କଟକ ପାଇବ ନୂଆ ରୂପ

କଟକ ଅଫିସ, ୨୪।୧ :ନୂଆ ରୂପ ନେବ କଟକ। ଅନେକ ଐତିହାସିକ ସ୍ମୃତି ବହନ କରୁଛି ଏହି ସହର। ତେଣୁ ଏହାର ସମୁଚିତ ବିକାଶ ସମସ୍ତଙ୍କର ମିଳିତ ଦାୟିତ୍ୱ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି। କଟକ ସହରର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ସହରବାସୀଙ୍କ ସହଯୋଗ କାମନା କରିଛନ୍ତି। ସହର ପାଇଁ ଏକ ବିଧିବଦ୍ଧ ପ୍ଲାନ୍‌ କରାଯିବ। ଏଥିରେ ରାସ୍ତାଘାଟର ପ୍ରଶସ୍ତୀକରଣ, ମୁକ୍ତ ପରିବେଶ, ଉଦ୍ୟାନ ଏବଂ ସବୁଜିମା ସହିତ ଅତ୍ୟାଧୁନିକ ଭିତ୍ତିଭୂମିର ବିକାଶ କରାଯାଇ କଟକ ସହରକୁ ନୂଆ ରୂପ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
ଗୁରୁବାର ମୁଖ୍ୟମନ୍ତ୍ରୀ କଟକ ଗସ୍ତରେ ଆସି ମାତାମଠ ନିକଟରେ ମହାନଦୀ କୂଳ (ହାଡ଼ିଆପଠା) ବୁଲି ଦେଖିବା ସହିତ ବିକାଶମୂଳକ କାର୍ଯ୍ୟର ସମୀକ୍ଷା କରିଥିଲେ। ସହରର ଟ୍ରାଫିକ ସମସ୍ୟା ଦୂର ପାଇଁ ରିଂ ରୋଡ୍‌କୁ ୬ ଲେନ୍‌ ବିଶିଷ୍ଟ କରାଯିବା ସହ ଏସ୍‌ସିବି ମେଡିକାଲ କଲେଜର ଉନ୍ନତୀକରଣ ଓ ସମ୍ପ୍ରସାରଣ କାର୍ଯ୍ୟ ଆସନ୍ତା ମାର୍ଚ୍ଚରୁ ଆରମ୍ଭ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ସେ କହିଛନ୍ତି, କଟକ ସହର ଦେଇ ମହାନଦୀ ପ୍ରବାହିତ ହେଉଛି। ମହାନଦୀ ହେଉଛି ଓଡ଼ିଶାର ଜୀବନରେଖା। ମହାନଦୀର ପୁନରୁଦ୍ଧାର ଜମିରୁ କଟକ ସହରରେ ମୁକ୍ତ ପରିବେଶ ସହିତ ରିଭର ଫ୍ରଣ୍ଟର ବିକାଶ କରାଯାଇ ପର୍ଯ୍ୟଟନ ପାଇଁ ସୁଯୋଗ ସୃଷ୍ଟି କରାଯିବ। ପୁନରୁଦ୍ଧାର ହୋଇଥିବା ୪୨୧ ଏକର ପରିମିତ ଜମିର ପ୍ରତିଟି ଇଞ୍ଚକୁ ସହରବାସୀଙ୍କ ସୁବିଧା ଓ ମୌଳିକ ଆବଶ୍ୟକତା ପୂରଣ ପାଇଁ ବିନିଯୋଗ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। କ୍ରୀଡ଼ାଠାରୁ ଆରମ୍ଭକରି ସାଂସ୍କୃତିକ ତଥା ଅବସର ବିନୋଦନ ଏବଂ ପରିବେଶର ଉନ୍ନତି ନିମନ୍ତେ ଏଠାରେ ପଦକ୍ଷେପ ନିଆଯିବ। ଏହି ଜମିର ଅଧିକାଂଶ ଅଞ୍ଚଳ ସବୁଜିମା ସୃଷ୍ଟି ପାଇଁ ବିନିଯୋଗ କରାଯିବ। କଟକ ସହର ପାଇଁ ଏହିସବୁ ଯୋଜନା ନିମନ୍ତେ ଅଭିଜ୍ଞ ସହରାଞ୍ଚଳ ପ୍ରସ୍ତୁତିକାରୀଙ୍କୁ ନିୟୋଜିତ କରାଯିବ। ସହରର ବିକାଶରେ ଜନସାଧାରଣଙ୍କ ଅବଦାନକୁ ଗୁରୁତ୍ୱ ଦେବା ନିମନ୍ତେ ଜନସାଧାରଣଙ୍କ ମତାମତକୁ ଗ୍ରହଣ କରାଯାଇ ଚୂଡ଼ାନ୍ତ ଯୋଜନା ପ୍ରସ୍ତୁତ କରାଯିବ। କଟକ ସହରର ବିକାଶ ପ୍ରକଳ୍ପ ପାଇଁ ରାଜ୍ୟ ସରକାର ଆବଶ୍ୟକ ଆର୍ଥିକ ସମ୍ବଳ ଯୋଗାଇ ଦେବେ। ସୂଚନାଥାଉ କି, ମହାନଦୀର ହାଡିଆପଠାରୁ ଚିହ୍ନଟ ୪୨୧ ଏକର ଜମିରେ ଗୁଜରାଟର ସାବରମତି ଢାଞ୍ଚାରେ ବାଲିଯାତ୍ରା ରିଭର
ଫ୍ରଣ୍ଟ (ବର୍‌ଫି) ପ୍ରକଳ୍ପ କରାଯିବ। ଏଥିନିମନ୍ତେ ନକ୍ସା ପ୍ରସ୍ତୁତ ହୋଇସାରିଛି। ମୁଖ୍ୟମନ୍ତ୍ରୀଙ୍କ ସହିତ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ, ପ୍ରତାପ ଜେନା, ୫-ଟି ସଚିବ ଭି.କେ. ପାଣ୍ଡିଆନ, ପୂର୍ତ୍ତ ସଚିବ କ୍ରିଷନ କୁମାର, ଆର୍‌ଡିସି ଅନିଲ କୁମାର ସାମଲ ଓ ଜିଲାପାଳ ଭବାନୀ ଶଙ୍କର ଚୟନୀ ପ୍ରମୁଖ ଉପସ୍ଥିତ ଥିଲେ।
ଏଥିରେ କଟକ ଜିଲାର ବିଧାୟକ ଓ ସରକାରୀ ଅଧିକାରୀମାନେ ମଧ୍ୟ ଯୋଗଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଜେଲରେ ୨ ବିରୋଧୀ ଗୋଷ୍ଠୀ ମଧ୍ୟରେ ସଂଘର୍ଷ: ୨୫ ମୃତ

କଲମ୍ବୋ,୬ା୭(ପି.ଟି.):ଶ୍ରୀଲଙ୍କାର ପଶ୍ଚିମ ଉପକୂଳ ସହର ନେଗୋମ୍ବୋରସ୍ଥିତ ଏକ ଜେଲରେ ସଂଘର୍ଷ ଘଟି ୨୫ ଜଣଙ୍କ ମୃତ୍ୟୁ ଘଟିଥିବା କର୍ତ୍ତୃପକ୍ଷ ସୋମବାର କହିଛନ୍ତି। ସାମର୍ଥ୍ୟଠାରୁ ଅଧିକ ବନ୍ଦୀ ରହିଥିବା…

ଇନ୍ଦ୍ରାବତୀ ଜଳ ଭଣ୍ଡାରରୁ ମିଳିଲା ୨୭ କେଜିର ଭାକୁର

ଭବାନୀପାଟଣା,୬।୭(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାର ଇନ୍ଦ୍ରାବତୀ ବତୀ ଜଳ ଭଣ୍ଡାର କେବଳ ଜଳସେଚନ କି ବିଦ୍ୟୁତ ଉତ୍ପାଦନ ପାଇଁ ନୁହେଁ ବରଂ ମାଛ ଉତ୍ପାଦନ ପାଇଁ…

ଯୁବକଙ୍କୁ ଆକ୍ରମଣ ମାମଲା: ଜେଲ୍‌ ଗଲେ ଅଭିଯୁକ୍ତ

ରିଷିଡା,୬।୭(ସୁଶାନ୍ତ ମଲ୍ଲିକ): କର୍ଲାମୁଣ୍ଡା ବ୍ଲକ ଅନ୍ତର୍ଗତ ରିଷିଡା ଫାଣ୍ଡି ଅଧୀନ ବଡଡୁଙ୍ଗୁରୀଗୁଡା ଗ୍ରାମରେ ରବିବାର ଅପରାହ୍ନରେ ଘଟିଥିବା ଏକ ମରଣାନ୍ତକ ଆକ୍ରମଣ ଘଟଣାରେ ଜଣେ ଯୁବକଙ୍କୁ ପୋଲିସ…

ନୀରବ ମୋଦିଙ୍କ ଭାରତ ଫେରିବା ପାଇଁ ପଥ ପରିଷ୍କାର: ହାରିଗଲେ ଶେଷ ଆଇନଗତ ଲଢ଼େଇ

ନୂଆଦିଲ୍ଲୀ,୬।୭: ପଳାତକ ଭାରତୀୟ ହୀରା ବ୍ୟବସାୟୀ ନୀରବ ମୋଦିଙ୍କ ଭାରତ ଫେରିବା ପାଇଁ ପଥ ପରିଷ୍କାର ହୋଇଛି। ସେ ୟୁରୋପୀୟ କୋର୍ଟରେ ତାଙ୍କର ଶେଷ ଆଇନଗତ ଲଢ଼େଇ…

ପ୍ରଦୂଷଣ ନିୟନ୍ତ୍ରଣ ଆଇନ ଅବମାନନା: ସିଲ ହେଲା ୩ ହୋଟେଲ, କଲ୍ୟାଣ ମଣ୍ଡପ

ବରଗଡ଼,୬।୭(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହରରେ ରହିଥିବା ବିଭିନ୍ନ ହୋଟେଲ, କଲ୍ୟାଣ ମଣ୍ଡପ ଗୁଡ଼ିକ ସହରକୁ ପ୍ରଦୂଷଣ କରୁଥିବା ଅଭିଯୋଗ ହୋଇଛି। ଏପରିକି ସେମାନେ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର…

ବାହାଘରକୁ ଭଙ୍ଗା ପୋଲ ଅଡ଼ୁଆ: ବହୁଛି ୭ ଫୁଟ ପାଣି

ଭେଡେନ,୬।୭(ହୃଷୀକେଶ ଖମାରୀ): ବରଗଡ଼ ଜିଲାରେ ବର୍ଷା ଥମିବାର ନାଁ ନେଉ ନାହିଁ। ଅଧିକରୁ ଅଧିକ ବର୍ଷା ହେଉଥିବା ଯୋଗୁ ବିଭିନ୍ନ ନଦୀ, ନାଳର ଜଳସ୍ରୋତ ବୃଦ୍ଧି ପାଇଛି।…

ସମୁଦ୍ରଜଳରେ ଲୀନ ହୋଇଯିବ ତାମ୍ପରା ହ୍ରଦ: ଛତ୍ରପୁର ସହରକୁ ଘାରିବ ବିପଦ

ଛତ୍ରପୁର,୬।୭(ଦିଲ୍ଲୀପ ସାମଲ): ବଙ୍ଗୋପସାଗର ଗଞ୍ଜାମ ଜିଲାର ବିଭିନ୍ନ କୂଳକୁ ଅତିକ୍ରମ କରିବା ଘଟଣା ଗଣମାଧ୍ୟମରେ ଚର୍ଚ୍ଚା ଜୋର୍‌ ଧରିଛି। ଆଉ ଅନ୍ୟପଟେ ଛତ୍ରପୁର ପୌରପରିଷଦର ଜୀବନରକ୍ଷା କରୁଥିବା…

ପୋଖରୀକୁ ଗାଧୋଇବାକୁ ଯାଇଥିଲେ ସୁନାମ: ହଠାତ୍‌ ଘଟିଗଲା…

ଦିଗପହଣ୍ଡି,୬।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ କଇଠଖଣ୍ଡି ପଞ୍ଚାୟତ ପେଣ୍ଡୁରାବାଡି ଗ୍ରାମର ଶ୍ରୀ ରଘୁନାଥ ମନ୍ଦିର ନିକଟସ୍ଥ ଏକ ପୋଖରୀରେ ବୁଡି ଜଣେ ବୃଦ୍ଧଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri