କଣ୍ଟେନର ଓଲଟି ୨୨ ଗୋରୁ ମୃତ

ଜଳେଶ୍ୱର, ୧୬।୭(ଡି.ଏନ.ଏ.)-ବାଲେଶ୍ୱର ଜିଲା ଜଳେଶ୍ୱର ଥାନାଞ୍ଚଳ ମଧ୍ୟ ଦେଇ ଯାଇଥିବା ୬୦ ନଂ. ଜାତୀୟ ରାଜପଥରେ ଗୋରୁ ମାଫିଆମାନେ ପ୍ରତ୍ୟହ ଶହଶହ କଣ୍ଟେନର, ଟ୍ରକ ଏବଂ ପିକ୍‌ଅପ ମାଧ୍ୟମରେ ଗୋରୁ ଓ ଗୋମାଂସ ବୋଝେଇ କରି ପଶ୍ଚିମବଙ୍ଗ ରାଜ୍ୟକୁ ଚାଲାଣ କରୁଛନ୍ତି। ଏହି ଘଟଣା ବାରମ୍ବାର ଲୋକଲୋଚନକୁ ଆସୁଥିଲେ ମଧ୍ୟ ଜିଲା ପ୍ରଶାସନ ନୀରବଦ୍ରଷ୍ଟା ପାଲଟିଥିବା ସାଧାରଣରେ ଅସନ୍ତୋଷ ଦେଖାଦେଇଛି। ମଝିରେ ମଝିରେ ଗୋରୁ ବୋଝେଇ ଯାନବାହନଗୁଡ଼ିକ ଦୁର୍ଘଟଣାଗ୍ରସ୍ତ ହେଉଥିବା ବେଳେ ପୋଲିସ ପ୍ରଶାସନ ତରଫରୁ କୌଣସି ପଦକ୍ଷେପ ନିଆଯାଉନାହିଁ ବୋଲି ଲୋକେ ଅଭିଯୋଗ ଉଠାଇଛନ୍ତି।
ସୋମବାର ଭୋର୍‌ ସମୟରେ ଓଡ଼ିଶାପଟୁ ପଶ୍ଚିମବଙ୍ଗ ଆଡ଼କୁ ଏକ କଣ୍ଟେନର (ନଂ. ଓଆର୍‌୦୧ଏମ୍‌-୪୧୫୮) ପ୍ରାୟ ୧୦୦ରୁ ଊର୍ଦ୍ଧ୍ୱ ଗୋରୁ ନେଇ ଯାଉଥିବା ବେଳେ ଭାରସାମ୍ୟ ହରାଇ ନହଞ୍ଜରା ସ୍ଲିପ ରୋଡ଼ଠାରେ ଥିବା ରାଜପଥ ବାର୍‌ ପାଖରେ ଓଲଟି ପଡିଥିଲା। ସେଥିରେ ଥିବା ୨୨ରୁ ଊର୍ଦ୍ଧ୍ୱ ଗୋରୁଙ୍କ ମୃତ୍ୟୁ ହୋଇଥିବା ବେଳେ ୨ଟି ଗୁରତର ହୋଇଛନ୍ତି। ଦୁର୍ଘଟଣା ଘଟିବା କ୍ଷଣି କଣ୍ଟେନରର ଚାଳକ ଓ ହେଲ୍‌ପର ଫେରାର ହୋଇଯାଇଛନ୍ତି। ପରେ ସ୍ଥାନୀୟ ଲୋକେ କଣ୍ଟେନରରେ ଥିବା ବାକି ଗୋରୁମାନଙ୍କୁ ଉଦ୍ଧାର କରି ନିଜ ସହ ନେଇଯାଇଛନ୍ତି। ଖବରପାଇ ଜଳେଶ୍ୱର ଥାନା ଆଇଆଇସି ପ୍ରଦୀପ କୁମାର ମାଝି, ଏଏସ୍‌ଆଇ ସତ୍ୟନାରାୟଣ ବଳ ଘଟଣାସ୍ଥଳରେ ପହଞ୍ଚତ୍ ମୃତ ଗୋରୁଗୁଡ଼ିକୁ ଜବତ କରି ଥାନାରେ ଏକ ମାମଲା (ନଂ. ୧୫୯/୨୦୧୯) ରୁଜୁ କରି ତଦନ୍ତ ଚଳାଇଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ବସ୍ତା ରେଳ ଷ୍ଟେଶନ୍‌ରେ ଅଘଟଣ; ୨ ମହିଳାଙ୍କୁ ଧକ୍କା ଦେଲା ଟ୍ରେନ, ତାପରେ…

ବାଲେଶ୍ୱର,୨୧।୯( ବାଞ୍ଛାନିଧି ଦେ): ଦକ୍ଷିଣପୂର୍ବ ରେଳପଥର ଖଡ଼ଗପୁର ଡିଭିଜନ ଅନ୍ତର୍ଗତ ବସ୍ତା ରେଳ ଷ୍ଟେଶନ ନିକଟରେ ବଡ଼ ଦୁର୍ଘଟଣା ଘଟିଯାଇଛି । ସୋମବାର ଟ୍ରେନ ଧକ୍କାରେ ଦୁଇ…

ବାଲେଶ୍ୱରରେ ଭୟଙ୍କର ଅଗ୍ନିକାଣ୍ଡ, ହୁତୁହୁତୁ ହୋଇ ଜଳିଲା ଶାନ୍ତି ରେଷ୍ଟୁରାଣ୍ଟ

ବାଲେଶ୍ୱର, ୨୧ା୯( ବାଞ୍ଛାନିଧି ଦେ): ହୁତୁ ହୁତୁ ହୋଇ ଜଳୁଛି ରେଷ୍ଟୁରାଣ୍ଟ । ବାଲେଶ୍ୱର ଓଟି ରୋଡ୍‌ରେ ଥିବା ଶାନ୍ତି ରେଷ୍ଟୁରାଣ୍ଟରେ ସୋମବାର ଭୟଙ୍କର ଅଗ୍ନିକାଣ୍ଡ ଘଟିଛି…

ଜଙ୍ଗଲରେ ପଡ଼ିଛି ହାତୀର ମୃତଦେହ, ମୃତ୍ୟୁର କାରଣ ଅସ୍ପଷ୍ଟ

ଜଳେଶ୍ୱର,୨୦ା୯(ନବୀନ ସାହୁ): ବାଲେଶ୍ୱର ଜିଲା ଜଳେଶ୍ୱର ବ୍ଲକ ଅନ୍ତର୍ଗତ ବରଡିହା ବନଖଣ୍ଡ କଳମା ପଞ୍ଚାୟତର ଆମ୍ବତୁମ୍ବା ଜଙ୍ଗଲରୁ ଏକ ମାଈହାତୀର ମୃତଦେହ ଉଦ୍ଧାର କରାଯାଇଛି। ପ୍ରାପ୍ତ ସୂଚନା…

ଗାଈକୁ ବଞ୍ଚାଇବାକୁ ଯାଇ ଓଲଟିଲା ଟୁରିଷ୍ଟ ବସ୍: ୧୫ରୁ ଊର୍ଦ୍ଦ୍ବ ଗୁରୁତର

ନୀଳଗିରି, ୧୯।୯, (ପ୍ରଶାନ୍ତ କୁମାର ବିଶ୍ବାଳ): ଶେରଗଡ଼ ନୀଳଗିରି ଦେଇ ମୟୁରଭଞ୍ଜକୁ ସଂଯୋଗ କରୁଥିବା ୧୯ନଂ ରାଜ୍ୟ ରାଜପଥର ଗୁହିରା ଏବଂ ଛତ୍ରପୁର ମଝି ରାସ୍ତା ଭୁଡୁରୁବଣି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?