କଟକରେ ଗଳାକାଟି ୩ ଜଣଙ୍କୁ ହତ୍ୟା ଘଟଣା: ନାରାୟଣଙ୍କୁ ଫସାଇ ଦେଇଛି ପୋଲିସ

ନୟାଗଡ଼ ଅଫିସ,୧।୮: କଟକ ସହରରେ ଗତ ୨୩ ଓ ୨୪ ତାରିଖରେ ଫୁଟ୍‌ପାଥ୍‌ରେ ଶୋଇଥିବା ୩ ଜଣ ଲୋକଙ୍କ ଗଳାକାଟିି ହତ୍ୟା ଘଟଣା ସାରା ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟିକରିଛି। ଏହି ଘଟଣାରେ ୨୭ ତାରିଖ ବିଳମ୍ବିତ ରାତ୍ରିରେ କଟକ ଓ ଓଡ଼ଗାଁ ପୋଲିସ ମିଳିତ ଭାବେ ନୟାଗଡ଼ ଜିଲା ଓଡ଼ଗାଁ ବ୍ଲ୍ଳକ ସୁନାମୁହିଁ ଗ୍ରାମ ଗୋପୀନାଥପୁର ସାହିରେ ଚଢ଼ାଉ କରି ନାରାୟଣ ସାହୁ ନାମକ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଥିଲେ। ସେ ମାନସିକ ବିକାରଗ୍ରସ୍ତ ବ୍ୟକ୍ତି ହୋଇଥିବା ବେଳେ ଉକ୍ତ ୩ଟି ହତ୍ୟାକାଣ୍ଡରେ ସାମିଲ ଥିବା କଟକ ପୋଲିସ ସୂଚନା ଦେଇଥିଲା। ହେଲେ ବର୍ତ୍ତମାନ ଏହି ଘଟଣା ଭିନ୍ନ ମୋଡ଼ ନେଇଛି।
ନାରାୟଣ ନିର୍ଦ୍ଦୋଷ ଥିବା ବେଳେ ପୋଲିସ ତାଙ୍କୁ ଫସାଇ ଦେଇଥିବା ତାଙ୍କ ପରିବାର ଲୋକ ଅଭିଯୋଗ କରିଛନ୍ତି। ଏ ନେଇ ନାରାୟଣଙ୍କ ସ୍ତ୍ରୀ ଗୀତାଞ୍ଜଳି ସାହୁ, ବାପା ଦୟାନିଧି ସାହୁ ଓ ଗୋପୀନାଥପୁର ସାହିର କେତେକ ଲୋକ ବୁଧବାର ନୟାଗଡ଼ ଏସ୍‌ପିଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଏସ୍‌ପି ଅନୁପସ୍ଥିତ ଥିବାରୁ ପରିବାର ଲୋକେ ଏଏସପିଙ୍କଠାରେ ଅଭିଯୋଗ କରିଛନ୍ତି। ଏଏସ୍‌ପି ଦିଲୀପ ସାହାଣୀ କଟକ ପୋଲିସ ଅଧୀନରେ ଏହି ଘଟଣା ହୋଇଥିବାରୁ ଏ ନେଇ ସେମାନେ କଟକ ପୋଲିସଙ୍କୁ ଜଣାଇବେ ବୋଲି ସୂଚନା ଦେଇଛନ୍ତି।
କହିବାନୁସାରେ ତାଙ୍କ ସ୍ବାମୀ ନିର୍ଦ୍ଦୋଷ । ୨୩ ତାରିଖରେ ନାରାୟଣ ଗ୍ରାମରେ ଥିବା ବେଳେ ପୋଲିସ କିପରି ସେ ହତ୍ୟା କରିଛନ୍ତି ବୋଲି କହୁଛି। ଏହି ଘଟଣାକୁ ନେଇ ସେ ପ୍ରଶ୍ନ କରିବା ସହିତ ପୋଲିସର କାର୍ଯ୍ୟକଳାପ ପ୍ରତି ମଧ୍ୟ ସେ ଅଙ୍ଗୁଳି ଉଠାଇଛନ୍ତି।
ପ୍ରକାଶ ଯେ, ସୁନାମୁହଁ ଗ୍ରାମ ଗୋପୀନାଥପୁର ସାହିର ଦୟାନିଧିଙ୍କ ସାନପୁଅ ହେଉଛନ୍ତି ନାରାୟଣ। ନାରାୟଣ ପ୍ରାୟ ୨୦ ବର୍ଷ ତଳେ ଗଞ୍ଜାମ ଜିଲା କୁମ୍ପାପଡ଼ା ଅଞ୍ଚଳରେ ଭଡ଼ାରେ ରହି ବୁଲି ବୁଲି ଚୁଡ଼ି ଓ ଚପଲ ବେପାର କରୁଥିଲେ। ୧ ମାର୍ଚ୍ଚ ୨୦୦୬ରେ ନାରାୟଣ ନୟାଗଡ଼ ଜିଲା ନୂଆଗାଁ ବ୍ଲକ ମହିପୁର ଗ୍ରାମର ଗୀତାଞ୍ଜଳିଙ୍କୁ ବିବାହ କରିଥିଲେ। ପରେ ନାରାୟଣ ସ୍ତ୍ରୀ ଗୀତାଞ୍ଜଳିଙ୍କୁ କୁମ୍ପାପଡ଼ା ନେଇ ସେଠାରେ ରହି ବେପାର କରୁଥିଲେ । କିଛି ଦିନ ପରେ ତାଙ୍କର ବେପାର ବଢିବାରେ ଲାଗିଲା। ଫଳରେ ସେ ଟଙ୍କା ସଞ୍ଚୟ କରି ୨୦୦୯ରେ ରୁପା ଜିନିଷ ବିକ୍ରି ଆରମ୍ଭ କରିଥିଲେ। ବିଭିନ୍ନ ଗ୍ରାମ ବୁଲି ରୁପା ଜିନିଷ ବିକ୍ରି କରୁଥିଲେ। ଏହି ସମୟରେ ନାରାୟଣ କୁମ୍ପାପଡ଼ାରେ ଜାଗା କିଣି ୨ ମହଲା ଘର କରିଥିଲେ। ବେପାର ପଇସା ଘର ତିଆରିରେ ଲଗାଇ ଦେଇଥିବାରୁ ପରେ ବେପାର କରିବାରେ ସମସ୍ୟା ଦେଖାଦେଇଥିଲା । ଫଳରେ ନାରାୟଣ କୁମ୍ପାପଡ଼ାର ଜଣେ ବ୍ୟକ୍ତିଙ୍କଠାରୁ ୧ ଲକ୍ଷ ୬୨ ହଜାର ଟଙ୍କା ଧାର ଆଣିଥିଲେ। ହେଲେ ସେ ଟଙ୍କା ଶୁଝି ନ ପାରିବାରୁ ୨୦୧୭ରେ ଟଙ୍କା ଦେଇଥିବା ବ୍ୟକ୍ତିଙ୍କ ପରିବାର ଲୋକ ଉକ୍ତ ଘର ଓ ଜମିକୁ ସେମାନଙ୍କ ନାମରେ ପଟ୍ଟା କରି ନେଇଥିବା ଗୀତାଞ୍ଜଳି ପ୍ରକାଶ କରିଛନ୍ତି। ଏହା ପରେ ନାରାୟଣ କୁମ୍ପାପଡ଼ା ଅଞ୍ଚଳରେ ଭଡ଼ାରେ ରହି ବେପାର କରୁଥିଲେ। ବିଭିନ୍ନ ଆଡୁ ଟଙ୍କା ଧାର ଆଣିଥିବାରୁ ପ୍ରତିଦିନ ଲୋକମାନେ ଟଙ୍କା ମାଗିବା ପାଇଁ ଘରକୁ ଆସନ୍ତି। ଯାହାକୁ ନେଇ ନାରାୟଣ ମାନସିକ ଅଶାନ୍ତିରେ ରହୁଥିଲେ। ଏହା ପରେ ତାଙ୍କର ମାନସିକ ବିକୃତି ଦେଖା ଦେଇଥିଲା। ଫଳରେ ସ୍ତ୍ରୀ ତାଙ୍କ ପୁଅ ଓ ଝିଅଙ୍କୁ ନେଇ ଶ୍ୱଶୁର ଘର ଗୋପୀନାଥପୁର ସାହିକୁ ପଳାଇ ଆସିଥିଲେ। ପରେ ଗୀତାଞ୍ଜଳି ବାପଘର ମହିପୁରକୁ ପିଲାମାନଙ୍କୁ ନେଇ ଚାଲି ଆସିଥିଲେ। ଏବେ ନାରାୟଣଙ୍କ ପୁଅ ଅଷ୍ଟମ ଶ୍ରେଣୀରେ ପଢ଼ୁଥିବା ବେଳେ ଝିଅ ସପ୍ତମ ଶ୍ରେଣୀରେ ପଢ଼ୁଛନ୍ତି।
ନ୍ୟପକ୍ଷେ ଦେଢ଼ବର୍ଷ ତଳେ ନାରାୟଣଙ୍କ କିଛି ସମ୍ପର୍କୀୟ କଟକ ଏସ୍‌ସିବି ମେଡିକାଲ୍‌କୁ ତାଙ୍କୁ ଚିକିତ୍ସା ପାଇଁ ନେଇଥିଲେ। ହେଲେ ସେ ମେଡ଼ିକାଲ୍‌କୁ ନ ଯାଇ ବାରଣ୍ଡାରୁ ଫେରାର ହୋଇଯାଇଥିବା ପରିବାର ଲୋକ ପ୍ରକାଶ କରିଛନ୍ତି। ଏହାପରେ ନାରାୟଣଙ୍କ ପତ୍ତା ମିଳି ନ ଥିଲା। ପରିବାର ଲୋକେ ନାରାୟଣ କଟକ ଓ ଭୁବନେଶ୍ୱର ଅଞ୍ଚଳରେ ବୁଲୁଥିବାର ଖବର ପାଉଥିଲେ। ଗତ ୨୨ ତାରିଖରେ ନାରାୟଣ ଭୁବନେଶ୍ୱରରେ ରହୁଥିବା ଭଉଣୀ ଘରକୁ ଯାଇଥିଲେ। ସେଠାରେ ତାଙ୍କ ଭଉଣୀ ତାଙ୍କୁ ନୂଆ ଶାର୍ଟ ପ୍ୟାଣ୍ଟ କିିଣି ଦେବା ସହିତ ୨୦୦ ଟଙ୍କା ଦେଇଥିଲେ। ୨୩ ତାରିଖ ସନ୍ଧ୍ୟାରେ ନାରାୟଣ ତାଙ୍କ ଗ୍ରାମକୁ ଆସିଥିବା ଗ୍ରାମବାସୀ ପ୍ରକାଶ କରିଛନ୍ତି। ଗ୍ରାମରେ ଚୁପଚାପ ବୁଲୁଥିବା ବେଳେ ୨୭ ତାରିଖ ରାତିରେ ନାରାୟଣଙ୍କୁ ପୋଲିସ ନେଇ ଯାଇଥିବା ତାଙ୍କ ବାପା ଦୟାନିଧି ପ୍ରକାଶ କରିଛନ୍ତି। ସେ ୨୩ ତାରିଖରେ ଗ୍ରାମରେ ଥିବା ବେଳେ ୨୩ ଓ ୨୪ ତାରିଖରେ କିପରି ହତ୍ୟାକାଣ୍ଡ ଘଟାଇଲେ ବୋଲି ପରିବାର ଓ ଗ୍ରାମବାସୀ ପ୍ରଶ୍ନ କରିଛନ୍ତି। ପୋଲିସ ଜାଣିଶୁଣି ନିରୀହ ଲୋକଙ୍କୁ ଫସାଇଥିବା ସେମାନେ ଅଭିଯୋଗ କରିଛନ୍ତି। ତେଣୁ ଉପଯୁକ୍ତ ତଦନ୍ତ ପାଇଁ ବୁଧବାର ପରିବାର ଲୋକ ଓ ଗ୍ରାମବାସୀ ଏସ୍‌ପିଙ୍କ ଦ୍ୱାରସ୍ଥ ହୋଇଥିଲେ। ଅନ୍ୟପକ୍ଷେ ନାରାୟଣ ଗୁଣି କରୁଥିବାରୁ ବଳି ପାଇଁ ଏହିଭଳି ହତ୍ୟା କରିଥିବା ନେଇ ପୋଲିସ ସୂଚନା ଦେଉଥିବା ବେଳେ ଗ୍ରାମବାସୀ ଏହାକୁ ଖଣ୍ଡନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘ତାଙ୍କ ପାଦ ଧୋଇ ସେହି ପାଣି ପିଇବାକୁ ଚାହେଁ’, ପିଏମ ମୋଦିଙ୍କୁ ବିଷ୍ଣୁଙ୍କ ଅବତାର ବୋଲି କହି ଚର୍ଚ୍ଚାରେ ଅଭିନେତା

ନୂଆଦିଲ୍ଲୀ,୧।୮: ଅଭିନେତା ସୁଦେଶ ବେରୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରଶଂସା କରି ଚର୍ଚ୍ଚା ସୃଷ୍ଟି କରିଛନ୍ତି। ସେ ପିଏମ ମୋଦିଙ୍କୁ ଭଗବାନ ବିଷ୍ଣୁଙ୍କ ଅବତାର ବୋଲି ବର୍ଣ୍ଣନା…

ଅଭିଯୋଗର ଗୋଟିଏ ଦିନରେ ରାସ୍ତ ମରାମତି: ସିଟିଜେନ ଫୋରମଙ୍କୁ ଧନ୍ୟବାଦ

କେସିଙ୍ଗା,୧।୮(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲାର କେସିଙ୍ଗା ଓ ବଲାଙ୍ଗିର ଜିଲାର ଟିଟଲାଗଡ଼କୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତାର ତ୍ରିମୂର୍ତ୍ତି ଛକରୁ ତେଲନଦୀ ବ୍ରିଜ ପ୍ରାୟ ୮୦୦ମିଟର ରାସ୍ତାରେ…

ଔଷଧ କିଣିବା ପୂର୍ବରୁ ଜାଣନ୍ତୁ! ଆଜିଠୁ ବଦଳିଲା ୨୩ଟି ମେଡିସିନର ଦାମ୍‌

ନୂଆଦିଲ୍ଲୀ,୧।୮: କେନ୍ଦ୍ର ସରକାର ଆଜି ଅଗଷ୍ଟ ୧ରୁ ଔଷଧର ମୂଲ୍ୟରେ ଏକ ବଡ଼ ପରିବର୍ତ୍ତନ କରିଛନ୍ତି। ୨୨ଟି ଔଷଧ ଏବଂ ଫିକ୍ସଡ ଡୋଜ କମ୍ବିନେସନର ନୂତନ ଖୁଚୁରା…

କୁଲଗାମରେ ଆତଙ୍କବାଦୀ ଆକ୍ରମଣ: ଧର୍ମ ପଚାରି କଲେ ଗୁଳି

ଶ୍ରୀନଗର,୧।୮: ଜମ୍ମୁ-କଶ୍ମୀରର କୁଲଗାମରେ ଶୁକ୍ରବାର ଆତଙ୍କବାଦୀ ଆକ୍ରମଣ ହୋଇଛି। କୁଲଗାମ ଜିଲାର ଏକ ଇଟାଭାଟିରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ୨ ଶ୍ରମିକଙ୍କର ମଧ୍ୟ ମୃତ୍ୟୁ ଘଟିଛି। ଏହି…

ପର୍ବପର୍ବାଣୀ ପୂର୍ବରୁ ବଡ଼ ଝଟକା! ଦୈନନ୍ଦିନ ବ୍ୟବହାରର ସାମଗ୍ରୀ ଉପରେ ମହଙ୍ଗା ମାଡ଼, ବଢିଯିବ ଦାମ୍‌

ନୂଆଦିଲ୍ଲୀ,୧।୮: ବର୍ତ୍ତମାନ ମୌସୁମୀ ଋତୁ ଚାଲିଛି। ଯେପରି ମୌସୁମୀ ବିଦାୟ ନେବ, ଭାରତୀୟମାନେ ପର୍ବପର୍ବାଣୀକୁ ସ୍ବାଗତ କରିବା ପାଇଁ ପ୍ରସ୍ତୁତି ଆରମ୍ଭ କରିଦେବେ। ଘର ରଙ୍ଗ କରିବାଠାରୁ…

ଚେନ୍ନାଇରେ କାମ କରୁଥିବାବେଳେ ଆନନ୍ଦଙ୍କ ମୃତ୍ୟୁ, ପରିବାର ଲୋକଙ୍କୁ ଭେଟି ଆର୍ଥିକ ସହାୟତା ଦେଲେ ବିଧାୟକ

ଗଞ୍ଜାମ,୧।୮(ବିଦ୍ୟାଧର ସାହୁ ): ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକଙ୍କ ମହନତା। ଦିନକୁ ଦିନ ବିଧାୟକ ନାୟକଙ୍କ ଲୋକପ୍ରିୟତା ବୃଦ୍ଧି ପାଉଥିବାବେଳେ ସ୍ଥାନୀୟ ଅଞ୍ଚଳବାସୀଙ୍କ ଆସ୍ଥା ମଧ୍ୟ…

ବ୍ୟବସ୍ଥାଗତ ବିଫଳତା

ଦୃଢ଼ ରାଜନୈତିକ କୌଶଳ ଆପଣାଉଥିବା ସରକାରମାନେ ସାଧାରଣତଃ କଠୋର ଆଇନ ଆଣି ସେସବୁକୁ କଡ଼ାକଡ଼ି ଭାବେ କାର୍ଯ୍ୟକାରୀକରି ସଙ୍କଟର ମୁକାବିଲା କରିଥାନ୍ତି। ଏଭଳି ସ୍ଥିତିରେ ବେଳେବେଳେ ପ୍ରଯୁକ୍ତି…

ନୂଆ ମାସ, ନୂଆ ନିୟମ! ଅଗଷ୍ଟ ୧ରୁ ବଦଳିଲା ଅନେକ ବ୍ୟବସ୍ଥା, ଜାଣନ୍ତୁ କ’ଣ କ’ଣ…

ନୂଆଦିଲ୍ଲୀ,୧।୮: ପ୍ରତି ମାସର ପ୍ରଥମ ଦିନ ପରି ଅଗଷ୍ଟ ମାସ ମଧ୍ୟ ଏହା ସହିତ କିଛି ପରିବର୍ତ୍ତନ ନେଇ ଆସୁଛି, ଯାହା ଆମର ଏବଂ ଆପଣଙ୍କ ଜୀବନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri