Posted inଖେଳ

ଓ୍ବାଲର୍‌ଡ ୟୁନିଭର୍ସିଟି ଗେମ୍ସ: ଚାପ ସ୍ଥିତିରେ ସର୍ବଦା ଭଲ ପ୍ରଦର୍ଶନ କରି ଆସିଛି -ଦୂତୀ

ଭୁବନେଶ୍ୱର, ୧୧।୭(କ୍ରୀଡ଼ା ପ୍ରତିନିଧି)- ”ଇଟାଲି ପ୍ରତିଯୋଗିତାରେ ୧୦୦ ମିଟର ପ୍ରତିଦ୍ୱନ୍ଦ୍ୱିତା ବହୁତ ଟପ୍‌ ଥିଲା। ଟାଇମିଂ ଅନୁସାରେ ମୁଁ ୫ ନମ୍ବରରେ ଥିଲି। ୩ ପ୍ରତିଯୋଗି ୧୧ ସେକେଣ୍ଡ, ୧୧.୦୩ ଓ ୧୧.୧୫ ଥିଲେ। ତେଣୁ ପଦକ ଜିତିବା ଆଶା ନ ଥିଲା। ତେବେ ଭଲ ଟାଇମିଂ ଦେବି ବୋଲି ଆଶା ରଖିଥିଲି। ସେହି ଅନୁସାରେ ମୁଁ ହିଟ୍ସରୁ ସେମିଫାଇନାଲରେ ଭଲ ଏବଂ ସେମିଫାଇନାଲରୁ ଫାଇନାଲରେ ଭଲ ଟାଇମିଂ ଦେଇ ସଫଳ ହେଲି। ଖେଳ ଜୀବନର ୧୫ ବର୍ଷର କ୍ୟାରିୟରରେ ପ୍ରଥମଥରପାଇଁ ଏପରି ଏକ ସଫଳତା ପାଇ ମୁଁ ବହୁତ ଖୁସି। ସ୍ବର୍ଣ୍ଣ ପଦକ ପାଇଲି ଏବଂ ବିଶ୍ୱର ନମ୍ବରଓ୍ବାନ ହୋଇ ପାରିଲି। ଏହା ମୋ ପାଇଁ ବହୁତ ବଡ଼ ସଫଳତା“ ବୋଲି ନାପୋଲିଠାରେ ଚାଲିଥିବା ଓ୍ବାଲର୍‌ଡ ୟୁନିଭର୍ସିଟି ଗେମ୍ସର ମହିଳା ୧୦୦ ମିଟରରେ ସ୍ବର୍ଣ୍ଣ ପଦକ ହାସଲ କରିଥିବା ଓଡ଼ିଶାର ଦୂତୀ ଚାନ୍ଦ ନିଜ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି। ସ୍ପ୍ରିଣ୍ଟ କୁଇନ୍‌ ଦୂତୀ ୧୦୦ ମିଟର ହିଟ୍ସରେ ୧୧.୪୮, ସେମିଫାଇନାଲରେ ୧୧.୪୧ ଓ ଫାଇନାଲରେ ୧୧.୩୨ ସେକେଣ୍ଡ ସମୟ ନେଇଥିଲେ। କିଛିଦିନ ତଳେ ସମଲିଙ୍ଗି ସମ୍ପର୍କକୁ ନେଇ ଚର୍ଚ୍ଚାରେ ରହିଥିଲେ ଏହି ଓଡ଼ିଆ ସ୍ପ୍ରିଣ୍ଟର। ମାତ୍ର ଏହା ତାଙ୍କ ପଦର୍ଶନକୁ ପ୍ରଭାବିତ କରିପାରି ନାହିଁ ବୋଲି ସେ କହିଛନ୍ତି। ”ମୋ ଜୀବନରେ ଏପରି କିଛି ନା କିଛି ଘଟଣା ଘଟି ଚାଲିଛି। ତେବେ ଚାପ ପରିସ୍ଥିତିରେ ମୁଁ ସବିବେଳେ ଭଲ ପ୍ରଦର୍ଶନ ଦେଇ ଆସିଛି। କାରଣ ୨୦୧୪ରେ ହାଇପରଆଣ୍ଡ୍ରୋଜେନିଜମ୍‌କୁ ନେଇ ବଡ଼ ବିପଦର ସମ୍ମୁଖୀନ ହୋଇଥିଲି ପରେ ୨୦୧୬ରେ ଅଲିମ୍ପିକ୍ସରେ ଅଂଶଗ୍ରହଣ କଲି। ୨୦୧୭ରେ ଅନ୍ୟ ଏକ ସମସ୍ୟା ଆସିଥିଲା। ପରେ ୨୦୧୮ରେ ମୁଁ ଏସିଆନ ଗେମ୍ସରେ ୨ଟି ପଦକ ହାସଲ କଲି। ପୁଣି ଏବେ ବ୍ୟକ୍ତିଗତ କାରଣକୁ ନେଇ ମୁଁ ଚର୍ଚ୍ଚାରେ ରହିଥିଲି, ମାତ୍ର ତାକୁ ପଛରେ ପକାଇ ଜୀବନରେ ଏକ ଏକ ବଡ଼ ସଫଳତା ପାଇଲି। ହଁ ସମଲିଙ୍ଗି ସମ୍ପର୍କ ଘଟଣା ବାହାରକୁ ଆସିବା ପରେ ମୁଁ ୧୦-୧୫ ଦିନ ଚାପରେ ରହିଥିଲି, ମାତ୍ର ପରେ ସବୁକିଛି ଠିକ୍‌ ହୋଇ ଯାଇଥିଲା। କ୍ୟାରିୟର ଉପରେ ଫୋକସ ରଖିଲେ ସବୁକିଛି ଠିକ୍‌ ରହିବ ବୋଲି ସମ୍ପ୍ରତି ଇଟାଲିରେ ଥିବା ଦୂତୀ ପ୍ରକାଶ କରିଛନ୍ତି।

ଜାତୀୟ ରେକର୍ଡର ଅଧିକାରିଣୀ ଦୂତୀ ପ୍ରଥମ ଭାରତୀୟ ମହିଳା ଟ୍ରାକ୍‌ ଆଣ୍ଡ ଫିଲ୍ଡ ଆଥଲେଟ୍‌ଭାବେ ଓ୍ବାଲର୍‌ଡ ୟୁନିଭର୍ସିଟି ଗେମ୍ସରେ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି। ୮ ଆଥଲେଟ୍‌ଙ୍କୁ ନେଇ ଅନୁଷ୍ଠିତ ଫାଇନାଲରେ ଦୂତୀ ୪ ନମ୍ବର ଲେନ୍‌ରେ ରେସ୍‌ କରିଥିଲେ। ସୁଇଜରଲାଣ୍ଡର ଡେଲ୍‌ ପୋଣ୍ଟେଙ୍କ ନିକଟରୁ ସେ କଡ଼ା ଚ୍ୟାଲେଞ୍ଜ ପାଇଥିଲେ ହେଁ ଶେଷରେ ୧ ସେକେଣ୍ଡ ବ୍ୟବଧାନରେ ସ୍ବର୍ଣ୍ଣିମ ସଫଳତା ପାଇଥିଲେ। ପୋଣ୍ଟେ ୧୧.୩୩ ସେକେଣ୍ଡ ସହ ରୌପ୍ୟ ଏବଂ ଜର୍ମାନୀର ଲିସା କ୍ୱାୟି ୧୧.୩୯ ସେକେଣ୍ଡ ନେଇ ବ୍ରୋଞ୍ଜ ପଦକ ହାସଲ କରିଥିଲେ। ୧୧.୨୪ ସେକେଣ୍ଡ ଟାଇମିଂ ସହ ଜାତୀୟ ରେକର୍ଡର ଅଧିକାରିଣୀ ଦୂତୀ ପ୍ରଥମ ଭାରତୀୟ ଆଥଲେଟ୍‌ଭାବେ ଏପରି ଏକ ବିଶ୍ୱସ୍ତରୀୟ ଇଭେଣ୍ଟର ୧୦୦ ମିଟରରେ ସ୍ବର୍ଣ୍ଣ ପଦକ ପାଇଲେ। ମୋଟ ଉପରେ ଦେଖିବାକୁଗଲେ ବିଶ୍ୱସ୍ତରୀୟ ଇଭେଣ୍ଟର ଆଥଲେଟିକ୍ସରେ ସ୍ବର୍ଣ୍ଣ ପଦକ ହାସଲ କରିବାରେ ସେ ଦ୍ୱିତୀୟ ଭାରତୀୟ। ତାଙ୍କ ପୂର୍ବରୁ ହିମା ଦାସ ଗତବର୍ଷ ବିଶ୍ୱ ଜୁନିୟର ଆଥଲେଟିକ୍ସ ଚାମ୍ପିୟନଶିପ୍‌ର ୪୦୦ ମିଟରରେ ସ୍ବର୍ଣ୍ଣ ପଦକ ପାଇଥିଲେ। ୨୦୧୮ ଏସିଆନ ଗେମ୍ସର ଉଭୟ ୧୦୦ ଓ ୨୦୦ ମିଟରରେ ରୌପ୍ୟ ପଦକ ହାସଲ କରିଥିବା ଦୂତୀ ଭାରତର ଦ୍ୱିତୀୟ ଟ୍ରାକ୍‌ ଆଣ୍ଡ ଫିଲ୍ଡ ଆଥଲେଟ୍‌ଭାବେ ଓ୍ବାଲର୍‌ଡ ୟୁନିଭର୍ସିଟି ଗେମ୍ସରେ ସ୍ବର୍ଣ୍ଣ ପଦକ ପାଇଛନ୍ତି। ୨୦୧୫ରେ ପୁରୁଷ ଶଟ୍‌ପୁଟ୍‌ ଇଭେଣ୍ଟରେ ଭାରତର ଇନ୍ଦରଜିତ ସିଂ ଏହି ସଫଳତା ପାଇଥିଲେ। ୨୦୧୭ ଓ୍ବାଲର୍‌ଡ ୟୁନିଭର୍ସି ଗେମ୍ସରେ ଦୂତୀ ସେମିଫାଇନାଲରେ ପ୍ରବେଶ କରିବାରେ ବିଫଳ ହୋଇଥିଲେ। କିଟ୍‌ ବିଶ୍ୱବିଦ୍ୟାଳୟର ଛାତ୍ରୀ ଭାବେ ସେ ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରି ଏଥର ବଡ଼ ସଫଳତା ପାଇଛନ୍ତି। ଗତ ଏପ୍ରିଲରେ ଦୂତୀ ଦୋହା ଏସିଆନ ଚାମ୍ପିୟନଶିପ୍‌ରେ ସିଜନଶ୍ରେଷ୍ଠ ୧୧.୨୬ ସେକେଣ୍ଡ ସମୟ ନେଇଥିଲେ।

ରାଷ୍ଟ୍ରପତି, କ୍ରୀଡ଼ାମନ୍ତ୍ରୀଙ୍କ ଅଭିନନ୍ଦନ

ଏପରି ଏକ ବଡ଼ ସଫଳତା ପାଇଁ ଦୂତୀଙ୍କୁ ରାଷ୍ଟ୍ରପତି ରାମ ନାଥ କୋବିନ୍ଦ ଓ କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ କିରନ ରିଜିଜୁ ଅଭିନନ୍ଦନ ଜଣାଇଛନ୍ତି। ଓ୍ବାଲର୍‌ଡ ୟୁନିଭର୍ସିଟି ଗେମ୍ସର ୧୦୦ ମିଟରରେ ସ୍ବର୍ଣ୍ଣ ପଦକ ପାଇଁ ଦୂତୀଙ୍କୁ ଅଭିନନ୍ଦନ। ପ୍ରଥମ ଭାରତୀୟଭାବେ ଏପରି ସଫଳତା ଅର୍ଜନ କରି ଦୂତୀ ଦେଶକୁ ଗର୍ବିତ କରିଛନ୍ତି। ଏପରି ପ୍ରଦର୍ଶନ ଜାରି ରଖି ଅଲିମ୍ପିକ୍ସରେ ସଫଳତା ଅର୍ଜନ କର ବୋଲି ରାଷ୍ଟ୍ରପତି ଟୁଇଟ୍‌ କରିଛନ୍ତି। ଜବାବରେ ଦୂତୀ ରାଷ୍ଟ୍ରପତିଙ୍କୁ ଧନ୍ୟବାଦ ଜଣାଇବା ସହ ଶ୍ରେଷ୍ଠ ପ୍ରଦର୍ଶନ ଜାରି ରଖି ଅଲିମ୍ପିକ୍ସରେ ସ୍ବର୍ଣ୍ଣ ପଦକ ଆଣିବାକୁ ଉଦ୍ୟମ କରିବେ ବୋଲି ପ୍ରକାଶ କରିଛନ୍ତି। ଦୂତୀଙ୍କ ପ୍ରଦର୍ଶନରେ କ୍ରୀଡ଼ାମନ୍ତ୍ରୀ ଶତମୁଖ ହୋଇଛନ୍ତି। ମୁଁ ପିଲାଦିନରୁ ଏପରି ସଫଳତାର ସନ୍ଧାନରେ ଥିଲି, ମାତ୍ର ସେ କ୍ଷଣ କେବେ ଆସି ନ ଥିଲା। ପ୍ରଥମଥରପାଇଁ ଭାରତ ପାଇଁ ସ୍ବର୍ଣ୍ଣ ପଦକ ଆଣିଥିବାରୁ ତୁମକୁ ଅଭିନନ୍ଦନ ବୋଲି ରିଜଜୁ ଟୁଇଟ୍‌ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ହଠାତ୍ ଅବସର ଘୋଷଣା କଲେ ଏହି ବରିଷ୍ଠ କ୍ରିକେଟର, ପୂର୍ବତନ ଖେଳାଳିଙ୍କୁ କଲେ ଟାର୍ଗେଟ୍

ନୂଆଦିଲ୍ଲୀ,୨।୧: ଅଷ୍ଟ୍ରେଲିଆର ଭେଟେରାନ ବ୍ୟାଟ୍ସମ୍ୟାନ୍ ଉସମାନ ଖ୍ୱାଜା ଆସନ୍ତା ସିଡନୀ କ୍ରିକେଟ୍ ଗ୍ରାଉଣ୍ଡ (SCG)ରେ ଇଂଲଣ୍ଡ ବିପକ୍ଷରେ ଖେଳାଯିବାକୁ ଥିବା ପଞ୍ଚମ ତଥା ଅନ୍ତିମ ଆଶେସ୍...

ହୋଇପାରେ ସାମୀଙ୍କ ପ୍ରତ୍ୟାବର୍ତ୍ତନ, ସଙ୍କଟରେ ଏହି ଖେଳାଳିଙ୍କ ସ୍ଥାନ

ନୂଆଦିଲ୍ଲୀ,୧।୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଆସନ୍ତା ଜାନୁଆରୀ ୧୧ ତାରିଖରୁ ଆରମ୍ଭ ହେବ। ଏହି ତିନି ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍ ପାଇଁ ଭାରତୀୟ...

ଟି୨୦ ବିଶ୍ୱକପ୍‌: ଅଷ୍ଟ୍ରେଲିଆ ଦଳରେ ସ୍ପିନରଙ୍କୁ ପ୍ରାଧାନ୍ୟ

ମେଲବୋର୍ନ,୧ା୧: ଶ୍ରୀଲଙ୍କା ଏବଂ ଭାରତରେ ହେବାକୁଥିବା ଟି୨୦ କ୍ରିକେଟ ବିଶ୍ୱକପ୍‌ ପାଇଁ ଅଷ୍ଟ୍ରେଲିଆ ଚୟନକର୍ତ୍ତା ଏକ ୧୫ଜଣିଆ ଦଳ ଘୋଷଣା କରିଛନ୍ତି। ଦଳରେ ସ୍ପିନରଙ୍କୁ ପ୍ରାଧାନ୍ୟ...

ଅବସର ନେବେ ଉସମାନ ଖ୍ବାଜା? ପଞ୍ଚମ ଟେଷ୍ଟ ପୂର୍ବରୁ କରିବେ ପ୍ରେସ କନଫରେନ୍ସ

ସିଡ଼ନୀ,୧।୧: ତାଙ୍କ ଟେଷ୍ଟ ଭବିଷ୍ୟତକୁ ନେଇ କଳ୍ପନାଜଳ୍ପନା ମଧ୍ୟରେ, ଅଷ୍ଟ୍ରେଲିୟ ଓପନର ଉସମାନ ଖ୍ବାଜା ସିଡନୀ କ୍ରିକେଟ ଗ୍ରାଉଣ୍ଡରେ ପଞ୍ଚମ ଆଶେସ ଟେଷ୍ଟ ପୂର୍ବରୁ ଏକ...

ଏହିଦିନ ଫେରିବେ Shubman Gill, T-20 ବିଶ୍ୱକପରୁ ବାହାର ହେବା ପରେ ଏହି ଦଳ ବିପକ୍ଷରେ ଖେଳିବେ…

ନୂଆଦିଲ୍ଲୀ,୧।୧: ୨୦୨୬ ଟି୨୦ ବିଶ୍ୱକପ ପାଇଁ ଭାରତୀୟ ଦଳ ନିକଟରେ ଘୋଷଣା କରାଯାଇଥିଲା। ଖରାପ ଫର୍ମ ଏବଂ ଆଘାତ ସହିତ ସଂଘର୍ଷ କରୁଥିବା ଶୁବମନ ଗିଲଙ୍କୁ...

ନୂଆବର୍ଷରେ ଭାଇରାଲ ହେଲା ସ୍ମୃତି ମନ୍ଧାନାଙ୍କ ପୋଷ୍ଟ, ଗୋଟିଏ ଧାଡିରେ ଲେଖିଦେଲେ ମନର କଥା

ନୂଆଦିଲ୍ଲୀ,୧।୧: ଭାରତୀୟ ମହିଳା କ୍ରିକେଟ ଦଳର ତାରକା ସ୍ମୃତି ମନ୍ଧାନାଙ୍କ ପାଇଁ ୨୦୨୫ ବର୍ଷ ଏକ ରୋଲରକୋଷ୍ଟର ଯାତ୍ରାଠାରୁ କମ ନଥିଲା। କ୍ରିକେଟ କ୍ଷେତ୍ରରେ ମନ୍ଧାନା...

ଟି-୨୦ ବିଶ୍ୱକପ ପାଇଁ ଶକ୍ତିଶାଳୀ ଦଳ ଘୋଷଣା କଲା ଅଷ୍ଟ୍ରେଲିଆ: ଟିମରେ ଧୁରନ୍ଧର ଖେଳାଳିଙ୍କ ଏଣ୍ଟ୍ରି

ନୂଆଦିଲ୍ଲୀ,୧।୧: ଅଷ୍ଟ୍ରେଲିଆ ୨୦୨୬ର ଆଇସିସି ପୁରୁଷ ଟି୨୦ ବିଶ୍ୱକପ ପାଇଁ ମିଚେଲ ମାର୍ଶଙ୍କ ନେତୃତ୍ୱରେ ୧୫ ଜଣିଆ ଦଳ ଘୋଷଣା କରିଛି। ସ୍ପିନର ମାଥ୍ୟୁ କୁହନେମାନ,...

୨୦୨୬ରେ ଅବସର ନେବେ ଏହି ୫ କ୍ରିକେଟର ! ଲିଷ୍ଟରେ ଅଛି ଚକିତ କଲା ଭଳି ନାଁ

ନୂଆଦିଲ୍ଲୀ,୧।୧: ସମଗ୍ର ବିଶ୍ୱ ଏକ ନୂତନ ବର୍ଷରେ ପ୍ରବେଶ କରିବାକୁ ଯାଉଛି। ୨୦୨ ମସିହାରେ କ୍ରିକେଟ ଜଗତରେ ପ୍ରମୁଖ ଟୁର୍ନାମେଣ୍ଟ ଦେଖିବାକୁ ମିଳିଥିଲା, ଯେପରିକି ଚାମ୍ପିଅନ୍ସ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri