ଓ୍ବାନ ନେଶନ, ଓ୍ବାନ ରାଶନ:ବଦଳିବ ରାଶନ କାର୍ଡ

ଭୁବନେଶ୍ୱର,୨୫ା୧୨(ବ୍ୟୁରୋ):କେବଳ ରାଜ୍ୟ ନୁହେଁ, ଦେଶର ଯେ କୌଣସି ସ୍ଥାନରୁ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ(ଏନ୍‌ଏଫ୍‌ଏସ୍‌ଏ)ରେ ସାମିଲ ହୋଇଥିବା ହିତାଧିକାରୀମାନେ ସେମାନଙ୍କର ରାଶନ ନେଇପାରିବେ। ସମଗ୍ର ଦେଶ ପାଇଁ ଗୋଟିଏ ପ୍ରକାର ରାଶନକାର୍ଡ ପ୍ରଚଳନ ହେବ। ସେଥିରେ ରାଜ୍ୟ ସରକାରଙ୍କର କୌଣସି ନିୟନ୍ତ୍ରଣ ରହିବ ନାହିଁ। କେନ୍ଦ୍ର ସରକାର ସିଧାସଳଖ ଏହାକୁ ନିଜ ଡାଟାବେସ୍‌ରେ ରଖିବେ। କେଉଁ ରାଜ୍ୟରେ କେତେ ହିତାଧିକାରୀ ଅଛନ୍ତି ସେମାନଙ୍କୁ କେତେ ଟଙ୍କାର ରିହାତି ଦିଆଯାଉଛି ସେ ସବୁର ଟିକିନିଖି ତଥ୍ୟ କେନ୍ଦ୍ର ସରକାରଙ୍କ ନିକଟରେ ରହିବ। ରାଜ୍ୟ ସରକାରଙ୍କ ପକ୍ଷରୁ ହିତାଧିକାରୀମାନଙ୍କୁ ଦିଆଯାଇଥିବା ରାଶନ କାର୍ଡର ସ୍ବରୂପ ବଦଳିଯିବ। ଏହି ରାଶନ କାର୍ଡକୁ ଏଟିଏମ୍‌ କାର୍ଡରେ ପରିଣତ କରାଯିବ। କାର୍ଡରେ ୨୧ଟି ନମ୍ବର ରହିବ। ଗ୍ରାମକୁ ଏକ କୋଡ୍‌ ଭାବେ ଗ୍ରହଣ କରାଯିବ। ସେହି କୋଡ୍‌ ଅନୁଯାୟୀ ନୂତନ ରାଶନ କାର୍ଡ ପ୍ରସ୍ତୁତ ହେବ। ଏବେ ରାଶନ କାର୍ଡରେ ୧୧ଟି ନମ୍ବର ରହିଛି। ଜିଲା, ବ୍ଲକ ଓ ପଞ୍ଚାୟତ କୋଡ୍‌ ସହିତ ଆବେଦନକାରୀଙ୍କ ଫର୍ମ ନମ୍ବରକୁ ମିଶାଇ ୧୧ ଟିକିଆ ନମ୍ବର କରାଯାଇଛି। ତେବେ କେନ୍ଦ୍ର ସରକାର ରାଜ୍ୟ ସରକାରଙ୍କ ଏହି ନମ୍ବରକୁ ଗ୍ରହଣ କରିବାକୁ ରାଜି ନୁହନ୍ତି। ପଞ୍ଚାୟତ ନୁହେଁ, ଗ୍ରାମ ସ୍ତରରୁ କୋଡ୍‌ ପ୍ରସ୍ତୁତ କରିବାକୁ କେନ୍ଦ୍ର ସରକାର ପରାମର୍ଶ ଦେଇଛନ୍ତି। କେନ୍ଦ୍ର ସରକାର ଦୁଇଟି ଲେଖାଏ ରାଜ୍ୟକୁ ଯୋଡିବା ପ୍ରକ୍ରିୟା ଆରମ୍ଭ କରିଛନ୍ତି। ଗୁଜରାଟକୁ ମହାରାଷ୍ଟ୍ର ସହିତ ସଂଯୋଗ କରିଥିବା ବେଳେ ଆନ୍ଧ୍ର ପ୍ରଦେଶକୁ ତେଲେଙ୍ଗାନା ରାଜ୍ୟ ସହ ଯୋଡିବା ପ୍ରକ୍ରିୟା ଆରମ୍ଭ କରିଛନ୍ତି। ଓଡ଼ିଶାକୁ ପଡୋଶୀ ରାଜ୍ୟ ପଶ୍ଚିମବଙ୍ଗ, ଝାଡଖଣ୍ଡ, ଛତିଶଗଡ ସହ ଯୋଡିବାକୁ ଯୋଜନା କରିଛନ୍ତି। ତେବେ ଇଣ୍ଟରନେଟ୍‌ ନ ଥିବା ଅଞ୍ଚଳ ପାଇଁ ଏହି ବ୍ୟବସ୍ଥା ସମସ୍ୟା ସୃଷ୍ଟି କରିବ। ଏଥିପାଇଁ ଆଧାରକାର୍ଡ ବାଧ୍ୟତାମୂଳକ କରାଯାଇଛି। ତେବେ ଆଙ୍ଗୁଠି ଛାପ ସମସ୍ୟା ସୃଷ୍ଟି କରୁଥିବାରୁ ପ୍ରତ୍ୟେକ ଡିଲରଙ୍କୁ ଆଇଆରଆଇଏସ୍‌ ମେଶିନ ଦିଆଯିବ। ହିତାଧିକାରୀଙ୍କ ଆଖିକୁ ନେଇ ଖାଦ୍ୟ ସାମଗ୍ରୀ ଯୋଗାଇ ଦିଆଯିବ। ତେବେ ଇଣ୍ଟରନେଟ ନ ଥିବା ସ୍ଥାନରୁ ଡାଟାକୁ ଜିଲା କିମ୍ବା ବ୍ଲକ ମୁଖ୍ୟାଳୟରେ ଅପ୍‌ଲୋଡ କରାଯିବ। ନିୟମିତ କେନ୍ଦ୍ର ନିକଟକୁ ଏନ୍‌ଏଫ୍‌ଏସଏ ହିତାଧିକାରୀଙ୍କ ଡାଟା ନ ଦେଲେ ରାଜ୍ୟକୁ ମିଳୁଥିବା ରିହାତି ମଧ୍ୟ ଦିଆଯିବ ନାହିଁ। କେନ୍ଦ୍ର ସରକାର ରାଜ୍ୟକୁ ଏଭଳି ପରୋକ୍ଷ ଚେତାବନୀ ଦେଇଛନ୍ତି। ଓ୍ବାନ୍‌ ନେଶନ, ଓ୍ବାନ୍‌ ରାଶନ ହେବା ଦ୍ୱାରା ସାଧାରଣ ବଣ୍ଟନ ବ୍ୟବସ୍ଥା(ପିଡିଏସ)ରେ ହେଉଥିବା ବାଟମାରଣାକୁ ରୋକାଯିବାରେ ଏହା ସମ୍ପୂର୍ଣ୍ଣ ସମର୍ଥ ହେବ ବୋଲି କୁହାଯାଇଛି।
ରାଜ୍ୟରେ ୨୦୧୯ ସେପ୍ଟେମ୍ବର ପହିଲାଠାରୁ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ଅଞ୍ଚଳରେ ଓ୍ବାନ୍‌ ନେଶନ, ଓ୍ବାନ୍‌ ରାଶନ ବ୍ୟବସ୍ଥା ଆରମ୍ଭ କରାଯାଇଛି। ବିଏମ୍‌ସି ଅଞ୍ଚଳର ୧୧୭ଟି ସରକାରୀ ପାଇକାରି ଦୋକାନରେ ଏହି ବ୍ୟବସ୍ଥା ଲାଗୁ କରାଯାଇଛି। ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରେ ରହୁଥିବା ୨ ଲକ୍ଷ ହିତାଧିକାରୀ ସହରର ଯେକୌଣସି ସାଧାରଣ ଖାଉଟି ବଣ୍ଟନ ଡିଲରଙ୍କ ପାଖରୁ ରାଶନ ନେଉଛନ୍ତି। ଅନ୍‌ଲାଇନ ଜରିଆରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ଏହାକୁ ନିୟମିତ ମନିଟରିଂ କରାଯାଉଛି। ପାଇଲଟ୍‌ ପ୍ରକଳ୍ପ ଭାବେ ଏଠାରୁ ଆରମ୍ଭ କରାଯାଇଛି। ଅଙ୍ଗୁଳି ଛାପ କିମ୍ବା ଆଖି ସଙ୍କେତ ମାଧ୍ୟମରେ ହିତାଧିକାରୀଙ୍କୁ ଏହି ରାଶନ ଦିଆଯାଉଛି। ପ୍ରତ୍ୟେକ ଡିଲରଙ୍କୁ ଆଖି ଚିହ୍ନ ନେବାକୁ ଆଇଆରଆଇଏସ୍‌ ମେଶିନ ଯୋଗାଇ ଦିଆଯାଇଛି। ତେବେ ଯେଉଁମାନଙ୍କର ଆଙ୍ଗୁଠି ଚିହ୍ନ ନେଉ ନ ଥିବ କିମ୍ବା ହିତାଧିକାରୀ ବୟସ୍କ, ଦୁରାରୋଗ୍ୟରେ ପୀଡ଼ିତ, କୁଷ୍ଠରୋଗୀମାନଙ୍କୁ ବିନା ଆଧାରକାର୍ଡରେ ରାଶନ ଯୋଗାଇ ଦିଆଯାଉଛି। ବିଏମ୍‌ସି ଅଞ୍ଚଳରେ ଏହା ଶତ ପ୍ରତିଶତ ସଫଳ ହୋଇଛି ବୋଲି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ଜଣେ ଅଧିକାରୀ କହିଛନ୍ତି। ପ୍ରଥମ ପର୍ଯ୍ୟାୟରେ ୫୮ଟି ମ୍ୟୁନିସିପାଲିଟି ଏବଂ ୫ଟି ମହାନଗର ନିଗମ ଅଞ୍ଚଳରେ ଓ୍ବାନ୍‌ ନେଶନ, ଓ୍ବାନ୍‌ ରାଶନ ବ୍ୟବସ୍ଥା ଲାଗୁ କରାଯିବ। ସହରାଞ୍ଚଳଗୁଡିକର ଗତ ୬ ମାସର ଇଣ୍ଟରନେଟ ବ୍ୟବସ୍ଥାକୁ ଅନୁଧ୍ୟାନ କରାଯାଉଛି। ଆସନ୍ତା ଫେବୃୟାରୀ ମାସରୁ ସେହି ସହରାଞ୍ଚଳରେ ଏହାକୁ ଲାଗୁ କରାଯିବ ବୋଲି ସେ କହିଛନ୍ତି। ଯେଉଁଠି ଇଣ୍ଟରନେଟ୍‌ ସୁବିଧା ନାହିଁ ସେଠାରେ ପୂର୍ବ ଭଳି କାର୍ଡ ଦେଖାଇ ରାଶନ ନେଇପାରିବେ। ରାଜ୍ୟରେ ଶତ ପ୍ରତିଶତ ହିତାଧିକାରୀଙ୍କର ଆଧାର ସଂଯୋଗ କରାଯାଇଥିବା ବିଭାଗ ପକ୍ଷରୁ କୁହାଯାଇଛି।
ଏଠାରେ ସୂଚନାଯୋଗ୍ୟ ଯେ, କେନ୍ଦ୍ର ସରକାର ମାସକୁ ୨୪ ହଜାର ଟନ୍‌ ଗହମ ଓ ୧ ଲକ୍ଷ ୬୦ ହଜାର ଟନ୍‌ ଚାଉଳ ଯୋଗାଇ ଦେଉଛନ୍ତି। ଏଥିପାଇଁ କେନ୍ଦ୍ର ସରକାର ଚାଉଳ କେଜି ପିଛା ୨୯ ଟଙ୍କା ଦେଉଥିବା ବେଳେ ରାଜ୍ୟ ସରକାର ୨ ଟଙ୍କା ଓ ହିତାଧିକାରୀ ୧ ଟଙ୍କା ଦେଉଛନ୍ତି। ସେହିପରି କେନ୍ଦ୍ର ସରକାର ଗହମ ୨ ଟଙ୍କାରେ ଯୋଗାଇ ଦେଉଛନ୍ତି। ରାଜ୍ୟ ସରକାର ଗହମ ପାଇଁ ୧ ଟଙ୍କା ଦେଉଥିବା ବେଳେ ହିତାଧିକାରୀ ୧ ଟଙ୍କା ଦେଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନିର୍ବାଚନୀ ପ୍ରଚାର ପାଇଁ ଓଡ଼ିଶା ଆସିବେ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ

ଭୁବନେଶ୍ୱର,୨୬।୪: ଓଡ଼ିଶା ଆସିବେ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା। ଆସନ୍ତା ୨୮ ତାରିଖରେ ନଡ୍ଡା ଦିନିକିଆ ଓଡ଼ିଶା ଗସ୍ତରେ ଆସିବେ। ନଡ୍ଡାଙ୍କ ଗସ୍ତକୁ ନେଇ...

ଗୋଟିଏ ଡାଳରେ ଝୁଲିପଡ଼ିଲେ ନାବାଳକ-ଯୁବତୀ

ବାରିପଦା,୨୬ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ସ୍ଥାନୀୟ ସଦର ଥାନା ଅଧୀନ ଶଙ୍ଖାଭଙ୍ଖା ପଞ୍ଚାୟତ, ଶିଖରଘାଟି ଗ୍ରାମର ଏକ ଆମ୍ବଗଛ ଡାଳରେ ଜଣେ ନାବାଳକ ଓ ଯୁବତୀଙ୍କ ଝୁଲନ୍ତା...

ଯେତିକି ଲିଭୁଛି, ସେତିକି ଜଳୁଛି

ବାରିପଦା,୨୬ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ିଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ କରି...

ନୟାଗଡ଼ ଡବଲ ମର୍ଡର: ଦୋଷୀଙ୍କୁ ଫାଶୀ

ନୟାଗଡ଼,୨୬ା୪(ଲୋକନାଥ ମିଶ୍ର): ନୟାଗଡ଼ ଜିଲାରେ ହୋଇଥିବା ଡବଲ ମର୍ଡର ଘଟଣାରେ ଶୁକ୍ରବାର ଓଡ଼ଗାଁ ଏଡିଜେ କୋର୍ଟ ଦୋଷୀଙ୍କୁ ଫାଶୀ ଦଣ୍ଡାଦେଶ ଦେଇଛନ୍ତି। ଦୋଷୀ ନିରଞ୍ଜନ ମଲ୍ଲିକଙ୍କୁ...

ଦଳ ବିରୋଧୀ କାର୍ଯ୍ୟ କରିବା ପଡ଼ିଲା ମହଙ୍ଗା, ଯୁବ କଂଗ୍ରେସର ୨ ନେତା ପଦରୁ ନିଲମ୍ବିତ

ଭୁବନେଶ୍ୱର,୨୬।୪: ଦଳ ବିରୋଧୀ କାର୍ଯ୍ୟ ପାଇଁ ବଡ଼ କାର୍ଯ୍ୟାନୁଷ୍ଠାନ ନେଲା କଂଗ୍ରେସ। ଯୁବ କଂଗ୍ରେସର ୨ ନେତାଙ୍କୁ ପଦରୁ ନିଲମ୍ବନ କରାଯାଇଛି। ସା. ସମ୍ପାଦକ ପଦରୁ...

ସୁରେଶ ପୂଜାରୀଙ୍କ ଘର ପରିସରରେ ଡ୍ରୋନ୍‌ ଖସିବା ଘଟଣା: ହେଲା ବଡ଼ ଖୁଲାସା

ଭୁବନେଶ୍ୱର,୨୬।୪: ଏମ୍‌ପି ସୁରେଶ ପୂଜାରୀଙ୍କ ଘର ପରିସରରେ ଖସିପଡିଥିବା ଡ୍ରୋନ୍‌କୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି। ତାହା ବନ ବିଭାଗର ବୋଲି ଜଣାପଡିଛି। ଏନେଇ...

ଗ୍ରୀଷ୍ମଛୁଟି ସତ୍ତ୍ୱେ ଚାଲିଲା ସ୍କୁଲ

ମଙ୍ଗୁଳି-ଜଗତପୁର,୨୬।୪(ମାନସ ସାମଲ): ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଯୋଗୁ ରାଜ୍ୟ ସରକାର ଏପ୍ରିଲ ୨୫ରୁ ସମସ୍ତ ସରକାରୀ ଓ ବେସରକାରୀ ବିଦ୍ୟାଳୟଗୁଡ଼ିକୁ ଗ୍ରୀଷ୍ମଛୁଟି ଘୋଷଣା କରିଛନ୍ତି। ତେବେ...

ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ

ଭୁବନେଶ୍ୱର,୨୬ା୪: ଓଡ଼ିଶାରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଶୁକ୍ରବାର ବିଜ୍ଞପ୍ତି ପ୍ରକାଶ ପାଇଛି। ଆଜି ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ କରିଛନ୍ତି ଭାରତୀୟ ନିର୍ବାଚନ କମିଶନ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri