Posted inଖେଳ

କନ୍ନଡରରେ ବାର୍ତ୍ତାଳାପ କଲେ ରାହୁଲ, ପାଣ୍ଡେ

ବେଙ୍ଗାଲୁରୁ,୧୩।୨(ପି.ଟି.)- ନ୍ୟୁଜିଲାଣ୍ଡ ବିପକ୍ଷ ଗତ ତୃତୀୟ ଦିନିକିଆ ମ୍ୟାଚ୍‌ ଅବସରରେ କର୍ନାଟକର ଦୁଇ କ୍ରିକେଟର ଲୋକେଶ ରାହୁଲ ଓ ମନୀଷ ପାଣ୍ଡେ ହିନ୍ଦୀ କିମ୍ବା ଇଂଲିଶ୍‌ରେ କଥା ନ ହୋଇ ନିଜ ମାତୃ ଭାଷା କନ୍ନଡରେ ବାର୍ତ୍ତାଳପ କରିଥିଲେ। ମ୍ୟାଚ୍‌ ପ୍ରସାରଣ ବେଳେ ଏହା ଶୁଣିବାକୁ ମିଳିଥିଲା। ଏହା କର୍ନାଟକର କ୍ରିକେଟ ପ୍ରେମୀଙ୍କୁ ଅବଶ୍ୟ ଖୁସି କରିଥିବ। ପଡିଆରେ ଲଗାଯାଇଥିବା ମାଇକ୍ରୋଫୋନରେ ଏହି ଦୁଇ କ୍ରିକେଟରଙ୍କ ବାର୍ତ୍ତାଳାପ ରେକର୍ଡ ହୋଇଥିଲା ଓ ପରେ ଏହାର ପ୍ରସାରଣ କରାଯାଇଥିଲା। ଅନ୍ତିମ ଦିନିକିଆରେ ଗୁରୁତ୍ୱପୂର୍ଣ୍ଣ ସମୟରେ ଦୁହେଁ ନିଜ ଭାଷାରେ କଥା ହୋଇଥିଲେ। ଏହା ଏବେ ଚର୍ଚ୍ଚା ସୃଷ୍ଟି କରିଛି। ଏହି ମ୍ୟାଚ୍‌ରେ ଭାରତ ପରାସ୍ତ ହୋଇଥିଲା।
‘ଓଡି ଓଡି ବା’ ଅର୍ଥାତ ଆସ ଦୌଡ଼ ବୋଲି ଉଭୟ ପରସ୍ପରକୁ କହିଥିଲେ। ‘ବାରଥିରା’(ତୁମେ ଆସିବ କି), ବେଡ଼ା ବେଡ଼ା (ନା ନା) ଓ ‘ବା ବା’ (ଆସ) ଭଳି ଉଭୟ ବ୍ୟାଟ୍ସମ୍ୟାନ ବ୍ୟବହାର କରିଥିଲେ। ବଡ଼ ପାଟିରେ ଏହି ଶବ୍ଦ ବ୍ୟବହାର କରିଥିଲେ ରାହୁଲ ଓ ପାଣ୍ଡେ, ଯାହାକୁ ଅଣଦେଖା କରିହେବ ନାହିଁ। ବିଶ୍ୱରେ ଥିବା କନ୍ନଡ ଭାଷାଭାଷୀ ଲୋକ ଏହା ଶୁଣି ଅବଶ୍ୟ ଖୁସି ହୋଇଥିବେ। ମ୍ୟାଚ୍‌ରେ ରାହୁଲ ୧୦୭ ଓ ପାଣ୍ଡେ ୪୨ ରନର ପାଳି ଖେଳିଥିଲେ ଓ ଉଭୟ ପଞ୍ଚମ ଉଇକେଟରେ ୧୦୭ ରନ ସଂଗ୍ରହ କରି ଭାରତର ସ୍କୋରକୁ ୨୯୬ରେ ପହଞ୍ଚାଇଥିଲେ।
ଉଲ୍ଲେଖଥାଉ କି, ପାଣ୍ଡେ ବେଙ୍ଗାଲୁରୁରେ ସ୍କୁଲ ଶିକ୍ଷା ସମାପ୍ତ କରିଥିଲେ ଓ ରାହୁଲ କର୍ନାଟକର ତୁମାକୁରୁରେ ଜନ୍ମ ଗ୍ରହଣ କରିଥିଲେ। ରାହୁଲ ଅବଶ୍ୟ ପରେ ଜୈନ ଜାଭିୟର ବିଶ୍ୱ ବିଦ୍ୟାଳୟରେ ପାଠ ପଢିଥିଲେ। ଅନ୍ତିମ ମ୍ୟାଚ୍‌ ଜିତି ନ୍ୟୁଜିଲାଣ୍ଡ ୩-୦ରେ ଦିନିକିଆ ସିରିଜ କ୍ଲିନ୍‌ ସୁଇପ୍‌ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ହାତରେ ମଦ ବୋତଲ ଧରି ବୁଲୁଛନ୍ତି ତେନ୍ଦୁଲକରଙ୍କ ଝିଅ ସାରା, ଭିଡିଓ ଭାଇରାଲ୍

ଗୋଆ,୩୧ା୧୨: କ୍ରିକେଟ୍ ଦୁନିଆର ମହାନ ଖେଳାଳି ସଚିନ ତେନ୍ଦୁଲକରଙ୍କ ଝିଅ ସାରା ତେନ୍ଦୁଲକର ଏବେ ଚର୍ଚ୍ଚାରେ। ନିକଟରେ ସାରାଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍...

ଶକ୍ତିଶାଳୀ ଦିଲ୍ଲୀକୁ ହରାଇଲା ଓଡ଼ିଶା, ବିରାଟ ଅନୁପସ୍ଥିତିରେ ମାଟି କାମୁଡ଼ିଲା ରିଷଭଙ୍କ ଟିମ୍

ବେଙ୍ଗାଲୁରୁ,୩୧ା୧୨: ବିଜୟ ହଜାରେ ଟ୍ରଫିର ଏଲିଟ୍ ଗ୍ରୁପ୍-ଡି ମୁକାବିଲାରେ ଓଡ଼ିଶା କ୍ରିକେଟ୍ ଦଳ ଶକ୍ତିଶାଳୀ ଦିଲ୍ଲୀକୁ ୭୯ ରନ୍‌ରେ ପରାସ୍ତ କରିଛି। ଷ୍ଟାର୍ ବ୍ୟାଟର ବିରାଟ...

ବିରାଟ-ରୋହିତଙ୍କୁ ଟେଷ୍ଟରୁ ଅବସର ନେବାକୁ କରାଯାଇଥିଲା ବାଧ୍ୟ! ଏହି ଖେଳାଳିଙ୍କ ବୟାନ ପରେ କ୍ରିକେଟ ଜଗତରେ ଝଡ

ନୂଆଦିଲ୍ଲୀ,୩୧।୧୨: କ୍ରିକେଟର ଦୁଇ ବଡ ନାମ ବିରାଟ କୋହଲି ଏବଂ ରୋହିତ ଶର୍ମାଙ୍କ ହଠାତ୍‌ ଟେଷ୍ଟ କ୍ରିକେଟରୁ ଅବସରକୁ ନେଇ ଚର୍ଚ୍ଚା ପୁଣି ଥରେ ତୀବ୍ର...

ଆର୍‌ସିବିକୁ ବଡ଼ ଝଟ୍‌କା, ଏହି କାରଣରୁ ଖେଳିବେ ନାହିଁ…

ନୂଆଦିଲ୍ଲୀ, ୩୦।୧୨: ମହିଳା ପ୍ରିମିଅର୍ ଲିଗ୍ (WPL) ୨୦୨୬ ଆରମ୍ଭ ହେବାକୁ ମାତ୍ର କିଛି ଦିନ ବାକି ଥିବାବେଳେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗଲୁରୁ (RCB) ଟିମ୍‌କୁ...

ଟିମ୍‌ ଇଣ୍ଡିଆକୁ ଫେରିପାରନ୍ତି ମହମ୍ମଦ ସାମି: ବିଶ୍ୱକପ୍ ପୂର୍ବରୁ ବଦଳିପାରେ ଚୟନକର୍ତ୍ତାଙ୍କ ନିଷ୍ପତି

ମୁମ୍ବାଇ,୩୦।୧୨: ଅଭିଜ୍ଞ ଦ୍ରୁତ ବୋଲର ମହମ୍ମଦ ସାମିଙ୍କୁ ନେଇ ବିସିସିଆଇ ଚୟନକର୍ତ୍ତା ଏକ ବଡ଼ ନିଷ୍ପତ୍ତି ନେବାକୁ ଯାଉଛନ୍ତି। ଫିଟ୍‌ନେସ୍‌ ଏବଂ ବୟସକୁ ନେଇ ଚାଲିଥିବା...

ମୁଜାଗଡ଼ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ, ସାନକୋଦଣ୍ଡାକୁ ହରାଇ ବୋଇରାଣୀ ଚାମ୍ପିୟନ

ଭଞ୍ଜନଗର,୩୦।୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ମୁଜାଗଡ଼ରେ ଆଜକୁ ଏକ ସପ୍ତାହ ଧରି ଚାଲିଥିବା ମୁଜାଗଡ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ୍ ମଙ୍ଗଳବାର ସାନକୋଦଣ୍ଡା ଓ...

ଆଇସିସି ମହିଳା ର଼୍ୟାଙ୍କିଙ୍ଗରେ ଦୀପ୍ତି ନମ୍ବର ଓ୍ବାନ୍‌

ଦୁବାଇ, ୩୦ା୧୨: ଆଇସିସି ଅନ୍ତର୍ଜାତୀୟ ଟି୨୦ ପ୍ଲେୟର୍ସ ର଼୍ୟାଙ୍କିଙ୍ଗ ତାଲିକାରେ ଭାରତର ବିସ୍ଫୋରକ ଓପନର ଶେଫାଳୀ ବର୍ମା ୬ଷ୍ଠ ସ୍ଥାନକୁ ଉନ୍ନୀତ ହୋଇଛନ୍ତି। ଏହି ୨୧...

ଟି-୨୦ ବିଶ୍ୱକପରୁ ବାଦ୍‌ ପଡିଲେ ଏହି ୩ ଷ୍ଟାର ଖେଳାଳି, ଆଇପିଏଲ ନିଲାମରେ କୋଟି କୋଟି ଟଙ୍କା ମିଳି ମଧ୍ୟ…

ନୂଆଦିଲ୍ଲୀ,୩୦।୧୨: ୨୦୨୬ ଟି୨୦ ବିଶ୍ୱକପ ପାଇଁ ଇଂଲଣ୍ଡର ଦଳ ଘୋଷଣା କରାଯାଇଛି। ଇସିବି ଅସ୍ଥାୟୀ ଦଳ ପ୍ରକାଶ କରିଛି। ଦଳରେ ହ୍ୟାରି ବ୍ରୁକ (ଅଧିନାୟକ), ଜୋଫ୍ରା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri