କଟକ ସିରିଏଲ୍‌ ହତ୍ୟା ଘଟଣାରେ ଗୃହସଚିବଙ୍କୁ ନୋଟିସ:କ’ଣ ପଦକ୍ଷେପ ନେଇଛ ଜଣାଅ: ହାଇକୋର୍ଟ

କଟକ ଅଫିସ, ୨୪।୯: କଟକ ସିରିଏଲ୍‌ ହତ୍ୟା ଘଟଣାରେ ସୋମବାର ହାଇକୋର୍ଟ ରାଜ୍ୟ ଗୃହ ସଚିବଙ୍କୁ ନୋଟିସ୍‌ ଜାରି କରିଛନ୍ତି। ଏହି ଘଟଣାରେ ଗିରଫ ହୋଇଥିବା ଅଭିଯୁକ୍ତ ନାରାୟଣ ସାହୁଙ୍କ ସ୍ତ୍ରୀ ଗୀତାଞ୍ଜଳିଙ୍କ ପକ୍ଷରୁ ସିସିଟିଭି ଫୁଟେଜ ଜବତ ପାଇଁ ଆବେଦନ କରାଯାଇଥିଲା। ଏହି ଆବେଦନର ଶୁଣାଣି କରି ବିଚାରପତି ଶତ୍ରୁଘ୍ନ ପୂଜାହାରୀଙ୍କ ଖଣ୍ଡପୀଠ ଗୃହ ସଚିବଙ୍କୁ ଆସନ୍ତା ଶୁକ୍ରବାର ସୁଦ୍ଧା ସିସିଟିଭି ଫୁଟେଜ ଜବତ ପାଇଁ କ’ଣ ପଦକ୍ଷେପ ନିଆଯାଇଛି ତାହାର ରିପୋର୍ଟ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।
ମାମଲାର ବିବରଣୀରୁ ପ୍ରକାଶ, ଗତ ଜୁଲାଇ ୨୪ରେ କଟକ ସହରରେ ୩ଜଣ ବ୍ୟକ୍ତିଙ୍କୁ ଗଳାକାଟି ହତ୍ୟା କରାଯାଇଥିଲା। ଏହି ମାମଲାରେ କମିଶନରେଟ୍‌ ପୋଲିସ ନୟାଗଡ଼ ଅଞ୍ଚଳର ନାରାୟଣ ସାହୁଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିଲା। ନାରାୟଣ ଓଏମ୍‌ପି ଅଞ୍ଚଳରେ ଘଟିଥିବା ଦୁଇଟି ହତ୍ୟାକାଣ୍ଡରେ ସମ୍ପୃକ୍ତି ଥିବା ପୋଲିସ କହିଥିଲା। ତେବେ ସ୍ବାମୀଙ୍କୁ ନିର୍ଦ୍ଦୋଷ ଦର୍ଶାଇ ଗୀତାଞ୍ଜଳି କଟକ ଜିଲା ଦୌରା ଜଜ୍‌ଙ୍କ କୋର୍ଟରେ ଆବେଦନ କରିଥିଲେ। ଜିଲା ଦୌରାଜଜ୍‌ ଏହି ମାମଲାକୁ ଖାରଜ କରି ଦେଇଥିବାବେଳେ ଗୀତାଞ୍ଜଳି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ହାଇକୋର୍ଟରେ ସିଆରଏଲ୍‌ଏମ୍‌ସି ୨୩୧୧/୨୦୧୯ରେ ଏହି ମାମଲା ରୁଜୁ ହୋଇଛି। ହତ୍ୟାକାଣ୍ଡ ଦିନ ନାରାୟଣ ନୟାଗଡ଼ର ସୁନାମୁହିଁରେ ଥିଲେ। ତେଣୁ ଏହିଠାରେ ଥିବା ଏକ ବ୍ୟାଙ୍କର ସିସିଟିଭିରେ ନାରାୟଣ ଚାଲବୁଲ କରୁଥିବାର ଦୃଶ୍ୟ ରହିଥିଲା। ଏହା ପୂର୍ବଦିନ ନାରାୟଣ ଭୁବନେଶ୍ୱର ସାଲିଆସାହି ଅଞ୍ଚଳରେ ତାଙ୍କ ଭଉଣୀ ଘରେ ଥିଲେ। ତେଣୁ ସାଲିଆସାହି ସ୍ଥିତ ଏକ ମଦ ଦୋକାନ ଏବଂ ସୁନାମୁହିଁ ବ୍ୟାଙ୍କର ସିସିଟିଭି ଫୁଟେଜକୁ ଜବତ କରାଯାଉ ବୋଲି ଗୀତାଞ୍ଜଳି ଆବେଦନରେ ଦର୍ଶାଇଥିଲେ। ଗୀତାଞ୍ଜଳିଙ୍କ ପକ୍ଷରୁ ଆଇନଜୀବୀ ବ୍ୟୋମକେଶ ତ୍ରିପାଠୀ ମାମଲା ପରିଚାଳନା କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କରୋନା ଟାଣିଛି ଲକ୍ଷ୍ମଣରେଖା: କାଳିଆ ଦର୍ଶନ ପାଇଁ ବ୍ୟାକୁଳ ଭକ୍ତ

ପୁରୀ ଅଫିସ,୧୯।୪: କରୋନା ଟାଣିଛି ଲକ୍ଷ୍ମଣ ରେଖା। ସିଂହଦ୍ୱାର ଡେଇଁ ଶ୍ରୀମନ୍ଦିରକୁ ଯାଇପାରୁନାହାନ୍ତି ଭକ୍ତ। ଗତ ମାସ ୨୦ ତାରିଖରୁ ଭକ୍ତଙ୍କ ଦର୍ଶନ ବନ୍ଦ ରହିଛି।...

ବାଇକ୍‌ ଦୁର୍ଘଟଣାରେ ଗଲା ୨ ଜୀବନ

ବଡ଼ଗାଁ, ୯।୯(ଡି.ଏନ୍‌.ଏ.): ସୁନ୍ଦରଗଡ଼ ଜିଲା ବଡ଼ଗାଁ ଥାନା ଅଧୀନ କଣ୍ଟିଆମୁରା ଗାଁ ନିକଟ ୧୦ ନମ୍ବର ରାଜପଥରେ ଦୁର୍ଘଟଣା ଘଟିଛି। ଦୁଇ ବାଇକ୍‌ ମଧ୍ୟରେ ଧକ୍କା...

ଗୋରୁଙ୍କଠାରେ ବ୍ୟାପୁଛି ଚର୍ମବିଣ୍ଡି ରୋଗ

ଯାଆଁଳା ,୨୦ା୧(ଡି.ଏନ୍‌.ଏ.): ଜଟଣୀ ବ୍ଲକ ଅନ୍ତର୍ଗତ ଯାଆଁଳା ପଞ୍ଚାୟତରେ ଗୋରୁଙ୍କ ଠାରେ ଚର୍ମବିଣ୍ଡି ରୋଗ ବ୍ୟାପିବାରେ ଲାଗିଛି। ଏହାର ପ୍ରତିକାର ପାଇଁ ସ୍ଥାନୀୟ ପ୍ରାଣୀ ଚିକିତ୍ସା...

ଆର୍ଥିକ ସଙ୍କଟ ଓ ଘରୋଇକରଣ ବିରୋଧରେ ବାମପନ୍ଥୀଙ୍କ ମିଳିତ ପ୍ରତିବାଦ: ଜିଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଗଣଧାରଣା

ବାରିପଦା ଅଫିସ,୧୬ା୧୦- ବାମପନ୍ଥୀ ଦଳ ସିପିଆଇ ଓ ସିପିଆଇ(ଏମ) ପକ୍ଷରୁ କେନ୍ଦ୍ର ନେତୃତ୍ୱାଧୀନ ଭାଜପା ସରକାରଙ୍କ ଭୁଲ ଓ ବିପଜ୍ଜନକ ନୀତି ଯୋଗୁ ଦେଶରେ ଚରମ...

ଅଙ୍ଗନୱାଡି ଛାତରୁ ପ୍ଲାଷ୍ଟର ଖସି ୩ ଛାତ୍ରୀଛାତ୍ର ଆହତ

ବାରିପଦା ଅଫିସ,୨୪ା୨: ମୟୂରଭଞ୍ଜ ଜିଲା ରାସଗୋବିନ୍ଦପୁର ବ୍ଳକ ସାରମୁଳା ପଞ୍ଚାୟତ ଗୋବରା ଅଙ୍ଗନୱାଡି କେନ୍ଦ୍ରର ଛାତରୁ ପ୍ଲାଷ୍ଟର ଖସି ୩ ଛାତ୍ରୀଛାତ୍ର ଆହତ ହୋଇଛନ୍ତି। ଚିକିତ୍ସା...

କ୍ଷତିରେ ଯାତ୍ରୀ ପରିବହନ: ଚିନ୍ତାରେ ମାଲିକ

ଭୁବନେଶ୍ୱର,୨୧।୯(ବ୍ୟୁରୋ): କରୋନା ପ୍ରଭାବରୁ ବର୍ତ୍ତିପାରୁନି ଯାତ୍ରୀ ପରିବହନ ସେବା। ବସ୍‌ ଠାରୁ ଆରମ୍ଭ କରି ଟ୍ୟାକ୍ସି ଏବଂ ଅଟୋ ଭଳି ଯାତ୍ରୀବାହୀ ଯାନ କରୋନା ସଂକ୍ରମଣ...

ହସ୍ତାନ୍ତର ହେଉ ଅବ୍ୟବହୃତ ସ୍କୁଲ ଗୃହ

ବନ୍ତ,୨୯ ।୪(ଡି.ଏନ.ଏ./ସ୍ବ.ପ୍ର.): ଭଦ୍ରକ ଜିଲା ବନ୍ତ ବ୍ଲକ ଗୋପୀନାଥପୁର ପଞ୍ଚାୟତର ଅବ୍ୟବହୃତ ଅମରସିଂହପୁର ପ୍ରାଥମିକ ବିଦ୍ୟାଳୟ ଗୃହକୁ ହସ୍ତାନ୍ତର କରିବା ପାଇଁ ଆଞ୍ଚଳିକ ମଞ୍ଚ ପକ୍ଷରୁ...

ବିରୋଧୀଦଳ ନେତା ହେବା ନେଇ ପ୍ରଦୀପ୍ତଙ୍କୁ ସମ୍ବର୍ଦ୍ଧନା

ଭବାନୀପାଟଣା,୧୪।୮(ଡି.ଏନ୍‌.ଏ.): ଭବାନୀପାଟଣା ଭାଜପା ବିଧାୟକ ପ୍ରଦୀପ୍ତ କୁମାର ନାଏକ ବିରୋଧୀ ଦଳର ନେତା ହେବା ପରେ ପ୍ରଥମକରି କଳାହାଣ୍ଡି ଗସ୍ତରେ ଆସିଛନ୍ତି। ଏ ନେଇ କେସିଙ୍ଗା...

Advertisement
Archives

Model This Week