ଓ୍ବାନ ନେଶନ, ଓ୍ବାନ ରାଶନ:ବଦଳିବ ରାଶନ କାର୍ଡ

ଭୁବନେଶ୍ୱର,୨୫ା୧୨(ବ୍ୟୁରୋ):କେବଳ ରାଜ୍ୟ ନୁହେଁ, ଦେଶର ଯେ କୌଣସି ସ୍ଥାନରୁ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ(ଏନ୍‌ଏଫ୍‌ଏସ୍‌ଏ)ରେ ସାମିଲ ହୋଇଥିବା ହିତାଧିକାରୀମାନେ ସେମାନଙ୍କର ରାଶନ ନେଇପାରିବେ। ସମଗ୍ର ଦେଶ ପାଇଁ ଗୋଟିଏ ପ୍ରକାର ରାଶନକାର୍ଡ ପ୍ରଚଳନ ହେବ। ସେଥିରେ ରାଜ୍ୟ ସରକାରଙ୍କର କୌଣସି ନିୟନ୍ତ୍ରଣ ରହିବ ନାହିଁ। କେନ୍ଦ୍ର ସରକାର ସିଧାସଳଖ ଏହାକୁ ନିଜ ଡାଟାବେସ୍‌ରେ ରଖିବେ। କେଉଁ ରାଜ୍ୟରେ କେତେ ହିତାଧିକାରୀ ଅଛନ୍ତି ସେମାନଙ୍କୁ କେତେ ଟଙ୍କାର ରିହାତି ଦିଆଯାଉଛି ସେ ସବୁର ଟିକିନିଖି ତଥ୍ୟ କେନ୍ଦ୍ର ସରକାରଙ୍କ ନିକଟରେ ରହିବ। ରାଜ୍ୟ ସରକାରଙ୍କ ପକ୍ଷରୁ ହିତାଧିକାରୀମାନଙ୍କୁ ଦିଆଯାଇଥିବା ରାଶନ କାର୍ଡର ସ୍ବରୂପ ବଦଳିଯିବ। ଏହି ରାଶନ କାର୍ଡକୁ ଏଟିଏମ୍‌ କାର୍ଡରେ ପରିଣତ କରାଯିବ। କାର୍ଡରେ ୨୧ଟି ନମ୍ବର ରହିବ। ଗ୍ରାମକୁ ଏକ କୋଡ୍‌ ଭାବେ ଗ୍ରହଣ କରାଯିବ। ସେହି କୋଡ୍‌ ଅନୁଯାୟୀ ନୂତନ ରାଶନ କାର୍ଡ ପ୍ରସ୍ତୁତ ହେବ। ଏବେ ରାଶନ କାର୍ଡରେ ୧୧ଟି ନମ୍ବର ରହିଛି। ଜିଲା, ବ୍ଲକ ଓ ପଞ୍ଚାୟତ କୋଡ୍‌ ସହିତ ଆବେଦନକାରୀଙ୍କ ଫର୍ମ ନମ୍ବରକୁ ମିଶାଇ ୧୧ ଟିକିଆ ନମ୍ବର କରାଯାଇଛି। ତେବେ କେନ୍ଦ୍ର ସରକାର ରାଜ୍ୟ ସରକାରଙ୍କ ଏହି ନମ୍ବରକୁ ଗ୍ରହଣ କରିବାକୁ ରାଜି ନୁହନ୍ତି। ପଞ୍ଚାୟତ ନୁହେଁ, ଗ୍ରାମ ସ୍ତରରୁ କୋଡ୍‌ ପ୍ରସ୍ତୁତ କରିବାକୁ କେନ୍ଦ୍ର ସରକାର ପରାମର୍ଶ ଦେଇଛନ୍ତି। କେନ୍ଦ୍ର ସରକାର ଦୁଇଟି ଲେଖାଏ ରାଜ୍ୟକୁ ଯୋଡିବା ପ୍ରକ୍ରିୟା ଆରମ୍ଭ କରିଛନ୍ତି। ଗୁଜରାଟକୁ ମହାରାଷ୍ଟ୍ର ସହିତ ସଂଯୋଗ କରିଥିବା ବେଳେ ଆନ୍ଧ୍ର ପ୍ରଦେଶକୁ ତେଲେଙ୍ଗାନା ରାଜ୍ୟ ସହ ଯୋଡିବା ପ୍ରକ୍ରିୟା ଆରମ୍ଭ କରିଛନ୍ତି। ଓଡ଼ିଶାକୁ ପଡୋଶୀ ରାଜ୍ୟ ପଶ୍ଚିମବଙ୍ଗ, ଝାଡଖଣ୍ଡ, ଛତିଶଗଡ ସହ ଯୋଡିବାକୁ ଯୋଜନା କରିଛନ୍ତି। ତେବେ ଇଣ୍ଟରନେଟ୍‌ ନ ଥିବା ଅଞ୍ଚଳ ପାଇଁ ଏହି ବ୍ୟବସ୍ଥା ସମସ୍ୟା ସୃଷ୍ଟି କରିବ। ଏଥିପାଇଁ ଆଧାରକାର୍ଡ ବାଧ୍ୟତାମୂଳକ କରାଯାଇଛି। ତେବେ ଆଙ୍ଗୁଠି ଛାପ ସମସ୍ୟା ସୃଷ୍ଟି କରୁଥିବାରୁ ପ୍ରତ୍ୟେକ ଡିଲରଙ୍କୁ ଆଇଆରଆଇଏସ୍‌ ମେଶିନ ଦିଆଯିବ। ହିତାଧିକାରୀଙ୍କ ଆଖିକୁ ନେଇ ଖାଦ୍ୟ ସାମଗ୍ରୀ ଯୋଗାଇ ଦିଆଯିବ। ତେବେ ଇଣ୍ଟରନେଟ ନ ଥିବା ସ୍ଥାନରୁ ଡାଟାକୁ ଜିଲା କିମ୍ବା ବ୍ଲକ ମୁଖ୍ୟାଳୟରେ ଅପ୍‌ଲୋଡ କରାଯିବ। ନିୟମିତ କେନ୍ଦ୍ର ନିକଟକୁ ଏନ୍‌ଏଫ୍‌ଏସଏ ହିତାଧିକାରୀଙ୍କ ଡାଟା ନ ଦେଲେ ରାଜ୍ୟକୁ ମିଳୁଥିବା ରିହାତି ମଧ୍ୟ ଦିଆଯିବ ନାହିଁ। କେନ୍ଦ୍ର ସରକାର ରାଜ୍ୟକୁ ଏଭଳି ପରୋକ୍ଷ ଚେତାବନୀ ଦେଇଛନ୍ତି। ଓ୍ବାନ୍‌ ନେଶନ, ଓ୍ବାନ୍‌ ରାଶନ ହେବା ଦ୍ୱାରା ସାଧାରଣ ବଣ୍ଟନ ବ୍ୟବସ୍ଥା(ପିଡିଏସ)ରେ ହେଉଥିବା ବାଟମାରଣାକୁ ରୋକାଯିବାରେ ଏହା ସମ୍ପୂର୍ଣ୍ଣ ସମର୍ଥ ହେବ ବୋଲି କୁହାଯାଇଛି।
ରାଜ୍ୟରେ ୨୦୧୯ ସେପ୍ଟେମ୍ବର ପହିଲାଠାରୁ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ଅଞ୍ଚଳରେ ଓ୍ବାନ୍‌ ନେଶନ, ଓ୍ବାନ୍‌ ରାଶନ ବ୍ୟବସ୍ଥା ଆରମ୍ଭ କରାଯାଇଛି। ବିଏମ୍‌ସି ଅଞ୍ଚଳର ୧୧୭ଟି ସରକାରୀ ପାଇକାରି ଦୋକାନରେ ଏହି ବ୍ୟବସ୍ଥା ଲାଗୁ କରାଯାଇଛି। ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରେ ରହୁଥିବା ୨ ଲକ୍ଷ ହିତାଧିକାରୀ ସହରର ଯେକୌଣସି ସାଧାରଣ ଖାଉଟି ବଣ୍ଟନ ଡିଲରଙ୍କ ପାଖରୁ ରାଶନ ନେଉଛନ୍ତି। ଅନ୍‌ଲାଇନ ଜରିଆରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ଏହାକୁ ନିୟମିତ ମନିଟରିଂ କରାଯାଉଛି। ପାଇଲଟ୍‌ ପ୍ରକଳ୍ପ ଭାବେ ଏଠାରୁ ଆରମ୍ଭ କରାଯାଇଛି। ଅଙ୍ଗୁଳି ଛାପ କିମ୍ବା ଆଖି ସଙ୍କେତ ମାଧ୍ୟମରେ ହିତାଧିକାରୀଙ୍କୁ ଏହି ରାଶନ ଦିଆଯାଉଛି। ପ୍ରତ୍ୟେକ ଡିଲରଙ୍କୁ ଆଖି ଚିହ୍ନ ନେବାକୁ ଆଇଆରଆଇଏସ୍‌ ମେଶିନ ଯୋଗାଇ ଦିଆଯାଇଛି। ତେବେ ଯେଉଁମାନଙ୍କର ଆଙ୍ଗୁଠି ଚିହ୍ନ ନେଉ ନ ଥିବ କିମ୍ବା ହିତାଧିକାରୀ ବୟସ୍କ, ଦୁରାରୋଗ୍ୟରେ ପୀଡ଼ିତ, କୁଷ୍ଠରୋଗୀମାନଙ୍କୁ ବିନା ଆଧାରକାର୍ଡରେ ରାଶନ ଯୋଗାଇ ଦିଆଯାଉଛି। ବିଏମ୍‌ସି ଅଞ୍ଚଳରେ ଏହା ଶତ ପ୍ରତିଶତ ସଫଳ ହୋଇଛି ବୋଲି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ଜଣେ ଅଧିକାରୀ କହିଛନ୍ତି। ପ୍ରଥମ ପର୍ଯ୍ୟାୟରେ ୫୮ଟି ମ୍ୟୁନିସିପାଲିଟି ଏବଂ ୫ଟି ମହାନଗର ନିଗମ ଅଞ୍ଚଳରେ ଓ୍ବାନ୍‌ ନେଶନ, ଓ୍ବାନ୍‌ ରାଶନ ବ୍ୟବସ୍ଥା ଲାଗୁ କରାଯିବ। ସହରାଞ୍ଚଳଗୁଡିକର ଗତ ୬ ମାସର ଇଣ୍ଟରନେଟ ବ୍ୟବସ୍ଥାକୁ ଅନୁଧ୍ୟାନ କରାଯାଉଛି। ଆସନ୍ତା ଫେବୃୟାରୀ ମାସରୁ ସେହି ସହରାଞ୍ଚଳରେ ଏହାକୁ ଲାଗୁ କରାଯିବ ବୋଲି ସେ କହିଛନ୍ତି। ଯେଉଁଠି ଇଣ୍ଟରନେଟ୍‌ ସୁବିଧା ନାହିଁ ସେଠାରେ ପୂର୍ବ ଭଳି କାର୍ଡ ଦେଖାଇ ରାଶନ ନେଇପାରିବେ। ରାଜ୍ୟରେ ଶତ ପ୍ରତିଶତ ହିତାଧିକାରୀଙ୍କର ଆଧାର ସଂଯୋଗ କରାଯାଇଥିବା ବିଭାଗ ପକ୍ଷରୁ କୁହାଯାଇଛି।
ଏଠାରେ ସୂଚନାଯୋଗ୍ୟ ଯେ, କେନ୍ଦ୍ର ସରକାର ମାସକୁ ୨୪ ହଜାର ଟନ୍‌ ଗହମ ଓ ୧ ଲକ୍ଷ ୬୦ ହଜାର ଟନ୍‌ ଚାଉଳ ଯୋଗାଇ ଦେଉଛନ୍ତି। ଏଥିପାଇଁ କେନ୍ଦ୍ର ସରକାର ଚାଉଳ କେଜି ପିଛା ୨୯ ଟଙ୍କା ଦେଉଥିବା ବେଳେ ରାଜ୍ୟ ସରକାର ୨ ଟଙ୍କା ଓ ହିତାଧିକାରୀ ୧ ଟଙ୍କା ଦେଉଛନ୍ତି। ସେହିପରି କେନ୍ଦ୍ର ସରକାର ଗହମ ୨ ଟଙ୍କାରେ ଯୋଗାଇ ଦେଉଛନ୍ତି। ରାଜ୍ୟ ସରକାର ଗହମ ପାଇଁ ୧ ଟଙ୍କା ଦେଉଥିବା ବେଳେ ହିତାଧିକାରୀ ୧ ଟଙ୍କା ଦେଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସଙ୍ଗୀତର ଫଟୋ ଶେୟାର କଲେ ଶିଖର ଧାଓ୍ବନ, ଗୋଲଡେନ ଲେହେଙ୍ଗାରେ ମନ ମୋହିଲେ ସୋଫି

ନୂଆଦିଲ୍ଲୀ,୧୯।୨: ପୂର୍ବତନ ଭାରତୀୟ କ୍ରିକେଟର ଶିଖର ଧାୱନ ଏବଂ ସୋଫି ସାଇନଙ୍କ ବିବାହର ଗୁଜବ ବହୁତ ଦିନ ଧରି ଘୁରି ବୁଲୁଛି। ଯଦିଓ ଉଭୟ ଏହି ଖବରକୁ…

Watch: ଏମିତି ସିକ୍ସ ମାରିଲେ ବୈଭବ ସୂର୍ଯ୍ୟବଂଶୀ ଫାଟିଗଲା ପାଣି ପାଇପଲାଇନ, ଦେଖନ୍ତୁ ଭାଇରାଲ ଭିଡିଓ

ନୂଆଦିଲ୍ଲୀ,୧୯।୨: ଯେତେ ପ୍ରତିଭାବାନ ବୋଲରଙ୍କ ସାମ୍ନା କରନ୍ତୁ ନା କାହିଁକି, ବୈଭବ ସୂର୍ଯ୍ୟବଂଶୀଙ୍କ ବ୍ୟାଟ ସମସ୍ତଙ୍କୁ ସହଜରେ ପରାସ୍ତ କରିପାରିବ। 2026 ଇଣ୍ଡିଆନ ପ୍ରିମିୟର ଲିଗ ସିଜିନ…

ସାରା ଦେଶରେ ହେବ SIR, ନିର୍ବାଚନ କମିଶନ କହିଲେ କେବେ ଆରମ୍ଭ ହେବ ପ୍ରକ୍ରିୟା, ଜାଣନ୍ତୁ ତାଲିକାରେ ପ୍ରଥମେ ରହିଛି କେଉଁ ରାଜ୍ୟ

ନୂଆଦିଲ୍ଲୀ,୧୯।୨: ଭୋଟର ତାଲିକାକୁ ଅଧିକ ସ୍ବଚ୍ଛ ଏବଂ ତ୍ରୁଟିମୁକ୍ତ କରିବା ପାଇଁ ଭାରତୀୟ ନିର୍ବାଚନ କମିଶନ (ECI) ଏକ ଦେଶବ୍ୟାପୀ SIR (ବିଶେଷ ସଘନ ସଂଶୋଧନ) ପ୍ରକ୍ରିୟା…

ସେରୁବନ୍ଧ ବକ୍ସାଇଟ ପାହାଡ଼ ରାସ୍ତା ନିର୍ମାଣକୁ ବିରୋଧ: କମ୍ପାନୀର ଭୂମିପୂଜାକୁ ରୋକିଲେ ଅଞ୍ଚଳବାସୀ,ଫେରିଗଲା…

ପଟ୍ଟାଙ୍ଗି,୧୯ା୨(ଶରତ କୁମାର ଧଳ)- କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ମାଳିପୁଟ ପଞ୍ଚାୟତ ଅଧୀନ ସେରୁବନ୍ଧ ବକ୍ସାଇଟ ପାହାଡ଼କୁ ରାସ୍ତା ତିଆରି କରିବାକୁ ଏକ ଘରୋଇ କମ୍ପାନୀ ପକ୍ଷରୁ…

ଜୁନାଗଡ଼ ରୋଡ୍‌ରୁ ହାଓ୍ବଡା ଇସ୍ପାତ ଏକ୍ସପ୍ରେସ୍‌ର ଶୁଭାରମ୍ଭ କଲେ ଏମ୍‌ପି: ୨୨ରୁ ଗଡ଼ିବ ଟ୍ରେନ୍‌…

ଜୁନାଗଡ଼,୧୯।୨(ସୁନୀଲ କୁମାର ସିଂହ/ଅଂଶୁମାନ ଯୋଶୀ)- ପଶ୍ଚିମ ଓଡ଼ିଶାରେ ରେଳ ସଂଯୋଗକୁ ସୁଦୃଢ଼ ​​କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ୱରୂପ, ହାଓ୍ବଡା-ଟିଟଲାଗଡ଼-ହାଓଡ଼ା ଇସ୍ପାତ ଏକ୍ସପ୍ରେସ୍ ଜୁନାଗଡ଼ ରୋଡ୍…

T20 World Cupରେ ଇତିହାସ ରଚିଲା ଜିମ୍ବାଓ୍ବେ, ଶ୍ରୀଲଙ୍କାକୁ ହରାଇ କଲା ମହାରେକର୍ଡ

ନୂଆଦିଲ୍ଲୀ,୧୯।୨: 2026 T20 World Cupର ୩୮ତମ ଲିଗ ମ୍ୟାଚ ଶ୍ରୀଲଙ୍କା ଏବଂ ଜିମ୍ବାୱେ ମଧ୍ୟରେ କଲମ୍ବୋର ଆର. ପ୍ରେମଦାସା ଷ୍ଟାଡିୟମରେ ଖେଳାଯାଇଥିଲା। ଜିମ୍ବାୱେ ଏହି ମ୍ୟାଚକୁ…

ନୂଆ ଡ୍ରାମା କଲାଣି ପାକିସ୍ତାନ, ହଠାତ ଏମିତି କରି ଚମକାଇଲେ ବୋର୍ଡ ଅଧ୍ୟକ୍ଷ

ଇସଲାମାବାଦ,୧୯।୨: ପାକିସ୍ତାନରେ ଏକ ନୂଆ ବିବାଦ ଦେଖାଦେଇଛି। ପାକିସ୍ତାନ ହକି ଦଳର ଅଧିନାୟକ ଶକିଲ ଅମ୍ମାଦ ବଟ ଅଷ୍ଟ୍ରେଲିଆ ଗସ୍ତରୁ ଫେରିବା ପରେ PHF (ପାକିସ୍ତାନ ହକି…

ନିଆଁ ଲାଗି ପଦା ହେଉଛି ଜଙ୍ଗଲ, ବେଫିକର ବନବିଭାଗ; ଫୋନ ଉଠାଉନାହାନ୍ତି ରେଞ୍ଜର, ACF 

ଭବାନୀପାଟଣା, ୧୯।୨ (ଉତ୍ତମ କୁମାର ଦାଶ)- ପରିବେଶକୁ ସନ୍ତୁଳନ ତଥା ପ୍ରଦୁଷଣରୁ ରକ୍ଷା କରିବା ପାଇଁ ସରକାର ଗ୍ରାମାଞ୍ଚଳର ଜଙ୍ଗଲଗୁଡିକର ସୁରକ୍ଷା ସହ ନୂତନ ଜଙ୍ଗଲ ସୃଷ୍ଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri