ଓ୍ବାର୍ଡ ସଭ୍ୟାଙ୍କୁ ମାଡ଼ ମାରିବା ଘଟଣା: କାର୍ଯ୍ୟାନୁଷ୍ଠାନ ନ ହେବା ପ୍ରତିବାଦରେ ବ୍ଲକ ସମ୍ମୁଖରେ ଧାରଣା

ପଟ୍ଟାମୁଣ୍ଡାଇ,୧୮ା୬(ସ୍ବ.ପ୍ର.): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ବ୍ଲକ କଖାରୁଣି ପଞ୍ଚାୟତର ୧ ନମ୍ବର ଓ୍ବାର୍ଡସଭ୍ୟା ପଦ୍ମାବତୀ ମଳିକଙ୍କୁ ସରପଞ୍ଚଙ୍କ ସ୍ବାମୀ ପ୍ରଶାନ୍ତ ମଳିକ ମେ’ ୨୯ରେ ମାଡ଼ ମାରିଥିଲେ । ଏଥିନେଇ ପଦ୍ମାବତୀ ପଟ୍ଟାମୁଣ୍ଡାଇ ଥାନାରେ ଏତଲା ଦେଇଥିଲେ। ସେହିପରି ଜନୈକା ବୃଦ୍ଧା ହତ୍ୟା ଉଦ୍ୟମର ଶିକାର ହୋଇ ଥାନାରେ ଏତଲା ଦେଇଥିଲେ। ମାତ୍ର ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବା ପ୍ରତିବାଦରେ କେନ୍ଦ୍ରାପଡ଼ା ଏସ୍‌ପି, ସହକାରୀ ଏସ୍‌ପି ଓ ପଟ୍ଟାମୁଣ୍ଡାଇ ଏସ୍‌ଡିପିଓଙ୍କୁ ଭେଟି ଜଣାଇଥିଲେ। କାର୍ଯ୍ୟାନୁଷ୍ଠାନ ନେବା ପାଇଁ କେନ୍ଦ୍ରାପଡ଼ା ଏସ୍‌ପି ନିତିଶେଖର ପଟ୍ଟାମୁଣ୍ଡାଇ ଥାନା ଆଇଆଇସି ରାକେଶ ତ୍ରିପାଠୀଙ୍କୁ ଜଣାଇଥିଲେ। ମାତ୍ର ଆଇଆଇସି ତ୍ରିପାଠୀ କୌଣସି ପଦକ୍ଷେପ ଗ୍ରହଣ ନ କରିବା ପ୍ରତିବାଦରେ ୨୫ ଜଣ ମହିଳା ଓ ପୁରୁଷ ପଟ୍ଟାମୁଣ୍ଡାଇ ବ୍ଲକ ସମ୍ମୁଖରେ ଗୁରୁବାର ଗଣଧାରଣାରେ ବସିଛନ୍ତି। ପଟ୍ଟାମୁଣ୍ଡାଇ ବ୍ଲକ ଭାରପ୍ରାପ୍ତ ଭରତ ଚନ୍ଦ୍ର ପରିଡ଼ା ଧାରଣାକାରୀଙ୍କୁ ଏ ସମ୍ପର୍କରେ ପଚାରି ବୁଝିବା ସହିତ ଜିଲାପାଳଙ୍କୁ ଜଣାଇଛନ୍ତି। ଖବର ଲେଖା ହେବା ପର୍ଯ୍ୟନ୍ତ ଧାରଣାରେ ବସିଥିବା ଲୋକଙ୍କ ନିକଟକୁ ପୋଲିସ ଆସି ନ ଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ଗ୍ରାମବାସୀଙ୍କୁ ଦୃଢ଼ ପ୍ରତିଶ୍ରୁତି ଦେଲେ ଅତିରିକ୍ତ ଏସ୍‌ପି, ସରପଞ୍ଚ କହିଲେ…

ବଲାଙ୍ଗୀର,୧୨ା୧(ସୁନିଲ କୁମାର ମହାନ୍ତି): ସଦର ଥାନା କୁଶମେଲ ପଞ୍ଚାୟତରୁ କିଛିଦିନ ତଳେ ଇଲେକ୍ଟ୍ରି ତାର ଚୋରି ହୋଇଥିଲା। ଲୋକେ ପୋଲିସକୁ ଖବର ଦେବାରୁ ସଦର ପୋଲିସ...

ଚୋରଙ୍କୁ ପଚରାଉଚରା ପରେ ଛାଡ଼ିଦେଲା ପୋଲିସ, ଗିରଫ ଦାବିରେ ତାତିଲେ ଲୋକେ

ବଲାଙ୍ଗୀର,୧୨ା୧(ସୁନିଲ କୁମାର ମହାନ୍ତି): ସଦର ଥାନା କୁଶମେଲ ପଞ୍ଚାୟତର ଇଲେକ୍ଟ୍ରି ତାର ଚୋରି ହୋଇଥିଲା। ଲୋକେ ପୋଲିସକୁ ଖବର ଦେଇବାରୁ ସଦର ପୋଲିସ ଚୋରମାନଙ୍କୁ ଥାନାକୁ...

ଇଣ୍ଡିଗୋ ବିମାନରେ ମାଡ଼ ହେଲା ପକ୍ଷୀ, ୨୧୬ ଯାତ୍ରୀଙ୍କୁ ପାଇଲଟ….

ନୂଆଦିଲ୍ଲୀ,୧୨ା୧: ରବିବାର ସନ୍ଧ୍ୟାରେ ବାରାଣସୀର ଲାଲ ବାହାଦୁର ଶାସ୍ତ୍ରୀ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋର ଏକ ବିମାନ ଏମରଜେନ୍ସି ଲ୍ୟାଣ୍ଡିଂ କରିଛି । ଗୋରଖପୁରରୁ ବେଙ୍ଗାଲୁରୁ ଯାଉଥିବା...

ବସ୍‌-ବାଇକ୍‌ ଧକ୍କା, ଚାଲିଗଲା ଚାଳକଙ୍କ ଜୀବନ, ରାସ୍ତା ଉପରେ ମୃତଦେହ ରଖି…

ଗୁଣୁପୁର,୧୨ା୧(ସଙ୍କେତ ପାତ୍ର): ଗୁଣୁପୁର ବଂଶଧାରା ବ୍ରିଜ ନିକଟ ମୁଖ୍ୟ ରାସ୍ତା ଉପରେ ମୃତଦେହ ରଖି କ୍ଷତିପୂରଣ ଦାବିରେ ଲୋକେ ରାସ୍ତା ଅବରୋଧ କରିଛନ୍ତି। ଘଟଣାସ୍ଥଳରେ ଗୁଣୁପୁର...

‘ଯୁବଗୋଷ୍ଠୀଙ୍କ ବିକାଶ ହେଲେ ଦେଶର ବିକାଶ ସମ୍ଭବ’

ପୁରୁଷୋତ୍ତମପୁର,୧୨ା୧(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବିଚାର ବିଭାଗୀୟ ଅଦାଲତର ତାଲୁକ ଆଇନସେବା ପ୍ରାଧିକରଣ କମିଟି ପକ୍ଷରୁ ତାରାତାରିଣୀ କଲେଜ ପରିସରରେ ସୋମବାର ଜାତୀୟ ଯୁବଦିବସ...

ଛାତିଥରା ଦୁର୍ଘଟଣା, ବସ୍ ଧକ୍କାରେ ଉଡ଼ିଗଲା ଦମ୍ପତ୍ତିଙ୍କ ପ୍ରାଣବାୟୁ

ଵ୍ରହ୍ମପୁର, ୧୨/୧(ସୁବାସ ଚନ୍ଦ୍ର ପାଢ଼ୀ): ସଦର ଥାନା ଅନ୍ତର୍ଗତ ଲାଞ୍ଜିଆ ପଞ୍ଚାୟତର ବାଳକୃଷ୍ଣପୁର ଛକରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇଛି । ଯାତ୍ରୀବାହୀ ବସ...

ଏମିତି ପୋଷ୍ଟ କଲେ ଅନୁଷ୍କା, ସମସ୍ତେ କରୁଛନ୍ତି ପ୍ରଶଂସା

ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା ଗତ ୭ ବର୍ଷ ଧରି ବଡ଼ ପରଦାରୁ ଦୂରରେ ଅଛନ୍ତି। ଚଳଚ୍ଚିତ୍ର ସହିତ ସେ ନିଜକୁ ଲାଇମଲାଇଟ୍‌ରୁ ମଧ୍ୟ ଦୂରରେ...

ବଡ଼ ସଙ୍କେତ ଦେଲେ ମୁଖ୍ୟମନ୍ତ୍ରୀ, ୨୦୦ ହେବ ଓଡ଼ିଶା ବିଧାନସଭାର ସିଟ୍ !

ଭୁବନେଶ୍ୱର,୧୨ା୧: ନୂଆ ବିଧାନସଭା ଗୃହ ଭତ୍ତିପ୍ରସ୍ତର ସ୍ଥାପନ ଅବସରରେ ବଡ଼ ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଓଡ଼ିଶାରେ ନୂଆ ବିଧାନସଭା ଏବଂ ନୂଆ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri