Posted inଖେଳ

କଟକରେ ହେବ ଏସୀୟ ସିନିୟର କୁସ୍ତି

କଟକ ଅଫିସ,୧୨ା୧୧-
ଓଡ଼ିଶାକୁ ମିଳିଛି ଆଉ ଏକ ଅନ୍ତର୍ଜାତୀୟ ସ୍ତରୀୟ କ୍ରୀଡ଼ା ଆୟୋଜନର ସୁଯୋଗ। ୨୦୨୦ ଫେବୃୟାରୀ ୧୮ରୁ ୨୩ ପର୍ଯ୍ୟନ୍ତ କଟକର ଜବାହରଲାଲ ନେହେରୁ ଇନଡୋର ଷ୍ଟାଡିୟମରେ ଏସୀୟ ସିନିୟର କୁସ୍ତି ଚାମ୍ପିୟନଶିପ ଅନୁଷ୍ଠିତ ହେବ। ବିଶ୍ୱ କୁସ୍ତି ମହାସଂଘ ଓ ଭାରତୀୟ କୁସ୍ତି ମହାସଂଘର ସଦସ୍ୟମାନେ ସୋମବାର ଭିତ୍ତିଭୂମି ଓ ସୁବିଧା ସୁଯୋଗ ଅନୁଧ୍ୟାନ କରି ଫେରିଛନ୍ତି। ଏଥିରେ ବିଶ୍ୱ କୁସ୍ତି ମହାସଂଘ ମ୍ୟାନେଜର ରାମିଲ ଅହମ୍ମଦ, ମହାସଂଘର କମର୍ସିଆଲ ପାର୍ଟନର ଆଶିଷ ଚଢ଼ାଙ୍କ ସମେତ ଭାରତୀୟ କୁସ୍ତି ମହାସଂଘ ଓ ରାଜ୍ୟ ସଂଘର ସଦସ୍ୟ ସାମିଲ ଥିଲେ ।
ଲଗାତର ଓଡ଼ିଶାରେ ବିଶ୍ୱସ୍ତରୀୟ କ୍ରୀଡ଼ା ଆୟୋଜନ କରାଯାଉଛି । ନିକଟ ଅତୀତରେ କଟକର ଜବାହରଲାଲ ନେହେରୁ ଇନଡୋର ଷ୍ଟାଡିୟମରେ ରାଜ୍ୟଗୋଷ୍ଠୀ ଟେବୁଲ ଟେନିସ ସଫଳତାର ସହ ଆୟୋଜନ ହୋଇଥିଲା। ଏହି ଷ୍ଟାଡିୟମରେ ସିନିୟର ଏସୀୟ କୁସ୍ତି ଟୁର୍ନାମେଣ୍ଟ ହେବାକୁ ସ୍ଥିର କରାଯାଇଛି। ଏସୀୟ କୁସ୍ତିର ଆଗାମୀ ସଂସ୍କରଣ ଭାରତରେ କରାଯିବାକୁ ନିଷ୍ପତ୍ତି ହୋଇଥିଲା। ଏହି ପରିପ୍ରେକ୍ଷୀରେ ଓଡ଼ିଶାରେ ଉକ୍ତ ଟୁର୍ନାମେଣ୍ଟ କରାଯିବାକୁ ରାଜି ହୋଇଥିଲା ଭାରତୀୟ କୁସ୍ତି ମହାସଂଘ। ବାରବାଟୀ ଷ୍ଟାଡିୟମ ପରିସରସ୍ଥିତ ସଚିନ ତେନ୍ଦୁଲକର ଇନଡୋର ହଲକୁ ଅଭ୍ୟାସ ନିମନ୍ତେ ବ୍ୟବହାର କରାଯିବ। ସାମୂଦ୍ରିକ ଝଡ଼ ଫନୀ ପ୍ରଭାବରେ ଏହି ଷ୍ଟାଡିୟମ କ୍ଷତିଗ୍ରସ୍ତ ହୋଇଥିଲେ ମଧ୍ୟ ରାଜ୍ୟଗୋଷ୍ଠୀ ଟିଟି ପୂର୍ବରୁ ଏହାକୁ ରାଜ୍ୟ ସରକାର ମରାମତି କରି ଦେଇଛନ୍ତି। ଏହାଛଡ଼ା ଏବେ ଏହି ଷ୍ଟାଡିୟମରେ ଅତ୍ୟାଧୁନିକ ବ୍ୟବସ୍ଥା କରାଯାଇଛି। ଏଣୁ


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଲକ୍ଷ୍ନୌକୁ ହରାଇଲା ଗୁଜରାଟ

ଲକ୍ଷ୍ନୌ,୧୨ା୪: ପ୍ରସିଦ୍ଧ କ୍ରିଷ୍ଣାଙ୍କ ଦମ୍‌ଦାର ବୋଲିଂ ବଳରେ ଗୁଜରାଟ ଟାଇଟନ୍ସ ୭ ଉଇକେଟରେ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ(ଏଲ୍‌ଏସ୍‌ଜି)କୁ ପରାସ୍ତ କରିଛି। ଏହା ଗୁଜରାଟର ୪ ମ୍ୟାଚ୍‌ରେ ଦ୍ୱିତୀୟ…

ନୀତୀଶ ରାଣାଙ୍କୁ ବଡ଼ ଜରିମାନା, କାହିଁକି ଜାଣନ୍ତୁ…

ଚେନ୍ନାଇ,୧୨ା୪:ଦିଲ୍ଲୀ କ୍ୟାପିଟାଲ୍ସ ବ୍ୟାଟର ନୀତୀଶ ରାଣାଙ୍କୁ ତାଙ୍କ ମ୍ୟାଚ୍‌ ଫି’ର ୨୫ ପ୍ରତିଶତ ଜରିମାନା କରାଯାଇଛି। ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ବିପକ୍ଷ ଇଣ୍ଡିଆନ ପ୍ରିମିୟର ଲିଗ୍‌…

ଭିନ୍ନ ଢଙ୍ଗରେ ଆଶା ଭୋସଲେଙ୍କୁ ଶ୍ରଦ୍ଧାଞ୍ଜଳି ଦେଲା RCB, ସଙ୍ଗୀତ ସବୁବେଳେ….

ନୂଆଦିଲ୍ଲୀ,୧୨ା୪: ‘ମେଲୋଡି କ୍ୱିନ୍’ ଆଶା ଭୋସଲେଙ୍କର ରବିବାର ଦେହାନ୍ତ ହୋଇଛି । ତାଙ୍କ ବିୟୋଗରେ ସମଗ୍ର ଭାରତରେ ଶୋକର ଛାୟା ଖେଳିଯାଇଥିଲା। ତେବେ କ୍ରୀଡା ଜଗତ ମଧ୍ୟ…

ପତ୍ନୀ ନୁହନ୍ତି, ଏ ହେଉଛନ୍ତି ମୋର ଲକି ଚାର୍ମ; ଶତକ ମାରିବା ପରେ ଏମିତି କହି…

ଚେନ୍ନାଇ,୧୨।୪: ଚେନ୍ନାଇର ଐତିହାସିକ ଏମ୍‌.ଏ. ଚିଦାମ୍ବରମ ଷ୍ଟାଡିୟମରେ ଖେଳାଯାଇଥିବା ଆଇପିଏଲ ୨୦୨୬ର ୧୮ତମ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ଚେନ୍ନାଇ ସୁପର କିଙ୍ଗସର ଉଇକେଟ କିପର ବ୍ୟାଟର…

IPL 2026 ରେ ପ୍ରଥମ ବିଜୟ ପରେ ମଧ୍ୟ କାହିଁକି ଲକ୍ଷ ଲକ୍ଷ ଟଙ୍କାର କ୍ଷତି ସହିଲେ ଋତୁରାଜ ଗାୟକୱାଡ? ଜାଣନ୍ତୁ କିଏ ଲଗାଇଲା ଜରିମାନା

ନୂଆଦିଲ୍ଲୀ,୧୨।୪: ଶନିବାର ଅନୁଷ୍ଠିତ ଏକ ମ୍ୟାଚରେ ଚେନ୍ନାଇ ସୁପର କିଙ୍ଗ୍ସ ଦିଲ୍ଲୀ କ୍ୟାପିଟାଲ୍ସକୁ ୨୩ ରନରେ ପରାସ୍ତ କରିଛି। ଏହା ଆଇପିଏଲ ୨୦୨୬ରେ ସିଏସକେର ପ୍ରଥମ ବିଜୟ;…

ଚତୁର୍ଥ ଅମ୍ପାୟାରଙ୍କ ଯୋଗୁ ହାରିଗଲା ଦିଲ୍ଲୀ? ଜିତିଲା ଚେନ୍ନାଇ, ଜୋରଦାର ଯୁକ୍ତିତର୍କ…

ଚେନ୍ନାଇ,୧୨।୪: ଶନିବାର ଚେନ୍ନାଇର ଏମ୍‌.ଏ. ଚିଦାମ୍ବରମ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ଆଇପିଏଲ୍‌ ୨୦୨୬ର ୧୮ତମ ମ୍ୟାଚ୍‌ରେ ଚେନ୍ନାଇ ସୁପର କିଙ୍ଗସ (CSK) ଘରୋଇ ଗ୍ରାଉଣ୍ଡରେ ଦିଲ୍ଲୀ କ୍ୟାପିଟାଲ୍ସ (DC)…

କମ୍‌ବ୍ୟାକ୍‌ ଅଫ୍‌ ସଞ୍ଜୁ: ୪୦୦ ଛକାର ରେକର୍ଡ ସହ ମାରିଲେ ଶତକ, ୫ ବର୍ଷର ଅପେକ୍ଷାରେ…

ଚେନ୍ନାଇ,୧୧।୪: ଆଇପିଏଲ୍‌ ୨୦୨୬ର ୧୮ତମ ମ୍ୟାଚ୍‌ରେ ସଞ୍ଜୁ ସାସମନଙ୍କ ଜବରଦସ୍ତ ପ୍ରଦର୍ଶନ ଦେଖିବାକୁ ମିଳିଛି। ଚେନ୍ନାଇ ସୁପର କିଙ୍ଗସର ଏହି ଉଇକେଟକିପର ବ୍ୟାଟର୍‌ ଚେପକ୍‌ ଷ୍ଟାଡିୟମରେ ଦିଲ୍ଲୀ…

ସଞ୍ଜୁ ସାମସନଙ୍କ ବିସ୍ଫୋରକ ଶତକ: ଦିଲ୍ଲୀ ଆଗରେ ୨୧୩ ରନର ବିଶାଳ ଟାର୍ଗେଟ

ଚେନ୍ନାଇ,୧୧ା୪: ଚଳିତ ଆଇପିଏଲ୍‌ରେ ଶନିବାର ସନ୍ଧ୍ୟାରେ ଖେଳାଯାଇଥିବା ମ୍ୟାଚ୍‌ରେ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ଓ ଦିଲ୍ଲୀ କ୍ୟାପିଟାଲ୍ସ (ଡିସି) ପରସ୍ପରକୁ ଭେଟିଛନ୍ତି। ପ୍ରଥମେ ବ୍ୟାଟିଂ କରିଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri