କଟନି-ଛଟନିକୁ ବିରୋଧ: ଜିଲାପାଳଙ୍କ କାର୍ଯ୍ୟାଳୟ ଘେରିଲା ନବନିର୍ମାଣ କୃଷକ ସଙ୍ଗଠନ

ଖୋର୍ଦ୍ଧା,୬।୧(ପ୍ରଭାତ ପାଣିଗ୍ରାହୀ): ଖୋର୍ଦ୍ଧା ଜିଲାରେ ଧାନକିଣାରେ ବ୍ୟାାପକ ଅବ୍ୟବସ୍ଥା ଲାଗି ରହିଛି। ଧାନର ଏଫଏକ୍ୟୁ ମାନ ନ ଥିବା ଦର୍ଶାଇ ମନଇଚ୍ଛା କଟନିଛଟନି କରାଯାଉଛି। ଏହାର ପ୍ରତିବାଦରେ ନବ ନିର୍ମାଣ କୃଷକ ସଙ୍ଗଠନ ରାଜ୍ୟ ସଭାପତି ଅକ୍ଷୟ କୁମାରଙ୍କ ନେତୃତ୍ୱରେ ଖୋର୍ଦ୍ଧା, ବେଗୁନିଆ, ବୋଲଗଡ, ଟାଙ୍ଗୀ, ବାଣପୁର ଓ ଜଟଣୀ ବ୍ଲକ ଶତାଧିକ ଚାଷୀ ବାଟମଙ୍ଗଳାଠାରେ ଏକାଠି ହୋଇ ସାଧାରଣ ସଭାରେ ଏହାର ବିରୋଧ କରିଥିଲେ। ସେଠାରୁ ଶୋଭାଯାତ୍ରାରେ ବାହାରି ଜିଲାପାଳଙ୍କ କାର୍ଯ୍ୟାଳୟ ଆଗରେ ପହଞ୍ଚି ବିକ୍ଷୋଭ କରିଥିଲେ। କଟନିଛଟନି ବନ୍ଦ, ସିଏସଓଙ୍କ ବଦଳି ଦାବିରେ ଜିଲାପାଳଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ଦେଇଥିଲେ। ଅତିରିକ୍ତ ଜିଲାପାଳ ପ୍ରତାପ ଚନ୍ଦ୍ର ବେଉରା ଘଟଣାସ୍ଥଳରେ ପହଞ୍ଚି ଆଲୋଚନା ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା।

ଧାନ କୁଇଣ୍ଟାଲ ପିଛା ୫ କେଜିରୁ ୧୦ କେଜି କଟାଯାଉଛି। ମଣ୍ଡି ମିଲର୍ସଙ୍କ ମନଇଚ୍ଛାରେ ଚାଲିଛି। ବିରୋଧ କରିଲେ ମିଲ ମାଲିକ ଧାନ ଉଠାଉନାହାନ୍ତି। ଚାଷୀଙ୍କୁ ଝୋଟ ଅଖା ଦିଆଯାଉନି। ମଣ୍ଡି ମିଲ ମାଲିକ ଓ ସିଏସଓଙ୍କ ମଧୁଚନ୍ଦ୍ରିକାରେ ଚାଲିଛି। ଟୋକନ ଲାପସ କରିବାକୁ ଆସିଲାଣି, ଟାର୍ଗେଟ ନ ଥିବା କହି ଦିନ ଗଡାଇ ଚାଲିଛନ୍ତି। ମଣ୍ଡିରେ ଧାନ ପଡିରହିଛି। ବାରମ୍ବାର ଅଭିଯୋଗ ସତ୍ତ୍ବେ ସିଏସଓ କାର୍ଯ୍ୟାନୁଷ୍ଠାନ ପରିବର୍ତ୍ତେ ମିଲର୍ସଙ୍କୁ ଘଣ୍ଟ ଘୋଡାଉଛନ୍ତି। ତୁରନ୍ତ ସିଏସଓଙ୍କୁ ଏଠାରୁ ବଦଳି ଦାବି କରିଛନ୍ତି ଚାଷୀ।

ନବ ନିର୍ମାଣ କୃଷକ ସଙ୍ଗଠନ ରାଜ୍ୟ ସଭାପତି ଅକ୍ଷୟ କୁମାର, ରାଜ୍ୟ ଯୁବ ସଂଯୋଜକ ମନହୋର ଅଲୀ, ରାଜ୍ୟ ସଂଯୋଜକ ଶେଷଦେବ ନନ୍ଦ ପ୍ରମୁଖ କହିଥିଲେ, ସଫା, ଶୁଖିଲା, ସାଧାରଣ ମାନ ଧାନ ଉପରୁ ୫ କେଜି କାଟ ବନ୍ଦ କରାଯାଉ। ଖୋର୍ଦ୍ଧା ଜିଲାରେ ଏଫଏକ୍ୟୁ ନ ଥିବା ଦର୍ଶାଇ କଟନି-ଛଟନିକୁ ପ୍ରୋତ୍ସାହିତ କରୁଥିବା ମିଲର୍ସ, ଅସାଧୁ କର୍ମଚାରୀ ଗିରଫ କରାଯାଉ। ଯୋଗାଣ ବିଭାଗ ସ୍କ୍ବାଡ କଣ କରୁଛି ବୋଲି ପ୍ରଶ୍ନ କରିଛନ୍ତି। ମଣ୍ଡିରେ ସମ୍ପାଦକ ଧାନ କିଣିବା ପରିବର୍ତ୍ତେ ମିଲର୍ସ ଏଜେଣ୍ଟ ଜରିଆରେ ଧାନ କିଣାଯାଉଛି। ଅସାଧୁ ମିଲର୍ସଙ୍କୁ ଧାନକିଣାରୁ ବାଦ ଦିଆଯିବ ସହ ବିନା କଟନିଛଟନିରେ ଧାନ କିଣିବାକୁ ଦାବି କରିଛନ୍ତି।
ଅତିରିକ୍ତ ଜିଲାପାଳ ପ୍ରତାପ ଚନ୍ଦ୍ର ବେଉରା କହିଛନ୍ତି, ସରକାରଙ୍କ ଗାଇଡଲାଇନ ଅନୁସାରେ ଧାନର ଏଫଏକ୍ୟୁ ଥିଲେ ଚାଷୀ ତାହାର ଫାଇଦା ପାଇବ। ଚାଷୀଙ୍କ ପକ୍ଷରୁ ଆସିଥିବା ଅଭିଯୋଗ ତଦନ୍ତ ପାଇଁ ଡିଆରସିଏସଙ୍କୁ ନିଦ୍ଦେର୍ଶ ଦିଆଯାଇଛି। ମିଲର୍ସ ଚାଷୀଙ୍କୁ ଝୋଟ ଅଖା, ପ୍ରଦାନ କରିବାକୁ କୁଆଯାଇଛି। ଏଥିରେ ଅଣଦେଖା କରାଗଲେ କାର୍ଯ୍ୟନୁଷ୍ଠାନ ନିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

ପୋଷ୍ଟ ଅଫିସକୁ ପଶି ଆସିଲା ବିରାଟକାୟ ଅହିରାଜ: ଆତଙ୍କିତ ହୋଇ ଟେକା ପଥର ମାରିଲେ ଲୋକେ, ପରେ…

ଆନନ୍ଦପୁର, ୨।୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ହଦଗଡ଼ ଅଞ୍ଚଳରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଗୁରୁବାର ଦିନ ହଦଗଡ଼ ରେଞ୍ଜ ଅଧୀନରେ…

ଆରମ୍ଭ ହେଲା ପ୍ରସିଦ୍ଧ ବାଲିଗୁଡ଼ା ଦଣ୍ଡଯାତ୍ରା

ବାଲିଗୁଡା,୨।୪:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲାର ପ୍ରସିଦ୍ଧ ବାଲିଗୁଡ଼ା ଦଣ୍ଡଯାତ୍ରା ଆରମ୍ଭ ହୋଇଯାଇଛି। ଏନେଇ ଗାଁଠୁ ସହର ଉତ୍ସବମୁଖର ହୋଇପଡିଛି। ଶତାଧିକ ମାନସିକଧାରୀ ଦଣ୍ଡୁଆ ମା’ଙ୍କ ଦଣ୍ଡଯାତ୍ରାରେ…

ତାରାତାରିଣୀଙ୍କ ଚୈତ୍ର ମଙ୍ଗଳବାର ଯାତ୍ରାର ସମୀକ୍ଷା କଲେ ଜିଲାପାଳ: ନିର୍ବାହୀ ଅଧିକାରୀ ବିନୋଦ ବେହେରା ସମ୍ବର୍ଦ୍ଧିତ

ପୁରୁଷୋତ୍ତମପୁର, ୨।୪ (ସବିତା ମିଶ୍ର): ଗଞ୍ଜାମ ଜିଲାର ପ୍ରସିଦ୍ଧ ଶକ୍ତିପୀଠ ମା’ ତାରାତାରିଣୀଙ୍କ ଚୈତ୍ର ମଙ୍ଗଳବାର ଯାତ୍ରା ଚଳିତ ବର୍ଷ ଅତ୍ୟନ୍ତ ଶାନ୍ତିଶୃଙ୍ଖଳାର ସହ ସମାପ୍ତ ହୋଇଛି।…

ଘୁମୁସର ଉତ୍ତର ବନଖଣ୍ଡରେ ହାତୀ ଓ ଜଙ୍ଗଲ ନିଆଁ ସୁରକ୍ଷା ଚିନ୍ତା: କର୍ମଚାରୀ ଅଭାବ, ଅଧିକ…

ଭଞ୍ଜନଗର,୨।୪(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡରେ ହାତୀ ସମେତ ବିଭିନ୍ନ ପ୍ରାଣୀ ନିର୍ଦ୍ଧିଷ୍ଟ ଅଞ୍ଚଳ ମଧ୍ୟରେ ଅଧିକାଂଶ ସମୟ ବସବାସ କରନ୍ତି। ତେଣୁ ସେମାନଙ୍କ…

୨୫ ଫୁଟ ଉଚ୍ଚ ପାଣି ଟାଙ୍କିରେ ଚଢ଼ିଗଲେ ଛାତ୍ର, ସୁରକ୍ଷାକୁ ନେଇ ବଢ଼ିଲା ଚିନ୍ତା

ଖଜୁରିପଡ଼ା,୨ା୪(ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ପିରିକୁଡ଼ି ସରକାରୀ ଉଚ୍ଚ ବିଦ୍ୟାଳୟରେ ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଶତାଧିକ ଛାତ୍ରୀଛାତ୍ର ହଷ୍ଟେଲରେ ରହି ପାଠପଢୁଥିବା ବେଳେ ସେମାନଙ୍କ ସୁରକ୍ଷାକୁ…

ଟ୍ରେନ୍ ଯାତ୍ରୀଙ୍କ ପାଇଁ IRCTC ର ‘ଡିଜିଟାଲ୍ ଢାବା’: ଏବେ ଗୋଟିଏ କ୍ଲିକରେ ସିଟ୍‌ରେ ପହଞ୍ଚିବ ଗରମାଗରମ ଖାଦ୍ୟ! ଜାଣନ୍ତୁ କେମିତି…

ନୂଆଦିଲ୍ଲୀ,୨।୪: ଭାରତୀୟ ରେଳରେ ଯାତ୍ରା କରୁଥିବା ଯାତ୍ରୀଙ୍କ ପାଇଁ ଏକ ବଡ଼ ସୁବିଧା ନେଇ ଆସିଛି IRCTC। ଏବେ ମେଲ କିମ୍ବା ଏକ୍ସପ୍ରେସ ଟ୍ରେନରେ ଯାତ୍ରା ସମୟରେ…

ହର୍ମୁଜ୍ ପ୍ରଣାଳୀ ନେଇ ଇରାନର ବଡ଼ ଘୋଷଣା, ଆମର ଭାରତୀୟ ବନ୍ଧୁମାନେ ସୁରକ୍ଷିତ…..

ନୂଆଦିଲ୍ଲୀ,୨ା୪: ପଶ୍ଚିମ ଏସିଆରେ ଚାଲିଥିବା ବିବାଦ ମଧ୍ୟରେ, ଇରାନ ଭାରତ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛି। ଇରାନ କହିଛି ଯେ ଏହାର ଭାରତୀୟ ବନ୍ଧୁମାନଙ୍କୁ…

୨୦୨୬ ଆଇପିଏଲରେ ଖେଳିବା ପାଇଁ କୋର୍ଟଙ୍କ ଦ୍ୱାରସ୍ଥ ହେଲେ RCB ବୋଲର, ପୂରା ଘଟଣା ଜାଣିଲେ…

ନୂଆଦିଲ୍ଲୀ,୨।୪: IPL ୨୦୨୬ ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ଖବର ସାମ୍ନାକୁ ଆସିଛି। ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB)ର ଶ୍ରୀଲଙ୍କାର ଦ୍ରୁତ ବୋଲର ନୁୱାନ ତୁଷାରା IPL ୨୦୨୬…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri