କନିଷ୍ଠ ଯନ୍ତ୍ରୀ-ଜିଲା ପରିଷଦ ସଭ୍ୟ ହାତାହାତି: ଥାନାରେ ମାମଲା

ବରୀ,୧୬ା୩(ଡି.ଏନ୍‌.ଏ.): ଉନ୍ନୟନ କାର୍ଯ୍ୟକୁ ନେଇ ଯାଜପୁର ଜିଲା ବରୀ ବ୍ଲକ୍‌ରେ ବିଭିନ୍ନ ସମୟରେ ବିଶୃଙ୍ଖଳା ସୃଷ୍ଟି ହେଉଛି। ଏହି ପରିପ୍ରେକ୍ଷୀରେ ଗୁରୁବାର ବ୍ଲକ୍‌ର କନିଷ୍ଠ ଯନ୍ତ୍ରୀ ବିପ୍ଲବ ପରିଜା ଏବଂ ୨୨ ନମ୍ବର ଜୋନ୍‌ ଜିଲା ପରିଷଦ ସଭ୍ୟଙ୍କ ମଧ୍ୟରେ ହାତାହାତି ହୋଇଛି। ଏନେଇ କନିଷ୍ଠ ଯନ୍ତ୍ରୀ ଏବଂ ଜିଲାପରିଷଦ ସଭ୍ୟ ବରୀ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।

ସୂଚନା ମୁତାବକ, ମହାକାଳପଡ଼ା ପଞ୍ଚାୟତରେ ଏକ ଖଳା ନିର୍ମାଣରେ ନିମ୍ନମାନର କାର୍ଯ୍ୟ ହେଉଥିବା ଅଭିଯୋଗ ହୋଇଥିଲା। ଏନେଇ ଦାୟିତ୍ୱରେ ଥିବା କନିଷ୍ଠ ଯନ୍ତ୍ରୀ ଘଟଣାସ୍ଥଳକୁ ଆସିଥିଲେ। କାର୍ଯ୍ୟ ନିମ୍ନମାନର ହେଉଥିବା ଯୋଗୁ ଦାୟିତ୍ୱରେ ଥିବା ଠିକାଦାରଙ୍କୁ ସଠିକ୍‌ କାର୍ଯ୍ୟ ନ ହେଲେ ବିଲ୍‌ କରିବେ ନାହିଁ ବୋଲି ରୋକ୍‌ଠୋକ୍‌ ଶୁଣାଇ ଦେଇଥିଲେ। ପରବର୍ତ୍ତୀ ଅବସ୍ଥାରେ ୨୨ ନମ୍ବର ଜୋନ୍‌ ଜିଲା ପରିଷଦ ସଭ୍ୟ ଘଟଣାସ୍ଥଳରେ ପହଞ୍ଚିବା ପରେ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା।

ଅଭିଯୋଗ ମୁତାବକ, କନିଷ୍ଠ ଯନ୍ତ୍ରୀ ଜିଲାପରିଷଦ ସଭ୍ୟଙ୍କୁ ଗାଳି ଗୁଲଜ କରିବା ଯୋଗୁ ଘଟଣାସ୍ଥଳରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉଭୟଙ୍କ ମଧ୍ୟରେ ହାତାହାତି ହେବା ପରେ କେତେକ ଲୋକ କନିଷ୍ଠ ଯନ୍ତ୍ରୀଙ୍କୁ ମାରଧର କରି ଘଟଣାସ୍ଥଳରୁ ଉଠାଇ ନେଇ ଏକ କୋଠରୀରେ ଅଟକ ରଖିଥିଲେ। ବ୍ଲକ ପ୍ରଶାସନଠାରୁ ଖବର ପାଇ ବରୀ ପୋଲିସ ଘଟଣାସ୍ଥଳରେ ପହଞ୍ଚି କନିଷ୍ଠ ଯନ୍ତ୍ରୀ ବିପ୍ଲବ ପରିଜାଙ୍କୁ ଉଦ୍ଧାର କରିବା ସହ ଥାନାରେ ରଖିଥିବା ସୂଚନା ମିଳିଛି। ଅପରପକ୍ଷେ ୨୨ ନମ୍ବର ଜିଲା ପରିଷଦସଭ୍ୟ ଦିଲୀପ ମହାନ୍ତି କନିଷ୍ଠ ଯନ୍ତ୍ରୀଙ୍କ ଦୁର୍ବବ୍ୟବାର ଏବଂ ତାଙ୍କୁ ଆକ୍ରମଣ କରିଥିବା ଘଟଣାକୁ ନେଇ ବରୀ ରାମଚନ୍ଦ୍ରପୁର ଥାନାରେ ଲିଖିତ ଅଭିଯୋଗ କରିଥିବା ବେଳେ କନିଷ୍ଠ ଯନ୍ତ୍ରୀ ପରିଜା ନିମ୍ନମାନର କାର୍ଯ୍ୟ ତଦାରଖ କରିବା ସମୟରେ ଜିଲା ପରିଷଦ ସଭ୍ୟ ଓ ତାଙ୍କ ସମର୍ଥକ ତାଙ୍କୁ ଆକ୍ରମଣ କରିଥିବା ଲିଖିତ ଅଭିଯୋଗ କରିଛନ୍ତି। ଖବର ଲେଖା ହେଲା ପର୍ଯ୍ୟନ୍ତ କନିଷ୍ଠ ଯନ୍ତ୍ରୀ ପରିଜା ଓ ଜିଲାପରିଷଦ ସଭ୍ୟ ମହାନ୍ତି ଥାନାରେ ଥିବା ସୂଚନା ମିଳିଛି।

ଏନେଇ ବରୀ ଥାନା ଅଧିକାରୀ ମନୋଜ କୁମାର ସ୍ବାଇଁଙ୍କୁ ପଚାରିବାରୁ ଅଭିଯୋଗକୁ ଭିତ୍ତିକରି ପୋଲିସ ତଦନ୍ତ କରୁଛି। ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗିଲେସ୍ପିଙ୍କ ବଡ଼ ବୟାନ: ପାକିସ୍ତାନ କ୍ରିକେଟ କୋଚ୍‌ ପଦବୀ ଛାଡ଼ିବାର କହିଲେ କାରଣ…

କରାଚୀ,୨ା୧: ଅଷ୍ଟ୍ରେଲିଆର ପୂର୍ବତନ କ୍ରିକେଟର ଜାସନ ଗିଲେପ୍ସିଙ୍କୁ କାହିଁକି ପାକିସ୍ତାନ କ୍ରିକେଟ ଦଳର କୋଚ୍‌ ପଦବୀ ଛାଡ଼ିବାକୁ ପଡ଼ିଥିଲା, ସେ ତାହାର କାରଣ ଦର୍ଶାଇଛନ୍ତି। ସୋସିଆଲ...

ନୂଆବର୍ଷ ଦିନ ହୋଇଯାଇଥିଲେ ନିଖୋଜ, ସକାଳୁ ଗଛରେ ଝୁଲୁଥିଲା ମୃତଦେହ; କୋକସରା ପୋଲିସ…

କୋକସରା,୨।୧(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ଥାନା ଅଧିନସ୍ଥ ଜୟନ୍ତପୁର ପଞ୍ଚାୟତ ରଏନଗୁଡା ଗ୍ରାମରୁ ଶୁକ୍ରବାର ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ପୋଲିସ ଉଦ୍ଧାର...

ବିଚ୍ଛିନ୍ନତାବାଦୀଙ୍କ ଶିବିର ଉପରେ ଏୟାରଷ୍ଟ୍ରାଇକ୍‌: ୭ ମୃତ ୨୦ରୁ ଊର୍ଦ୍ଧ୍ୱ ଆହତ

ଦୁବାଇ,୨ା୧: ପୂର୍ବ ୟେମେନ୍‌ରେ ଥିବା ବିଚ୍ଛିନ୍ନତାବାଦୀଙ୍କ କ୍ୟାମ୍ପ ଉପରେ ସାଉଦି ଆରବ ନେତୃତ୍ୱରେ ଶୁକ୍ରବାର ମିଳିତ ଏୟାରଷ୍ଟ୍ରାଇକ୍‌ କରାଯାଇଛି। ଏଥିରେ ୭ ଜଣଙ୍କ ମୃତ୍ୟୁ ଘଟିବା...

ନାବାଳିକା ନାତୁଣୀଙ୍କୁ ବଳାତ୍କାର କରି ମାରିଥିଲେ ଜେଜେଙ୍କୁ: ଏବେ ଦୁଇଜଣ ଗଲେ ଜେଲ୍

ଦିଗପହଣ୍ଡି,୨|୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚଷାନିମଖଣ୍ଡି ପଞ୍ଚାୟତ  ସିନ୍ଧବା ଗ୍ରାମର ବୃଦ୍ଧ ସନିଆ ଗୌଡ଼(୮୫)ଙ୍କୁ  ଗୁରୁବାର ସକାଳେ ଗାଁ ଦାଣ୍ଡରେ ବିଭତ୍ସ...

ବଡ଼ପଣ ଦେଖାଇଲେ ତହସିଲଦାର: ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କ ଦୁର୍ଘଟଣା ଜାଣି..

ଚନ୍ଦାହାଣ୍ଡି,୨।୧( ହିମାଂଶୁ ଦାସ): ନବରଙ୍ଗପୁର ଜିଲା ଚନ୍ଦାହାଣ୍ଡି ତହସିଲ କାର୍ଯ୍ୟାଳୟରେ କାର୍ଯ୍ୟରତ ଚତୁର୍ଥ ଶ୍ରେଣୀ କର୍ମଚାରୀ ଶତ୍ରୁଘ୍ନ ଦାସ ନିଜ ଗାଁ ମୋତିଗାଁରୁ ଚନ୍ଦାହାଣ୍ଡି ତହସିଲକୁ...

ପ୍ଲାଷ୍ଟିକ ପଲିଥିନ ମୁକ୍ତ ହେବ ହୁମା ବଜାର: ଆହ୍ବାନ ଦେଲେ ବିଧାୟକ

ଗଞ୍ଜାମ,୨।୧(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ହୁମା ପଞ୍ଚାୟତ କାର୍ଯ୍ୟାଳୟଠାରେ ଏକ ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକ ମୁଖ୍ୟ...

ସହକାରୀ ପିପି ଭାବେ ନିଯୁକ୍ତି ହେଲେ ହୀରାଧର

ଚନ୍ଦାହାଣ୍ଡି,୨।୧( ହିମାଂଶୁ ଦାସ): ନବରଙ୍ଗପୁର ଜିଲା ଚନ୍ଦାହାଣ୍ଡି ବ୍ଲକର ଆଇନଜୀବୀ ହୀରାଧର ମାଳିଙ୍କୁ ଓଡ଼ିଶା ରାଜ୍ୟ ସରକାରର ଆଇନ ବିଭାଗର ବିଜ୍ଞପ୍ତି ଅନୁସାରେ ଚନ୍ଦାହାଣ୍ଡି ଜେମଏଫସି...

ଯିବାକୁ ପଡିବନି RTO: ଏଣିକି ଘରେ ବସି ରିନ୍ୟୁ ହେବ ଡ୍ରାଇଭିଂ ଲାଇସେନ୍ସ, ଜାଣନ୍ତୁ ପୂରା ପ୍ରକ୍ରିୟା

ନୂଆଦିଲ୍ଲୀ,୨।୧: ଯଦି ଆପଣଙ୍କର ଡ୍ରାଇଭିଂ ଲାଇସେନ୍ସ (DL) ୨୦୨୬ରେ ଶେଷ ହେବାକୁ ଯାଉଛି, ତେବେ ଚିନ୍ତା କରିବାର କୌଣସି ଆବଶ୍ୟକତା ନାହିଁ। ଭାରତରେ ଆପଣଙ୍କର ଡ୍ରାଇଭିଂ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri