କଣ୍ଟେନର ଓଲଟି ୨୨ ଗୋରୁ ମୃତ

ଜଳେଶ୍ୱର, ୧୬।୭(ଡି.ଏନ.ଏ.)-ବାଲେଶ୍ୱର ଜିଲା ଜଳେଶ୍ୱର ଥାନାଞ୍ଚଳ ମଧ୍ୟ ଦେଇ ଯାଇଥିବା ୬୦ ନଂ. ଜାତୀୟ ରାଜପଥରେ ଗୋରୁ ମାଫିଆମାନେ ପ୍ରତ୍ୟହ ଶହଶହ କଣ୍ଟେନର, ଟ୍ରକ ଏବଂ ପିକ୍‌ଅପ ମାଧ୍ୟମରେ ଗୋରୁ ଓ ଗୋମାଂସ ବୋଝେଇ କରି ପଶ୍ଚିମବଙ୍ଗ ରାଜ୍ୟକୁ ଚାଲାଣ କରୁଛନ୍ତି। ଏହି ଘଟଣା ବାରମ୍ବାର ଲୋକଲୋଚନକୁ ଆସୁଥିଲେ ମଧ୍ୟ ଜିଲା ପ୍ରଶାସନ ନୀରବଦ୍ରଷ୍ଟା ପାଲଟିଥିବା ସାଧାରଣରେ ଅସନ୍ତୋଷ ଦେଖାଦେଇଛି। ମଝିରେ ମଝିରେ ଗୋରୁ ବୋଝେଇ ଯାନବାହନଗୁଡ଼ିକ ଦୁର୍ଘଟଣାଗ୍ରସ୍ତ ହେଉଥିବା ବେଳେ ପୋଲିସ ପ୍ରଶାସନ ତରଫରୁ କୌଣସି ପଦକ୍ଷେପ ନିଆଯାଉନାହିଁ ବୋଲି ଲୋକେ ଅଭିଯୋଗ ଉଠାଇଛନ୍ତି।
ସୋମବାର ଭୋର୍‌ ସମୟରେ ଓଡ଼ିଶାପଟୁ ପଶ୍ଚିମବଙ୍ଗ ଆଡ଼କୁ ଏକ କଣ୍ଟେନର (ନଂ. ଓଆର୍‌୦୧ଏମ୍‌-୪୧୫୮) ପ୍ରାୟ ୧୦୦ରୁ ଊର୍ଦ୍ଧ୍ୱ ଗୋରୁ ନେଇ ଯାଉଥିବା ବେଳେ ଭାରସାମ୍ୟ ହରାଇ ନହଞ୍ଜରା ସ୍ଲିପ ରୋଡ଼ଠାରେ ଥିବା ରାଜପଥ ବାର୍‌ ପାଖରେ ଓଲଟି ପଡିଥିଲା। ସେଥିରେ ଥିବା ୨୨ରୁ ଊର୍ଦ୍ଧ୍ୱ ଗୋରୁଙ୍କ ମୃତ୍ୟୁ ହୋଇଥିବା ବେଳେ ୨ଟି ଗୁରତର ହୋଇଛନ୍ତି। ଦୁର୍ଘଟଣା ଘଟିବା କ୍ଷଣି କଣ୍ଟେନରର ଚାଳକ ଓ ହେଲ୍‌ପର ଫେରାର ହୋଇଯାଇଛନ୍ତି। ପରେ ସ୍ଥାନୀୟ ଲୋକେ କଣ୍ଟେନରରେ ଥିବା ବାକି ଗୋରୁମାନଙ୍କୁ ଉଦ୍ଧାର କରି ନିଜ ସହ ନେଇଯାଇଛନ୍ତି। ଖବରପାଇ ଜଳେଶ୍ୱର ଥାନା ଆଇଆଇସି ପ୍ରଦୀପ କୁମାର ମାଝି, ଏଏସ୍‌ଆଇ ସତ୍ୟନାରାୟଣ ବଳ ଘଟଣାସ୍ଥଳରେ ପହଞ୍ଚତ୍ ମୃତ ଗୋରୁଗୁଡ଼ିକୁ ଜବତ କରି ଥାନାରେ ଏକ ମାମଲା (ନଂ. ୧୫୯/୨୦୧୯) ରୁଜୁ କରି ତଦନ୍ତ ଚଳାଇଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ସ୍ବାମୀଙ୍କୁ ମାଡ଼, ସ୍ତ୍ରୀଙ୍କୁ ଗଣବଳାତ୍କାର

ବାଲେଶ୍ୱର ଅଫିସ, ୨୨।୯: ବାଲେଶ୍ୱର ସହରର ସହଦେବଖୁଣ୍ଟା ମଡେଲ ଥାନା ଅଞ୍ଚଳରେ ୧୮ ତାରିଖ ବିଳମ୍ବିତ ରାତିରେ ଏକ ଲଜ୍ଜାଜନକ ଘଟଣା ଘଟିଛି। ୬ଜଣ ବ୍ୟକ୍ତି...

ଚାଷୀଙ୍କୁ କଲବଲ କରୁଛି ପ୍ରଶାସନ

ଖଇରା,୧୦।୨ (ଉତ୍କଳବନ୍ଧୁ ପଣ୍ଡା): କେତେଜଣ ମିଲରଙ୍କ ଅସହଯୋଗ ତଥା ସରକାରୀ ଉଦାସୀନତା କାରଣରୁ ଚଳିତବର୍ଷ ବିଭିନ୍ନ ମଣ୍ଡିରେ ଧାନକିଣାରେ ଅବ୍ୟବସ୍ଥା ଦେଖିବାକୁ ମିଳୁଛି। ଏଭଳିକି ପଶ୍ଚିମବଙ୍ଗ...

ଛାତ୍ରୀଙ୍କୁ ବଳାତ୍କାର ଅଭିଯୋଗ: ଯୁବକ ଗିରଫ

ତିହିଡ଼ି, ୮।୬ (ଡି.ଏନ.ଏ.) – ଭଦ୍ରକ ଜିଲା ତିହିଡ଼ି ଥାନା ଅନ୍ତର୍ଗତ ପାଳିଆବିନ୍ଧା ଅଞ୍ଚଳର ଜଣେ ୮ମ ଶ୍ରେଣୀ ଛାତ୍ରୀଙ୍କୁ ବଳାତ୍କାର କରିଥିବା ଅଭିଯୋଗରେ ପୋଲିସ...

ପୋଲ ନିକଟରୁ ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

କେନ୍ଦୁଝର,୨୭।୫(ସ୍ବ.ପ୍ର.): କେନ୍ଦୁଝର ଜିଲା ପଣ୍ଡାପଡ଼ା ଥାନା ଅଧୀନ ଜଙ୍ଘିରା ପଞ୍ଚାୟତ ବାହୁଟିଆ ଗ୍ରାମସ୍ଥ ଏକ ପୋଲ ନିକଟରୁ ଜଣେ ଯୁବକଙ୍କ ମୃତଦେହ ସୋମବାର ପୋଲିସ ଉଦ୍ଧାର...

ପୃଥ୍ବୀ-୨ର ରାତ୍ରକାଳୀନ ପରୀକ୍ଷଣ ସଫଳ

ବାଲେଶ୍ୱର ଅଫିସ, ୧୫।୬-ବାଲେଶ୍ୱର ଚାନ୍ଦିପୁରସ୍ଥିତ ଆଇଟିଆର ପରିସରରେ ବୁଧବାର ପୃଥ୍ବୀ-୨ କ୍ଷେପଣାସ୍ତ୍ରର ରାତ୍ରକାଳୀନ ପରୀକ୍ଷଣ ସଫଳ ହୋଇଛି। ଭୂପୃଷ୍ଠରୁ ଭୂପୃଷ୍ଠକୁ ଲକ୍ଷ୍ୟଭେଦ କରିପାରୁଥିବା ଏହି ସ୍ବଳ୍ପ...

ବାତ୍ୟାର କ୍ଷୟକ୍ଷତି ଅନୁଧ୍ୟାନ କଲେ ଯୋଗାଣ ମନ୍ତ୍ରୀ

ବାଲେଶର ଅଫିସ,୨୭।୫: ବାତ୍ୟା ୟାସ୍‌ ପ୍ରଭାବରେ କ୍ଷୟକ୍ଷତି ହୋଇଥିବା ଅଞ୍ଚଳକୁ ପରିଦର୍ଶନ କରି ଯୁଦ୍ଧକାଳୀନ ଭିତ୍ତିିରେ ସମସ୍ତ ଆବଶ୍ୟକ ସେବା ଯୋଗାଇ ଦେବାକୁ ସରକାର ଓ...

‘ପ୍ରତିଷ୍ଠା ହେଉ ସାମୁଦ୍ରିକ ଜୀବ ଗବେଷଣା କେନ୍ଦ୍ର’

ବାଲେଶ୍ୱର ଅଫିସ,୨୧।୭- ବାଲେଶ୍ୱର ଜିଲାରେ ସାମୁଦ୍ରିକ ଜୀବ ଗବେଷଣା କେନ୍ଦ୍ର ପ୍ରତିଷ୍ଠା ପାଇଁ ବୁଦ୍ଧିଜୀବୀ ଏକାଠି ହୋଇଛନ୍ତି। ସୋମବାର ପୂର୍ବାହ୍ନରେ ସହରର ଚାନ୍ଦମାରି ପଡ଼ିଆ ସ୍ଥିତ...

ଓଟିରୋଡ ସମ୍ପ୍ରସାରଣ ଲାଗି ଜବରଦଖଲ ଉଚ୍ଛେଦ : ଭଙ୍ଗା ହେଲା ଲକ୍ଷ୍ମୀନାରାୟଣ ମନ୍ଦିର ନାଟମଣ୍ଡପ

ବାଲେଶ୍ୱର ଅଫିସ, ୨୧।୩-ବାଲେଶ୍ୱର ସହରର ମୁଖ୍ୟରାସ୍ତା ଓଟିରୋଡ୍‌ ସମ୍ପ୍ରସାରଣ ପାଇଁ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହୋଇଛି। ଶୁକ୍ରବାର ଆଇଟିଆଇସ୍ଥିତ ଲକ୍ଷ୍ମୀନାରାୟଣ ମନ୍ଦିରର ତୋରଣ, ଗରୁଡ଼ଖମ୍ଭ ଓ...

Advertisement
Archives

Model This Week