କଂଗ୍ରେସ ଆଣିଲା ସଙ୍ଗିନ ଅଭିଯୋଗ: ‘କ୍ଷତିପୂରଣ ପାଇଁ ଲାଞ୍ଚ ମାଗୁଛନ୍ତି ଅଧିକାରୀ’

ଢେଙ୍କାନାଳ ଅଫିସ, ୭ା୮-ଢେଙ୍କାନାଳ ଦେଇ ଯାଇଥିବା ୫୫ନଂ. ଜାତୀୟ ରାଜପଥ ସମ୍ପ୍ରସାରଣ କାର୍ଯ୍ୟରେ ବ୍ୟାପକ ଅନିୟମିତତା ହେଉଥିବା ଅଭିଯୋଗ ଆଣିଛି ଜିଲା କଂଗ୍ରେସ। କ୍ଷତିପୂରଣ ସମ୍ପର୍କିତ ତଥ୍ୟ ସାର୍ବଜନୀନ କରିବାକୁ ଦାବି କରି ମଙ୍ଗଳବାର ଦଳୀୟ କର୍ମକର୍ତ୍ତା ଜିଲାପାଳଙ୍କୁ ସ୍ମାରକପତ୍ର ଦେଇଛନ୍ତି।
ଅଭିଯୋଗ ଅନୁଯାୟୀ, ୫୫ନଂ. ଜାତୀୟ ରାଜପଥ ଉନ୍ନତୀକରଣ କାର୍ଯ୍ୟରେ ନିୟୋଜିତ ଠିକାସଂସ୍ଥାଠାରୁ ପ୍ରଶାସନିକ ଅଧିକାରୀମାନେ ଅହେତୁକ ଅନୁକମ୍ପା ଗ୍ରହଣ କରୁଛନ୍ତି। ଜାତୀୟ ରାଜପଥ ସମ୍ପ୍ରସାରଣ କାର୍ଯ୍ୟରେ ଜାଗା ଅଧିଗ୍ରହଣ କରାଯାଉଛି। ହେଲେ ଜମି ମାଲିକଙ୍କୁ କ୍ଷତିପୂରଣ ପ୍ରଦାନ ବେଳେ ଅଧିକାରୀମାନେ ଲାଞ୍ଚ ମାଗୁଛନ୍ତି। ଭୂଅର୍ଜନ ବିଭାଗ ଦାୟିତ୍ୱରେ ଥିବା ଅଧିକାରୀ କେଉଁ ପରିସ୍ଥିତିରେ ଠିକାସଂସ୍ଥାର ଗାଡ଼ି ବ୍ୟବହାର କରୁଛନ୍ତି, ସେ ନେଇ ଦଳ ସ୍ପଷ୍ଟୀକରଣ ଲୋଡ଼ିଛି। ସେହିପରି କୋରିଅଁା ଛକରେ ଥିବା ଏକ ସିନେମା ହଲ ରାଜପଥ ଉନ୍ନତୀକରଣରେ ଅଧିଗ୍ରହଣ କରାଯାଉଛି। ଉକ୍ତ ସିନେମା ହଲ୍‌ ମାଲିକଙ୍କ କେଉଁ ପରିବାର ସଦସ୍ୟଙ୍କୁ କ୍ଷତିପୂରଣ ପ୍ରଦାନ କରାଯାଇଛି ତାହାର ସମ୍ପୂର୍ଣ୍ଣ ବିବରଣୀ ଦେବାକୁ ଦଳୀୟ କର୍ମକର୍ତ୍ତା ଦାବି କରିଛନ୍ତି। ଏ ନେଇ ସପ୍ତାହକ ମଧ୍ୟରେ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା, ଆବଶ୍ୟକସ୍ଥଳେ ଭିଜିଲାନ୍ସ ଦ୍ୱାରା ତଦନ୍ତ କରିବାକୁ ଜିଲା କଂଗ୍ରେସ ସଭାପତି ସୁରେଶ ପାଣିଗ୍ରାହୀ, କାର୍ଯ୍ୟକାରୀ ସଭାପତି ସରୋଜ କୁମାର ପଟ୍ଟନାୟକ, ନଗର ସଭାପତି ହାଇଦର ମହମ୍ମଦ, ନିଶାକର ସାହୁ, ରୁଦ୍ର ପ୍ରସାଦ ଶରଣ, ବିନୋଦ ମହାରଣା ପ୍ରମୁଖ ଜିଲାପାଳଙ୍କ ନିକଟରେ ଦାବି କରିଛନ୍ତି। ଏ ନେଇ ଜିଲାପାଳ ଭୂମେଶ ଚନ୍ଦ୍ର ବେହେରା କୁହନ୍ତି, କଂଗ୍ରେସ କର୍ମକର୍ତ୍ତାମାନେ ଅଭିଯୋଗ କରିଛନ୍ତି। ଏହାର ବିଧିବଦ୍ଧ ତଦନ୍ତ କରାଯିବ। ଅନିୟମିତତା ହୋଇଥିଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଓୱାଇସିଙ୍କ ବୟାନକୁ ନେଇ ହଇଚଇ, କହିଲେ ରାତିରେ ଶୋଇବା ପୂର୍ବରୁ ପତ୍ନୀଙ୍କୁ….

ନୂଆଦିଲ୍ଲୀ,୨୨।୯: ରାଜନୈତିକ ପ୍ରସଙ୍ଗରେ ନିଜ ମତ ରଖୁଥିବା AIMIM ମୁଖ୍ୟ ତଥା ହାଇଦ୍ରାବାଦ ଲୋକସଭା ଏମପି ଅସଦୁଦ୍ଦିନ ଓୱାଇସିଙ୍କ ଏକ କାର୍ଯ୍ୟକ୍ରମରେ ଭିନ୍ନ ଅନ୍ଦାଜ ଦେଖିବାକୁ ମିଳିଛି…

ମନ୍ତ୍ରୀଙ୍କୁ ବନ୍ଧୁକ ଦେଖାଇ କରିନେଲେ ଅପହରଣ: ଆଇନଶୃଙ୍ଖଳା ପରିସ୍ଥିତି ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ

ଇସଲାମାବାଦ/ପେଶାୱାର,୨୨।୯: ଆତଙ୍କବାଦକୁ ପ୍ରଶ୍ରୟ ଦେଉଥିବା ପାକିସ୍ତାନରେ ଏବେ ଆଇନଶୃଙ୍ଖଳା ପରିସ୍ଥିତି ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡ଼ିଛି। ନିଜ ଦେଶର ନିର୍ବାଚିତ ଜନପ୍ରତିନିଧି ଏବଂ ମନ୍ତ୍ରୀମାନେ ମଧ୍ୟ ଏବେ ସୁରକ୍ଷିତ…

ଭୋ ଭୋ ହୋଇ କାନ୍ଦିଲେ ଭାଜପା ମନ୍ତ୍ରୀ: ବିଜୟ ସତ୍ତ୍ୱେ…

ଅଲୱର,୨୨।୯: ରାଜସ୍ଥାନର ଅଲୱର ନଗର ନିଗମରେ ଭାଜପାର ବିଜୟ ପରେ ଭାବବିହ୍ବଳ ହୋଇପଡ଼ିଛନ୍ତି ରାଜ୍ୟ କ୍ୟାବିନେଟ ମନ୍ତ୍ରୀ ସଞ୍ଜୟ ଶର୍ମା। ଅଲୱର ନଗର ନିଗମର ଦାୟିତ୍ୱ ତାଙ୍କୁ…

କମାଲ୍‌ କଲେ ୧୩ ବର୍ଷୀୟା ବାଳିକା: ଏସିଆନ ଗେମ୍ସରେ ୨ ସ୍ବର୍ଣ୍ଣ ସହ ମହାରେକର୍ଡ

ନୂଆଦିଲ୍ଲୀ,୨୨।୯: ଯେଉଁ ବୟସରେ ଅଧିକାଂଶ ପିଲା ପାଠପଢ଼ା ଓ ଖେଳର ମୌଳିକ ଅଭ୍ୟାସରେ ବ୍ୟସ୍ତ ରହନ୍ତି, ସେହି ବୟସରେ ଚାଇନାର ୧୩ ବର୍ଷୀୟା ସନ୍ତରଣକାରୀ ୟୁ ଜିଦି…

ଆସିଲା ନୂଆ ସିମ୍ କାର୍ଡ ନିୟମ; ନିଜ ସିମ୍‌ ଅନ୍ୟକୁ ଦେଲେ ଏତିକି ବର୍ଷ ଜେଲ୍‌

ନୂଆଦିଲ୍ଲୀ,୨୨।୯: ସିମ୍ କାର୍ଡକୁ ନେଇ ନୂଆ ନିୟମ ଆସିଛି । ଜଣେ ବ୍ୟକ୍ତିଙ୍କ ନାଁରେ ଚାଲୁଥିବା ସିମ୍‌ରୁ ଯଦି ସାଇବର ଠକେଇ କିମ୍ବା ଅନ୍ୟ କୌଣସି ବେଆଇନ…

ବୈଭବ ସୂର୍ଯ୍ୟବଂଶୀ- ଇଶାନ କିଶନଙ୍କୁ ଆପ୍ୟାୟିତ କରିବାକୁ ପ୍ରସ୍ତୁତ ଜାପାନ

ନୂଆଦିଲ୍ଲୀ,୨୨।୯: ମଙ୍ଗଳବାର ସାନୋ କ୍ଲବ୍ଠାରେ ଭାରତ ଏବଂ ଜାପାନ ମଧ୍ୟରେ ଏକ ଐତିହାସିକ ଟି-୨୦ ଆନ୍ତର୍ଜାତୀୟ ମ୍ୟାଚ ଅନୁଷ୍ଠିତ ହେବାକୁ ଯାଉଛି। ଜାପାନରେ ବିହାରର ଲୋକମାନଙ୍କର ଉଲ୍ଲେଖନୀୟ…

CSKର ମୁଖ୍ୟ କୋଚ ହେବା ପରେ ଆସିଲା ଜାହିର ଖାନଙ୍କ ପ୍ରତିକ୍ରିୟା: କହିଲେ…

ନୂଆଦିଲ୍ଲୀ,୨୨।୯: ଚେନ୍ନାଇ ସୁପର କିଙ୍ଗ୍ସର ମୁଖ୍ୟ କୋଚ ଭାବରେ ନିଯୁକ୍ତ ହେବା ପରେ ଭାରତର ପୂର୍ବତନ ଦ୍ରୁତ ବୋଲର ଜାହିର ଖାନ ନିଜର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି।…

ନିର୍ବାଚନ ପୂର୍ବରୁ ଟ୍ରମ୍ପଙ୍କୁ ବଡ଼ ଝଟକା; ଆମେରିକୀୟ ସର୍ଭେରୁ ସାମ୍ନାକୁ ଆସିଲା ଚକିତ କଲାଭଳି ତଥ୍ୟ

ଓ୍ବାଶିଂଟନ,୨୨।୯: ଆମେରିକା-ଇରାନ ସଂଘର୍ଷ ଏବଂ ମଧ୍ୟ-ପୂର୍ବରେ ଜାରି ରହିଥିବା ଅସ୍ଥିରତା ମଧ୍ୟରେ ଏପରି ଏକ ଖବର ସାମ୍ନାକୁ ଆସିଛି ଯାହା ଡୋନାଲ୍ଡ ଟ୍ରମ୍ପଙ୍କ ପାଇଁ ଦେଶ ଭିତରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?