Posted inଖେଳ

ଓସିଏ ନିର୍ବାଚନ: ହେବ କଡା ଟକ୍କର; ନିର୍ଣ୍ଣାୟକ ଭୂମିକା ନେବ ସ୍କୁଲ, କଲେଜ, ମ୍ୟାଜିକ ନମ୍ବରକୁ ନେଇ ଅଙ୍କକଷା

କଟକ ଅଫିସ,୧୮ା୯- ଓଡ଼ିଶା କ୍ରିକେଟ ଆସୋସିଏଶନ(ଓସିଏ)ର ଆଗାମୀ କର୍ମକର୍ତ୍ତା ନିର୍ବାଚନରେ କଡ଼ା ଟକ୍କର ହେବାନେଇ ସମ୍ଭାବନା ଦୃଢ଼ୀଭୂତ ହେବାରେ ଲାଗିଛି। ମଙ୍ଗଳବାର ଓସିଏର ପୂର୍ବତନ ସମ୍ପାଦକ ଆଶୀର୍ବାଦ ବେହେରାଙ୍କ ନେତୃତ୍ୱରେ ପୁରୀରେ ଅନୁଷ୍ଠିତ ବୈଠକରେ ଓସିଏ ସହ ଅନୁବନ୍ଧିତ ୩୩ଟି ୟୁନିଟର ସଦସ୍ୟ ଯୋଗ ଦେଇଥିବା ଏହି ଗୋଷ୍ଠୀ ପକ୍ଷରୁ ଦାବି କରାଯାଇଛି। ଫଳରେ ଏହି ଗୋଷ୍ଠୀ ସପକ୍ଷରେ ୪୦ରୁ ଉର୍ଦ୍ଧ୍ୱ ଭୋଟ ଥିବାନେଇ ଆକଳନ କରାଯାଉଛି। ଅନ୍ୟପକ୍ଷରେ ଆଗାମୀ ନିର୍ବାଚନରେ ଭାଗ ନେଉଥିବା ଅନ୍ୟ ଏକ ଗୋଷ୍ଠୀ ମଧ୍ୟ ତାଙ୍କ ସପକ୍ଷରେ ୩୭ରୁ ଉର୍ଦ୍ଧ୍ୱ ଭୋଟ ରହିଛି ବୋଲି ଏକ କ୍ଲବର ସମ୍ପାଦକ ଦାବି କରିଛନ୍ତି। ବର୍ତ୍ତମାନ ପରିସ୍ଥିତିରେ ଉଭୟ ଗୋଷ୍ଠୀର ତୁହାକୁ ତୁହା ବୈଠକ ଓ ଭୋଟ ଆକଳନ ଆଗାମୀ ନିର୍ବାଚନର କଡ଼ା ପ୍ରତିଦ୍ୱନ୍ଦ୍ୱିତାକୁ ଦର୍ଶାଉଛି । ୭୩ ପ୍ରତିନିଧିଙ୍କୁ ନେଇ ହେଉଥିବା ରାଜ୍ୟର ଏହି କ୍ରିକେଟ ସଂଘର ନିର୍ବାଚନରେ ମ୍ୟାଜିକ ନମ୍ବର ହେଉଛି ୩୭ । ଅତିକମରେ ଏହି ନମ୍ବରକୁ ଟପିବା ଉଭୟ ଗୋଷ୍ଠୀର ମୁଖ୍ୟ ଟାର୍ଗେଟ ।
ପୁରୀରେ ଅନୁଷ୍ଠିତ ବୈଠକରେ ଆଶୀର୍ବାଦ ନେତୃତ୍ୱ ନେଇଥିଲେ। ଏଥିରେ ଯୋଗ ଦେଇଥିବା ୩୩ଟି ୟୁନିଟ ମଧ୍ୟରୁ ୨୫ ଜିଲା ସଂଘ ଥିବା ଜଣାପଡ଼ିଛି । ସଭାପତି ପ୍ରାର୍ଥି ଭାବେ ପଙ୍କଜଲୋଚନ ମହାନ୍ତି ଓ ସମ୍ପାଦକ ପ୍ରାର୍ଥି ଭାବେ ସଞ୍ଜୟ ବେହେରାଙ୍କୁ ସମର୍ଥନ କରିବା ନେଇ ଆଲୋଚନା ହୋଇଥିଲା ବୋଲି ଏହି ଗୋଷ୍ଠୀ ପକ୍ଷରୁ ପ୍ରକାଶ କରାଯାଇଛି। ଉପସଭାପତି, ଯୁଗ୍ମ ସମ୍ପାଦକ ଓ କୋଷାଧ୍ୟକ୍ଷ ପଦବୀ ନେଇ କଣ ଆଲୋଚନା ହୋଇଛି ସ୍ପଷ୍ଟ ଭାବେ ସୂଚନା ଦିଆ ଯାଇନାହିଁ। ଏହି ୩ ପଦବୀ ମଧ୍ୟରୁ କୌଣସି ଏକ ପଦବୀ କ୍ଲବର ସମ୍ପାଦକଙ୍କୁ ଓ ଅନ୍ୟ ଦୁଇଟି ଜିଲା ସଂଘକୁ ଯିବ ବୋଲି ଆଲୋଚନା ହେଉଛି। ମ୍ୟାଜିକ ନମ୍ବର ୩୭ ସହଜରେ ଟପିହେବ ହେବ ବୋଲି ଏବେ ଆଶୀର୍ବାଦଙ୍କ ସମର୍ଥକମାନେ ଆଶା ବାନ୍ଧିଛନ୍ତି। ପ୍ରକାଶ ଯୋଗ୍ୟ ଯେ, ଅନ୍ୟ ଗୋଷ୍ଠୀ ପକ୍ଷରୁ ମଧ୍ୟ ସେମାନଙ୍କ ସପକ୍ଷରେ ୩୭ ସଦସ୍ୟ ରହିଥିବା ଦାବି କରାଯାଉଛି । ଆମେ ବି ପଛରେ ନାହୁଁ ବୋଲି କଟକର ଏକ କ୍ଲବର ସମ୍ପାଦକ ଦାବି କରିଛନ୍ତି । ଏହି ଗୋଷ୍ଠୀରୁ ସଭାପତି ଭାବେ ନବ ରଞ୍ଜନ ପଟ୍ଟନାୟକ ଓ ସମ୍ପାଦକ ଭାବେ ପ୍ରଦୀପ ଚୌହ୍ବାନ ପ୍ରାର୍ଥିପତ୍ର ଦାଖଲ କରିବେ ବୋଲି ଜଣାପଡ଼ିଛି । ଅନ୍ୟପକ୍ଷରେ କଟକରେ କ୍ଲବ ସମ୍ପାଦକ ମାନଙ୍କୁ ନେଇ ଗଠିତ ଏହି ଗୋଷ୍ଠୀ ଅନେକ ସମୟରେ ବୈଠକ ଡାକିବା ସହ ଭୋଟ ଆକଳନକୁ ନେଇ ବ୍ୟସ୍ତ ରହୁଛନ୍ତି । ତେବେ ଉଭୟ ଗୋଷ୍ଠୀ ପାଇଁ ସ୍କୁଲ,କଲେଜ ଭୋଟ ହାତେଇବା ଏବେ ସୁଦ୍ଧା ସହଜ ହୋଇନି । ଉଭୟ ଗୋଷ୍ଠୀର ବୈଠକରେ ଜିଲା ସଂଘ, କ୍ଲବମାନେ ଯୋଗ ଦେଉଛନ୍ତି । ଏଣୁ ସ୍କୁଲ ଓ କଲେଜର ଭୋଟକୁ ନେଇ କେବଳ ପୂର୍ବାନୁମାନ ଲଗାଯାଉଛି । ସ୍କୁଲ, କଲେଜରୁ ୧୪ଟି ଭୋଟ ଥିବା ବେଳେ ରେଭେନ୍‌ଶା ଓ କିଟ୍‌ ବିଶ୍ୱବିଦ୍ୟାଳୟକୁ ମିଶାଇ ମୋଟ ୧୬ଟି ଭୋଟ ଏବେ ବି କୌଣସି ପକ୍ଷକୁ ଢ଼ଳି ନ ଥିବା କୁହାଯାଉଛି । ପାରାଦୀପ ପୋର୍ଟ, ପୂର୍ବତଟ ରେଲୱେ, ରାଉରକେଲା ଷ୍ଟିଲ ପ୍ଲାଣ୍ଟର ଭୋଟ ମଧ୍ୟ ଆକଳନ ପ୍ରକ୍ରିୟା ଭିତରେ ଅଛି । ଏହି ଭୋଟଗୁଡ଼ିକୁ ହାତେଇବାନେଇ ଏବେ ଜୋରଦାର ପ୍ରୟାସ ଚାଲିଛି ।


Enter your email to get our daily news in your inbox.

All Right Reserved By Dharitri.Com

Posted inHome, ଖେଳ View All

ଆମେରିକା-ଇରାନ ଶାନ୍ତି ବାର୍ତ୍ତା ପୂର୍ବରୁ ପାକିସ୍ତାନ ରାଜଧାନୀରେ ହାଇଆଲର୍ଟ: ଗଳିକନ୍ଦିରେ ପୋଲିସ ଛାଉଣି,୧୦ ହଜାର ଯବାନ… 

ଇସଲାମାବାଦ,୧୦।୪: ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ହେବାକୁ ଥିବା ଗୁରୁତ୍ୱପୂର୍ଣ୍ଣ ଶାନ୍ତି ବାର୍ତ୍ତା ପୂର୍ବରୁ ସୁରକ୍ଷା ବ୍ୟବସ୍ଥାକୁ ବହୁତ କଡ଼ାକଡ଼ି କରାଯାଇଛି। ସହରରେ…

ଯମୁନାରେ ବୁଡ଼ିଲା ଡଙ୍ଗା: ୧୦ ଭକ୍ତଙ୍କ ଚାଲିଗଲା ଜୀବନ, ଉଦ୍ଧାର କାର୍ଯ୍ୟ ଜାରି

ଲକ୍ଷ୍ନୌ,୧୦।୪: ମଥୁରା ଜିଲାର ବୃନ୍ଦାବନରେ ଶୁକ୍ରବାର ଏକ ବଡ଼ ଦୁର୍ଘଟଣା ଘଟିଛି। ଶ୍ରୀନଗର ଘାଟ ନିକଟରେ ଏକ ଡଙ୍ଗା ବୁଡ଼ିଯିବା ପରେ ଅନେକ ଭକ୍ତ ନିଖୋଜ ହୋଇଯାଇଛନ୍ତି।…

ଥଲାପତି ବିଜୟଙ୍କୁ ବଡ଼ ଝଟ୍‌କା: ଅନୁରୋଧ କରି କହିଲେ…

ଦକ୍ଷିଣ ଭାରତୀୟ ସୁପରଷ୍ଟାର ଥଲାପତି ବିଜୟଙ୍କ ଫିଲ୍ମ ‘ଜନ ନାୟାଗନ’ ମୁକ୍ତିଲାଭ ଅପେକ୍ଷାରେ ଅଛି। ପ୍ରଥମେ ଜାନୁଆରୀ ୨୦୨୬ରେ ରିଲିଜ ହେବାର ଯୋଜନା ଥିଲା, କିନ୍ତୁ ବିଭିନ୍ନ…

ହର୍ମୁଜରୁ ଭାରତୀୟ ଜାହାଜ ପାର୍‌ କଲେ ଇରାନ ମାଗିବ କେତେଟଙ୍କା? ଦିନକ ଭିତରେ କମାଇବ…

ନୂଆଦିଲ୍ଲୀ,୧୦।୪: ମଧ୍ୟପ୍ରାଚ୍ୟରେ ଶତ୍ରୁତା ବନ୍ଦ ହେବା ପରେ ମଧ୍ୟ, ହର୍ମୁଜ ପ୍ରଣାଳୀ ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ସ୍ୱାଭାବିକତାକୁ ଫେରିନାହିଁ। ଏହା ତୈଳ ପାଇଁ ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପଥ…

ଚାଇନାକୁ ପାନେ ଦେବ ଭାରତ: ଇରାନ ମଡେଲ୍‌କୁ ଆପଣାଇ…

ନୂଆଦିଲ୍ଲୀ,୧୦।୪: ସୀମିତ ସମ୍ବଳ ସତ୍ତ୍ୱେ ଏକ ସଂକୀର୍ଣ୍ଣ ସମୁଦ୍ର କରିଡର (ଚୋକପଏଣ୍ଟ)କୁ କିପରି ଏକ ରଣନୈତିକ ଅସ୍ତ୍ରରେ ପରିଣତ କରାଯାଇପାରିବ ତାହା ଇରାନ ବିଶ୍ୱକୁ ଦେଖାଇଛି। ଏବେ…

ଆନନ୍ଦପୁରରେ ବଡ଼ ରାଜନୈତିକ ହଲଚଲ: ବିଜେଡିରୁ ଇସ୍ତଫା ଦେଲେ ଏହି କାଉନସିଲର

ବଞ୍ଚୋ,୧୦ା୪(ପ୍ରଦୋଷ କୁମାର ବିଶ୍ୱାଳ): ଆନନ୍ଦପୁର ନଗରପାଳିକାର ଓ୍ବାର୍ଡ-୭ କାଉନସିଲର କୃଷ୍ଣ ରଣା ଶୁକ୍ରବାର ବିଜୁ ଜନତା ଦଳରୁ ପଦତ୍ୟାଗ କରିଥିବା ସୂଚନା ମିଳିଛି। ଏହି ପଦକ୍ଷେପ ପରେ…

ଭାରସାମ୍ୟ ହରାଇ ଓଲଟିଲା ମାନସିକଧାରୀ ଦଣ୍ଡୁଆଙ୍କ ଅଟୋ, ଦଶରୁ ଉର୍ଦ୍ଧ୍ଵ…

ନୟାଗଡ଼/ଭାପୁର,୧୦।୪ (ଲୋକନାଥ ମିଶ୍ର/ପ୍ରଭାତ ବରାଡ): ଭାରସାମ୍ୟ ହରାଇ ଓଲଟିଲା ଅଟୋ । ଫତେଗଡ ଥାନା ବଡସହରା ପଞ୍ଚାୟତର ମାନସିକଧାରୀ ଦଣ୍ଡୁଆଙ୍କ ଅଟୋ ଗାଡି ଓଲଟି ପଡିବାରୁ ଦଶରୁ…

ବହୁ ପ୍ରତୀକ୍ଷାର ଅନ୍ତ: ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ଖୋଲିଲା ଶାଳପଡ଼ା ଓଭରବ୍ରିଜ୍‌

ବଞ୍ଚୋ,୧୦ା୪(ପ୍ରଦୋଷ କୁମାର ବିଶ୍ୱାଳ): ଦୀର୍ଘଦିନର ପ୍ରତୀକ୍ଷା ପରେ ଶେଷରେ ଶାଳପଡ଼ା ଓଭରବ୍ରିଜ ଶୁକ୍ରବାର ସାଧାରଣ ଲୋକଙ୍କ ପାଇଁ ଖୋଲାଯାଇଛି। ମୁଖ୍ୟମନ୍ତ୍ରୀଙ୍କ ଆସନ୍ତା ୧୨ ତାରିଖର ଗସ୍ତକୁ ଦୃଷ୍ଟିରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri