Posted inଖେଳ

ଓ୍ବାଲର୍‌ଡ ମାଷ୍ଟର୍ସ ହକିରେ ଭାରତ ସାମିଲ

ନୂଆଦିଲ୍ଲୀ, ୧୨।୩- ହକି ଇଣ୍ଡିଆ ନିକଟରେ ଓ୍ବାଲର୍‌ଡ ମାଷ୍ଟର୍ସ ହକି(ଡବ୍ଲ୍ୟୁଏମଏଚ) ସହିତ ସାମିଲ ହୋଇଛି। ପୂର୍ବରୁ ଡବ୍ଲ୍ୟୁଏମଏଚ ସହ ଅନ୍ୟ ୩୮ ଜାତୀୟ ଆସୋସିଏଶନ ସାମିଲ ଅଛନ୍ତି। ବିଦେଶରେ ବିଭିନ୍ନ କାର୍ଯ୍ୟକ୍ରମର ସଫଳ ରୂପାୟନ ପାଇଁ ହକି ଇଣ୍ଡିଆ ପକ୍ଷରୁ ପୂର୍ବତନ ଅଧିନାୟକ ଆର.ପି. ସିଂଙ୍କୁ ହକି ଇଣ୍ଡିଆ ମାଷ୍ଟର୍ସ କମିଟିର ଆବାହକ ନିଯୁକ୍ତ କରାଯାଇଛି। ହରବିନ୍ଦର ସିଂ ଏହି କମିଟିର ଅଧ୍ୟକ୍ଷ ହୋଇଛନ୍ତି। ବି.ପି. ଗୋବିନ୍ଦା, ଜଗବୀର ସିଂ, ଏ.ବି. ସୁବ୍ବାୟା, ସୁରିନ୍ଦର କୌର ଓ ଏମ. ରେଣୁକା ଲକ୍ଷ୍ମୀ କମିଟିର ସଦସ୍ୟ ରହିଛନ୍ତି। ଡବ୍ଲ୍ୟୁଏମଏଚ ଅନ୍ତର୍ଜାତୀୟ ହକି ଫେଡେରେଶନ(ଏଫଆଇଏଚ୍‌)ର ଏକମାତ୍ର ସ୍ବିକୃତିପ୍ରାପ୍ତ ଅନୁଷ୍ଠାନଭାବେ ବିଶ୍ୱସ୍ତରରେ ଅନ୍ତର୍ଜାତୀୟ ମାଷ୍ଟର୍ସ ହକି ଆୟୋଜନ କରିବା ଅଧିକାର ପାଇଛି। ବିଭିନ୍ନ ଦେଶର ଖେଳାଳି ଓ ଅଫିସିଆଲମାନେ ଯେପରି ଜୀବନବ୍ୟାପୀ ହକି ସହ ଜଡ଼ିତ ରହିପାରିବେ ସେ ଦିଗରେ ଡବ୍ଲ୍ୟୁଏମଏଚ କାର୍ଯ୍ୟ କରିବ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଯାନ୍ତ୍ରିକ ତ୍ରୁଟି ଭାଙ୍ଗିଦେଲା ନଂ ୧ ଶୁଟରଙ୍କ ସ୍ବପ୍ନ

ଟୋକିଓ,୨୫।୭: ଅଲିମ୍ପିକ୍ସର ଶୁଟିଂ ଇଭେଣ୍ଟରେ ଭାରତର ସବୁଠୁ ବଡ଼ ଆଶା କୁହାଯାଉଥିବା ଦେଶର ନଂ ୧ ଶୁଟର ମନୁ ଭାକର ନିରାଶ ହୋଇଛନ୍ତି। ମହିଳା ୧୦...

ଗୁଜରାଟ ଫର୍ଚୁନ୍‌ଜିଆଣ୍ଟ୍ସର ବିଜୟ

ଚେନ୍ନାଇ, ୨୪ା୮ (ପି.ଟି.)- ଚଳିତ ପ୍ରୋ-କବାଡ଼ି ଲିଗ୍‌ ସିଜନ-୭ରେ କ୍ରମାଗତ ୬ଟି ମ୍ୟାଚରେ ପରାଜିତ ହେବା ପରେ ବିଜୟ ଲାଭ କରିଛି ଗୁଜରାଟ ଫର୍ଚୁନ୍‌ଜିଆଣ୍ଟ୍ସ୍ସ। ସ୍ଥାନୀୟ...

ପ୍ରସ୍ତୁତି ଭଲ ହୋଇଛି: ଟେବାର

ଭୁବନେଶ୍ୱର, ୧୭।୧୦(କ୍ରୀଡ଼ା ପ୍ରତିନିଧି)-ଓଡ଼ିଶାରେ ଆମକୁ ଯେପରି ସ୍ବାଗତ କରାଯାଇଛି ଏବଂ ଆତିଥେୟତା ମିଳିଛି ସେଥିରେ ମୁଁ ବହୁତ ଖୁସି। ନୂଆ, କ୍ଲବ, ନୂଆ ସହରରେ ଆମେ...

ଇଣ୍ଡିଆନ ସୁପର ଲିଗ୍‌ : ଓଡ଼ିଶା ପୁଣି ହାରିଲା

ବାମ୍ବୋଲିମ୍‌,୭।୨: ଚଳିତ ଇଣ୍ଡିଆନ ସୁପର ଲିଗ୍‌ (ଆଇଏସ୍‌ଏଲ୍‌)ରେ ଶନିବାର ଅନୁଷ୍ଠିତ ମ୍ୟାଚ୍‌ରେ ଓଡ଼ିଶା ଏଫ୍‌ସି ପୁଣି ପରାସ୍ତ ହୋଇଛି। ସ୍ଥାନୀୟ ଜିଏମ୍‌ସି ଷ୍ଟାଡିୟମରେ ଖେଳାଯାଇଥିବା ଏହି...

ପାଣ୍ଡ୍ୟା ଭାତ୍ରୁଦ୍ୱୟଙ୍କ ପିତାଙ୍କ ଦେହାନ୍ତ

ଭଦୋଦରା,୧୭।୧(ପି.ଟି.): ଭାରତୀୟ କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟା ଓ ତାଙ୍କ ବଡ଼ ଭାଇ କ୍ରୁନାଲ ପାଣ୍ଡ୍ୟା ତାଙ୍କ ପିତାଙ୍କୁ ହରାଇଛନ୍ତି। ୭୧ ବର୍ଷ ବୟସରେ ତାଙ୍କ ପିତା...

କାହିଁକି ଅଧିକ ୭ ଦିନ କ୍ୱାରାଣ୍ଟାଇନରେ ରହିବେ ରୋହିତ୍‌ ଶର୍ମା

ଦୁବାଇ, ୨୭।୮: ବିଶ୍ୱର ସବୁଠାରୁ ବ୍ୟୟବହୁଳ ଟି୨୦ ଟୁର୍ନାମେଣ୍ଟ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ତ୍ରୟୋଦଶ ସଂସ୍କରଣ ସେପ୍ଟେମ୍ବର ୧୯ରୁ ୟୁଏଇରୁ ଆରମ୍ଭ ହେବ। ଚଳିତ...

ସ୍ନୁକର ବିଶ୍ୱକପ୍‌ ଘୁଞ୍ଚିଲା

ଲଣ୍ଡନ, ୨୧ା୩ (ଏଏଫ୍‌ପି)- କରୋନାଭାଇରସ ଜନିତ ସଂକଟ ଯୋଗୁ ବିଶ୍ୱ ସ୍ନୁକର ଚାମ୍ପିୟନଶିପ୍‌କୁ ସ୍ଥଗିତ ରଖାଯାଇଛି। ଓ୍ବାଲର୍‌ଡ ସ୍ନୁକର ଟୁର୍‌ (ଡବ୍ଲ୍ୟୁଏସ୍‌ଟି) ପକ୍ଷରୁ ଏହି ସୂଚନା...

କୋଭିଡ-୧୯: ୨୪ରେ ଟାଇଗର- ମିକେଲସନ ଚ୍ୟାରିଟି ଇଭେଣ୍ଟ

ହୋବ ସାଉଣ୍ଡ,୮।୫ (ଏପି): କୋଭିଡ-୧୯ ମହାମାରୀ ଲଢେଇ ଉଦ୍ଦ୍ୟେଶରେ ଆମେରିକୀୟ ତାରକା ଗଲ୍ଫର ଟାଇଗର ଉଡ୍ସ ଓ ଫିଲ ମିକେଲସନ ଏକ ପ୍ରଦର୍ଶନୀ ତଥା ଚ୍ୟାରିଟି...

Advertisement
Archives

Model This Week