ପ୍ରକଳ୍ପକୁ ବିରୋଧ କରାଯିବ ବୋଲି ମାଟୋଆ ସଂଘର ସଭାପତି ରଞ୍ଜିତ ବାରିକ, ଗାଡି ମାଲିକ ଶୈଳେନ୍ଦ୍ର ଜୋରା, ସରୋଜ ପ୍ରହରାଜ୍‌, ସୋଏବ ଖାଁ, ସଞ୍ଜୟ ପାତ୍ର, ଅମର ମହାକୁଡ, ସତ୍ୟାନନ୍ଦ କାରୁଆ, ମହେଶ ସିଂ ପ୍ରମୁଖ ପ୍ରକାଶ କରିଛନ୍ତି। ସେହିପରି ୧୧,୧୨ ଓ ୧୩ ନଂ ଓ୍ବାର୍ଡର ଅଞ୍ଚଳବାସୀ ପ୍ରଶାନ୍ତ ଆପଟ, ଚତୁର୍ଭୁଜ ପଲେଇ, ଗୁରୁଦେବ ଆପଟ, ମୂରଲି ବେହେରା, ବିଷ୍ଣୁ ବାରିକ, ଅଜୟ ବାରିକ, ଏମ.ଡି ଖାନ୍‌ ପ୍ରମୁଖ ଅଭିଯୋଗରେ କହିଛନ୍ତି ଯେ, ୨୦୧୪ ମସିହାରେ ଯୋଡା ଫେରୋ ମାଙ୍ଗାନିଜ ପ୍ଲାଣ୍ଟ ନିର୍ମାଣ ପାଇଁ ହୋଇଥିବା ଜନଶୁଣାଣି ବେଳେ କମ୍ପାନୀ ପକ୍ଷରୁ ବିଭିନ୍ନ ପ୍ରତିଶ୍ରୁତି ଦେଇ ଜନଶୁଣାଣିକୁ ନିଜ ସପକ୍ଷରେ କରାଇ ନେଇଥିଲା ା ମାତ୍ର ଏଯାବତ୍‌ ତାହା ପୂରଣ କରିବାରେ କମ୍ପାନୀ ସମ୍ପୂର୍ଣ୍ଣ ବିଫଳ ହୋଇଛି। ଏଣୁ ଟାଟାଷ୍ଟିଲ କମ୍ପାନୀର ଆଉ ମିଥ୍ୟା ପ୍ରତିଶ୍ରୁତିକୁ ଗ୍ରହଣ କରାଯିବ ନାହିଁ। ଯୋଡା ଖଣି ମଣ୍ଡଳରେ ଥିବା ଅନେକ ଖଣି ଓ ଶିଳ୍ପ କମ୍ପାନୀ ଏଣିକି ଲୁହାପଥରକୁ ସଡକ ପଥରେ ପରିବହନ ନ କରି ଭୂମି ଉପରୁ କନଭେୟର ବେଲ୍ଟ ଜରିଆରେ ପରିବହନ କରିବେ ଏବଂ ଭୂମି ତଳେ ବଡ ବଡ ପାଇପ ଲାଇନ୍‌ ଜରିଆରେ ଜଳ ଏବଂ ଲୁହାପଥରକୁ ମିଶାଇ କାଦୁଅ ପାଣି କରି ପରିବହନ କରିବେ। ଏହାଦ୍ୱାରା ସମ୍ପୂର୍ଣ୍ଣ ରାଜ୍ୟରେ ଟ୍ରକ୍‌ ବ୍ୟବସାୟ ପ୍ରାୟତଃ ବନ୍ଦ ହୋଇଯିବ। ରାଜ୍ୟରେ ଲକ୍ଷାଧିକ ଲୋକ ବେକାର ହୋଇଯିବେ ବୋଲି ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି। ଏ ସମ୍ପର୍କରେ ଟାଟାଷ୍ଟିଲ କମ୍ପାନୀର କର୍ପୋରେଟ ଅଧିକାରୀ ଆଶିଷ କୁମାର ଆଚାର୍ଯ୍ୟଙ୍କୁ ପଚାରିବାରୁ ୨୭ ତାରିଖରେ ହେବାକୁ ଥିବା ଜନଶୁଣାଣି ସ୍ଥଗିତ ହୋଇଛି ା ତେବେ ଏହି ପ୍ରୋଜେକ୍ଟ ଏକ ଟେକ୍ନିକାଲି ପ୍ରୁଭେନ୍‌ ପ୍ରୋଜେକ୍ଟ। ଏହାଦ୍ୱାରା ରାସ୍ତା ଘାଟ ପ୍ରଦୂଷଣ ବହୁ ମାତ୍ରାରେ କମ୍‌ ରହିବ। ଏହାଦ୍ୱାରା ଟ୍ରକ୍‌, ଡମ୍ପର ଗୁଡ଼ିକର କିଛି କ୍ଷତି ହେବ ନାହିଁ। ସେମାନେ ଯେତିକି କାର୍ଯ୍ୟ ପାଉଥିଲେ ସେତିକି କାର୍ଯ୍ୟ ପାଇବେ। ଆଗାମୀ ଦିନରେ କାର୍ଯ୍ୟ କରୁଥିବା ଗାଡି ସଂଖ୍ୟା ବୃଦ୍ଧି କରାଯିବାର ସମ୍ଭାବନା ରହିଛି। ଟାଟାଷ୍ଟିଲ କମ୍ପାନୀ ସିଏସ୍‌ଆର ଆକ୍ଟିଭିଟ୍‌ରେ ବିଭିନ୍ନ କ୍ଷେତ୍ରରେ ଉନ୍ନତିମୂଳକ କାର୍ଯ୍ୟ କରିଛି ଏବଂ ଆଗକୁ ମଧ୍ୟ ବହୁ ଉନ୍ନତିମୂଳକ କାର୍ଯ୍ୟ କରାଯିବାର ଲକ୍ଷ୍ୟ ଧାର୍ଯ୍ୟ ରହିଛି ବୋଲି ଆଚାର୍ଯ୍ୟ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚତୁର୍ଥ ଅମ୍ପାୟାରଙ୍କ ଯୋଗୁ ହାରିଗଲା ଦିଲ୍ଲୀ? ଜିତିଲା ଚେନ୍ନାଇ, ଜୋରଦାର ଯୁକ୍ତିତର୍କ…

ଚେନ୍ନାଇ,୧୨।୪: ଶନିବାର ଚେନ୍ନାଇର ଏମ୍‌.ଏ. ଚିଦାମ୍ବରମ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ଆଇପିଏଲ୍‌ ୨୦୨୬ର ୧୮ତମ ମ୍ୟାଚ୍‌ରେ ଚେନ୍ନାଇ ସୁପର କିଙ୍ଗସ (CSK) ଘରୋଇ ଗ୍ରାଉଣ୍ଡରେ ଦିଲ୍ଲୀ କ୍ୟାପିଟାଲ୍ସ (DC)…

କମ୍‌ବ୍ୟାକ୍‌ ଅଫ୍‌ ସଞ୍ଜୁ: ୪୦୦ ଛକାର ରେକର୍ଡ ସହ ମାରିଲେ ଶତକ, ୫ ବର୍ଷର ଅପେକ୍ଷାରେ…

ଚେନ୍ନାଇ,୧୧।୪: ଆଇପିଏଲ୍‌ ୨୦୨୬ର ୧୮ତମ ମ୍ୟାଚ୍‌ରେ ସଞ୍ଜୁ ସାସମନଙ୍କ ଜବରଦସ୍ତ ପ୍ରଦର୍ଶନ ଦେଖିବାକୁ ମିଳିଛି। ଚେନ୍ନାଇ ସୁପର କିଙ୍ଗସର ଏହି ଉଇକେଟକିପର ବ୍ୟାଟର୍‌ ଚେପକ୍‌ ଷ୍ଟାଡିୟମରେ ଦିଲ୍ଲୀ…

ଭାରତୀୟଙ୍କ ଭଲପାଇବା ଆଗରେ ନତମସ୍ତକ ଇରାନ: କହିଲା- ‘Thank You India, ଆଉ ସାହାଯ୍ୟ ଦରକାର ନାହିଁ’

ନୂଆଦିଲ୍ଲୀ,୧୧।୪: “ବିପଦ ବେଳର ବନ୍ଧୁ ହିଁ ପ୍ରକୃତ ବନ୍ଧୁ” – ଏହି କଥାକୁ ପୁଣିଥରେ ପ୍ରମାଣିତ କରିଛନ୍ତି ଭାରତବାସୀ। ଆମେରିକା ଏବଂ ଇସ୍ରାଏଲ ସହ ଜାରି ରହିଥିବା…

କୁକୁର କାମୁଡ଼ା ଗାଈ କ୍ଷୀର ପିଇ ଗ୍ରାମବାସୀ ଆତଙ୍କିତ

ଉମରକୋଟ,୧୧।୪ (ସନ୍ତୋଷ ଶତପଥୀ): କୁକୁର କାମୁଡ଼ିଥିବା ଏକ ଗାଈ କ୍ଷୀର ପିଇବା ପରେ ଜଳାତଙ୍କ ରୋଗ ବ୍ୟାପିବା ଆଶଙ୍କାରେ ଗ୍ରାମବାସୀ ଆତଙ୍କିତ ହୋଇପଡ଼ିଛନ୍ତି। କୁକୁର କାମୁଡ଼ା ଗାଈର…

ମୁଖ୍ୟମନ୍ତ୍ରୀଙ୍କ ପାଇଁ ଅଟକିଲା ଆମ୍ବୁଲାନ୍ସ: ସାଇରନ୍‌ ବାଜୁଥିଲେ ବି ଛାଡ଼ିଲେନି ପୋଲିସ, ସାଧାରଣରେ ଅସନ୍ତୋଷ…

କେନ୍ଦୁଝର,୧୧।୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଗସ୍ତରେ ଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସୁରକ୍ଷା ବ୍ୟବସ୍ଥା ପାଇଁ ଦୁଇଟି ଆମ୍ବୁଲାନ୍ସ ଅଟକି ରହିବା ଘଟଣା ଏବେ…

ପ୍ରସିଦ୍ଧ ଗାୟିକା ଆଶା ଭୋସଲେଙ୍କୁ ହୃଦ୍‌ଘାତ: ମୁମ୍ବାଇର ବ୍ରିଚ କ୍ୟାଣ୍ଡି ହସ୍ପିଟାଲରେ ଭର୍ତ୍ତି

ମୁମ୍ବାଇ: ଭାରତୀୟ ସଙ୍ଗୀତ ଜଗତର କିମ୍ବଦନ୍ତୀ ଗାୟିକା ଆଶା ଭୋସଲେଙ୍କୁ ନେଇ ଏକ ଚିନ୍ତାଜନକ ଖବର ସାମ୍ନାକୁ ଆସିଛି। ଶନିବାର ସାରେ ତାଙ୍କୁ ହୃଦଘାତ (Heart Attack)…

ଅନ୍ତନେଇ ଗାଁରେ ଚାଲିଥିଲା ଜୁଆଖେଳ: ଅତର୍କିତ ଚଢ଼ାଉ କରି ୨ ଜୁଆଡ଼ିଙ୍କୁ ବାନ୍ଧିଲା ପୋଲିସ, ଖସିଗଲେ… ଜବତ ହେଲା…

ଦିଗପହଣ୍ଡି,୧୧।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ପୋଲିସ ଟିମ୍‌ ମହୁଡ଼ା ନିକଟ ଅନନ୍ତେଇ ଗ୍ରାମରେ ଚାଲିଥିବା ଜୁଆ ଆଡ୍ଡା ଉପରେ ଅତର୍କିତ ଚଢ଼ାଉ କରି…

ବାହାରେ ବୁଲିବା ପଡ଼ିଲା ମହଙ୍ଗା

ଗୁଡ଼ାରି,୧୧।୪ (ପ୍ରମୋଦ କୁମାର ପତି): ରାୟଗଡ଼ା ଜିଲା ଗୁଡ଼ାରି ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ବ୍ଲକର ବିଭିନ୍ନ ବିଦ୍ୟାଳୟର ୧୩ଜଣ ଶିକ୍ଷୟିତ୍ରୀ ଶିକ୍ଷକଙ୍କୁ କାରଣ ଦର୍ଶାଅ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri