କନ୍ଧମାଳରେ ୧୪୪ ଧାରା: ପର୍ଯ୍ୟଟକଙ୍କୁ ଦାରିଙ୍ଗବାଡ଼ି ମନା

ଦାରିଙ୍ଗବାଡି,୧୭।୩(ଡି.ଏନ୍‌.ଏ.): କନ୍ଧମାଳ ଜିଲା ପ୍ରଶାସନ ପକ୍ଷରୁ କରୋନା ଭୂତାଣୁ ବ୍ୟାପିବାକୁ ରୋକିବା ନିମନ୍ତେ ସତର୍କ ରହିବାକୁ ବିଭିନ୍ନ ପଦକ୍ଷେପ ନିଆଯାଇଛି। ମଙ୍ଗଳବାର କନ୍ଧମାଳ ଜିଲାପାଳ ଡ. ବୃନ୍ଦା ଡି ଜିଲାରେ ୧୪୪ ଧାରା ଘୋଷଣା କରିଛନ୍ତି । କୌଣସି ସ୍ଥାନରେ ଭିଡ ନ କରିବା ସହ ୫ ଜଣରୁ ଊର୍ଦ୍ଧ୍ୱ ଲୋକ ଜମାହେଲେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ନିର୍ଦ୍ଦେଶନାମା ଜାରି କରିଛନ୍ତି । ଜିଲାପାଳଙ୍କ ନିର୍ଦ୍ଦେଶ ପରେ ଦାରିଙ୍ଗବାଡି ତହସିଲଦାର ତଥା ଏକଜୁଟିଭ ମାଜିଷ୍ଟେଟ ନିତିଶ କୁମାର ତ୍ରିପାଠୀ, ଆଇଆଇସି କୌଶିକ ମାଝୀ ସଦଳବଳେ କଫି ବଗିଚା ସମେତ ମିଡିୟୁବାନ୍ଦା ଜଳପ୍ରପାତରେ ପହଞ୍ଚି ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏ ନେଇ କେବଳ ଧରିତ୍ରୀରେ ଖବର ପ୍ରକାଶିତ ପରେ ଜିଲା ପ୍ରଶାସନର ୧୪୪ଧାରା ଜାରି କରି ଏକ ବଡ ପଦକ୍ଷେପ ନିଆଯାଇଥିବା କୁହାଯାଉଛି। ସେହିପରି ମାଜିଷ୍ଟେଟ ତ୍ରୀପାଠୀ ପୋଲିସ ନେଇ ଦାରିଙ୍ଗବାଡିର ସମସ୍ତ ହୋଟେଲରେ ପହଞ୍ଚି ଆଉ ନୂତନ ପର୍ଯ୍ୟଟକଙ୍କୁ ହୋଟେଲରେ ନ ରଖିବା ଏବଂ ଭିଡ ନ କରିବାକୁ ହୋଟେଲ ମାଲିକମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।


Enter your email to get our daily news in your inbox.

All Right Reserved By Dharitri.Com

ଦାୟିତ୍ୱ ଗ୍ରହଣ କଲେ ନବନିର୍ବାଚିତ ସରପଞ୍ଚ

କେସିଙ୍ଗା,୧୬ା୩(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକର ଶିରୋଳ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ପିଇଓ ଉଗ୍ରସେନ ଗୌଡ଼ଙ୍କ ଉପସ୍ଥିତିରେ ଝରଣା ବାଗ ବୁଧବାର ସରପଞ୍ଚ ଦାୟିତ୍ୱ ଗ୍ରହଣ...

ବୈତରଣୀରେ କମୁଛି ଜଳସ୍ତର

ଭଣ୍ଡାରିପୋଖରୀ,୧୩।୮(ସ୍ବ.ପ୍ର.): ଲଘୁଚାପଜନିତ ବର୍ଷା ଯୋଗୁ ବୈତରଣୀ ନଦୀର ଜଳସ୍ତର ମଙ୍ଗଳବାର ରାତିଠାରୁ ବଢ଼ିବା ଆରମ୍ଭ କରିଥିଲା। ନଦୀର ଆଖୁଆପଦା ଆନିକଟଠାରେ ବିପଦ ସଙ୍କେତ ୧୭.୮୩ ମିଟର...

ଚେନ୍ନାଇ, ସୁରଟରୁ ଟ୍ରେନରେ ଆସିଲେ ୨୩୫୦ ପ୍ରବାସୀ

ଛତ୍ରପୁର, ୧୧।୫(ଡି.ଏନ୍‌.ଏ.): ଚେନ୍ନାଇ ଓ ସୁରଟରୁ ଗୋଟିଏ ଲେଖାଏ ଟ୍ରେନ ଆସି ସୋମବାର ଗଞ୍ଜାମ ଜିଲା ଜଗନ୍ନାଥପୁର ଷ୍ଟେଶନରେ ପହଞ୍ଚିଛି। ଏଥିରେ ମୋଟ ୨୩୫୦ ଜଣ...

ରାଜ୍ୟରେ ପୁଣି ଉପରମୁହାଁ ପାରଦ, ୨୩ରେ ଆଭ୍ୟନ୍ତରୀଣ ଓଡ଼ିଶାରେ ବର୍ଷା ସମ୍ଭାବନା

ଭୁବନେଶ୍ୱର,୨୨।୧୨(ବ୍ୟୁରୋ): ଗତ ତିନିଦିନ ଧରି ରାଜ୍ୟରେ ଶୀତର ପ୍ରକୋପ ବୃଦ୍ଧି ପାଇଥିଲା। ଶନିବାର ଠାରୁ ପାରଦ ପୁଣି ଉପରମୁହାଁ ହୋଇଛି। ସର୍ବ ନିମ୍ନ ୨ରୁ ୩...

ଜୱାଦ ନେଇଗଲା ବର୍ଷକର ଦାନା

ରାଜନଗର, ୮ା୧୨(ଡି.ଏନ.ଏ.):ବାତ୍ୟା ଜୱାଦ ପ୍ରଭାବରେ ଲଗାଣ ବର୍ଷା ଯୋଗୁ ରାଜନଗର ବ୍ଲକ ଅଞ୍ଚଳର ଚାଷୀଙ୍କ ବର୍ଷକର ଦାନାକୁ ନଷ୍ଟ କରି ଦେଇଛି। ଚାଷୀକୁଳ ମୁଣ୍ଡରେ ଚଡକ...

ଆଜି ରାଜ୍ୟରୁ ୯୫୪୧ କରୋନା ଆକ୍ରାନ୍ତ ଚିହ୍ନଟ, ଖୋର୍ଦ୍ଧାରୁ ସର୍ବାଧିକ

ଭୁବନେଶ୍ୱର,୩୦।୫(ବ୍ୟୁରୋ): ରବିବାର ରାଜ୍ୟରୁ ୯୫୪୧ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ବର୍ତ୍ତମାନ ମୋଟ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭,୫୬,୬୮୪ରେ ପହଞ୍ଚିଥିବା ରାଜ୍ୟ ସୂଚନା...

ବସ୍‌ଷ୍ଟାଣ୍ଡରେ ୪ ଦୁର୍ଦ୍ଦାନ୍ତ ମାଓବାଦୀ ନେତାଙ୍କ ପୋଷ୍ଟର ମାରିଲା ଏନ୍‌ଆଇଏ

କୋରାପୁଟ,୨୧ା୧(ସ୍ବ.ପ୍ର.) କୋଲକାତାସ୍ଥିତ ଏନ୍‌ଆଇଏ ପକ୍ଷରୁ ଶୁକ୍ରବାର ୪ ଦୁର୍ଦ୍ଦାନ୍ତ ମାଓବାଦୀ ନେତାଙ୍କୁ ଧରାଇଦେବା ପାଇଁ କୋରାପୁଟ ବସଷ୍ଟାଣ୍ଡରେ ପୋଷ୍ଟରମାନ ମରାଯାଇଛି। ସେମାନେ ହେଲେ ଗଜରଲା ରବି,...

ମିଳୁନି ‘ଧୁଡ଼ୁ’ର ପତ୍ତା

ତେଲକୋଇ,୧୪।୪: କେନ୍ଦୁଝର ଜିଲା ତେଲକୋଇ ଅଞ୍ଚଳର ବହୁ ଚର୍ଚ୍ଚିତ ବାର୍‌ହା ‘ଧୁଡ଼ୁ’ର ପତ୍ତା ମିଳୁନି। ୩ ଦିନ ହେବ ସେ ନିକଟସ୍ଥ ଜଙ୍ଗଲକୁ ଯାଇ ଆଉ...

Advertisement
Archives

Model This Week